Posted inଫୁରସତ

ଚାଇନାରୁ ନିଖୋଜ ହେଉଛନ୍ତି ଲକ୍ଷଲକ୍ଷ ପିଲା: ପାଣି ବୋତଲ ସହାୟତାରେ ଖୋଜୁଛନ୍ତି ମା’ବାପା

ଚାଇନାରୁ କରୋନା ସଂକ୍ରମଣ ସୃଷ୍ଟି ହୋଇଥିବାରୁ ଏହା ଏବେ ଅନେକ ଦେଶର ଟାର୍ଗେଟରେ ରହିଛି। ଖାଲି ସେତିକି ନୁହେଁ କୌଣସି ନା କୌଣସି କାରଣକୁ ନେଇ ଚାଇନା ସବୁବେଳେ ଚର୍ଚ୍ଚାରେ ରହିଥାଏ। ଚାଇନା କେବଳ ଅନ୍ୟ ଦେଶପାଇଁ ସମସ୍ୟା ସୃଷ୍ଟି କରୁନାହିଁ ଏହି ଦେଶରେ ମଧ୍ୟ ଅନେକ ପ୍ରକାରର ସମସ୍ୟା ରହିଛି। ପ୍ରତିବର୍ଷ ଚାଇନାରୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ଛୋଟ ପିଲା (ଉଭୟ ପୁଅ, ଝିଅ) ନିଖୋଜ ହୋଇଥାନ୍ତି। ଏମାନଙ୍କ ବିଷୟରେ କୌଣସି ସନ୍ଧାନ ମିଳେ ନାହିଁ। ଏହି ପିଲାମାନଙ୍କୁ ଖୋଜିବା ପାଇଁ ଚାଇନା ଏବେ ଏକ ନୂଆ ଶୈଳୀ ଆପଣାଇଛି। ପାଣି ବୋତଲ ସହାୟତାରେ ଏହି ନିଖୋଜ ପିଲାମାନଙ୍କୁ ଖୋଜାଚାଲିଛି। ଏହି ଭିନ୍ନ ଶୈଳୀକୁ ସମଗ୍ର ବିଶ୍ୱରେ ପସନ୍ଦ ମଧ୍ୟ କରାଯାଉଛି। ଚାଇନାର ସ୍କିୟନ ସହରରେ ବିକ୍ରି ହେଉଥିବା ପିଇବା ପାଣି ବୋତଲ ଉପରେ ନିଖୋଜ ପିଲାମାନଙ୍କର ଫଟୋ ଲଗାଯାଉଛି। ଗ୍ରୋସରୀ ଦୋକାନଠାରୁ ଆରମ୍ଭକରି ସୁପରମାର୍କେଟରେ ବିକ୍ରି ହେଉଥିବା ଏହି ପାଣି ବୋତଲ ଉପରେ ନିଖୋଜ ପିଲାଙ୍ଗ ଫଟୋ ସାଙ୍ଗକୁ ସେମାନଙ୍କ ବିଷୟରେ ସୂଚନା ଦିଆଯାଉଛି। ସେମାନଙ୍କ ଜନ୍ମ ତାରିଖ, କେବେଠାରୁ ନିଖୋଜ ଆଦି। ଏଥିସହ ଏକ ବିଶେଷ ବାର୍ତ୍ତା ମଧ୍ୟ ଦିଆଯାଉଛି। ଏଥିରେ ଲେଖାଯାଉଛି, ଆପଣି ଯିଏବି ହୋଇଥାଆନ୍ତିୁ, ଆମ ପିଲାକୁ ସୁରକ୍ଷିତ ଆମ ଘର ପର୍ଯ୍ୟନ୍ତ ଆଣିବାରେ ସହଯୋଗ କରନ୍ତୁ।
୨୦୧୭ ମସିହାରୁ ଚାଇନାରେ ଏହି ଶୈଳୀକୁ ଆପଣାଯାଇଛି। ପାଣି ବୋତଲରେ ପିଲାମାନଙ୍କ ଏହି ଫଟୋ ଲଗାଇବା ଚିନ୍ତାଧାରା ଚାଇନାର ମୁଖ୍ୟ ଚେରିଟି ବେବି ହୋମ୍‌ କେୟାର ଏବଂ ବାଓ ବେଇ ଜିଆ ଫଣ୍ଡ୍‌ର। ଏହି ଅନୁଷ୍ଠାନଗୁଡିକ ୨୦୧୭ରୁ ଚାଇନାର ପ୍ରମୁଖ ବେଭରେଜ୍‌ କମ୍ପାନୀ ଅକ୍ସିଅଙ୍ଗ ସହ କାମ କରୁଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ଚାଇନାରୁ ୨୦ ହଜାରରୁ ୨ ଲକ୍ଷ ଶିଶୁ ନିଖୋଜ ହୋଇଥାନ୍ତି। ଏଥିମଧ୍ୟରେ ୬୪ ପ୍ରତିଶତ ପୁଅ ରହିଛନ୍ତି। ପିଲାମାନଙ୍କୁ ଖୋଜିବାର ଏହି ଶୈଳୀକୁ ସାରା ବିଶ୍ୱରେ ପସନ୍ଦ କରାଯାଉଛି। ଅନ୍ୟ ଦେଶର ଲୋକମାନେ ମଧ୍ୟ ଏହି ପଦ୍ଧତି ଆପଣାଇବାକୁ ନିଜ ଦେଶର ସରକାରଙ୍କୁ ନିବେଦନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆ ପଞ୍ଚାୟତରେ ଆନ୍ଧ୍ର ତହସିଲଦାର, SIR ସର୍ଭେକୁ ନେଇ…

ପଟାଙ୍ଗି,୮ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକରେ ପଡ଼ୋଶୀ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଅନୁପ୍ରବେଶ…

ଭିଜିଲାନ୍ସ ଜାଲରେ ରେଞ୍ଜର, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ ସ୍ଥାନରେ ଚଢାଉ

କେନ୍ଦ୍ରାପଡା, ୮।୭ (ଜଗନ୍ନାଥ ଧଳ): କଟକସ୍ଥ ଭିଜିଲାନ୍ସ ବିଭାଗ ସ୍ବତନ୍ତ୍ର ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ରେଞ୍ଜର ରବିନ୍ଦ୍ର କୁମାର ନାୟକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

‘ସେ ଏହାର ଯୋଗ୍ୟ ଥିଲେ’: ବାରୁଇପୁର ବଳାତ୍କାର-ହତ୍ୟା ଅଭିଯୁକ୍ତଙ୍କ ମୃତଦେହ ନେବାକୁ ମନା କଲେ ମାଆ

କୋଲକାତା,୮।୭: ବାରୁଇପୁର ବଳାତ୍କାର ଏବଂ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳଙ୍କ ମାଆ ବୁଧବାର କହିଛନ୍ତି ଯେ ସେ ତାଙ୍କ ପୁଅର ମୃତଦେହ ଦାବି କରିବେ…

ଭିଜିଲାନ୍ସ ପଞ୍ଝାରେ ଖଣି ଉପନିର୍ଦ୍ଦେଶକ: ଏକକାଳୀନ ଚଢ଼ାଉବେଳେ ଘରୁ ମିଳିଲା ଏତେ ଟଙ୍କା

କୋରାପୁଟ/ଜୟପୁର,୮।୭ (ଅମିତାଭ ବେହେରା/ପବନ ପାଣିଗ୍ରାହୀ): ଜୟପୁରସ୍ଥିତ ଖଣି ବିଭାଗର ଉପନିର୍ଦ୍ଦେଶକ ସତ୍ୟଜିତ୍‌ ରାଉତ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି। ବାଲିଘାଟ…

ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌: ଫିଲ୍ମ ପୋଷ୍ଟର ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସେହି ପ୍ରଭାବଶାଳୀ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଯିଏ ଟିମ…

ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ସହ…

ଧାମନଗର,୮ା୭(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନରେ ଖୋଲାଖୋଲି ଚାଲୁଛି ବେଆଇନ କରତକଳ। ଏହି ବେଆଇନ କରତକଳଗୁଡିକୁ ଧରିବା ପାଇଁ କାର୍ଯ୍ୟରତ ରେଞ୍ଜର ବବୁଲ ମଲିକ…

ସୂର୍ଯ୍ୟ-ବୁଧଙ୍କ ଶୁଭ ସଂଯୋଗ: ଜୁଲାଇ ୧୩ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ବ୍ୟବସାୟରେ ମିଳିବ ପ୍ରଚୁର ଲାଭ

ସୂର୍ଯ୍ୟ ଓ ବୁଧଙ୍କ ମିଳନରେ ଗଠିତ ହେଉଛି ଶୁଭ ‘ବୁଧାଦିତ୍ୟ ଯୋଗ’ (ସୂର୍ଯ୍ୟ ଓ ବୁଧଙ୍କ ଯୁତି)। ଆସନ୍ତା ଜୁଲାଇ ୧୩ ତାରିଖ ସକାଳ ୬ଟା ୫୩…

Vaibhav Sooryavanshi: ଲଗାତାର ଦୁଇଟି ମ୍ୟାଚରେ ବିଫଳ, ଟିମ୍‌ରୁ ବାହାରି ଯିବେ ବୈଭବ ସୂର୍ଯ୍ୟବଂଶୀ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୭: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ, ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି, ଲଗାତାର ଦୁଇଟି ମ୍ୟାଚରେ ବ୍ୟାଟରେ ବିଫଳ ହୋଇଛନ୍ତି। ପ୍ରଶଂସକମାନେ ଟିମ ଇଣ୍ଡିଆ ପାଇଁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri