ଏଆଇ ସାହାଯ୍ୟରେ ପ୍ଲାଣ୍ଟ ଇମ୍ୟୁନିଟି ସିଷ୍ଟମ୍‌ ପ୍ରସ୍ତୁତ କଲେ ଚାଇନା ଗବେଷକ

ବେଜିଂ, ୨୪ା୮: ଫସଲକୁ ସାଂଘାତିକ ରୋଗ ଏବଂ ଜୀବାଣୁ, ଭୂତାଣୁ ଓ କବକ ଆକ୍ରମଣରୁ ରକ୍ଷା କରିବା ପାଇଁ ଚାଇନା ଗବେଷକମାନେ କୃତ୍ରିମ ପ୍ରତିରୋଧକ ବ୍ୟବସ୍ଥା ବିକଶିତ କରିଛନ୍ତି। ଏଆଇ ସହାୟତାରେ ପ୍ରସ୍ତୁତ ଏହି ପ୍ଲାଟ୍‌ଫର୍ମ ଦ୍ୱାରା ମାତ୍ର କେଇ ସପ୍ତାହ ମଧ୍ୟରେ ସ୍ବେଚ୍ଛାକୃତ ପ୍ରତିରୋଧକ ରିସେପ୍ଟର ତିଆରି କରାଯାଇପାରିବ, ଯାହା ନୂତନ ରୋଗକାରକକୁ ଚିହ୍ନଟ କରି ତୁରନ୍ତ ନଷ୍ଟ କରିବାରେ ସାହାଯ୍ୟ କରିବ।
ଚାଇନିଜ୍‌ ଏକାଡେମୀ ଅଫ୍‌ ସାଇନ୍ସେସ୍‌ ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଜେନେଟିକ୍ସ ଆଣ୍ଡ୍‌ ଡେଭଲପମେଣ୍ଟାଲ ବାୟୋଲୋଜି’ ଏବଂ ବାୟୋଟେକ୍ନୋଲୋଜି କମ୍ପାନୀ ‘କ୍ୟୁଆଇ ବାୟୋଡିଜାଇନ’ର ଗବେଷକମାନେ ମିଳିତ ଭାବେ ଏହି ସଫଳତା ହାସଲ କରିଛନ୍ତି। ସେମାନଙ୍କର ଏହି ଗବେଷଣାପତ୍ର ପ୍ରସିଦ୍ଧ ବିଜ୍ଞାନ ପତ୍ରିକା ‘ସାଇନ୍ସ’ରେ ପ୍ରକାଶ ପାଇଛି। ବର୍ତ୍ତମାନର ଏକକ-ଫସଲ ଚାଷ ବ୍ୟବସ୍ଥାରେ ରୋଗ ସୃଷ୍ଟିକାରୀ ଜୀବାଣୁ ଓ ଭୂତାଣୁଗୁଡ଼ିକ ଦ୍ରୁତଗତିରେ ନିଜ ରୂପ ବଦଳାଉଛନ୍ତି। ଏହାଦ୍ୱାରା ଫସଲର ପ୍ରାକୃତିକ ରୋଗପ୍ରତିରୋଧକ କ୍ଷମତା ହ୍ରାସ ପାଉଛି। ଏହି ଜୈବିକ ଦୁର୍ବଳତା ଯୋଗୁ କୃଷି-ଜୈବ ନିରାପତ୍ତା ପ୍ରତି ବିପଦ ବୃଦ୍ଧି ପାଉଛି ଏବଂ ଏହା ‘ଏଗ୍ରୋ-ଟେରୋରିଜମ’ କିମ୍ବା ଜୈବ ଅସ୍ତ୍ରର ଆଶଙ୍କାକୁ ବଢ଼ାଇଦେଉଛି। ସାଧାରଣତଃ ନୂତନ ରୋଗପ୍ରତିରୋଧକ ଫସଲ ବିକଶିତ କରିବା ପାଇଁ ବର୍ଷ ବର୍ଷ ସମୟ ଲାଗିଥାଏ। ମାତ୍ର ଏଆଇ-ପରିଚାଳିତ ପ୍ରୋଟିନ ଡିଜାଇନ ଦ୍ୱାରା ଏବେ ମାତ୍ର କିଛି ସପ୍ତାହ ମଧ୍ୟରେ ଏହି କୃତ୍ରିମ ରିସେପ୍ଟର ପ୍ରସ୍ତୁତ କରାଯାଇପାରିବ। ଏହି ସିନ୍ଥେଟିକ ରିସେପ୍ଟରଗୁଡ଼ିକୁ ଗଛ ଭିତରେ ସ୍ଥାପନ କରାଯିବ। ଜୀବାଣୁ କିମ୍ବା ଭୂତାଣୁ ନିର୍ଗତ କରୁଥିବା ପ୍ରୋଟିନ୍‌କୁ ଏହି ରିସେପ୍ଟର ତୁରନ୍ତ ଚିହ୍ନଟ କରି ଗଛର ନିଜସ୍ବ ରୋଗପ୍ରତିରୋଧକ ପ୍ରକ୍ରିୟାକୁ ସକ୍ରିୟ କରାଇବ, ଯଦ୍ଦ୍ବାରା ରୋଗ ଆରମ୍ଭରୁ ହିଁ ନଷ୍ଟ ହୋଇଯିବ ବୋଲି ଗବେଷକମାନେ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାତୀ ନଦୀରେ ବନ୍ୟା: ଧୋଇନେଲା ରାସ୍ତା, ଜୁନାଗଡ଼-କଲମପୁର ଯାତାୟାତ ବିଚ୍ଛିନ୍ନ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ୨ ଦିନ ଧରି ଲଗାଣବର୍ଷା ଯୋଗୁ ନଦୀଗୁଡିକର ଜଳସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାର ମଧ୍ୟଭାଗରେ ପ୍ରବାହିତ ହେଉଥିବା…

କେରଳ ସୁନ୍ଦରୀ କୈଜିଆ ଲିଜ ମାଜ୍ଜୋ ହେଲେ ମିସ ଇଣ୍ଡିଆ ୟୁନିଭର୍ସ 2026, ମୁକୁଟ ପିନ୍ଧାଇଲେ ମନିକା ବିଶ୍ୱକର୍ମା

ନୂଆଦିଲ୍ଲୀ,୨୪।୮: ମିସ ୟୁନିଭର୍ସ ଇଣ୍ଡିଆ ୨୦୨୬ ହେଉଛି ମିସ ୟୁନିଭର୍ସ ଇଣ୍ଡିଆ ପ୍ରତିଯୋଗିତାର ତୃତୀୟ ସଂସ୍କରଣ, ଯାହା ୨୩ ଅଗଷ୍ଟ, ୨୦୨୬ରେ ରାଜସ୍ଥାନର ଜୟପୁରର ଜୀ ଷ୍ଟୁଡିଓରେ…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

୬୩ ବର୍ଷ ତଳେ ପେଟ୍ରୋଲ ଦର ଥିଲା ୭୨ ପଇସା, ରସିଦ୍‌ ପ୍ରଦାନ କରି ଅବସରପ୍ରାପ୍ତ ଏସ୍‌ବିଆଇ ଅଧିକାରୀ କହିଲେ…

କଟକ ସଦର,୨୪ା୮(ସୁଶାନ୍ତ କୁମାର ଜେନା): ବର୍ତ୍ତମାନ ପେଟ୍ରୋଲ ଦର ସ୍ଥାନ ବିଶେଷରେ ୧୧୦ ଟଙ୍କାରେ ପହଞ୍ଚିଲାଣି। ଦର ବଢ଼ିବା ସହିତ ଚାହିଦା ମଧ୍ୟ ଦିନକୁ ଦିନ ବୃଦ୍ଧି…

ରାଜ୍ୟରୁ ୨୪ ହଜାର ଶିଶୁ ନିଖୋଜ: ୨୦୨୪ରେ ସର୍ବାଧିକ ୬,୨୨୩ ନିଖୋଜ, ୮୭% ଝିଅ

ଭୁବନେଶ୍ୱର,୨୪।୮(ତ୍ରିନାଥ ମହାନ୍ତି ): ଯାଜପୁର ଜିଲାର ପିହୁ ହେଉ ଅବା ନୟାଗଡ଼ର ପରୀ। ରାଜ୍ୟର ବିଭିନ୍ନ ଜିଲାରୁ କୋମଳମତି ଶିଶୁ ନିଖୋଜ ହୋଇଯାଉଛନ୍ତି। ସେମାନଙ୍କୁ ଖୋଜିବା ପାଇଁ…

ପିଆଜ ଦର ବୃଦ୍ଧି ଉପରେ ସରକାରଙ୍କ ବଡ଼ ଆକ୍ସନ, ଏବେ ଏଇଠୁ ଆସିଲା ପରେ ମିଳିବ ଶସ୍ତା ପିଆଜ

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବୃଦ୍ଧିରେ ପୁଣି ଥରେ ଚେପା ହେଲେଣି ସାଧାରଣ ପରିବାରର। ଦେଶର ଅନେକ ସ୍ଥାନରେ ଦର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ବୃଦ୍ଧିକୁ…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

ବେଆଇନ ଗଛକଟା, ଲଘୁ ଖଣିଜ ସମ୍ପଦ ଲୁଟ୍‌, ମାସକ ମଧ୍ୟରେ ରିପୋର୍ଟ ଲୋଡ଼ିଲେ ଏନ୍‌ଜିଟି

ଭୁବନେଶ୍ୱର,୨୪।୮(ରବିନାରାୟଣ ଜେନା): ରାଜ୍ୟରେ ଲଘୁ ଖଣିଜ ସମ୍ପଦ ମନଇଚ୍ଛା ଖୋଳା ଚାଲିଛି। ସରକାରୀ ନୀତି ଗୋଟିଏ କଥା କହୁଥିବାବେଳେ ଲିଜ୍‌ଧାରୀମାନେ ସେସବୁକୁ ଭ୍ରୂକ୍ଷେପ ନ କରି ଯେଉଁଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri