ଚାଇନାର ବ୍ରେନ୍‌ ଡ୍ରେନ୍‌ ଯୋଜନା, ତାଇଓ୍ବାନ ଇଞ୍ଜିନିୟରଙ୍କୁ ଅଧିକ ଦରମାରେ ଦେଉଛି ନିଯୁକ୍ତି…

ବେଜିଂ, ୫।୫ : ପଡୋଶୀ ଦେଶଙ୍କୁ ହଇରାଣ କରିବା ପାଇଁ ଚାଇନା ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିଥାଏ। ତାଇଓ୍ବାନକୁ ସମସ୍ୟାରେ ପକାଇବା ଲାଗି ଚାଇନା ଏବେ ନୂଆ ରଣନୀତି ଆପଣେଇଛି। ଚାଇନା କମ୍ପାନୀଗୁଡିକ ତାଇୱାନର ସେମିକଣ୍ଡକ୍ଟର ତିଆରି କରୁଥିବା ଇଞ୍ଜିନିୟର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଟ୍ରାପ କରୁଛନ୍ତି। ସେମାନଙ୍କୁ ଅଧିକ ଦରମାର ପ୍ରଲୋଭନ ଦେଖାଇ ବ୍ରେନ୍‌ ଡ୍ରେନ୍‌ ଯୋଜନା କରୁଛନ୍ତି।

ଚାଇନାର ଏଭଳି କାର୍ଯ୍ୟ ନେଇ ତାଇୱାନ ଭୟଭୀତ ହେବାରେ ଲାଗିଛି। ତାଇଦ୍ୱାନ ଚିନ୍ଦା କରୁଛି ଯେ ଯଦି ସେମିକଣ୍ଡକ୍ଟର ତିଆରି ଇଞ୍ଜିନିୟର୍‌ ଏବଂ କାର୍ଯ୍ୟନିର୍ବାହୀମାନେ ଚାଇନାକୁ ଯାଆନ୍ତି, ତେବେ ସେମାନେ ମଧ୍ୟ ଚାଇନା ସହ ମିଶି ଗୁପ୍ତଚରୀ କାର୍ଯ୍ୟ କରିବେ। ଏହା ସହିତ ତାଇୱାନ ପାଇଁ ଆର୍ଥିକ କ୍ଷତି ମଧ୍ୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ଜାଣତରେ ଏଭଳି ହେଉଥିବା କୁହାଯାଉଛି।

ଏହା ପୂର୍ବରୁ ତାଇୱାନର ଟ୍ରେଡ୍‌ ସିକ୍ରେଟ୍‌କୁ ବାହାରକୁ ନ ଯିବା ଲାଗି ରୋକିବା ପାଇଁ ଚାଇନା ପକ୍ଷରୁ ଦେଶର ଜାତୀୟ ସୁରକ୍ଷା ଆଇନକୁ ଆହୁରି ମଜବୁତ କରିବାକୁ କ୍ୟାବିନେଟରେ ପ୍ରସ୍ତାବ ଆଗତ ହୋଇଥିଲା ବୋଲି ଗଣମାଧ୍ୟମ ସଂସ୍ଥା ଅଲ ଜଜିରା ରିପୋର୍ଟ କରିଛି। ଏହା ବ୍ୟତୀତ ଅର୍ଥକୈତିକ ଗୁପ୍ତଚରୀ ସହିତ ଜଡ଼ିତ ବ୍ୟକ୍ତି ବିଶେଷଙ୍କୁ ଜାତୀୟ ଆଇନ ଅନୁଯାୟୀ କଠୋର ଦଣ୍ଡ ମଧ୍ୟ ଦିଆଯାଇପାରେ। ପ୍ରସ୍ତାବ ଅନୁଯାୟୀ, ଏହି ଅପରାଧରେ ଜଡିତ ଥିବା ବ୍ୟକ୍ତିଙ୍କୁ ୧୦-୧୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଦିଆଯାଇପାରେ ଏବଂ ଜୋରିମାନା ମଧ୍ୟ ଲାଗୁ କରାଯିବ।

ତାଇୱାନ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ସମଗ୍ର ପୃଥିବୀରେ ଶୀର୍ଷରେ ରହିଛି। ଏହା ପୃଥିବୀରେ ଉତ୍ପାଦିତ ହେଉଥିବା ମୋଟ ସେମିକଣ୍ଡକ୍ଟରର ଅଧାରୁ ଅଧିକ ଉତ୍ପାଦନ କରିଥାଏ। ତାଇପେଇର ନ୍ୟାଶନାଲ ୟାଙ୍ଗ ମିଙ୍ଗ ଚିଆଓ ଟୁଙ୍ଗ ୟୁନିଭରସିଟିର ଅନ୍ତର୍ଜାତୀୟ ସମ୍ପର୍କର ସହଯୋଗୀ ପ୍ରଫେସର ଏରିକ ୟି-ହଙ୍ଗ ଚିୟୁ କହିଛନ୍ତି ଯେ ୨୦୨୦ରେ ତାଇୱାନର ରପ୍ତାନୀର ୩୫ ପ୍ରତିଶତ ଅଂଶ କେବଳ ସେମିକଣ୍ଡକ୍ଟର ଥିଲା। ଏକ ଦଶନ୍ଧି ପୂର୍ବରୁ ଏହା ୧୮ ପ୍ରତିଶତରେ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ହଠାତ୍‌ ଏତେ ଟଙ୍କା କମିଗଲା ଚିନିଦର! ଜାଣନ୍ତୁ କେବେଠୁ ଲାଗୁ ହେବ…

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ସରକାର ଚିନି ଆମଦାନୀ ପାଇଁ ଅନୁମତି ଦେବା ଏବଂ କଳାବଜାରୀ ଉପରେ କଡ଼ା ପଦକ୍ଷେପ ନେବା ପରେ ଚିନିର ଏକ୍ସ-ମିଲ୍…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri