ଦିଗପହଣ୍ଡିରେ ଖାଦ୍ୟ ସୁରକ୍ଷା ଯୋଜନା ପ୍ରହସନ

ଦିଗପହଣ୍ଡି, ୫।୫(ଡି.ଏନ.ଏ.): ଦିଗପହଣ୍ଡି ବ୍ଲକ ଅଧୀନ ଅନେକ ଗ୍ରାମାଞ୍ଚଳରେ ରାଶନ କାର୍ଡ ପାଇବା ପାଇଁ ଅନେକ ଯୋଗ୍ୟ ହିତାଧିକାରୀ ଅପେକ୍ଷା କରି ରହିଛନ୍ତି। ହେଲେ ସେମାନଙ୍କୁ ରାଶନ କାର୍ଡ ମିଳୁନାହିଁ। ଖାଦ୍ୟ ସୁରକ୍ଷା ଯୋଜନା ପ୍ରହସନ ପାଲଟିଛି। ବହୁ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ରାଶନ କାର୍ଡ ଥିଲେ ମଧ୍ୟ ଆଧାର କାର୍ଡରେ ସେମାନଙ୍କ ନାଁ ଭୁଲ ଥିବା ସହ ଫିଙ୍ଗର ପ୍ରିଣ୍ଟ ମିଶୁ ନଥିବାରୁ ସେମାନଙ୍କୁ ରାଶନ କାର୍ଡ ତାଲିକାରୁ ବାଦ୍‌ ଦିଆଯାଇଥିବା ଗୁରୁତର ଅଭିଯୋଗ ହୋଇଛି। ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତର ଅନୁସୂଚିତ ଜନଜାତି ବହୁଳ ଛଣବଗଡ, ତଡାସାହି, ନୂଆଗାଁ, ମଳକୁଟପଲ୍ଲି, କିଞ୍ଚରଡ଼ା, ଡଲି ମହୁଲପଡ଼ା, ବାଟ ମହୁଲପଡ଼ା ଗାଁର ପ୍ରାୟ ୩୨ରୁ ଊଦ୍ଧର୍‌ବ ପରିବାରଙ୍କ ରାଶନ କାର୍ଡ ଥିଲେ ମଧ୍ୟ ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଗତ ୬ ମାସରୁ ଊଦ୍ଧର୍‌ବ ହେଲା ଚାଉଳ ମିଳୁନଥିବା ସଙ୍ଗୀନ ଅଭିଯୋଗ ହୋଇଛି। ସରକାରୀ ଯୋଜନା ସେମାନଙ୍କ ପାଇଁ ବାଟବଣା ହୋଇଥିବା ବେଳେ ପ୍ରଶାସନିକ ଅଧିକାରୀ ମାନଙ୍କ ଅଣଦେଖା କାରଣରୁ ରାଶନ କାର୍ଡଥିଲେ ମଧ୍ୟ ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ମିଳିପାରୁନାହିଁ। ରାଶନ କାର୍ଡରେ ଚାଉଳ ପାଇବା ପାଇଁ ମଳକୁଟପଲ୍ଲି ଗାଁର ସୁବାସି ମଲ୍ଲିକ, ପଦ୍ମ ମଲ୍ଲିକ, ଯମୁନା ମଲ୍ଲିକ ପ୍ରଭୃତି ପରିବାର ମୁଖିଆ ମାନଙ୍କ ନାଁରେ ରାଶନ କାର୍ଡ ଥିଲେ ମଧ୍ୟ ସେମାନେ ଚାଉଳ ପାଇବାରୁ ବଞ୍ଚିତ ହେଉଥିବା ସାନଡୁମ୍ବୁଳା ଗ୍ରାମର ସାମାଜିକ କର୍ମୀ ଡ.ପ୍ରଫୁଲ୍ଲ ପ୍ରଧାନ ଅଭିଯୋଗ କରିଛନ୍ତି। ରାଶନ କାର୍ଡ ଥାଇ ମଧ୍ୟ ଚାଉଳ ପାଇବାରୁ ବଞ୍ଚିତ ହୋଇଥିବା ପ୍ରାୟ ୩୨ ପରିବାରଙ୍କୁ ସେ ସୋମବାର ୨୦ କେଜି ଲେଖାଏ ଚାଉଳ ବଣ୍ଟନ କରିଛନ୍ତି। ପଞ୍ଚାୟତ ଅଧିନରେ ଥିବା ଗାଁ ଗୁଡିକରେ ବହୁ ଯୋଗ୍ୟ ହିତାଧିକାରୀ ରାଶନ କାର୍ଡରେ ଚାଉଳ ପାଇବା ପାଇଁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟର ଯୋଗାଣ ବିଭାଗ ଅଧିକାରୀ ଏବଂ ବ୍ରହ୍ମପୁର ଉପ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡି ଥିବା ବେଳେ ସେମାନଙ୍କୁ ଚାଉଳ ମିଳୁନାହିଁ। ଆଜି ଆସ କାଲି ଆସ ଯୋଗାଣ ବିଭାଗ ଲିଙ୍କ୍‌ ଖୋଲୁ ନାହିଁ ବୋଲି କହି ଅଧିକାରୀ ମାନେ ସେମାନଙ୍କୁ ବାରମ୍ବାର ଦୌଡ଼ାଉଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ଦିଗପହଣ୍ଡି ଯୋଗାଣ ଅଧିକାରୀ ବ୍ରଜେଶରଏଙ୍କୁ ଏନେଇ ଯୋଗାଯୋଗ କରିବାରେ ବଡ଼ଡୁମ୍ବୁଳା ପଞ୍ଚାୟତର ଅନେକ ଗାଁରେ ରାଶନ କାର୍ଡ ସହ ଆଧାର କାର୍ଡ ଲିଙ୍କ୍‌ କରାଯିବା ପରେ ଜଣେ ବ୍ୟକ୍ତିଙ୍କ ନାଁରେ ଏକାଧିକ କାର୍ଡ ଥିବାରୁ ଅନେକ ରାଶନ କାର୍ଡ ହୋଲ୍ଡ ହୋଇଯାଇଛି। ଫଳରେ ଏସବୁ ଅସୁବିଧା ଉପୁଜିଛି। ସେ ଏନେଇ ପୂର୍ବରୁ ଅଭିଯୋଗ ପାଇବା ପରେ ତଦନ୍ତ କରିଥିଲେ। କିନ୍ତୁ ସରକାରୀ ସ୍ତରରେ ନୂଆ କାର୍ଡ ପାଇଁ ଟାର୍ଗେଟ ଆସିନଥିବା କାରଣରୁ ପ୍ରକୃତ ହିତାଧିକାରୀଙ୍କୁ ନୂଆ କାର୍ଡ ପ୍ରଦାନ କରାଯାଇପାରିବ ନାହିଁ। ଏ ସମ୍ପର୍କରେ ଅଧିକା ଯାଞ୍ଚ କରାଯିବ ବୋଲି ସେ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ପଞ୍ଚାୟତ ଯୋଗାଣ ସହାୟକ ଗୋପାଳ କୃଷ୍ଣ ପଣ୍ଡାଙ୍କୁ ଏ ନେଇ ପଚାରିବାରୁ ଆଧାର କାର୍ଡ ସହ ରାଶନ କାର୍ଡ ଲିଙ୍କ୍‌ କାରଣରୁ ଅନେକ ହିତାଧିକାରୀଙ୍କ ଆଧାର କାର୍ଡ ମିସ୍‌ ମ୍ୟାଚିଂ କାରଣରୁ ରାଶନ କାର୍ଡ ତାଲିକାରୁ ନାଁ କଟିଯାଇଥିବା କହିଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ପାଉଥିବା ହିତାଧିକାରୀଙ୍କ ଚାଉଳ କ’ଣ ହେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁପୁତ୍ରକୁ ମିଳିଲା ଚିକିତ୍ସା ସେବା

ବରଗଡ଼ ଅଫିସ,୮।୧: ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ-୧ ନିଗମାନନ୍ଦ ବିହାର ବାସିନ୍ଦା ପୂଜା ଓ କଲ୍ଲୁ ଯାଦବଙ୍କ ୧୪ମାସର ପୁଅ ସାଇଙ୍କୁ ଚିକିତ୍ସା...

ନିହଲପ୍ରସାଦରେ ନଗଡ଼ାର ଚିତ୍ର: ସତ୍ୟ ଶଯ୍ୟାଶାୟୀ

ଢେଙ୍କାନାଳ ଅଫିସ, ୧୫।୯ – କଙ୍କାଳସାର ଶରୀର। ଗଣି ହୋଇଯାଉଛି ପଞ୍ଜରା। ଦେହସାରା ଗଭୀର କ୍ଷତ। ଉଠି ବସିବାକୁ ବଳ ନାହିଁ। ନିସ୍ତେଜ ହୋଇ ବିଛଣାରେ...

ନିର୍ମାଣ ଶ୍ରମିକଙ୍କ ଆନ୍ଦୋଳନ

ରସୁଲପୁର, ୧୮।୧୧(ଡି.ଏନ.ଏ.): ରସୁଲପୁର ବ୍ଲକ ବାରବାଟୀ ପଞ୍ଚାୟତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱସ୍ଥ ମହିଳା ହାଟଠାରେ ବୁଧବାର ୫୦୦ରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକ ଆନ୍ଦୋଳନ...

୨୪ ଘଣ୍ଟାରେ ମୌସୁମୀ: କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୦।୬(ବ୍ୟୁରୋ)-ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ। ଏଥିପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ...

ବିକାଶ ଅପେକ୍ଷାରେ ‘ସୀତାକୁଣ୍ଡ’

ବାରିପଦା ଅଫିସ,୪ା୧୧: ପ୍ରାକୃତିକ ପରିବେଶ ଭରା ମୟୂରଭଞ୍ଜ ଜିଲାର ଶିମିଳିପାଳ ଅଭୟାରଣ୍ୟ। ଏହାର ଚତୁଃପାର୍ଶ୍ୱରେ ଥିବା ଅନେକ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ସୀତାକୁଣ୍ଡ ଜଳପ୍ରପାତ ଅନ୍ୟତମ। ଶାମାଖଣ୍ଟା...

ଆସନ୍ତା ଦୁଇ ସପ୍ତାହ ଗୁରୁତ୍ୱପୂର୍ଣ୍ଣ, କରୋନାଠାରୁ ୧୫ ଦିନର ମହଲତ ଛଡ଼ାଇ ଆଣିବାକୁ ପଡ଼ିବ: ବାଗ୍‌ଚୀ

ଭୁବନେଶ୍ୱର,୧।୪(ବ୍ୟୁରୋ): ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ମଙ୍ଗଳବାର ୨୦୦ ଦେଶରେ କରୋନାର ଚିହ୍ନଟ ହୋଇଥିବା ବେଳେ ବୁଧବାର ଅପରାହ୍ନ...

ପୁଅର ମୃତଦେହ ଦେଖି ଟଳି ପଡ଼ିଲେ ବାପା

ବଲାଙ୍ଗୀର ଅଫିସ,୧୫ା୧: ପୁଅର ମୃତଦେହ ଦେଖି ଟଳି ପଡିଲେ ବାପା। ଦୁଇ ଜଣଙ୍କୁ ହରାଇବାର ଦୁଃଖରେ କାନ୍ଦ ବୋବାଳିରେ ଫାଟି ପଡିଲା ଘର। ଏଭଳି ଅଭାବନୀୟ...

ଶକ୍ତି ସୁଗାର୍ସ ସ୍ଥାନ ନେଲା ଆଇପିଏଲ୍‌

ଢେଙ୍କାନାଳ ଅଫିସ, ୧୨।୧୧: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ହରିପୁର ଗ୍ରାମ ୫୫ନଂ. ଜାତୀୟ ରାଜପଥ ନିକଟରେ ପ୍ରତିଷ୍ଠିତ ପ୍ରମୁଖ ଚିନି କାରଖାନା ‘ଶକ୍ତି ସୁଗାର୍ସ’ର...

Advertisement
Archives

Model This Week