ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନାର ବେଆଇନ ମାଛଧରାରେ ଲାଗିବ ରୋକ…

ଓ୍ବାଶିଂଟନ, ୨୧।୮ : ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନା ବେଆଇନ ଭାବେ ମାଛ ଧରିବା ଜାରି ରଖିଛି। ଏହା ଦ୍ୱାରା ଚାଇନା ବେଶ୍‌ ଲାଭାନ୍ବିତ ହେଉଛି। ଏହି ଅଞ୍ଚଳରେ ଥିବା ଛୋଟ ଛୋଟ ଦେଶଙ୍କ ପକ୍ଷରୁ ଏନେଇ ଆପତ୍ତି କରାଯାଉଥିଲେ ମଧ୍ୟ ଚାଇନା ଏସବୁ ଖାତିର କରୁନାହିଁ। ତେବେ ବର୍ତ୍ତମାନ କ୍ୱାଡ ସଂଗଠନ ସଦସ୍ୟ ଆମେରିକା, ଅଷ୍ଟ୍ରେଲିଆ, ଜାପାନ ଏବଂ ଭାରତ ଚାଇନାର ଏଭଳି ମନମୁଖୀ କାର୍ଯ୍ୟକୁ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଛନ୍ତି।

ଏଥିପାଇଁ ଚାରି ଦେଶ ମନିଟରିଂ ସେଣ୍ଟର ଏବଂ ଟ୍ରାକିଂ ଉପଗ୍ରହକୁ ଏକତ୍ର କରି ଏପରି ଏକ ସିଷ୍ଟମ ତିଆରି କରିବେ ଯାହା ତୁରନ୍ତ ଚାଇନାର ଜାହାଜଗୁଡିକର ଅନଧିକୃତ ଅଞ୍ଚଳରେ ପ୍ରବେଶ ବିଷୟରେ ସୂଚନା ଦେବ। କ୍ୱାଡ ସାମୁଦ୍ରିକ ପଦକ୍ଷେପ ସିଙ୍ଗାପୁର ଏବଂ ଭାରତର ସିସିଟିଭି ସେଣ୍ଟରଗୁଡ଼ିକୁ ସଂଯୋଗ କରିବ। ଏହା ବେଆଇନ ଭାବେ ମାଛ ଧରୁଥିବା ଚାଇନାର ଜାହାଜଗୁଡ଼ିକୁ ମଧ୍ୟ ଚିହ୍ନଟ କରିବାରେ ସକ୍ଷମ ହେବ।

ତେବେ ଚାଇନା ମାଛଧରା ଜାହାଜଗୁଡ଼ିକ ଧରା ପଡ଼ିବା ଆଶଙ୍କାକୁ ଦୃଷ୍ଟିରେ ରଖି ସେମାନଙ୍କ ଟ୍ରାନ୍ସପଣ୍ଡର ଏବଂ ଇଞ୍ଜିନ ବନ୍ଦ କରିଦେଇଛନ୍ତି। ମାତ୍ର ଏହି ନୂତନ ସିଷ୍ଟମ ଦ୍ୱାରା ଟ୍ରାନ୍ସପଣ୍ଡର ଏବଂ ଇଞ୍ଜିନ ବନ୍ଦ ହେଲେ ମଧ୍ୟ ସୂଚନା ମିଳିପାରିବ। ସିଙ୍ଗାପୁରର ନାନିଆଙ୍ଗ ବୈଷୟିକ ବିଶ୍ୱବିଦ୍ୟାଳୟର ଡକ୍ଟର ହଂଜୋ ଝାଙ୍ଗ ଏବଂ ଜେନିଭାଇଭ ଡୋନେଲନ କହିଛନ୍ତି ଯେ ବିଶ୍ୱର ମାଛ ଯୋଗାଣରେ ଚାଇନା ସମସ୍ୟା ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନବସତି ଉପରେ ତାଲିବାନର ମୋର୍ଟାର ମାଡ଼: ୭ ସାଧାରଣ ଲୋକ ମୃତ

କାବୁଲ,୧୯।୧୧: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ସଂଗଠନ ପକ୍ଷରୁ ଜନବସତିକୁ ଟାର୍ଗେଟ୍‌ କରାଯାଇଛି। ତାଲିବାନର ମୋର୍ଟାର ମାଡ଼ରେ ୭ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ...

କରୋନା ଭାଇରସ ଭୟ: ପ୍ଲାଷ୍ଟିକରେ ନିଜକୁ ଘୋଡାଇ ରଖିଲେ ବିମାନ ଯାତ୍ରୀ

କାନବେରା,୨୪।୨: କରୋନା ଭାଇରସରେ ଏବେ ଭୟଭୀତ ସାରା ବିଶ୍ୱ। ଚାଇନାରେ ପ୍ରଥମେ ଏହା ଆରମ୍ଭ ହୋଇଥିବା ବେଳେ ଏବେ ବିଶ୍ୱର ବିଭିନ୍ନ ଭାଗକୁ ବ୍ୟାପିବାରେ ଲାଗିଛି।...

ବୁଚାରେ କଟା ହାତ: ନେଲ୍‌ପଲିସରୁ ମିଳିଲା ପରିଚୟ

କିଭ୍‌,୯ା୪: ୟୁକ୍ରେନ୍‌ର ବୁଚା ଗଣହତ୍ୟା ପରେ ଅନେକ ହୃଦୟବିଦାରକ ଛବି ସାମ୍ନାକୁ ଆସିବାରେ ଲାଗିଛି। ତନ୍ମଧ୍ୟରୁ ଏକ କଟା ହାତର ଫଟୋ ଏବେ ଭାଇରାଲ ହୋଇଛି।...

ଡିଏନ୍‌ଏରୁ ଜଣାପଡ଼ିବ ଭବିଷ୍ୟତରେ ଶିଶୁ ଡାକ୍ତର ଅବା ହେବ ଇଞ୍ଜିନିୟର…

ଭବିଷ୍ୟତରେ ଶିଶୁ କେଉଁ ପେଶାରେ ରହିବ ତାହା ଡିଏନ୍‌ଏରୁ ଜଣାପଡ଼ିବ। ଶିଶୁ ଡାକ୍ତର, ଇଞ୍ଜିନିୟର, କଳାକାର ଅବା ସାଧାରଣ କାର୍ଯ୍ୟ କରିବ ତାହା ଗୁଣସୁତ୍ରରେ ଥିବା...

ଗିରଫ ହେଲେ ବିଶ୍ୱ ସୁନ୍ଦରୀ

କଲମ୍ବୋ,୮।୪ : ନିକଟରେ ମିସ୍‌ ଶ୍ରୀଲଙ୍କାଙ୍କ ମୁଣ୍ଡରୁ ମୁକୁଟ ଛଡ଼ାଇ ନେଇଥିବା ବର୍ତ୍ତମାନ ମିସ୍‌ ଓ୍ବାଲର୍‌ଡ (ବିଶ୍ୱ ସୁନ୍ଦରୀ) କରୋଲିନ ଜୁରିଙ୍କୁ ଗୁରୁବାର ଗିରଫ କରିଛି...

‘ଶେପ୍‌ ଅଫ୍‌ ୟୁ’ କପିରାଇଟ୍‌ ଜିତିଲେ ଶିରାନ

ଲଣ୍ଡନ,୬।୪: ବ୍ରିଟିଶ ଗାୟକ ତଥା ଲେଖକ ଏଡ୍‌ ଶିରାନ ବୁଧବାର ତାଙ୍କର ହିଟ୍‌ ଗୀତ ‘ଶେପ୍‌ ଅଫ୍‌ ୟୁ’ର କପିରାଇଟ୍‌ ମାମଲା ଲଣ୍ଡନ ହାଇକୋର୍ଟରେ ଜିତି...

ଆତଙ୍କବାଦୀ ଓସାମା ବିନ ଲାଡେନଙ୍କୁ ମାରିଥିବା ପୂର୍ବତନ ଆମେରିକୀୟ କମାଣ୍ଡର ଗିରଫ

ଓ୍ବାଶିଂଟନ୍‌,୨୭।୮: ଆମେରିକାର ନୌସେନା ସିଲ କମାଣ୍ଡର ରବର୍ଟ ଜେ ଓନିଲ ଗିରଫ ହୋଇଛନ୍ତି। ମଦ୍ୟପାନରେ ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ପୂର୍ବତନ କମାଣ୍ଡରଙ୍କୁ ଟେକ୍ସାସ ସିଟିରେ ଗିରଫ...

ହଟିଲା ପୁଟିନ୍‌ଙ୍କ ମୂର୍ତ୍ତି

ପ୍ୟାରିସ୍‌,୩ା୩: ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ‘ହିଟ୍‌ଲର’ଙ୍କ ସହ ତୁଳନା କରାଯାଉଛି। ଏପରି କି ବିଭିନ୍ନ ଦେଶରେ ପୁଟିନ୍‌ଙ୍କ ବିରୋଧରେ...

Advertisement
Archives

Model This Week