ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନାର ବେଆଇନ ମାଛଧରାରେ ଲାଗିବ ରୋକ…

ଓ୍ବାଶିଂଟନ, ୨୧।୮ : ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନା ବେଆଇନ ଭାବେ ମାଛ ଧରିବା ଜାରି ରଖିଛି। ଏହା ଦ୍ୱାରା ଚାଇନା ବେଶ୍‌ ଲାଭାନ୍ବିତ ହେଉଛି। ଏହି ଅଞ୍ଚଳରେ ଥିବା ଛୋଟ ଛୋଟ ଦେଶଙ୍କ ପକ୍ଷରୁ ଏନେଇ ଆପତ୍ତି କରାଯାଉଥିଲେ ମଧ୍ୟ ଚାଇନା ଏସବୁ ଖାତିର କରୁନାହିଁ। ତେବେ ବର୍ତ୍ତମାନ କ୍ୱାଡ ସଂଗଠନ ସଦସ୍ୟ ଆମେରିକା, ଅଷ୍ଟ୍ରେଲିଆ, ଜାପାନ ଏବଂ ଭାରତ ଚାଇନାର ଏଭଳି ମନମୁଖୀ କାର୍ଯ୍ୟକୁ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଛନ୍ତି।

ଏଥିପାଇଁ ଚାରି ଦେଶ ମନିଟରିଂ ସେଣ୍ଟର ଏବଂ ଟ୍ରାକିଂ ଉପଗ୍ରହକୁ ଏକତ୍ର କରି ଏପରି ଏକ ସିଷ୍ଟମ ତିଆରି କରିବେ ଯାହା ତୁରନ୍ତ ଚାଇନାର ଜାହାଜଗୁଡିକର ଅନଧିକୃତ ଅଞ୍ଚଳରେ ପ୍ରବେଶ ବିଷୟରେ ସୂଚନା ଦେବ। କ୍ୱାଡ ସାମୁଦ୍ରିକ ପଦକ୍ଷେପ ସିଙ୍ଗାପୁର ଏବଂ ଭାରତର ସିସିଟିଭି ସେଣ୍ଟରଗୁଡ଼ିକୁ ସଂଯୋଗ କରିବ। ଏହା ବେଆଇନ ଭାବେ ମାଛ ଧରୁଥିବା ଚାଇନାର ଜାହାଜଗୁଡ଼ିକୁ ମଧ୍ୟ ଚିହ୍ନଟ କରିବାରେ ସକ୍ଷମ ହେବ।

ତେବେ ଚାଇନା ମାଛଧରା ଜାହାଜଗୁଡ଼ିକ ଧରା ପଡ଼ିବା ଆଶଙ୍କାକୁ ଦୃଷ୍ଟିରେ ରଖି ସେମାନଙ୍କ ଟ୍ରାନ୍ସପଣ୍ଡର ଏବଂ ଇଞ୍ଜିନ ବନ୍ଦ କରିଦେଇଛନ୍ତି। ମାତ୍ର ଏହି ନୂତନ ସିଷ୍ଟମ ଦ୍ୱାରା ଟ୍ରାନ୍ସପଣ୍ଡର ଏବଂ ଇଞ୍ଜିନ ବନ୍ଦ ହେଲେ ମଧ୍ୟ ସୂଚନା ମିଳିପାରିବ। ସିଙ୍ଗାପୁରର ନାନିଆଙ୍ଗ ବୈଷୟିକ ବିଶ୍ୱବିଦ୍ୟାଳୟର ଡକ୍ଟର ହଂଜୋ ଝାଙ୍ଗ ଏବଂ ଜେନିଭାଇଭ ଡୋନେଲନ କହିଛନ୍ତି ଯେ ବିଶ୍ୱର ମାଛ ଯୋଗାଣରେ ଚାଇନା ସମସ୍ୟା ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆବର୍ଜନା ସଫା କଲେ ଉପବାଚସ୍ପତି, ସମସ୍ତଙ୍କୁ ପରାମର୍ଶ ଦେଇ କହିଲେ…

ବଡ଼ଗାଁ,୨ା୧୦(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁଠାରେ ଶୁକ୍ରବାର ପୂର୍ବାହ୍ନରେ ଭାଜପା ପକ୍ଷରୁ ‘ସେବା ପକ୍ଷ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ,…

ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା…

ମିଠା ପ୍ୟାକେଟ୍‌ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ…

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?