ବଜାରକୁ ଆସିଲା ହୋଣ୍ଡା ଆକ୍ଟିଭାର ପ୍ରିମିୟମ ଏଡିଶନ, ୩ ରଙ୍ଗରେ ଉପଲବ୍ଧ

ନୂଆଦିଲ୍ଲୀ,୨୧।୮: ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା କମ୍ପାନୀ ‘ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ୍‌’ର ବହୁ ପ୍ରତୀକ୍ଷିତ ତଥା ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ହୋଣ୍ଡା ଆକ୍ଟିଭାର ପ୍ରିମିୟମ ଏଡିଶନ ନିକଟରେ ଉନ୍ମୋଚନ କରାଯାଇଥିଲା। ଏପରିକି ଗତ ୨ ଦଶନ୍ଧି ଧରି ଭରସାଯୋଗ୍ୟ ଓ ଅଦମ୍ୟ ଆକର୍ଷଣ ଜରିଆରେ ନିୟୁତାଧିକ ଗ୍ରାହକଙ୍କୁ ଉଲ୍ଲସିତ କରୁଥିବା ହୋଣ୍ଡା ଆକ୍ଟିଭାର ସମ୍ପୂର୍ଣ୍ଣ ନୂଆ ୨୦୨୨ ଆକ୍ଟିଭା ପ୍ରିମିୟମ ଏଡିଶନର ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି।

ସମ୍ପର୍କରେ ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ଆତସୁସି ଓଗାତା କହିଛନ୍ତି, ସାମ୍ନାରୁ ନେତୃତ୍ୱ ନେଇ ହୋଣ୍ଡା ଆକ୍ଟିଭା ଏହାର ସମ୍ପୂର୍ଣ୍ଣ ଅନ୍ତର୍ଭୁକ୍ତୀକରଣ ଆକର୍ଷଣ ସହ ଦେଶର ସବୁ ବୟସ ବର୍ଗର ଚାଳକଙ୍କ ଆବଶ୍ୟକତା ପୂରଣ କରୁଛି। ଗତ ୨ ଦଶନ୍ଧିରେ ଆକ୍ଟିଭା ବ୍ରାଣ୍ଡ୍‌ରେ କେବଳ ପ୍ରଯୁକ୍ତି ଅଭ୍ୟୁଦୟ ହୋଇନାହିଁ ବରଂ ଏହାର ଡିଜାଇନ ଆକର୍ଷଣରେ ମଧ୍ୟ ଉନ୍ନତି ହୋଇଛି। ଏହା ପ୍ରତି ନୂଆ ଅପ୍‌ଡେଟ୍‌ ସହ ଆହୁରି ଆକର୍ଷଣୀୟ ଓ ଟ୍ରେଣ୍ଡି ହୋଇପାରିଛି। ୨୦୨୨ ପ୍ରିମିୟମ ଏଡିଶନ ସହ ଆମେ ସମ୍ପୂର୍ଣ୍ଣ ନୂଆ ଅବତାରରେ ଆକ୍ଟିଭାକୁ ଆଣିଥିବାରୁ ଉଲ୍ଲସିତ। ଏହାର ଗ୍ରାହକମାନଙ୍କୁ ସୁବର୍ଣ୍ଣ ସ୍ପର୍ଶ ସହ ଅତୁଳନୀୟ ସମୃଦ୍ଧିର ପ୍ରତିଶ୍ରୁତି ପ୍ରଦାନ କରୁଛି।

ଆକ୍ଟିଭା ପ୍ରିମିୟମ ଏଡିଶନ ୩ଟି ଆକର୍ଷଣୀୟ ରଙ୍ଗ-ମ୍ୟାଟ୍‌ ସାଙ୍ଗ୍ରିଆ ରେଡ୍‌ ମେଟାଲିକ୍‌, ମ୍ୟାଟ୍‌ ମାର୍ସଲ୍‌ ଗ୍ରିନ୍‌ ମେଟାଲିକ୍‌ ଓ ପର୍ଲ ସାଇରନ୍‌ ବ୍ଲୁ ରଙ୍ଗରେ ଉପଲବ୍ଧ ହେଉଛି। ସମ୍ପୂର୍ଣ୍ଣ ନୂଆ ଆକ୍ଟିଭା ପ୍ରିମିୟମ ଏଡିଶନ କେବଳ ଡିଲକ୍ସ ଭାରିଆଣ୍ଟରେ ଉପଲବ୍ଧ ହେବ ଏବଂ ଏହାର ମୂଲ୍ୟ (ଏକ୍ସ ଶୋ’ରୁମ୍‌, ଦିଲ୍ଲୀ) ୭୫,୪୦୦ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ପତାକା ଉତ୍ତୋଳନ କଲେ ବିଜୟ, ଆଗ ଧାଡିରେ ନଜର ଆସିଲେ ତ୍ରିଶା

ଚେନ୍ନାଇ,୧୫।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଫୋର୍ଟ ସେଣ୍ଟ ଜର୍ଜ କମ୍ପ୍ଲେକ୍ସରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ମାତାପିତା ଏବଂ ଘନିଷ୍ଠ ବନ୍ଧୁ…

ଜାତୀୟ ପତାକା ଉତ୍ତୋଳନ ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ, ତଳେ ଗଡ଼ି ଦେଖାଇଲେ ଅସ୍ବାଭାବିକ ଆଚରଣ

ଦେବଗଡ଼,୧୫ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ପଡିଆନାଲି ୟୁଜିୟୁପି ସ୍କୁଲରେ ସ୍ବାଧୀନତା ଦିବସରେ ଏକ ଅଘଟଣ ଘଟିଛି । ଜାତୀୟ ପତାକା ଉତ୍ତୋଳନ ପରେ…

ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ, ଲୋକେସନ୍‌ ଟ୍ରାକ୍‌ କରି ତନାଘନା ଚଳାଇଛି ପୋଲିସ

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା)ଙ୍କୁ କିଛି ଲୋକ ଅପହରଣ କରିଥିବା ପରିବାର ଲୋକେ ସନ୍ଦେହ କରି ବଲାଙ୍ଗୀର ଟାଉନ ଥାନାରେ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri