ଆବର୍ଜନା ସଫା କଲେ ଉପବାଚସ୍ପତି, ସମସ୍ତଙ୍କୁ ପରାମର୍ଶ ଦେଇ କହିଲେ…

ବଡ଼ଗାଁ,୨ା୧୦(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁଠାରେ ଶୁକ୍ରବାର ପୂର୍ବାହ୍ନରେ ଭାଜପା ପକ୍ଷରୁ ‘ସେବା ପକ୍ଷ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ, ତହସିଲଦାର ଝରଣା ପ୍ରଧାନ, ବିପିଏମ୍‌ ଗୀତାଞ୍ଜଳୀ ରାଉତରାୟ, ଥାନା ଆଇଆଇସି ମୁକେଶ ସାହାଣୀ, ଫରେଷ୍ଟ ରେଞ୍ଜର ଅମୂଲ୍ୟ ସେନାପତି, ବ୍ଲକ ଅଧ୍ୟକ୍ଷା ଦୁଲାରୀ ସୋରେଙ୍ଗ, ଉପାଧ୍ୟକ୍ଷା ରଶ୍ମିତା ପଟେଲ, ସ୍ୱଚ୍ଛ ଭାରତ ଅଭିଯାନର ଜିଲା ସଭାପତି ତପନ କୁମାର ପଟେଲ, ସଂଯୋଜକ ତାପସ ସିଂହ, ଭାଜପା ଜିଲା ସାଧାରଣ ସମ୍ପାଦକ ଅମୀର ନାଏକ, ଜିଲା ଉପସଭାପତି ଶିଶିର ରାଉତରାୟ, ବ୍ଲକ ସଭାପତି ଅକ୍ଷୟ ଦେଓ, ଜିଲା ଉପସଭାପତି ଶକୁନ୍ତଳା କାଲୋ, ଜିଲା ସାଧାରଣ ସମ୍ପାଦକ ସୁରେନ୍ଦ୍ର ଦେହୁରୀଙ୍କ ସମେତ ଦଳୀୟ କର୍ମକର୍ତ୍ତା ଉପାଧ୍ୟାୟ ପାଣିଗ୍ରାହୀ, ଅଚ୍ୟୁତ ସାହୁ, ଫକୀର ପୃଷେଟ ଓ ବାବୁଲି କର୍ସେଲ ପ୍ରମୁଖ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବଡ଼ଗାଁ ଡାକ୍ତରଖାନାର ସଫେଇ କର୍ମଚାରୀ ଏବଂ ଆଖପାଖ ଗ୍ରାମର ମହିଳା ଓ ପୁରୁଷମାନେ ସାମିଲ ହୋଇଥିଲେ। ଉପବାଚସ୍ପତିଙ୍କ ସମେତ ବିଜେପି କର୍ମୀ ଓ ସଫେଇ କର୍ମଚାରୀମାନେ ବଡ଼ଗାଁ ଦୁର୍ଗା ମଣ୍ଡପ ପରିସର ଓ ଆଖପାଖ ଅଞ୍ଚଳରୁ ଆବର୍ଜନା ସଫା କରିଥିଲେ।

ଏହାପରେ ଦୁର୍ଗା ମଣ୍ଡପଠାରେ ବିଡିଓ ଭୋଇଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜିତ ହୋଇଥିଲା। ଏଥିରେ ଉପବାଚସ୍ପତି  ‘ସେବା ସଂକଳ୍ପ ଅଭିଯାନ’ ଏବଂ ସ୍ୱଚ୍ଛତା ପାଳନର ବିଭିନ୍ନ ସୁଫଳ ବିଷୟରେ ବୁଝାଇଥିଲେ। ଦକ୍ଷିଣ ଆଫ୍ରିକାରେ ଲୋକମାନେ ସ୍ୱଚ୍ଛତା ପ୍ରତି କିପରି ସଚେତନ, ସେ ନେଇ ସେ ଆଲୋଚନା କରିଥିଲେ। ବିଡିଓ ଅଭିଯାନର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେବା ସହ ଉପବାଚସ୍ପତିଙ୍କ ଏହି ନେତୃତ୍ୱ ଓ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ବଡ଼ଗାଁ ଡ଼ାକ୍ତରଖାନାର ସଫେଇ କର୍ମଚାରୀ ପ୍ରହଲ୍ଲାଦ କଣ୍ଟା, ସୁରେନ୍ଦ୍ର ବଞ୍ଜୁର, ପଦ୍ମିନୀ ମୂଖି, ପୁଷ୍ପା ସଏ, ବିନୋଦ ଷଣ୍ଢ ଏବଂ ନୂଆରମାଲ, କିଞ୍ଚିରକେଲା, ଲଟାଗାଁ ଓ ଡୁଡୁଙ୍ଗପଡା ଗ୍ରାମର ପିଙ୍କି ବାଡା, କଳ୍ପନା କୁଜୁର, ହେରମନ ଇନ୍ଦୁଆର, ସଞ୍ଚଳା ଖଡିଆ, ସୁନୀତା ଡୁଙ୍ଗଡୁଙ୍ଗ, ହେମ କିସାନଙ୍କ ସମେତ ୩୦ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିରାଟ-ରୋହିତଙ୍କୁ ପଛରେ ପକାଇଲେ ଗିଲ୍‌: ଜାଣନ୍ତୁ ODI ରନ୍‌ ତାଲିକାରେ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ, ୨।୧୦: ୨୦୨୬ରେ ଦିନିକିଆ କ୍ରିକେଟରେ ଭାରତୀୟ ବ୍ୟାଟର୍ସଙ୍କ ଦବଦବା ଜାରି ରହିଛି। ଚଳିତ ବର୍ଷ ସର୍ବାଧିକ ODI ରନ କରିଥିବା ଟପ-୫ ବ୍ୟାଟର୍ସଙ୍କ ତାଲିକାରେ ଭାରତର…

ଶନିଙ୍କ ରାଶିରେ ରାହୁ ଗୋଚର, ୩ ରାଶିଙ୍କୁ ଲାଭ ହିଁ ଲାଭ; ହୁ ହୁ ହୋଇ ବଢିବ ଧନ!

ଜ୍ୟୋତିଷ ଶାସ୍ତ୍ରରେ, ରାହୁକୁ ଏକ ରହସ୍ୟମୟ ଏବଂ ଛାୟାମୟ ଗ୍ରହ ଭାବରେ ବିବେଚନା କରାଯାଏ । ଏହାଛଡା ରାହୁଙ୍କ ଗତି ପ୍ରାୟତଃ ହଠାତ୍ ପରିବର୍ତ୍ତନ, ମହତ୍ତ୍ୱାକାଂକ୍ଷା, ନୂତନ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

Video: କାପଟେନ ସ୍ମିତ୍‌ଙ୍କ ନୂଆ ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ, ଏବେ କହିଲେ ‘ହନୁମାନ’ ମୋତେ ବଞ୍ଚାଇଦେଲେ

ନୂଆଦିଲ୍ଲୀ,୨।୧୦: ଫ୍ଲାଏ-ଦୁବାଇ (Flydubai) ବିମାନ ଘଟଣା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନରେ କଥା ହୋଇଥିଲେ। ଶୁକ୍ରବାର (ଅକ୍ଟୋବର…

ଶୁକ୍ରଙ୍କ ବକ୍ରୀ ଚଳନ: ଫାଇଦାରେ ରହିବେ ୫ ରାଶି, ମାସେ ଭିତରେ ହେବେ ଧନୀ!

ଶରତ ପୂର୍ଣ୍ଣିମା ଅବସରରେ ଅକ୍ଟୋବର ୨୫ ତାରିଖରେ ଶୁକ୍ର ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଘଟିବ। ବକ୍ରୀ ଶୁକ୍ର ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ର ଏକ ମାସ…

ସ୍ବଚ୍ଛତା ହିଁ ସେବା: ସୁସ୍ଥ ପରିବେଶ ଗଠନ ଲକ୍ଷ୍ୟ

ଭଞ୍ଜନଗର, ୨।୧୦ (ବାବୁଲା ପ୍ରଧାନ): ଗାନ୍ଧୀ ଜୟନ୍ତୀ ଅବସରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲ ପରିସରରେ ‘ସ୍ବଚ୍ଛତା ହିଁ ସେବା’ ଅଭିଯାନ ପାଳିତ ହୋଇଯାଇଛି। ମେଡିକାଲ…

ବିରାଟ କୋହଲିଙ୍କ ୧୦ ବର୍ଷ ପୁରୁଣା ଟି-୨୦ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨।୧୦: ଇଶାନ କିଶନ ପୁଣିଥରେ ନିଜ ବ୍ୟାଟିଂ ଯାଦୁ ଦେଖାଇଛନ୍ତି ଏବଂ ଏଥର ତାଙ୍କ ଇନିଂସ ବିରାଟ କୋହଲିଙ୍କ ଏକ ଦୀର୍ଘଦିନର ରେକର୍ଡକୁ ଅତିକ୍ରମ କରିଛି। ଶ୍ରୀଲଙ୍କା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?