କଏଦୀଙ୍କ କିଡ୍‌ନୀ-ହାର୍ଟ-ଲିଭର ଚୋରି କରୁଛି ଚାଇନା…

ବେଜିଂ, ୬।୪ : ଏବେ ଚାଇନାର ଏକ କୁକାର୍ଯ୍ୟ ନେଇ ସାରା ପୃଥିବୀରେ ଚର୍ଚ୍ଚା ଆରମ୍ଭ ହୋଇଛି। ଚାଇନାରୁ ପ୍ରକାଶିତ ହେଉଥିବା କେତେକ ଖବରରେ ଏହା ପ୍ରକାଶ ପାଇଛି ଯେ ଏଠାରେ ଥିବା ଲୋକଙ୍କ ଜୀବନ ସରକାରଙ୍କ ହାତରେ ଅଛି। ସରକାର ନିଜ ଇଚ୍ଛାନୁସାରେ ଲୋକଙ୍କୁ ପରିଚାଳିତ କରାନ୍ତି। ଖବର ଅନୁଯାୟୀ ଚାଇନାରେ କଏଦୀମାନଙ୍କୁ ହତ୍ୟା କରାଯାଇ ସେମାନଙ୍କର କିଡ଼୍‌ନୀ, ହାର୍ଟ, ଲିଭର, ଆଖି ଆଦି କାଢ଼ି ନିଆଯାଉଛି। ଯେଉଁ କଏଦୀମାନଙ୍କୁ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡାଦେଶ ହୋଇଛି ସେମାନଙ୍କୁ ଏଭଳି କରାଯାଉଛି।

ଚାଇନାରେ, ୧୯୮୪ ପରଠାରୁ ମୃତ୍ୟୁଦଣ୍ଡ ପାଇଥିବା କଏଦୀମାନଙ୍କ ଶରୀରରୁ ଅଙ୍ଗ ବାହାର କରିବା ଆଇନଗତ। ଯଦି କଏଦୀଙ୍କ ମୃତଶରୀର ନେବାକୁ କେହି ସମ୍ପର୍କୀୟ ନ ଆସନ୍ତି ତେବେ ଆଇନ ଅନୁସାରେ ସେମାନଙ୍କର ଅଙ୍ଗ କାଢ଼ି ନିଆଯିବ। ଏସମ୍ପର୍କରେ ୨୦୧୯ରେ ପର୍ଦ୍ଦାଫାଶ୍‌ ଘଟିଥିଲା।

ଅଷ୍ଟ୍ରେଲିୟା ନ୍ୟାଶନାଲ ୟୁନିଭରସିଟିର ମାଥ୍ୟୁ ରୋବର୍ଟସନ ଅନୁସନ୍ଧାନରୁ ଜାଣିବାକୁ ପାଇଲେ ଯେ ଚାଇନାର କେତେକ କାରାଗାରରେ ବନ୍ଦୀମାନେ ଜୀବିତ ଥିବାବେଳେ ସେମାନଙ୍କର ଅପରେଶନ କରାଯାଉଥିଲା।

ଆମେରିକାର ଜର୍ଣ୍ଣାଲ ଅଫ ଟ୍ରାନ୍ସପ୍ଲାଣ୍ଟେଶନରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଏହା ସାମ୍ନାକୁ ଆସିଥିଲା ଯେ କିଡନୀ ଏବଂ ହୃଦୟ କଏଦୀମାନଙ୍କ ବ୍ରେନ୍‌ ଡେଡ୍‌ ହୋଇଥିବା ଦର୍ଶାଇ ସେମାନଙ୍କର କିଡ଼୍‌ନୀ, ହାର୍ଟ, ଲିଭର, ଆଖି ଆଦି କାଢ଼ି ନିଆଯାଇଛି।

୨୦୧୯ ରେ ଅନ୍ତର୍ଜାତୀୟ ଟ୍ରିବ୍ୟୁନାଲ ଜାଣିବାକୁ ପାଇଲା ଯେ ମୃତ୍ୟୁଦଣ୍ଡ ପୂର୍ବରୁ କଏଦୀମାନଙ୍କୁ ହତ୍ୟା କରାଯାଉଛି। ଏହାପରେ ସେମାନଙ୍କ ଶରୀରରୁ ଅଙ୍ଗ କାଢ଼ି ନିଆ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ହଠାତ୍‌ ଏତେ ଟଙ୍କା କମିଗଲା ଚିନିଦର! ଜାଣନ୍ତୁ କେବେଠୁ ଲାଗୁ ହେବ…

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ସରକାର ଚିନି ଆମଦାନୀ ପାଇଁ ଅନୁମତି ଦେବା ଏବଂ କଳାବଜାରୀ ଉପରେ କଡ଼ା ପଦକ୍ଷେପ ନେବା ପରେ ଚିନିର ଏକ୍ସ-ମିଲ୍…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri