ବଲାଙ୍ଗୀର ମ୍ୟୁନିସିପାଲଟିର ଦାୟିତ୍ୱ ଗ୍ରହଣ କଲେ ଅଧ୍ୟକ୍ଷା

ବଲାଙ୍ଗୀର ଅଫିସ,୬ା୪: ବଲାଙ୍ଗୀର ମ୍ୟୁନିସିପାଲଟିର ନବ ନିର୍ବାଚିତ ଅଧ୍ୟକ୍ଷା ଲିକା ସାହୁ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଜିଲା ପ୍ରଶାସନ ପକ୍ଷରୁ ନବ ନିର୍ବାଚିତ ଅଧ୍ୟକ୍ଷାଙ୍କ ସମେତ ୨୧ଜଣ କାଉନ୍‌ସିଲରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରଯାଇଥିଲା। ଏହି ସ୍ବାଗତ ସମ୍ବର୍ଦ୍ଧନା ସଭାରେ ବଲାଙ୍ଗିର ଉପ-ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଲମ୍ବୋଧର ଧରୁଆ ଓ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ଦିପଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ସେହିପରି ବହୁ ବିଜେଡି ନେତା ଓ କର୍ମୀମାନେ ମଧ୍ୟ ଏହି ସମାରୋହରେ ଯୋଗଦେଇଥିଲେ। ନବ ନିର୍ବାଚିତ ପାର୍ଥିନୀ ଓ ପାର୍ଥୀମାନଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଫୁଳତୋଡ଼ା ଦେଇ ସ୍ବାଗତ କରାଯାଇଥିଲା। ଜିଲା ପ୍ରଶାସନ ପକ୍ଷରୁ ନବ ନିର୍ବାଚିତ ଅଧ୍ୟକ୍ଷା ଓ କାଉନ୍‌ସିଲରମାନଙ୍କୁ ଉପଜିଲାପାଳ ଶ୍ରୀ ଧରୁଆ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହାପରେ ବଲାଙ୍ଗିର ମ୍ୟୁନିସିପାଲିଟିର ବିଧିବଦ୍ଧ ଅଧ୍ୟକ୍ଷା ଭାବେ ଶ୍ରୀମତୀ ଲିକା ସାହୁ ବୁଧବାର ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଅବସରରେ ସେ ସମସ୍ତ ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିବା ସହ ମୁଖ୍ୟମନ୍ତ୍ରୀଙ୍କର ମହିଳାମାନଙ୍କ ପାଇଁ ଯେଉଁ ଯୋଜନା ରହିଛି ତାଉପରେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଏଥିସହ ବଲାଙ୍ଗୀରର ସହରବାସୀଙ୍କ ସହ ପରିବାର ସଦସ୍ୟ ଭଳି ମିଶି କାମ କରିବେ ବୋଲି ଲିକା ସାହୁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ସାନଖେମୁଣ୍ଡି ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରମ ଦିବସ ସୃଷ୍ଟି, ବିନା ଗ୍ରାମସଭାରେ କାମକୁ ନେଇ ଅସନ୍ତୋଷ

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣିର ୨୦୨୬-୨୭ ଆର୍ଥିକ ବର୍ଷ ପ୍ରଥମ ଚକ୍ର…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ: ରମ୍ଭା ଥାନା ପକ୍ଷରୁ…

ରମ୍ଭା, ୨୫।୮ (ବିଦ୍ୟାଧର ସାହୁ): ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟରେ ରମ୍ଭା ପୋଲିସ ପକ୍ଷରୁ ସାଇବର୍ ଅପରାଧ ଓ ନିଶା ନିବାରଣ ସଚେତନତା…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

କଣ୍ଟାମାଳ ପୋଲିସ-ଜନତା ଖଣ୍ଡଯୁଦ୍ଧ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏସ୍‌ପିଙ୍କ ତଦନ୍ତ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କାଶୀପୁର ବ୍ଲକ କଣ୍ଟାମାଳ ଗ୍ରାମରେ ଘଟିଥିବା ବହୁଚର୍ଚ୍ଚିତ ପୋଲିସ-ଜନତା ସଂଘର୍ଷ ଘଟଣାରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ମାନ୍ୟବର ହାଇକୋର୍ଟଙ୍କ…

ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ,ଉଦ୍ଦେଶ୍ୟ ସମ୍ପର୍କରେ…

ଭଞ୍ଜନଗର,୨୫।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ’ ଆନୁକୂଲ୍ୟରେ ଚାଲିଥିବା ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ…

ବରଗଡ଼ରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ: ୨୪ ମାମଲାର ଶୁଣାଣି

ବରଗଡ଼, ୨୫।୮(ପ୍ରେମାନନ୍ଦ ଖମାରୀ): ମହିଳାମାନଙ୍କ ଅଭିଯୋଗର ତ୍ୱରିତ ଶୁଣାଣି ଏବଂ ସମସ୍ୟାର ସମାଧାନ ବ୍ୟବସ୍ଥାକୁ ସେମାନଙ୍କ ଦ୍ୱାରଦେଶରେ ପହଞ୍ଚାଇବା ଉଦ୍ଦେଶ୍ୟରେ ମଙ୍ଗଳବାର ବରଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri