Posted inଫୁରସତ

ମାତ୍ର ୪୦ ମିନିଟ୍‌ରେ ଆଗରେ ଥିବା ଯୁବତୀଙ୍କୁ ହୃଦୟ ଦେଇ ବସିଥିଲେ ଚାଇନା ରାଷ୍ଟ୍ରପତି; କିଛି ଏଭଳି…

ବେଜିଂ: ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବିଷୟରେ କଥା ପଡ଼ିଲେ ଏକ ବିସ୍ତାରବାଦୀ ନେତାଙ୍କ ଛବି ମନକୁ ଆସେ। ପଡୋଶୀ ଦେଶ ସହ ତିକ୍ତତା ଏବଂ ବିଶ୍ୱ ରାଜନୀତିରେ ପ୍ରଭାବ ବିସ୍ତାର କରିବାକୁ ସେ ସର୍ବଦା ଚେଷ୍ଟିତ। ଚାଇନାର କମ୍ୟୁନିଷ୍ଟ ଶାସନରେ ସେ ବିରୋଧୀଙ୍କୁ ଦମନ କରିବା ସହ ହଂକଂକୁ ନେଇ କଡ଼ା ରଣନୀତି ପ୍ରଣୟନ କରିଛନ୍ତି। ବିଶେଷକରି ଘରୋଇ ରାଜନୀତିରେ କଠୋର ମନୋବୃତ୍ତି, ବିଶ୍ୱ ରାଜନୀତିରେ ବିସ୍ତାରବାଦୀ ଏବଂ ସମାଲୋଚକମାନଙ୍କ ପାଇଁ ଅତ୍ୟାଚାରକାରୀ ଭାବେ ବିବେଚନା କରାଯାଉଥିବା ଏହି ବିଶ୍ୱସ୍ତରୀୟ ନେତାଙ୍କ ପ୍ରେମ ଜୀବନ ସେତିକି ରୋମାଞ୍ଚକର।

ଚାଇନାର ଘରୋଇ ରାଜନୀତିରେ ଜିନପିଙ୍ଗ ଏବଂ ତାଙ୍କ ସ୍ତ୍ରୀ ପେଙ୍ଗ ଲିୟୁଆନ୍‌ଙ୍କୁ ଆଦର୍ଶ ଦମ୍ପତି ବୋଲି କୁହାଯାଏ। ନିଜର ଫ୍ୟାଶନ ସେନ୍ସ ଏବଂ ଅନ୍ୟାନ୍ୟ କାରଣକୁ ନେଇ ଚାଇନାର ପ୍ରଥମ ମହିଳା ଲିୟୁଆନ୍‌ ଚର୍ଚ୍ଚାରେ ରହିଥାନ୍ତି।

ଲିୟୁଆନ୍‌ ଜଣେ ଲୋକଗାୟିକା। ୧୯୮୨ରେ ନୂତନ ବର୍ଷ ଉପଲକ୍ଷେ ସେ ‘ଅନ୍‌ ଦ ପ୍ଲେସ୍‌ ଅଫ୍‌ ହୋପ୍‌’ ଥିମ୍‌ର ଏକ ଗୀତ ଗାଇଥିଲେ। ସେତେବେଳେ ଏହା ବେଶ ଲୋକପ୍ରିୟ ହୋଇଥିଲା। ଜିନ୍‌ପିଙ୍ଗ ମଧ୍ୟରେ ଏଥିରେ ପ୍ରଭାବିତ ହୋଇଥିଲେ।

୧୯୮୦ରେ ଏକ ବନ୍ଧୁଙ୍କ ଯୋଗୁ ଲିୟୁଆନ୍‌ ଏବଂ ଜିନ୍‌ପିଙ୍ଗ ପରସ୍ପରକୁ ଭେଟିଥିଲେ। ପ୍ରଥମ ଦେଖାରେ ଲିୟୁଆନ୍‌ଙ୍କୁ ଜିନ୍‌ପିଙ୍ଗ ପସନ୍ଦ ଆସି ନ ଥିଲେ। ହେଲେ ଜିନ୍‌ପିଙ୍ଗଙ୍କ ସହ ଓଲଟା ହୋଇଥିଲା। ସେ ମାତ୍ର ୪୦ ମିନିଟ ମଧ୍ୟରେ ତାଙ୍କୁ ନିଜର କରିବାର ନିଷ୍ପତ୍ତି ନେଇ ସାରିଥିଲେ। ସେ ଏତେ ଦିନରୁ ଯାହା ଖୋଜୁଥିଲେ ତାଙ୍କୁ ମିଳିଗଲା ବୋଲି ଭାବିଥିଲେ। ୧୯୮୭ରେ ଉଭୟ ବିବାହ କରିଥିଲେ। ୧୯୯୨ରେ ତାଙ୍କର ଝିଅ ଶି ମିଙ୍ଗଜ୍‌ ଜନ୍ମ ନେଇଥିଲେ।

ତେବେ ଲିୟୁଆନ୍‌ଙ୍କୁ ଦ୍ୱିତୀୟ ବିବାହ କରିଥିଲେ ଜିନ୍‌ପିଙ୍ଗ। ପୂର୍ବରୁ ସେ ତାଙ୍କର ପ୍ରଥମ ସ୍ତ୍ରୀଙ୍କଠାରୁ ଛାଡ଼ପତ୍ର ଦେଇଥିଲେ। ହେଲେ ଏବେ ଲିୟୁଆନ୍‌ ଜିନ୍‌ପିଙ୍ଗଙ୍କୁ ବିବାହ କରି ବିଶ୍ୱର ପ୍ରଭାବଶାଳୀ ମହିଳା ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri