Posted inଫୁରସତ

ମାତ୍ର ୪୦ ମିନିଟ୍‌ରେ ଆଗରେ ଥିବା ଯୁବତୀଙ୍କୁ ହୃଦୟ ଦେଇ ବସିଥିଲେ ଚାଇନା ରାଷ୍ଟ୍ରପତି; କିଛି ଏଭଳି…

ବେଜିଂ: ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବିଷୟରେ କଥା ପଡ଼ିଲେ ଏକ ବିସ୍ତାରବାଦୀ ନେତାଙ୍କ ଛବି ମନକୁ ଆସେ। ପଡୋଶୀ ଦେଶ ସହ ତିକ୍ତତା ଏବଂ ବିଶ୍ୱ ରାଜନୀତିରେ ପ୍ରଭାବ ବିସ୍ତାର କରିବାକୁ ସେ ସର୍ବଦା ଚେଷ୍ଟିତ। ଚାଇନାର କମ୍ୟୁନିଷ୍ଟ ଶାସନରେ ସେ ବିରୋଧୀଙ୍କୁ ଦମନ କରିବା ସହ ହଂକଂକୁ ନେଇ କଡ଼ା ରଣନୀତି ପ୍ରଣୟନ କରିଛନ୍ତି। ବିଶେଷକରି ଘରୋଇ ରାଜନୀତିରେ କଠୋର ମନୋବୃତ୍ତି, ବିଶ୍ୱ ରାଜନୀତିରେ ବିସ୍ତାରବାଦୀ ଏବଂ ସମାଲୋଚକମାନଙ୍କ ପାଇଁ ଅତ୍ୟାଚାରକାରୀ ଭାବେ ବିବେଚନା କରାଯାଉଥିବା ଏହି ବିଶ୍ୱସ୍ତରୀୟ ନେତାଙ୍କ ପ୍ରେମ ଜୀବନ ସେତିକି ରୋମାଞ୍ଚକର।

ଚାଇନାର ଘରୋଇ ରାଜନୀତିରେ ଜିନପିଙ୍ଗ ଏବଂ ତାଙ୍କ ସ୍ତ୍ରୀ ପେଙ୍ଗ ଲିୟୁଆନ୍‌ଙ୍କୁ ଆଦର୍ଶ ଦମ୍ପତି ବୋଲି କୁହାଯାଏ। ନିଜର ଫ୍ୟାଶନ ସେନ୍ସ ଏବଂ ଅନ୍ୟାନ୍ୟ କାରଣକୁ ନେଇ ଚାଇନାର ପ୍ରଥମ ମହିଳା ଲିୟୁଆନ୍‌ ଚର୍ଚ୍ଚାରେ ରହିଥାନ୍ତି।

ଲିୟୁଆନ୍‌ ଜଣେ ଲୋକଗାୟିକା। ୧୯୮୨ରେ ନୂତନ ବର୍ଷ ଉପଲକ୍ଷେ ସେ ‘ଅନ୍‌ ଦ ପ୍ଲେସ୍‌ ଅଫ୍‌ ହୋପ୍‌’ ଥିମ୍‌ର ଏକ ଗୀତ ଗାଇଥିଲେ। ସେତେବେଳେ ଏହା ବେଶ ଲୋକପ୍ରିୟ ହୋଇଥିଲା। ଜିନ୍‌ପିଙ୍ଗ ମଧ୍ୟରେ ଏଥିରେ ପ୍ରଭାବିତ ହୋଇଥିଲେ।

୧୯୮୦ରେ ଏକ ବନ୍ଧୁଙ୍କ ଯୋଗୁ ଲିୟୁଆନ୍‌ ଏବଂ ଜିନ୍‌ପିଙ୍ଗ ପରସ୍ପରକୁ ଭେଟିଥିଲେ। ପ୍ରଥମ ଦେଖାରେ ଲିୟୁଆନ୍‌ଙ୍କୁ ଜିନ୍‌ପିଙ୍ଗ ପସନ୍ଦ ଆସି ନ ଥିଲେ। ହେଲେ ଜିନ୍‌ପିଙ୍ଗଙ୍କ ସହ ଓଲଟା ହୋଇଥିଲା। ସେ ମାତ୍ର ୪୦ ମିନିଟ ମଧ୍ୟରେ ତାଙ୍କୁ ନିଜର କରିବାର ନିଷ୍ପତ୍ତି ନେଇ ସାରିଥିଲେ। ସେ ଏତେ ଦିନରୁ ଯାହା ଖୋଜୁଥିଲେ ତାଙ୍କୁ ମିଳିଗଲା ବୋଲି ଭାବିଥିଲେ। ୧୯୮୭ରେ ଉଭୟ ବିବାହ କରିଥିଲେ। ୧୯୯୨ରେ ତାଙ୍କର ଝିଅ ଶି ମିଙ୍ଗଜ୍‌ ଜନ୍ମ ନେଇଥିଲେ।

ତେବେ ଲିୟୁଆନ୍‌ଙ୍କୁ ଦ୍ୱିତୀୟ ବିବାହ କରିଥିଲେ ଜିନ୍‌ପିଙ୍ଗ। ପୂର୍ବରୁ ସେ ତାଙ୍କର ପ୍ରଥମ ସ୍ତ୍ରୀଙ୍କଠାରୁ ଛାଡ଼ପତ୍ର ଦେଇଥିଲେ। ହେଲେ ଏବେ ଲିୟୁଆନ୍‌ ଜିନ୍‌ପିଙ୍ଗଙ୍କୁ ବିବାହ କରି ବିଶ୍ୱର ପ୍ରଭାବଶାଳୀ ମହିଳା ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

ଅସନ୍ତୋଷ ଘେରରେ ଜିଲାପାଳଙ୍କ ଜନଶୁଣାଣି:ଘଣ୍ଟା ଘଣ୍ଟା ଅପେକ୍ଷା ପରେ ବି ସମସ୍ୟା ସମାଧାନ ନେଇ…

କୁନ୍ଦୁରା,୧୨।୧୦ ସନ୍ତୋଷ ପ୍ରହରାଜ: କୋରାପୁଟ ଜିଲାର କୁନ୍ଦୁରା ବ୍ଲକରେ ଅନୁଷ୍ଠିତ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରକୁ ନେଇ ଅସନ୍ତୋଷ ଦେଖାଦେଇଛି। ନିର୍ଦ୍ଧାରିତ ସମୟରେ ଶିବିର…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅନ୍ତୋଷ, ଟିପିଏସ୍‌ଓଡିଏଲ୍‌ କାର୍ଯ୍ୟାଳୟ ଘେରାଉ ଚେତାବନୀ ତେଜିଲା

ହିଞ୍ଜିଳିକାଟୁ,୧୨।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅଞ୍ଚଳରେ ବିଦ୍ୟୁତ୍‌ ସେବାକୁ ନେଇ ଦିନକୁ ଦିନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିନା ସୂଚନାରେ ପ୍ରତିଦିନ ୨ରୁ ୫…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

ସେବା ସେତୁରେ ଲୋକଙ୍କ ଗୁହାରି ଶୁଣିଲା ପ୍ରଶାସନ, ସମାଧାନର ଭରସା ଦେଲେ ଅଧିକାରୀ

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତ ପରିସରରେ ସୋମବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ…

ବଳାତ୍କାର ମାମଲାରେ ଆସିଲା ବଡ଼ ରାୟ: ପୀଡ଼ିତାଙ୍କୁ…

ନବରଙ୍ଗପୁର, ୧୨/୧୦ (ସଦାଶିବ ପ୍ରହରାଜ): ଏକ ବଳାତ୍କାର ମାମଲାର ବିଚାର କରି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବାସୁଦେବ ଆଚାର୍ଯ୍ୟ ଅଭିଯୁକ୍ତ ଡେଭିଡ୍ ଗରଡ଼ାଙ୍କୁ…

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ମୁହଁତୋଡ ଜବାବ ଦେଲେ କ୍ୟାଟ୍ରିନା: କହୁ କହୁ କହିଦେଲେ…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଓଜନ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ଏବେ ସେ ନିଜ ଷ୍ଟାଇଲିସ ଲୁକକୁ ନେଇ ସାଉଁଟିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?