ବର୍ଦ୍ଧିତ ବିଦ୍ୟୁତ୍‌ ଦର ପ୍ରତିବାଦରେ ଜିଲା କଂଗ୍ରେସର ବିକ୍ଷୋଭ

କେନ୍ଦୁଝର,୭।୪(ସ୍ବ୍ର.ପ୍ର.): ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର ଦାବିରେ ଜିଲା କଂଗ୍ରେସ ପକ୍ଷରୁ ଜିଲା ସଭାପତି ବିପ୍ଳବ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ, ନେତାମାନେ ଏକ ରାଲିରେ କଂଗ୍ରେସ ଭବନରୁ ବାହାରି ବିଦ୍ୟୁତ୍‌ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ା ଗତ ୨୦୧୬ ମସିହାରେ ବିମୁଦ୍ରୀକରଣ ଓ ପରେ ପରେ କରୋନା ମହାମାରୀ ଯୋଗୁ ସବୁ ବର୍ଗର ଲୋକମାନେ ଆର୍ଥିକ ସ୍ତରରେ ଦୁର୍ବଳ ହୋଇ ପଡ଼ିଥିବା ବେଳେ ଏଭଳି ରାଜ୍ୟରେ ବିଦ୍ୟୁତ ନିୟାମକ ଆୟୋଗର ଦର ବୃଦ୍ଧି ନିଷ୍ପତ୍ତି ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଅଧିକ ଦୁର୍ବଳ କରିଦେବ ା ଏହା ଦ୍ୱାରା ସବୁ ବର୍ଗ ତଥା ଗରିବ ଲୋକ, ବିଦ୍ୟୁତ ବ୍ୟବହାରକାରୀ ଛୋଟବଡ଼ ଶିଳ୍ପାନୁଷ୍ଠାନର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରିବେ ା ଟାଟା ବିଦ୍ୟୁତ ବିତରକ ସଂସ୍ଥାଙ୍କୁ ବିତରଣ ଦାୟିତ୍ୱ ଦେବା ଠାରୁ ଗତ ୭ ମାସରେ ୫୦ ପଇସା ୟୁନିଟ ପିଛା ବୃଦ୍ଧି କରାଯାଇଥିବା ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି ା ଓଡ଼ିଶାରେ ବିଦ୍ୟୁତ ଉପତ୍ାଦନର କିଣା ମୂଲ୍ୟ ୟୁନିଟ ପିଛା ୩୦ ପଇସା ପଡ଼ିଥାଏ ା ଅନ୍ୟମାନଙ୍କ ମଧ୍ୟରେ ମହିଳା କଂଗ୍ରେସ ସଭାନେତ୍ରୀ ସଙ୍ଗୀତା ସିଂ, ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଟାଉନ କଂଗ୍ରେସ ପୂର୍ବତନ ସଭାପତି ବସନ୍ତ ଦାସ, ସଦର ବ୍ଲକ କଂଗ୍ରେସ ସଭାପତି ଉତ୍ତମ କୁମାର ସାହୁ, ପିସିସି ପୂର୍ବତନ ସମ୍ପାଦକ ସଂଗ୍ରାମ ଦାସ, ବରିଷ୍ଠ କଂଗ୍ରେସ ନେତା ପୟୋଧର ବେହେରା, ରତ୍ନାକର ଜେନା, ଲଳିତ ମୋହନ ନାୟକ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌କୁ ପଛରୁ ପିଟିଲା ବାଇକ୍‌, ଚାଳକ ଗୁରୁତର

କୋରେଇ,୨୬।୯(ସ୍ବ.ପ୍ର.):  କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଧନେଶ୍ୱର-ଆଲିଆ ମଝିରେ ବୁଧବାର ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ପଛରେ ଭାରସାମ୍ୟ...

ଟିକେଟ୍‌ ଫେରାଇଦେଲେ ବିଜେଡି ଜିଲା ସଭାନେତ୍ରୀ

ନବରଙ୍ଗପୁର,୨୧।୧(ବି.ପ୍ର.): ନବରଙ୍ଗପୁର ଜିଲା ବିଜେଡି ସଭାନେତ୍ରୀ ମଞ୍ଜୁଳା ମାଝି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମିଳିଥିବା ଟିକେଟ୍‌ ଫେରାଇ ଦେଇଛନ୍ତି। ତାଙ୍କୁ ପଞ୍ଚାୟତ ନିର୍ବାଚନରେ ବିଜେଡି...

ପ୍ରସୂତିଙ୍କୁ ବଞ୍ଚାଇଲା ବିରଳ ରକ୍ତ: ପ୍ରସବ ପରେ ଗୁରୁତର ଥିଲା ଅବସ୍ଥା; ‘ବମ୍ବେ ଓ-ପଜିଟିଭ୍‌’ ରକ୍ତ ଦେଲେ ରାଉରକେଲା ଯୁବକ

ବ୍ରହ୍ମପୁର ଅଫିସ୍‌,୨୦ା୧୦- ଠିକ୍‌ ସମୟରେ ବିରଳ ରକ୍ତ ମିଳିବା ଯୋଗୁ ଜଣେ ପ୍ରସୂତିଙ୍କ ଜୀବନ ବଞ୍ଚିଯାଇଛି। ରାଉରକେଲାର ଯୁବକ ଜଣକ ଆସି ରକ୍ତ ଦେଇଛନ୍ତି। ଏଭଳି...

ବିଲରୁ ହଳଦିଆ କଇଁଛ ଉଦ୍ଧାର

ଖଇରା, ୫।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତ ଅଧୀନ ବରପଦା ଗ୍ରାମ ନିକଟସ୍ଥ ଧାନବିଲରୁ ଏକ ହଳଦିଆ ରଙ୍ଗର କଇଁଛ ଉଦ୍ଧାର କରାଯାଇଛି।...

ଗଞ୍ଜାମରେ ଶଟ୍‌ଡାଉନ୍‌ର ପ୍ରଭାବ: ରାସ୍ତାଘାଟ ଜନଶୂନ୍ୟ

ଗଞ୍ଜାମ,୯ା୭(ଡି.ଏନ୍‌.ଏ.) : ମହାମାରୀ କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଛି ।ଏହାକୁ ରୋକିବା ପାଇଁ ବିଶ୍ୱସ୍ତରରେ ନିଆ ଯାଉଥିବା ପଦକ୍ଷେପ ଫେଲ୍‌ ମାରିଛି। ଏକ...

କୁଟୁରା ମାଂସ ଜବତ, ୩ ଗିରଫ

ରଣପୁର,୨୯ା୭ (ସ୍ବ.ପ୍ର.): ଖୋର୍ଦ୍ଧା ବନଖଣ୍ଡ ରଣପୁର ବନ ବିଭାଗ ଅଧୀନ ଆଖୁପଦରଠାରେ ବିଭାଗୀୟ କର୍ମଚାରୀମାନେ ରବିବାର ଚଢ଼ାଉ କରି ପ୍ରାୟ ୫ କେଜି କୁଟୁରା ମାଂସ...

କରୋନା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ଜିଲାପାଳ

ପୁରୀ ଅଫିସ/କୋଣାର୍କ (ଡି.ଏନ୍‌.ଏ.),୧୦ା୪: କରୋନା ମୁକାବିଲା ନେଇ ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରସ୍ତୁତି କେମିତି ରହିଛି ତାହାର ସମୀକ୍ଷା କରିଛନ୍ତି ପୁରୀ ଜିଲାପାଳ ବଲୱନ୍ତ ସିଂ।...

ଡେରାବିଶରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ୬୮ କ୍ୱାରାଣ୍ଟାଇନ୍‌ ସେଣ୍ଟର ପ୍ରସ୍ତୁତ

ଡେରାବିଶ,୭ା୫(ସ୍ବ.ପ୍ର.): ଲକ୍‌ଡାଉନ୍‌ରେ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ଉଦ୍ୟମ କରାଯାଇଛି।...

Advertisement
Archives

Model This Week