୧୦ ଛୋଟ ଦେଶ ସହିତ ଚାଇନାର ବୁଝାମଣା ଯୋଜନାକୁ ବିସ୍ତାରବାଦୀ ନୀତି କହିଲା ଆମେରିକା…

ଓ୍ବାଶିଂଟନ/ବେଜିଂ, ୨୬।୫ : ଚାଇନା ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ୧୦ଟି ଛୋଟ ଦେଶ ସହିତ ବୁଝାମଣା କରିବା ଯୋଜନା କରିଛି। ଏସବୁ ଦେଶର ସୁରକ୍ଷା ଠାରୁ ଆରମ୍ଭ କରି ମତ୍ସ୍ୟ ପାଳନ ପର୍ଯ୍ୟନ୍ତ ଏକ ବ୍ୟାପକ ଚୁକ୍ତିନାମାକୁ ଚାଇନା ସମର୍ଥନ କରିବାକୁ ଚାହୁଁଛି। ତେବେ ଚାଇନା ଏଭଳି କରି ଏହି ଅଞ୍ଚଳ ଦଖଲ କରିବା ଲାଗି ଏକ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ଷଡ଼ଯନ୍ତ୍ର କରୁଥିବା ଆମେରିକା ଚେତାବନୀ ଦେଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଚାଇନା ପ୍ରତିପକ୍ଷ ଶି ଜିନ୍‌ ପିଙ୍ଗ୍‌ଙ୍କ ଏଭଳି ପଦକ୍ଷେପ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ଚୁକ୍ତିନାମା ଯୋଜନାରୁ ଜଣାପଡିଛି ଯେ ଚାଇନା ପ୍ରଶାନ୍ତମହାସାଗରୀୟ ଅଞ୍ଚଳରେ ଥିବା ଦେଶର ପୋଲିସ କର୍ମଚାରୀଙ୍କୁ ତାଲିମ ଦେବାକୁ, ସେମାନଙ୍କ ସହ ପାରମ୍ପାରିକ ତଥା ଅଣ ପରମ୍ପାରିକ ସୁରକ୍ଷା ସହ ଜଡିତ ହେବାକୁ ଏବଂ ଆଇନ ପ୍ରଣୟନରେ ସହଯୋଗ ବୃଦ୍ଧି କରିବାକୁ ଚାହୁଁଛି। ଚାଇନା ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଲୋକପ୍ରିୟ ଟୁନା ମାଛ ଧରିବା ସହିତ ମତ୍ସ୍ୟଚାଷ ପାଇଁ ଏକ ସାମୁଦ୍ରିକ ଯୋଜନା ପ୍ରସ୍ତୁତ କରିବାକୁ ଚାହୁଁଛି। ସେହିପରି ଏହି ଅଞ୍ଚଳରେ ଇଣ୍ଟରନେଟ ନେଟୱାର୍କ ଚଳାଇବାରେ ସହଯୋଗ ବୃଦ୍ଧି କରିବାକୁ ଏବଂ ସାଂସ୍କୃତିକ କନଫୁସିଆନ ପ୍ରତିଷ୍ଠାନ ଏବଂ ଶ୍ରେଣୀଗୃହ ପ୍ରତିଷ୍ଠା କରିବାକୁ ଚାହୁଁଛି।

ଏକ ମୁକ୍ତ ବାଣିଜ୍ୟ କ୍ଷେତ୍ର ଏବଂ ପ୍ରଶାନ୍ତ ମହାସାଗରୀୟ ଦେଶ ସୃଷ୍ଟି କରିବାର ସମ୍ଭାବନାକୁ ଚାଇନା ମଧ୍ୟ ଉଲ୍ଲେଖ କରିଛି। ଚାଇନାର ଏହି ପଦକ୍ଷେପ ଅନ୍ତର୍ଗତ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଏବଂ ୨୦ ଜଣିଆ ନେତାଙ୍କ ଏକ ପ୍ରତିନିଧି ଦଳ ଚଳିତ ସପ୍ତାହରେ ଏହି ଅଞ୍ଚଳ ଗସ୍ତ ଆରମ୍ଭ କରିଛନ୍ତି। ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ ଚାଇନାର ଉଦ୍ଦେଶ୍ୟକୁ ନେଇ ବୁଧବାର ଉଦ୍‌ବେଗ ପ୍ରକାଶ କରି କହିଛନ୍ତି ଯେ ଦ୍ୱୀପପୁଞ୍ଜର ଲାଭ ଉଠାଇବା ଏବଂ ଏହି ଅଞ୍ଚଳକୁ ଅସ୍ଥିର କରିବା ପାଇଁ ବେଜିଂ ପ୍ରସ୍ତାବିତ ଚୁକ୍ତିନାମାକୁ ବ୍ୟବହାର କରିବାର ଆଶଙ୍କା ରହିଛି।

ପ୍ରାଇସ୍‌ କହିଛନ୍ତି ଯେ, ଚାଇନା ପ୍ରତିନିଧି ଦଳ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଥିବା ୱାଙ୍ଗ ସୋଲୋମନ ଦ୍ୱୀପପୁଞ୍ଜ, କିରିବାତି, ସାମୋଆ, ଫିଜି, ଟୋଙ୍ଗା, ବନାତୁ ଏବଂ ପାପୁଆ ନ୍ୟୁ ଗିନିକୁ ଯାତ୍ରା କରିଛନ୍ତି । ଏହି ଦେଶଗୁଡ଼ିକ ଚାଇନା ସହିତ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇଁ ରାଜି ହେବାର ସମ୍ଭାବନା ଅଧିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri