Posted inଗଜପତି

ମୌଳିକ ସୁବିଧାରୁ ବଞ୍ଚିତ ନିଲ୍ଡିକ୍ଲିଆ ଗ୍ରାମବାସୀ

ଆର.ଉଦୟଗିରି/ପାରଳାଖେମୁଣ୍ଡି, ୨୬।୫(ଡି.ଏନ.ଏ.): ଗଜପତି ଜିଲା ମୋହନା ବ୍ଲକ ଡମ୍ବଗୁଡା ଗ୍ରାମ ପଞ୍ଚାୟତର ନିଲ୍ଡିକ୍ଲିଆ ଗ୍ରାମରେ ପହଞ୍ଚି ପାରୁନି ମୌଳିକ ସୁବିଧା। ସରକାରଙ୍କ ମାଳ ମାଳ ଯୋଜନା ଏଠି ବାଟବଣା ହୋଇ ଅଧା ରାସ୍ତାରୁ ଫେରି ଯାଉଛି। ରାସ୍ତା, ପାନୀୟ ଜଳ, ବିଜୁଳି କୁହନ୍ତୁ କି ଇନ୍ଦିରା ଆବାସ କଥା କୁହନ୍ତୁ ଲୋକଙ୍କ ପାଖରେ ପହଞ୍ଚିପାରୁନି। ଆଜି ପର୍ଯ୍ୟନ୍ତ ବିଜୁଳିର ଆଲୋକ ଦେଖିପାରି ନାହାନ୍ତି ଗ୍ରାମବାସୀ। ପିଇବା ପାଣିକଥା ନ କହିବା ଭଲ। ଗୋଟିଏ କୂଅ ଉପରେ ନିର୍ଭର କରନ୍ତି ସମସ୍ତେ। ତାହା ପୁଣି ପଙ୍କ ପାଣି। ପାଣିଛଣା ମାଧ୍ୟମରେ ଛାଣି ନିଅନ୍ତି ପାଣି। ସ୍କୁଲ ଯିବା ପାଇଁ ପିଲାଙ୍କୁ ପାହାଡିଆ ଓ ଜଙ୍ଗଲ ରାସ୍ତା ଦେଇ ପାଖାପାଖି ୪ରୁ ୫ କିଲୋମିଟର ଚାଲିବାକୁ ପଡେ। ଅନେକ ଛାତ୍ରୀଛାତ୍ର ଏହି ଅସୁବିଧା ଯୋଗୁ ପାଠପଢା ଅଧାରେ ରଖିଛନ୍ତି। ବୃଦ୍ଧାବୃଦ୍ଧମାନେ ବାର୍ଦ୍ଧକ୍ୟ ଭତ୍ତା ଲାଗି ଅନେକ କଷ୍ଟ କରି ପଞ୍ଚାୟତରେ ପହଞ୍ଚୁଥିବା କୁହନ୍ତି ଗ୍ରାମବାସୀ। ଉଜ୍ଜ୍ୱଳା ଯୋଜନା ପାଇବା ଦିନଠାରୁ ଆଉ ଦ୍ୱିତୀୟ ଥର ଗ୍ୟାସ ଭରିନାହାନ୍ତି ଗ୍ରାମବାସୀ।
ସରକାରଙ୍କୁ ବାରମ୍ବାର ଅଭିଯୋଗ ପରେ ୨୦୧୬ରେ ବିଦ୍ୟୁତ୍‌ ସଂଯୋଗ ନିମନ୍ତେ ଆଦେଶ ଆସିଥିଲା। କିନ୍ତୁ ତାହା ବି ଆଜି ଯାଏ ହୋଇପାରୁନି। ଅଙ୍ଗନୱାଡି ଘର ଲାଗି ଟଙ୍କା ମଧ୍ୟ ଆସିଛି ହେଲେ ତାହା ବି ହୋଇପାରୁନି। ଇନ୍ଦିରା ଆବାସ ଘର କରିବାକୁ ଲୋକଙ୍କୁ ଅନେକ କଷ୍ଟ କରିବାକୁ ପଡୁଥିବାରୁ ତାହା ମଧ୍ୟ ଅଧୁରାରେ ରଖିଛନ୍ତି ଲୋକେ। ଏବେ ସରକାରଙ୍କ ଉପରୁ ଭରସା ତୁଟାଇ ଭଗବାନଙ୍କ ଉପରେ ସବୁ କିଛି ଛାଡିଛନ୍ତି ଗ୍ରାମବାସୀ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

ଭଉଣୀଭାଇଙ୍କୁ ମାଡ଼ ମାରି ସୁନା ଅଳଙ୍କାର ଲୁଟ ଘଟଣା; ୩ ବର୍ଷ ପରେ ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୩।୯,(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନରେ ଘଟିଥିଲା ଏକ ଡକାୟତି ଘଟଣା। ଏହି ଥାନା ଅନ୍ତର୍ଗତ କଙ୍କିଆ ଗ୍ରାମ ନିକଟ ଗ୍ରାମବିକାଶ ହାଇସ୍କୁଲ…

ଦୁର୍ଗମ ଲବାରସିଂରୁ ଭାରତ ସରକାରଙ୍କ ବରିଷ୍ଠ ବୈଜ୍ଞାନିକ-ଏଫ୍: ଗଜପତିର ଗୌରବ ଡ଼ଃ ସତ୍ୟବାନ ବିଶୋୟୀରତ୍ନ

ମୋହନା,୩ା୯( ମନ୍ମଥ ମିଶ୍ର ): ଗଜପତି ପାଇଁ ଗୌରବ ଆଣିଲେ ଡ଼ଃ. ସତ୍ୟବାନ ବିଶୋୟୀରତ୍ନ । ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଦୁର୍ଗମ ଆଦିବାସୀ ଅଞ୍ଚଳ…

ସୁନା ଦେଇ ଟଙ୍କା ନେଲେ, ମୂଳଧନ ଫେରାଇ ମାଗିବାରୁ ମିଳିଲାନି ଅଳଙ୍କାର: ୭୧ ବର୍ଷୀୟ ବୃଦ୍ଧଙ୍କ ଅଭିଯୋଗ ପରେ…

ପାରଳାଖେମୁଣ୍ଡି,୨ା୯(ଗିରିଧାରୀ ପରିଛା): ସୁନା ଅଳଙ୍କାର ବନ୍ଧକ ରଖି ୫ ଲକ୍ଷ ଟଙ୍କା ଋଣ ନେବା ପରେ, ସୁଧ ଓ ମୂଳଧନ ଟଙ୍କା ଫେରସ୍ତ କରିବାରୁ ଅଳଙ୍କାର ଫେରାଇବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri