Posted inଜାତୀୟ

ଫିଙ୍ଗର ଅଞ୍ଚଳରୁ ଆଂଶିକ ସେନା ହଟାଇଛି ଚାଇନା

ନୂଆଦିଲ୍ଲୀ,୧୨ା୭: ଲଦାଖର ପଙ୍ଗଓଙ୍ଗ ହ୍ରଦ ନିକଟରେ ଥିବା ଫିଙ୍ଗର ୪ ଅଞ୍ଚଳରୁ ଚାଇନା ଆଂଶିକ ସୈନ୍ୟ ପ୍ରତ୍ୟାହାର କରିଥିବା ହାଇ ରିଜୋଲ୍ୟୁଶନ ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି। ଉକ୍ତ ଅଞ୍ଚଳରେ ଚାଇନା ନିର୍ମାଣ କାର୍ଯ୍ୟ ଚଳାଇଥିବା ପୂର୍ବ ଚିତ୍ରରୁ ଦେଖିବାକୁ ମିଳିଥିଲା। ଭାରତ ଓ ଚାଇନା ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ବେଳେ ସେଠାରେ ଚାଇନାର ଶତାଧିକ ଟେଣ୍ଟ ଓ କ୍ୟାମ୍ପ୍‌ ଥିଲା। ଏବେ ସେଠାରେ ବିଶେଷ ଗହଳି ଦେଖାଯାଉନାହିଁ। ତେବେ ଚାଇନା ସୈନ୍ୟ ସମ୍ପୂର୍ଣ୍ଣ ହଟିଥିବାର ସୂଚନା ମିଳିନାହିଁ, ଅର୍ଥାତ୍‌ ସେଠାରେ ଏପ୍ରିଲ ପୂର୍ବ ସ୍ଥିତି ଫେରିନାହିଁ। ଫିଙ୍ଗର ୪ର ପୂର୍ବରେ ୧୦ କିଲୋମିଟର ଦୂରରେ ଏକ ଜେଟି ନିକଟରେ ମୁତୟନ ଥିବା ଚାଇନାର ୧୧ ଫାଷ୍ଟ ଇଣ୍ଟରସେପ୍ଟର ବୋଟ୍‌କୁ ଅନ୍ୟତ୍ର ନିଆଯାଇଛି। ଭାରତ ଦାବି କରୁଥିବା ଅଞ୍ଚଳ ମଧ୍ୟରେ ଏହି ବୋଟ୍‌ ଥିଲେ। ଗତ ଶୁକ୍ରବାର ଦୁଇ ଦେଶ ମଧ୍ୟରେ ହୋଇଥିବା କୂଟନୈତିକ ଆଲୋଚନାରେ ଏଲ୍‌ଏସିରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ଏବଂ ଉତ୍ତେଜନା ହ୍ରାସ ପାଇଁ ଉଭୟ ପକ୍ଷ ସହମତି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବସର ନେଲେ ଆଲାପନ ବନ୍ଦୋପାଧ୍ୟାୟ: ମିଳିଲା ନୂଆ ଦାୟିତ୍ୱ

କୋଲକାତା,୩୧।୫: ୩ ମାସ ବର୍ଦ୍ଧିତ କାର୍ଯ୍ୟକାଳ ସତ୍ତ୍ୱେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟ ସୋମବାର ଅବସର ନେଇଛନ୍ତି। ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀ ମମତା...

କୁଲଗାମରେ ଜୈଶର ୨ଆତଙ୍କବାଦୀ ନିପାତ

ଶ୍ରୀନଗର,୨୪।୪: ଜମ୍ମୁ-କଶ୍ମୀର କୁଲଗାମ ଜିଲାର ମିରହମା ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଶନିବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ମୃତ...

କଟା ହେଲା ଗଛ: ଭଙ୍ଗା ବସା ପାଖରେ ୨ଦିନ ବସି ରହିଲା ମା’ ପକ୍ଷୀ; ଭିଡ଼ିଓ ଭାଇରାଲ

ମୁମ୍ବାଇ,୬।୧୦: ମହାରାଷ୍ଟ୍ର ମୁମ୍ବାଇର ଆରେ କଲୋନୀରେ ଗଛ କଟା ଜାରି ରହିଛି। ଏହାଦ୍ୱାରା ଘଛରେ ଥିବା ଶହେରୁ ଅଧିକ ପକ୍ଷୀ ବସା ଭାଙ୍ଗି ଯାଇଛି। ତେବେ...

ଯେଉଁ କଫ ସିରପ ଯୋଗୁ ଗାମ୍ବିୟାରେ ୬୬ ଶିଶୁଙ୍କର ହେଲା ମୃତ୍ୟୁ ଭାରତରେ ତାହା ବିକ୍ରି ହେଉ ନ ଥିଲା

ନୂଆଦିଲ୍ଲୀ,୭ ।୧୦: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବୁଧବାର ଭାରତର ଏକ ମେଡିସିନ କମ୍ପାନୀକୁ ନେଇ ସତର୍କ ସୂଚନା ଜାରି କରିଛି । ଗାମ୍ବିୟାରେ ୬୬ ଶିଶୁଙ୍କ...

ପିନାକା-ଇଆର୍‌ ରକେଟର ସଫଳ ପରୀକ୍ଷଣ, ସେନାର ଶକ୍ତିରେ ବୃଦ୍ଧି…

ପୋଖରନ୍‌,୧୧।୧୨: ପିନାକା ରକେଟ ଲଞ୍ଚର୍‌ ସିଷ୍ଟମର ସାମର୍ଥ୍ୟକୁ ବୃଦ୍ଧି କରିବା ଲାଗି ଡିଆର୍‌ଡିଓ ପକ୍ଷରୁ ପୋଖରାନ ରେଞ୍ଜରେ ପିନାକାର ଏକ୍ସଟେଣ୍ଡ୍‌ ରେଞ୍ଜ (ପିନାକା-ଇଆର୍‌) ମଲ୍ଟି ବ୍ୟାରେଲ...

ଚାଇନା ସୀମାରେ ଭାରତର ୨୨ ପୋଲ: ଏଲ୍‌ଏସିରେ ଶୀଘ୍ର ପହଞ୍ଚିବ ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ, ୧୨।୧୦: ଏଲ୍‌ଏସି ଏବଂ ଏଲ୍‌ଓସିରେ ଏଣିକି ଭାରତୀୟ ଯବାନଙ୍କ ପାଖରେ ଶୀଘ୍ର ଆବଶ୍ୟକ ସହାୟତା ତଥା ଅସ୍ତ୍ରଶସ୍ତ୍ର ପହଞ୍ଚିପାରିବ। ଅରୁଣାଚଳଠାରୁ ଲଦାଖ ମଧ୍ୟରେ ସଡ଼କ...

ଯେଉଁ ସୁବିଧା ଗତ ଦଶନ୍ଧିରେ ମିଳିପାରିପାରିଥାନ୍ତା, ତାହା ଏବେ ମିଳୁଛି: ମୋଦି

ଶିମ୍‌ଲା,୧୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ହିମାଚଳ ପ୍ରଦେଶ ଗସ୍ତରେ ଅଛନ୍ତି। ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ...

ତିରୁପତି ତିରୁମାଲା ମନ୍ଦିରର ଦୈନିକ ନିର୍ଘଣ୍ଟରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୬।୧୧: ଦକ୍ଷିଣ ଭାରତର ପ୍ରସିଦ୍ଧ ମନ୍ଦିର ତିରୁପତି ତିରୁମାଲାର ଦୈନିକ ନିର୍ଘଣ୍ଟରେ ହସ୍ତକ୍ଷେପ କରିବାକୁ ସୁପ୍ରିମ୍‌କୋର୍ଟ. ମନା କରିଛନ୍ତି। କୋର୍ଟ କହିଛନ୍ତି ମନ୍ଦିରରେ ଆରତି କିପରି...

Advertisement
Archives

Model This Week