Posted inଜାତୀୟ

ଚାଇନା ଚଳାଇଛି ସୀମା ଦଖଲ ଉଦ୍ୟମ

ନୂଆଦିଲ୍ଲୀ,୧୩ା୨ : ବେଜିଂ ନିଜ ବିସ୍ତାରବାଦୀ ମହତ୍ତ୍ୱାକାଂକ୍ଷାକୁ ଚରିତାର୍ଥ କରିବା ପାଇଁ ଭାରତ-ଚାଇନା ମଝିରେ ଥିବା ଅନ୍ତର୍ଜାତୀୟ ସୀମା ସଂଲଗ୍ନ ଅଞ୍ଚଳକୁ ଦଖଲ ଲାଗି ନିର୍ମାଣ କାର୍ଯ୍ୟ ଜାରି ରଖିଛି। ଲଦାଖର ପାଙ୍ଗୋଙ୍ଗ୍‌ ହ୍ରଦ, ତିବ୍ଦତ, ଅରୁଣାଚଳ ପ୍ରଦେଶ ଓ ସିକିମ୍‌ରେ ଚାଇନାର ପିପୁଲ୍ସ ଲିବରେଶନ୍‌ ଆର୍ମି (ପିଏଲ୍‌ଏ) ସୈନ୍ୟ ଭାରତୀୟ ସେନାକୁ ପ୍ରତିହତ କରିବାକୁ ଜଗିରହିଛନ୍ତି।

ଭାରତୀୟ ସେନା ଯୁଦ୍ଧ ଭଳି ସ୍ଥିତିର ମୁକାବିଲା ପାଇଁ ସକ୍ଷମ ଓ ପ୍ରସ୍ତୁତ ହୋଇ ରହିଥିବା କହୁଥିଲେ ହେଁ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ସଂଲଗ୍ନ ଅଞ୍ଚଳରେ ପିଏଲ୍‌ଏ ପକ୍ଷରୁ ଏୟାରଷ୍ଟ୍ରିପ୍‌ ଓ ବ୍ରିଜ୍‌ ନିର୍ମାଣ ଚାଲିଛି। ପାଙ୍ଗୋଙ୍ଗ୍‌ ହ୍ରଦ ଦକ୍ଷିଣ ପାର୍ଶ୍ୱରେ ଯୁଦ୍ଧକାଳୀନ ଭିତ୍ତିରେ ଚାଇନା ୮ ମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ବ୍ରିଜ୍‌ ନିର୍ମାଣ କରୁଛି। ହାଡ଼ଭଙ୍ଗା ଶୀତରେ ମଧ୍ୟ ଏହି ନିର୍ମାଣ କାର୍ଯ୍ୟ ଅବ୍ୟହତ ରହିଥିବା ଉପଗ୍ରହ ଚିତ୍ରରୁ ଜଣାପଡ଼ିଛି। ୨୦୨୦ରେ ଦୁଇଦେଶର ସୈନ୍ୟ ମୁହଁାମୁହିଁ ହୋଇଥିବା ସମୟରେ ଚାଇନା ଏହି ଅଞ୍ଚଳରେ କେତେକ ଅସ୍ଥାୟୀ ହସ୍ପିଟାଲ ଓ ଗୋଦାମ ନିର୍ମାଣ କରିଥିଲା।

୨୦୨୦ ଜୁନ୍‌ ୧୫ ରାତିରେ ପୂର୍ବ ଲଦାଖରେ ଭାରତୀୟ ଯବାନ ଏବଂ ପିଏଲ୍‌ଏ ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଯବାନ ଶହୀତ ହୋଇଥିବାବେଳେ ଚାଇନାର ୪୨ ସୈନ୍ୟ ନିହତ ହୋଇଥିଲେ। ୨୦୨୨ ଡିସେମ୍ବର ୯ରେ ପିଏଲ୍‌ଏ ୧୭,୦୦୦ ଫୁଟ୍‌ ଉଚ୍ଚରେ ଥିବା ତଥା ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅରୁଣାଚଳ ପ୍ରଦେଶର ୟାଙ୍ଗ୍‌ସେ ଅଞ୍ଚଳକୁ ଦଖଲ ଉଦ୍ୟମ କରିଥିଲା। ସେହିଦିନ ପ୍ରତିପକ୍ଷର ୩୦୦ ସୈନ୍ୟ ଯୋଜନାବଦ୍ଧ ଭାବେ ଉକ୍ତ ଅଞ୍ଚଳକୁ ମାଡ଼ିଆସିଥିବାବେଳେ ସଂଘର୍ଷରେ ଭାରତର ୩୪ ଓ ଚାଇନାର ୪୦ ସୈନ୍ୟ ଆହତ ହୋଇଥିଲେ।

ସିକିମର ନାଥୁଲାରେ ମଧ୍ୟ ଚାଇନାର କୁଚକ୍ରୀ ଷଡ଼ଯନ୍ତ୍ର ଦେଖିବାକୁ ମିଳିଛି। ୧୯୬୭ ସେପ୍ଟେମ୍ବରରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଭାରତୀୟ ସେନାର ୮୮ ଓ ଚାଇନାର ୩୪୦ ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା। ପୂର୍ବ ଲଦାଖ ବିବାଦର ସମାଧାନ ହୋଇଥିବା ବିଷୟ କୁହାଯାଉଥିଲେ ମଧ୍ୟ ଚାଇନା ଏହି ଅଞ୍ଚଳକୁ ଦଖଲ ପାଇଁ ଜୋର୍‌ଦାର ଉଦ୍ୟମ କରୁଛି। ଏନେଇ ଗତ ସପ୍ତାହରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଡିଜିପି ଏବଂ ଆଇଜିପି ବୈଠକରେ ମଧ୍ୟ ଉପସ୍ଥାପନ କରାଯାଇଥିଲା। ସୀମାନ୍ତ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ଉପରେ କେନ୍ଦ୍ର ଗୁରୁତ୍ୱ ଦେଉଥିବା ବିଷୟ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଗଣମାଧ୍ୟମକୁ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଏମପିଙ୍କ ବଡ଼ ସୂଚନା, ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ

ବରଗଡ଼,୨ା୭:(ପ୍ରେମାନନ୍ଦ ଖମାରୀ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ…

ବିକାଶ ବାଟବଣା: ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ସାମାନ୍ୟ ବର୍ଷାରେ ବରଗଡ ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ…

ଇନଷ୍ଟାଗ୍ରାମ ପ୍ରେମର ଭୟଙ୍କର ଅନ୍ତ; ପ୍ରେମିକାଙ୍କୁ ହତ୍ୟା ପରେ କବର ଦେଲେ ପ୍ରେମିକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨ା୭: ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏକ ଅଜବ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରୁ ହୋଇଥିବା ପ୍ରେମ ମୃତ୍ୟୁର କାରଣ ସାଜିଛି । ଘଟଣାଟି ପ୍ରୟାଗରାଜର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଓମପ୍ରକାଶ: ଅନ୍ତର୍ଜାତୀୟ ବାଳୁକା କଳା ପ୍ରଦର୍ଶନୀରେ…

କର୍ଲାମୁଣ୍ଡା,୨।୭(ପ୍ରଦୀପ କୁମାର ସାହୁ):ଆସନ୍ତା ୪ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନରେ ଭାଗନେବା ପାଇଁ ପୁଣିଥରେ ନିମନ୍ତ୍ରିତ…

ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ନମ୍ବର ଓ ବ୍ୟକ୍ତିଗତ ତଥ୍ୟକୁ…

ନୂଆଦିଲ୍ଲୀ, ୨ା୭: ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ବିବାଦ ଦେଖାଯାଇଥିବା ବେଳେ ମେଟା ସ୍ପଷ୍ଟୀକରଣ ଦେଇଛି । କମ୍ପାନୀ କହିଛି ଯେ ସରକାରଙ୍କ ଦ୍ୱାରା ଉଠାଯାଇଥିବା…

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ଚାଇନାକୁ ଅଲ୍ଟିମେଟମ ଦେଲା ଆମେରିକା: ଟ୍ରମ୍ପ କହିଲେ, ନଜର ପକାଇଲେ ଛାଡ଼ିବୁନି

ଓ୍ବାଶିଂଟନ୍‌,୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପାନାମା କେନାଲ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆମେରିକା କେବେବି…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri