ପାକିସ୍ତାନକୁ ଆଉ ଏକ ପଣଡୁବୀ ଜାହାଜ ହସ୍ତାନ୍ତର କଲା ଚାଇନା, ଭାରତ ମହାସାଗରରେ ବୃଦ୍ଧି ପାଇଲା ଶତ୍ରୁର ଶକ୍ତି

ନୂଆଦିଲ୍ଲୀ,୧୭।୮: ଚାଇନା ପାକିସ୍ତାନକୁ ଆଠଟି ହଙ୍ଗୋର ଶ୍ରେଣୀ ପଣଡୁବୀ ମଧ୍ୟରୁ ତୃତୀୟଟି ହସ୍ତାନ୍ତର କରିଛି, ଯାହା ଭାରତର ନିକଟବର୍ତ୍ତୀ ହିନ୍ଦୁ ମହାସାଗରରେ ପାକିସ୍ତାନ ନୌସେନାର ଉପସ୍ଥିତି ବୃଦ୍ଧି କରିବାରେ ସହାୟକ ହେବ। ଚାଇନାର ସରକାରୀ ଖବରକାଗଜ ‘ଗ୍ଲୋବାଲ ଟାଇମ୍ସ’ ଅନୁସାରେ, ଏହି ପଣଡୁବୀର ଜଳାବତରଣ ସମାରୋହ ଗୁରୁବାର ଚାଇନାର ହୁବେଇ ପ୍ରଦେଶର ଉହାନରେ ଅନୁଷ୍ଠିତ ହୋଇଥିଲା। ଏହା ପୂର୍ବରୁ ମାର୍ଚ୍ଚ ୨୦୨୫ରେ ଦ୍ୱିତୀୟ ପଣଡୁବୀ ହସ୍ତାନ୍ତର କରାଯାଇଥିଲା।

ଏହା ବ୍ୟତୀତ, ଚାଇନା ଗତ କିଛି ବର୍ଷରେ ପାକିସ୍ତାନକୁ ଚାରିଟି ଆଧୁନିକ ନୌସେନା ଯୁଦ୍ଧଜାହାଜ ଯୋଗାଇ ଦେଇଛି, ଯାହା ଅରବ ସାଗରରେ ବଲୁଚିସ୍ତାନରେ ଗ୍ୱାଦାର ବନ୍ଦର ବିକାଶ ସହିତ ଚାଇନର ନୌସେନା ବିସ୍ତାରକୁ ସମର୍ଥନ କରୁଛି। ପାକିସ୍ତାନର ଉପ-ନୌସେନା ମୁଖ୍ୟ ଭାଇସ ଆଡମିରାଲ ଅବଦୁଲ ସମଦ କହିଛନ୍ତି, ହଙ୍ଗୋର ପଣଡୁବୀର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ସେନସର ଆଞ୍ଚଳିକ ଶକ୍ତି ସନ୍ତୁଳନ ଓ ସାମୁଦ୍ରିକ ସ୍ଥିରତା ବଜାୟ ରଖିବାରେ ସହାୟକ ହେବ।

ଷ୍ଟକହୋମ ଆନ୍ତର୍ଜାତିକ ଶାନ୍ତି ଗବେଷଣା ସଂସ୍ଥା (ସିପ୍ରୀ) ରିପୋର୍ଟ ଅନୁସାରେ, ଚାଇନା ପାକିସ୍ତାନର ୮୧%ରୁ ଅଧିକ ସାମରିକ ହାର୍ଡୱେର ଯୋଗାଇଛି। ଏହା ମଧ୍ୟରେ ରିଜୱାନ ଗୁପ୍ତଚର ଜାହାଜ, ୬୦୦ରୁ ଅଧିକ ଭିଟି-୪ ଟ୍ୟାଙ୍କ ଓ ୩୬ଟି ଜେ-୧୦ସିଇ ଯୁଦ୍ଧବିମାନ ଅନ୍ତର୍ଭୁକ୍ତ, ଯାହା ପାକିସ୍ତାନ ଭାରତ ସହ ସାମ୍ପ୍ରତିକ ସଂଘର୍ଷରେ ବ୍ୟବହାର କରିଥିଲା।

ଚାଇନା ସାମରିକ ବିଶେଷଜ୍ଞ ଝାଙ୍ଗ ଜୁନଶେ କହିଛନ୍ତି, ହଙ୍ଗୋର ପଣଡୁବୀରେ ଉନ୍ନତ ସେନସର, ଉତ୍କୃଷ୍ଟ ଷ୍ଟିଲଥ୍ ବୈଶିଷ୍ଟ୍ୟ, ଉଚ୍ଚ ଗତିଶୀଳତା, ଦୀର୍ଘ ସମୟ ଜଳ ତଳେ ରହିବାର କ୍ଷମତା ଓ ଶକ୍ତିଶାଳୀ ମାରକ କ୍ଷମତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?