ପର୍ନ ଭିଡିଓ ଲାଇକ୍‌ କରି ଫସିଲେ ଚାଇନା ରାଷ୍ଟ୍ରଦୂତ

ଲଣ୍ଡନ,୧୧।୯: ଏକ ପର୍ନ ଭିଡିଓ ଲାଇକ୍‌ କରି ଚର୍ଚ୍ଚାକୁ ଆସିଛନ୍ତି ଚାଇନା ରାଷ୍ଟ୍ରଦୂତ। ଲଣ୍ଡନରେ ଅବସ୍ଥାପିତ ଚାଇନା ରାଷ୍ଟ୍ରଦୂତ ଲିୟୁ ଶିୟାଓମିଙ୍ଗ ଅଫିସିଆଲ୍‌ ଟୁଇଟର୍‌ ଆକାଉଣ୍ଟରୁ ଏକ ପର୍ନ ଭିଡିଓ ଲାଇକ୍‌ କରିଥିଲେ। ଏହାପରେ ତାଙ୍କୁ ଟ୍ରୋଲ କରାଯାଇଥିଲା। ମାମଲା ଏତେ ମାତ୍ରାରେ ବଢିଯାଇଥିଲା ଯେ ଶେଷରେ ଲିୟୁଙ୍କୁ ସଫେଇ ଦେବାକୁ ପଡିଛି। ଲଣ୍ଡନରେ ଥିବା ଚାଇନା ଦୂତାବାସ ଟୁଇଟର୍‌କୁ ତୁରନ୍ତ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲିୟୁଙ୍କ ଆକଉଣ୍ଟରୁ ଲିୟୁ ଜିଆଓମିଙ୍ଗଙ୍କ ଆକାଉଣ୍ଟରୁ ଲାଇକ୍‌ କରାଯାଇଥିବା ଏହି ଭିଡିଓଟି ହଟାଯିବା ପୂର୍ବରୁ ଟୁଇଟରର ଲାଇକ ସେକ୍ସନରେ ପ୍ରାୟ ଏକ ଘଣ୍ଟା ଧରି ଦେଖାଯାଇଥିଲା। ଏହି ସମୟରେ ଯୁଜର୍ସମାନେ ଚାଇନା ରାଷ୍ଟ୍ରଦୂତଙ୍କ ଉପରେ ତୀବ୍ର କ୍ରୋଧ ପ୍ରକାଶ କରିଥିଲେ ଏବଂ ବିଭିନ୍ନ ପ୍ରତିକ୍ରିୟା ଦେଇଥିଲେ। କିଛି ଚାଇନା ବିରୋଧୀ ଲିୟୁଙ୍କ ଟୁଇଟର୍‌ ଆକାଉଣ୍ଟକୁ ତୀକ୍ଷ୍ଣ ନଜର ରଖି ତାଙ୍କୁ ଟାର୍ଗେଟ କରିଛି। ଗମ୍ଭୀରତାର ସହ ଏହି ମାମଲାର ଯାଞ୍ଚ୍‌ କରାଯିବା ଉଚିତ୍‌ ବୋଲି ଚାଇନା ଦୂତାବାସ ପକ୍ଷରୁ ଏକ ବିବୃତ୍ତିରେ ପ୍ରକାଶ କରାଯାଇଛି। ସୂଚନାଯୋଗ୍ୟ, ଲିୟୁ ଜିଆଓମିଙ୍ଗଙ୍କୁ ଚାଇନାର ଅନ୍ୟତମ ପ୍ରଭାବଶାଳୀ କୂଟନୀତିଜ୍ଞ ଭାବରେ ବିବେଚନା କରାଯାଏ। ଲିୟୁ ଗତ ବର୍ଷ ଅକ୍ଟୋବରରେ ନିଜର ଟୁଇଟର ଆକାଉଣ୍ଟ କରିଥିଲେ। ଏଥିରେ ୮୫.୦୦୦ରୁ ଅଧିକ ଅନୁଗାମୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

OSSTET ସ୍ଥଗିତ ଚର୍ଚ୍ଚା ଭିତରେ ସ୍ପଷ୍ଟ କଲା BSE, ଏହି ଦିନ ହେବ…

ଭୁବନେଶ୍ବର,୨୯।୯: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) ସ୍ଥଗିତ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ମାଧ୍ୟମିକ ଶିକ୍ଷା ବୋର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?