ଏନ୍‌ଜିଟିରେ ସୁକିନ୍ଦା ରେଲ୍‌ୱେ ସାଇଡିଂ ମାମଲା: ୫ ସର୍ତ୍ତ ରଖି ମାମଲା ଫଇସଲା

ଯାଜପୁର ଅଫିସ,୧୧।୯: ପୂର୍ବତଟ ରେଳପଥ ଅଧୀନ ସୁକିନ୍ଦା ରେଲୱେ ସାଇଡିଂରେ ବାୟୁ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଉଲ୍ଲଂଘନ ହେଉଥିବା ଅଭିଯୋଗ କରି ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ମାମଲା (ଆବେଦନ ନମ୍ବର ୩୪/୨୦୨୦ ଇଜେଡ) ରୁଜୁ ହୋଇଥିଲା। ଏନ୍‌ଜିଟିର ବିଚାରପତି ଏସ୍‌.ପି. ୱାଙ୍ଗଡି ଓ ବୈଷୟିକ ସଦସ୍ୟ ନଗିନ ନନ୍ଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ମଙ୍ଗଳବାର ଶୁଣାଣି କରିଛନ୍ତି। ତଦନ୍ତକାରୀ କମିଟିର ରିପୋର୍ଟ ଆଧାରରେ ୫ଟି ସର୍ତ୍ତ ରଖି ମାମଲା ଫଇସଲା କରାଯାଇଛି। ସାଇଡିଂର ପାଚେରିରେ ୱାଇଣ୍ଡ ସ୍କ୍ରିନ ୱାଲ୍ଟ ନିର୍ମାଣ କରିବା, ଜିପସନ ପରିବହନ ପାଇଁ ସାଇଡିଂରେ ଛାତ ନିର୍ମାଣ, ସାଇଡିଂର ଭିତର ଓ ବାହାର ପାର୍ଶ୍ୱରେ ସବୁଜିମା ସୃଷ୍ଟି, ସ୍ବତନ୍ତ୍ର ଡ୍ରେନ ନିର୍ମାଣ ଏବଂ ଆମ୍ବିଏଣ୍ଟ ଏୟାର କ୍ୱାଲିଟି ମନିଟରିଂ କରିବାକୁ ନିର୍ଦ୍ଦେଶ ହୋଇଛି। ୨ମାସ ମଧ୍ୟରେ ଉପରୋକ୍ତ ସର୍ତ୍ତଗୁଡ଼ିକ କାର୍ଯ୍ୟକାରୀ ହେଲା କି ନାହିଁ ସେ ନେଇ ସବିଶେଷ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)କୁ ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷେ ଅଭିଯୋଗକାରୀ ସୁଶାନ୍ତ ଦାସ ଏନ୍‌ଜିଟିର ଏହି ନିର୍ଦ୍ଦେଶ ଉପରେ ଅସନ୍ତୋଷ ପ୍ରକାଶ କରି ଆବଶ୍ୟକ ପଡ଼ିଲେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।
ସୁକିନ୍ଦା ରେଲୱେ ସାଇଡିଂ ଜରିଆରେ କଳିଙ୍ଗନଗରର ବିଭିନ୍ନ ଶିଳ୍ପ କମ୍ପାନୀ ପ୍ରତ୍ୟହ ୧୮,୫୪୭ ମେଟ୍ରିକ ଟନ୍‌ ଖଣିଜ ଦ୍ରବ୍ୟ ଲୋଡିଂ ଓ ଅନଲୋଡିଂ କରିଥାନ୍ତି। ଏଥିପାଇଁ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟ ଶତପ୍ରତିଶତ ହେବା କଥା। କିନ୍ତୁ ଅତ୍ୟଧିକ ପ୍ରଦୂଷଣ ଯୋଗୁ ଆଖପାଖ ଅଞ୍ଚଳର ଲୋକ ବାୟୁ ଓ ଜଳ ପ୍ରଦୂଷଣରେ ଅତିଷ୍ଠ ହେଉଥିବା ଅଭିଯୋଗ ହୋଇଛି। ଏନ୍‌ଜିଟିରେ ହୋଇଥିବା ମାମଲାରେ ଆବେଦନକାରୀ ସୁଶାନ୍ତ ଦାସଙ୍କ ପକ୍ଷରୁ ଓକିଲ ଶଙ୍କରପ୍ରସାଦ ପାଣି ଦର୍ଶାଇଛନ୍ତି, ସୁକିନ୍ଦା ରେଲୱେ ସାଇଡିଂରେ ପ୍ରଦୂଷଣ ନିୟନ୍ତ୍ରଣ ସର୍ତ୍ତାବଳୀର ଉଲ୍ଲଂଘନ ହେଉଥିବା ସତ୍ତ୍ବେ ଏସ୍‌ପିସିବି ପକ୍ଷରୁ ଗତ ମାର୍ଚ୍ଚ ୩୦ ତାରିଖରେ ରେଲଓ୍ବେ ସାଇଡିଂ ଚାଲୁ କରିବା ଅନୁମତିକୁ ନବୀକରଣ କରାଯାଇଥିଲା। ରେଳ ବିଭାଗ ତରଫରୁ ସାଇଡିଂ ଅଞ୍ଚଳରେ ଖଣିଜ ଦ୍ରବ୍ୟ ପ୍ରଦୂଷଣ ରୋକିବାକୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏପରିକି ସାଇଡିଂର ଛାତ ନାହିଁ। ଖୋଲାସ୍ଥାନରେ ଖଣିଜ ଦ୍ରବ୍ୟ ଗଚ୍ଛିତ ରଖି ପରିବହନ କରାଯାଉଥିବାରୁ ଆଖପାଖ ଅଞ୍ଚଳବାସୀ ବାୟୁ ପ୍ରଦୂଷଣର ଶିକାର ହେଉଛନ୍ତି। ବର୍ଷା ଦିନେ ଖଣିଜ ଗୁଣ୍ଡ ମିଶ୍ରିତ ପାଣି ଆଖପାଖ ଚାଷ ଜମିରେ ମାଡୁଛି। ରେଳ ସାଇଡିଂର ମାତ୍ର ୩୦ମିଟର ଦୂରରେ ଥିବା ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ମଧ୍ୟ ଏଥିରେ ବହୁଳ ଭାବେ ପ୍ରଭାବିତ ହେଉଛନ୍ତି। ଏହି ମର୍ମରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ୧୩।୮।୨୦୧୮ରେ ରେଲୱେ ସାଇଡିଂ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଥିଲା। ଏଭଳି ଅନେକ କାରଣ ଦର୍ଶାଇ ନୋଟିସ୍‌ ହୋଇଥିବା ମାମଲା ଉପରେ ଏନ୍‌ଜିଟି ୧୬।୬।୨୦୨୦ରେ ଶୁଣାଣି କରିଥିଲେ। ଏକ ତଦନ୍ତକାରୀ ଦଳ ଘଟଣାସ୍ଥଳ ପରିଦର୍ଶନ କରି ୩ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଗତ ଜୁଲାଇ ୧୩ ତାରିଖରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା, ଯାଜପୁର ଉପଜିଲାପାଳ ନାରାୟଣଚନ୍ଦ୍ର ଧଳ ଓ ସିପିସିବି (କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ)ର ବୈଜ୍ଞାନିକ ସୁସ୍ମିତା ଏକ୍କା ତଦନ୍ତ କରି ଏନ୍‌ଜିଟିରେ ରିପୋର୍ଟ ଦାଖଲ କରିଥିଲେ। ଏହି ରିପୋର୍ଟ ଆଧାରରେ ୫ଟି ସର୍ତ୍ତ ରଖି ମାମଲାର ଫଇସଲା କରାଯାଇଛି। ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ବେହେରାଙ୍କୁ ପଚାରିବାରୁ, ଶୁଣାଣିରେ ଏହି ମାମଲାକୁ ଫଇସଲା କରାଯାଇଛି। ତେବେ ରେଲୱେ ପକ୍ଷରୁ ତଦନ୍ତକାରୀ କମିଟିର ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲା କି ନାହିଁ ସେ ସଂକ୍ରାନ୍ତରେ ୨ମାସ ମଧ୍ୟରେ ଏନଜିଟିରେ ରିପୋର୍ଟ ଦାଖଲ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri