ଏନ୍‌ଜିଟିରେ ସୁକିନ୍ଦା ରେଲ୍‌ୱେ ସାଇଡିଂ ମାମଲା: ୫ ସର୍ତ୍ତ ରଖି ମାମଲା ଫଇସଲା

ଯାଜପୁର ଅଫିସ,୧୧।୯: ପୂର୍ବତଟ ରେଳପଥ ଅଧୀନ ସୁକିନ୍ଦା ରେଲୱେ ସାଇଡିଂରେ ବାୟୁ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଉଲ୍ଲଂଘନ ହେଉଥିବା ଅଭିଯୋଗ କରି ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ମାମଲା (ଆବେଦନ ନମ୍ବର ୩୪/୨୦୨୦ ଇଜେଡ) ରୁଜୁ ହୋଇଥିଲା। ଏନ୍‌ଜିଟିର ବିଚାରପତି ଏସ୍‌.ପି. ୱାଙ୍ଗଡି ଓ ବୈଷୟିକ ସଦସ୍ୟ ନଗିନ ନନ୍ଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ମଙ୍ଗଳବାର ଶୁଣାଣି କରିଛନ୍ତି। ତଦନ୍ତକାରୀ କମିଟିର ରିପୋର୍ଟ ଆଧାରରେ ୫ଟି ସର୍ତ୍ତ ରଖି ମାମଲା ଫଇସଲା କରାଯାଇଛି। ସାଇଡିଂର ପାଚେରିରେ ୱାଇଣ୍ଡ ସ୍କ୍ରିନ ୱାଲ୍ଟ ନିର୍ମାଣ କରିବା, ଜିପସନ ପରିବହନ ପାଇଁ ସାଇଡିଂରେ ଛାତ ନିର୍ମାଣ, ସାଇଡିଂର ଭିତର ଓ ବାହାର ପାର୍ଶ୍ୱରେ ସବୁଜିମା ସୃଷ୍ଟି, ସ୍ବତନ୍ତ୍ର ଡ୍ରେନ ନିର୍ମାଣ ଏବଂ ଆମ୍ବିଏଣ୍ଟ ଏୟାର କ୍ୱାଲିଟି ମନିଟରିଂ କରିବାକୁ ନିର୍ଦ୍ଦେଶ ହୋଇଛି। ୨ମାସ ମଧ୍ୟରେ ଉପରୋକ୍ତ ସର୍ତ୍ତଗୁଡ଼ିକ କାର୍ଯ୍ୟକାରୀ ହେଲା କି ନାହିଁ ସେ ନେଇ ସବିଶେଷ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)କୁ ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷେ ଅଭିଯୋଗକାରୀ ସୁଶାନ୍ତ ଦାସ ଏନ୍‌ଜିଟିର ଏହି ନିର୍ଦ୍ଦେଶ ଉପରେ ଅସନ୍ତୋଷ ପ୍ରକାଶ କରି ଆବଶ୍ୟକ ପଡ଼ିଲେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।
ସୁକିନ୍ଦା ରେଲୱେ ସାଇଡିଂ ଜରିଆରେ କଳିଙ୍ଗନଗରର ବିଭିନ୍ନ ଶିଳ୍ପ କମ୍ପାନୀ ପ୍ରତ୍ୟହ ୧୮,୫୪୭ ମେଟ୍ରିକ ଟନ୍‌ ଖଣିଜ ଦ୍ରବ୍ୟ ଲୋଡିଂ ଓ ଅନଲୋଡିଂ କରିଥାନ୍ତି। ଏଥିପାଇଁ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟ ଶତପ୍ରତିଶତ ହେବା କଥା। କିନ୍ତୁ ଅତ୍ୟଧିକ ପ୍ରଦୂଷଣ ଯୋଗୁ ଆଖପାଖ ଅଞ୍ଚଳର ଲୋକ ବାୟୁ ଓ ଜଳ ପ୍ରଦୂଷଣରେ ଅତିଷ୍ଠ ହେଉଥିବା ଅଭିଯୋଗ ହୋଇଛି। ଏନ୍‌ଜିଟିରେ ହୋଇଥିବା ମାମଲାରେ ଆବେଦନକାରୀ ସୁଶାନ୍ତ ଦାସଙ୍କ ପକ୍ଷରୁ ଓକିଲ ଶଙ୍କରପ୍ରସାଦ ପାଣି ଦର୍ଶାଇଛନ୍ତି, ସୁକିନ୍ଦା ରେଲୱେ ସାଇଡିଂରେ ପ୍ରଦୂଷଣ ନିୟନ୍ତ୍ରଣ ସର୍ତ୍ତାବଳୀର ଉଲ୍ଲଂଘନ ହେଉଥିବା ସତ୍ତ୍ବେ ଏସ୍‌ପିସିବି ପକ୍ଷରୁ ଗତ ମାର୍ଚ୍ଚ ୩୦ ତାରିଖରେ ରେଲଓ୍ବେ ସାଇଡିଂ ଚାଲୁ କରିବା ଅନୁମତିକୁ ନବୀକରଣ କରାଯାଇଥିଲା। ରେଳ ବିଭାଗ ତରଫରୁ ସାଇଡିଂ ଅଞ୍ଚଳରେ ଖଣିଜ ଦ୍ରବ୍ୟ ପ୍ରଦୂଷଣ ରୋକିବାକୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏପରିକି ସାଇଡିଂର ଛାତ ନାହିଁ। ଖୋଲାସ୍ଥାନରେ ଖଣିଜ ଦ୍ରବ୍ୟ ଗଚ୍ଛିତ ରଖି ପରିବହନ କରାଯାଉଥିବାରୁ ଆଖପାଖ ଅଞ୍ଚଳବାସୀ ବାୟୁ ପ୍ରଦୂଷଣର ଶିକାର ହେଉଛନ୍ତି। ବର୍ଷା ଦିନେ ଖଣିଜ ଗୁଣ୍ଡ ମିଶ୍ରିତ ପାଣି ଆଖପାଖ ଚାଷ ଜମିରେ ମାଡୁଛି। ରେଳ ସାଇଡିଂର ମାତ୍ର ୩୦ମିଟର ଦୂରରେ ଥିବା ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ମଧ୍ୟ ଏଥିରେ ବହୁଳ ଭାବେ ପ୍ରଭାବିତ ହେଉଛନ୍ତି। ଏହି ମର୍ମରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ୧୩।୮।୨୦୧୮ରେ ରେଲୱେ ସାଇଡିଂ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଥିଲା। ଏଭଳି ଅନେକ କାରଣ ଦର୍ଶାଇ ନୋଟିସ୍‌ ହୋଇଥିବା ମାମଲା ଉପରେ ଏନ୍‌ଜିଟି ୧୬।୬।୨୦୨୦ରେ ଶୁଣାଣି କରିଥିଲେ। ଏକ ତଦନ୍ତକାରୀ ଦଳ ଘଟଣାସ୍ଥଳ ପରିଦର୍ଶନ କରି ୩ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଗତ ଜୁଲାଇ ୧୩ ତାରିଖରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା, ଯାଜପୁର ଉପଜିଲାପାଳ ନାରାୟଣଚନ୍ଦ୍ର ଧଳ ଓ ସିପିସିବି (କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ)ର ବୈଜ୍ଞାନିକ ସୁସ୍ମିତା ଏକ୍କା ତଦନ୍ତ କରି ଏନ୍‌ଜିଟିରେ ରିପୋର୍ଟ ଦାଖଲ କରିଥିଲେ। ଏହି ରିପୋର୍ଟ ଆଧାରରେ ୫ଟି ସର୍ତ୍ତ ରଖି ମାମଲାର ଫଇସଲା କରାଯାଇଛି। ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ବେହେରାଙ୍କୁ ପଚାରିବାରୁ, ଶୁଣାଣିରେ ଏହି ମାମଲାକୁ ଫଇସଲା କରାଯାଇଛି। ତେବେ ରେଲୱେ ପକ୍ଷରୁ ତଦନ୍ତକାରୀ କମିଟିର ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲା କି ନାହିଁ ସେ ସଂକ୍ରାନ୍ତରେ ୨ମାସ ମଧ୍ୟରେ ଏନଜିଟିରେ ରିପୋର୍ଟ ଦାଖଲ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ସଲାମ କଲା ସାରା ବିଶ୍ୱ: ମୋଦି କହିଲେ, ହିରୋ…

ନୂଆଦିଲ୍ଲୀ,୧।୧୦: ଦୁବାଇରୁ ଇସ୍ରାଏଲ ଯାଉଥିବା ଫ୍ଲାଇଦୁବାଇ ବିମାନରେ କଥିତ ଅପହରଣ ଉଦ୍ୟମକୁ ପ୍ରତିହତ କରିବାରେ ଭୂମିକା ନେଇଥିବା ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?