ଆଖିରୁ ମିଳିଲା କରୋନା ଭୂତାଣୁ

ବେଜିଂ,୧୨।୧୦: ସାଧାରଣତଃ କରୋନା ଜୀବାଣୁ ନାକ ଏବଂ ପାଟି ଦେଇ ଶରୀରକୁ ପ୍ରବେଶ କରିଥାଏ। ଏବେ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହା ଆଖି ମାଧ୍ୟମରେ ଶରୀରକୁ ମଧ୍ୟ ପ୍ରବେଶ କରିପାରିବ। ଚାଇନାରେ ଆଖିରେ କରୋନା ଜୀବାଣୁ ଥିବା ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ୬୪ ବର୍ଷ ବୟସ୍କା ମହିଳାଙ୍କ ଆଖିରେ କରୋନା ଜୀବାଣୁ ଦେଖିବାକୁ ମିଳିଛି। କେରୋନାରୁ ସୁସ୍ଥ ହେବାର ଦୁଇ ମାସ ପରେ ସେ ତାଙ୍କ ଆଖିରେ ଏହି ଜୀବାଣୁ ମିଳିଥିଲା। ଖବର ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀରେ ଜଣେ ୬୪ ବର୍ଷ ବୟସ୍କା ବୃଦ୍ଧ ମହିଳା କରୋନା ସଂକ୍ରମିତ ହୋଇଥିଲେ। ଏହାପରେ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇଥିଲେ। ଡାକ୍ତରଖାନାରୁ ଘରକୁ ଯିବାର ୮ ଦିନ ପରେ ତାଙ୍କ ଡାହାଣ ଆଖି ଯନ୍ତ୍ରଣା ହେବାକୁ ଲାଗିଲା। ଧୀରେ ଧୀରେ ଯନ୍ତ୍ରଣା ଅସହ୍ୟ ହେବାକୁ ଲାଗିଲା ଏବଂ ଦୃଷ୍ଟି ଶକ୍ତି ମଧ୍ୟ ବହୁତ କମ ହୋଇଗଲା। ମହିଳା ଡାକ୍ତରଖାନାରେ ପହଞ୍ଚିଲେ। ଡାକ୍ତରମାନେ ଜାଣିବାକୁ ପାଇଲେ ଯେ ମହିଳା ଜଣକ ଗ୍ଲୁକୋମାରେ ପୀଡିତ। ଚାଇନାର ଉହାନସ୍ଥିତ ସେଣ୍ଟର୍‌ ଥିଏଟର କମାଣ୍ଡ ହସ୍ପିଟାଲରେ ମହିଳାଙ୍କ ଦୁଇଟି ଆଖି ଅସ୍ତ୍ରୋପଚାର କରାଯାଇଥିଲା। ଏହା ସତ୍ତ୍ୱେ ଆଖି ବାରମ୍ବାର ଯନ୍ତ୍ରଣା ହେଉଥିଲା। ସେ ପୁନର୍ବାର ଅସ୍ତ୍ରୋପଚାର କରିଥିଲେ। ଏହି ସମୟରେ ଆଖିରୁ ନିଆଯାଇଥିବା ଟିସୁ ନମୁନା ପରୀକ୍ଷା କରାଯାଇଥିଲା। ଏହି ଟିସୁରେ କରୋନା ଜୀବାଣୁ ଥିବା ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ରୁଷିଆ ମୁହାଁମୁହିଁ,ବାଇଡେନ୍‌ଙ୍କ ଚେତାବନୀ…

ଓ୍ବାଶିଂଟନ, ୧୯।୧ : ରୁଷିଆ ୟୁକ୍ରେନ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଆମେରିକା ଚେତାବନୀ ଦେଇଛି । ଆମେରିକା କହିଛି ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ...

ଏଣିକି ଆମେରିକା ଯାଇପାରିବେ କୋଭାକ୍ସିନ୍‌ ନେଇଥିବା ବ୍ୟକ୍ତି

ୱାଶିଂଟନ,୪।୧୧: ଭାରତର ସ୍ବଦେଶୀ ଟିକା କୋଭାକ୍ସିନର ଉଭୟ ଡୋଜ୍‌ ନେଇଥିବା ବ୍ୟକ୍ତି ଏଣିକି ବିନା ଦ୍ୱିଧାରେ ଆମେରିକା ଯାତ୍ରା କରିପାରିବେ। ଏନେଇ ଆମେରିକା ପ୍ରଶାସନ ସବୁଜ...

ପାଶ୍ଚାତ୍ୟ ରାଷ୍ଟ୍ର ମିଥ୍ୟା ସାମ୍ରାଜ୍ୟ

ମସ୍କୋ,୧।୩: ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପରେ ଆମେରିକା, ବ୍ରିଟେନ ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଏହା ଉପରେ ପ୍ରତିବନ୍ଧକ ବଢ଼ାଇବାରେ ଲାଗିଛନ୍ତି। ରୁଷିଆର କେତେକ...

ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନାଭାଇରସ ସଂକ୍ରମିତଙ୍କ ଖର୍ଚ୍ଚ ବହନ କରିବେ ସରକାର

ସିଙ୍ଗାପୁର,୧୩।୨: କରୋନାଭଇରସ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଛି। ଚାଇନା ପରେ ବିଶ୍ୱର ଅନ୍ୟ ଦେଶରେ ମଧ୍ୟ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି...

ମୋଦିଙ୍କ ଆଭିମୁଖ୍ୟ ବଦଳିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮ା୧: ଦୁଇଦିନ ପରେ ଆମେରିକାରେ କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି। ୨୦ ତାରିଖରେ ରିପବ୍ଲିକାନ୍‌ ନେତା ଡୋନାଲ୍ଡ ଟ୍ରମ୍ପ୍‌ ବିଦାୟ ନେବା ସହ ୭୮ ବର୍ଷୀୟ...

ନାଇଜେରିଆ ଚର୍ଚ୍ଚରେ ଗୁଳିକାଣ୍ଡ, ୫୦ ମୃତ

ଅବୁଜା,୬ ।୬: ଦକ୍ଷିଣ-ପଶ୍ଚିମ ନାଇଜେରିଆର ଏକ ଚର୍ଚ୍ଚରେ ରବିବାର ପ୍ରାର୍ଥନା କରୁଥିବା ଲୋକଙ୍କ ଉପରକୁ ଗୁଳି କରାଯିବା ସହ ବିସ୍ଫୋରଣ କରାଯାଇଥିବା ଖବର ମିଳିଛି ।...

ଫେବୃୟାରୀ ୨୮ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ୍ ଅବଧି: ମହାରାଷ୍ଟ୍ର ସରକାର

ମୁମ୍ବାଇ,୨୯ ।୧: ଗୋଟିଏ ପଟେ କରୋନା ମହାମାରୀ ସାରା ଦେଶରେ ଏକ ପ୍ରକାର କମ୍ ହାଇଯାଇଥିବା ବେଳେ ଅନ୍ୟପଟେ କିନ୍ତୁ ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ସ୍ଥିତି ସୁଧୁରି...

ଭୂକମ୍ପ ପୀଡ଼ିତଙ୍କ ପାଇଁ ସହାୟତା ଅଭିଯାନ: ୭୩ ବୟସ୍କା ମହିଳା ଦୌଡ଼ି ଦୌଡ଼ି ଭ୍ରମଣ କଲେଣି ୧୨ ଦେଶ

ଇସ୍ତାନବୁଲ୍‌,୧୦।୧୨: ଭୂକମ୍ପ ପୀଡ଼ିତଙ୍କ ପାଇଁ ସହାୟତା ଅଭିଯାନ ଆରମ୍ଭ କରିଛନ୍ତି ବ୍ରିଟେନ୍‌ର ୭୩ ବର୍ଷ ବୟସ୍କା ମହିଳା ରୋଜି ସ୍ବେଲ ପୋପ୍‌। ସେ ଅଣ୍ଟାରେ ଟ୍ରଲି...

Advertisement
Archives

Model This Week