ପାଙ୍ଗୋଙ୍ଗ ହ୍ରଦ ଉପରେ ପୋଲ ନିର୍ମାଣ କରୁଛି ଚାଇନା…

ବେଜିଂ, ୧୮।୫ : ଦୁଇ ବର୍ଷରୁ ଅଧିକ ସମୟ ଧରି ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ଜାରି ରହିଛି। ଏପରିସ୍ଥଳେ ଚାଇନା ପାଙ୍ଗୋଙ୍ଗ ହ୍ରଦ ଉପରେ ଆଉ ଏକ ପୋଲ ନିର୍ମାଣ କରୁଛି । ଏହା ମାଧ୍ୟମରେ ଚାଇନା ଭାରୀ ଅସ୍ତ୍ରଶସ୍ତ୍ର ପରିବହନ କରିବାକୁ ସକ୍ଷମ ହେବ।

ଚାଇନା ଏଠାରେ ପ୍ରଥମ ପୋଲ ନିର୍ମାଣ ୨୦୨୧ ର ଶେଷ ଭାଗରେ ଆରମ୍ଭ ହୋଇଥିଲା ଏବଂ ଗତ ମାସରେ ସେହି ସେତୁ ନିର୍ମାଣ କାମ ଶେଷ ହୋଇଥିଲା। ନୂଆ ପୋଲ ନିର୍ମାଣ ଲାଗି ପାଉନା ପାଙ୍ଗୋଙ୍ଗ ହ୍ରଦ ଉପରେ ଥିବା ପୁରୁଣା ପୋଲକୁ ସର୍ଭିସ୍‌ ବ୍ରିଜ ଭାବରେ ବ୍ୟବହାର କରୁଛି ।

ଖବର ଅନୁଯାୟୀ ଚାଇନା ଏହାର କ୍ରେନ ନିୟୋଜନ ଏବଂ ଅନ୍ୟାନ୍ୟ ନିର୍ମାଣ ଉପକରଣ ଆଣିବା ପାଇଁ ପ୍ରଥମ ପୋଲ ବ୍ୟବହାର କରୁଛି। ଏହାର ଠିକ ପାଖରେ ଏକ ନୂତନ ପୋଲ ନିର୍ମାଣ କରାଯାଉଛି। ପୁରୁଣା ଅପେକ୍ଷା ବଡ଼ ଏବଂ ପ୍ରଶସ୍ତ। ଏହି ପୋଲର ନିମାଣ କାର୍ଯ୍ୟ ଗତ ୨୦ ଦିନ ଧରି ଚାଲିଛି। ଉଭୟ ପାର୍ଶ୍ୱରୁ ଏକକାଳୀନ ଭାବେ ନୂଆ ପୋଲ ନିର୍ମାଣ କରାଯାଉଛି।

ଏହି ପୋଲ ନିର୍ମାଣ ଦ୍ୱାରା ଖୁର୍ନକରୁ ରୁଦୋକ ପର୍ଯ୍ୟନ୍ତ ରାସ୍ତା ୪୦ର ୫୦ କିଲୋମିଟର ହ୍ରାସ ପାଇବ।
୧୩୫ କିଲୋମିଟର ଲମ୍ବ ପାଙ୍ଗୋଙ୍ଗ ହ୍ରଦର ଲଦାଖ ଏବଂ ତିବ୍ଦତର ଅଞ୍ଚଳ ଚାଇନା ଅଧୀନରେ ରହିଛି। ମେ’ ୨୦୨୦ ଠାରୁ ଏହି ଅଞ୍ଚଳରେ ଭାରତ ଏବଂ ଚାଇନା ମଧ୍ୟରେ ତିକ୍ତତା ଦେଖାଦେଇଛି। ପୁରୁଣା ପୋଲ ଉପରେ ଚାଇନା କେବଳ ସୈନିକ ଏବଂ ହାଲୁକା ଯାନ ଆଣିବା ଳାଗି ବ୍ୟବହାର କରୁଥିଲା।

କିନ୍ତୁ ନୂତନ ପୋଲ ନିର୍ମାଣ ଦ୍ୱାରା ଚାଇନା ଓଜନିଆ ଯାନ ଗୁଡ଼ିକୁ ଏହା ଉପର ଦେଈ ଚଳାଚଳ କରାଇବ। ନୂଆ ପୋଲ ଚାଇନାର ସାମରିକ ଭିତ୍ତିଭୂମିର ଏକ ଅଂଶ ଭାବେ ପୂର୍ବ ଲଦାଖରେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରେ ବୁଷ୍ଟର ଡୋଜ ନେଇଥିବା ବ୍ୟକ୍ତି ବି ନୁହେଁ ସୁରକ୍ଷିତ, ଶୀଘ୍ର ନିଅନ୍ତୁ ଦ୍ୱିତୀୟ ବୁଷ୍ଟର ଡୋଜ

ବେଜିଂ,୨୬ ।୧୨: ଚାଇନାରେ ବେଳକୁ ବେଳ ବେକାବୁ ହେଲାଣି କରୋନା ସଂକ୍ରମଣ । ଏହି ସଂକ୍ରମଣରୁ କିପରି ମୁକ୍ତି ମିଳିବ ତାହାକୁ ନେଇ ସାଧାରଣ ଜନତାଙ୍କଠାରୁ...

ଜିନପିଙ୍ଗଙ୍କ ଚାଲାକି: ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ଚାଇନା ଗସ୍ତ ପୂର୍ବରୁ ବଢ଼ିଲା ସୀମା ବିବାଦ…

ବେଜିଂ,୩୧।୧୨ : ସୀମା ବିବାଦରେ ଚାଇନା ବର୍ତ୍ତମାନ ଫିଲିପାଇନ୍ସ ବିରୋଧରେ ଏକ ଷଡ଼ଯନ୍ତ୍ର ରଚିଛି। ଏହା ଆଶ୍ଚର୍ଯ୍ୟଜନକ ଯେ ଫିଲିପାଇନ୍ସର ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିୟର...

୩ ହଜାର ବର୍ଷ ପୁରୁଣା ସହର

ଇଜିପ୍ଟରେ ‘ଲଷ୍ଟ ଗୋଲ୍ଡେନ୍‌ ସିଟି’ ନାମକ ୩,୦୦୦ ବର୍ଷ ପୁରୁଣା ଏକ ସହର ଠାବ ହୋଇଛି। ପ୍ରତ୍ନତତ୍ତ୍ୱବିତ୍‌ମାନେ ଦାକ୍ଷିଣାତ୍ୟ ସହର ଲକ୍ସରରେ ଖନନ ବେଳେ ଏହାକୁ...

ରାଷ୍ଟ୍ରପତି ଥିଲେ ଦିନକରେ ଶେଷ ହୋଇଥାନ୍ତା ରୁଷିଆ-ୟୁକ୍ରେନ ଯୁଦ୍ଧ: ଟ୍ରମ୍ପ…

ଓ୍ବାଶିଂଟନ,୧୩।୩ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଯଦି ସେ...

ଜାତିସଂଘରେ ଭାରତ ସୀମାରେ ଅସ୍ତ୍ରଶସ୍ତ୍ର ଚୋରା କାରବାର ପ୍ରସଙ୍ଗ…

କେନେଭା/ନୂଆଦିଲ୍ଲୀ, ୨୯।୬ : ଭାରତ ସୀମାରେ ହେଉଥିବା ଚୋରା ଅସ୍ତ୍ରଶସ୍ତ୍ର କାରବାର ପ୍ରସଙ୍ଗ ଜାତିସଂଘରେ ଉପସ୍ଥାପନ କରାଯାଇଛି। ପ୍ରତିବର୍ଷ ଅନ୍ତ୍ରଜାର୍ତୀୟ ସୀମାରେ ଚୋରା କାରବାର ହେଉଥିବା...

ପୁଣି ତାଇଓ୍ବାନ ଅଞ୍ଚଳରେ ପଶିଲା ଚାଇନା

ତାଇପେ,୧୯ା୩: ଚାଇନା ପୁଣି ଥରେ ତାଇଓ୍ବାନରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି। ତାଇଓ୍ବାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ମାର୍ଚ୍ଚ ୧୭ରୁ ୧୮ମଧ୍ୟରେ ଅତି କମ୍‌ରେ ୨୬ଟି...

ଭାରତର ଜି-୨୦ ନେତୃତ୍ୱକୁ ପ୍ରଶଂସା କଲା ଆମେରିକା

ୱାଶିଂଟନ,୩ ।୩: ଭାରତର ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଜି-୨୦ ଦେଶର ବୈଦେଶିକ ମନ୍ତ୍ରୀଙ୍କ ଦୁଇ ଦିନିଆ ବୈଠକ ଶେଷ ହେବା ପରେ ଆମେରିକା ଭାରତର ଜି-୨୦...

୨୭୨୦ ଫୁଟ ଉଚ୍ଚା ବିଲ୍ଡିଂରେ ହେଲା ବଜ୍ରପାତ: ଫଟୋ ଉଠାଇ ପ୍ରଶଂସା ସାଉଁଟିଲେ ଫଟୋଗ୍ରାଫର

ଦୁବାଇ,୧୪।୧: ଦୁବାଇରେ ୧୯୯୬ ପରେ ଚଳିତ ବର୍ଷ ପ୍ରବଳ ବର୍ଷା ହୋଇଛି। ବର୍ଷାରେ ବିମାନ ବନ୍ଦର ରନ୍‌ ଓ୍ବେ ବୁଡ଼ିଯିବାରୁ କେତେକ ବିମାନ ଉଡ଼ାଣକୁ ପ୍ରଶାସନ...

Advertisement
Archives

Model This Week