ପାଙ୍ଗୋଙ୍ଗ ହ୍ରଦ ଉପରେ ପୋଲ ନିର୍ମାଣ କରୁଛି ଚାଇନା…

ବେଜିଂ, ୧୮।୫ : ଦୁଇ ବର୍ଷରୁ ଅଧିକ ସମୟ ଧରି ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ଜାରି ରହିଛି। ଏପରିସ୍ଥଳେ ଚାଇନା ପାଙ୍ଗୋଙ୍ଗ ହ୍ରଦ ଉପରେ ଆଉ ଏକ ପୋଲ ନିର୍ମାଣ କରୁଛି । ଏହା ମାଧ୍ୟମରେ ଚାଇନା ଭାରୀ ଅସ୍ତ୍ରଶସ୍ତ୍ର ପରିବହନ କରିବାକୁ ସକ୍ଷମ ହେବ।

ଚାଇନା ଏଠାରେ ପ୍ରଥମ ପୋଲ ନିର୍ମାଣ ୨୦୨୧ ର ଶେଷ ଭାଗରେ ଆରମ୍ଭ ହୋଇଥିଲା ଏବଂ ଗତ ମାସରେ ସେହି ସେତୁ ନିର୍ମାଣ କାମ ଶେଷ ହୋଇଥିଲା। ନୂଆ ପୋଲ ନିର୍ମାଣ ଲାଗି ପାଉନା ପାଙ୍ଗୋଙ୍ଗ ହ୍ରଦ ଉପରେ ଥିବା ପୁରୁଣା ପୋଲକୁ ସର୍ଭିସ୍‌ ବ୍ରିଜ ଭାବରେ ବ୍ୟବହାର କରୁଛି ।

ଖବର ଅନୁଯାୟୀ ଚାଇନା ଏହାର କ୍ରେନ ନିୟୋଜନ ଏବଂ ଅନ୍ୟାନ୍ୟ ନିର୍ମାଣ ଉପକରଣ ଆଣିବା ପାଇଁ ପ୍ରଥମ ପୋଲ ବ୍ୟବହାର କରୁଛି। ଏହାର ଠିକ ପାଖରେ ଏକ ନୂତନ ପୋଲ ନିର୍ମାଣ କରାଯାଉଛି। ପୁରୁଣା ଅପେକ୍ଷା ବଡ଼ ଏବଂ ପ୍ରଶସ୍ତ। ଏହି ପୋଲର ନିମାଣ କାର୍ଯ୍ୟ ଗତ ୨୦ ଦିନ ଧରି ଚାଲିଛି। ଉଭୟ ପାର୍ଶ୍ୱରୁ ଏକକାଳୀନ ଭାବେ ନୂଆ ପୋଲ ନିର୍ମାଣ କରାଯାଉଛି।

ଏହି ପୋଲ ନିର୍ମାଣ ଦ୍ୱାରା ଖୁର୍ନକରୁ ରୁଦୋକ ପର୍ଯ୍ୟନ୍ତ ରାସ୍ତା ୪୦ର ୫୦ କିଲୋମିଟର ହ୍ରାସ ପାଇବ।
୧୩୫ କିଲୋମିଟର ଲମ୍ବ ପାଙ୍ଗୋଙ୍ଗ ହ୍ରଦର ଲଦାଖ ଏବଂ ତିବ୍ଦତର ଅଞ୍ଚଳ ଚାଇନା ଅଧୀନରେ ରହିଛି। ମେ’ ୨୦୨୦ ଠାରୁ ଏହି ଅଞ୍ଚଳରେ ଭାରତ ଏବଂ ଚାଇନା ମଧ୍ୟରେ ତିକ୍ତତା ଦେଖାଦେଇଛି। ପୁରୁଣା ପୋଲ ଉପରେ ଚାଇନା କେବଳ ସୈନିକ ଏବଂ ହାଲୁକା ଯାନ ଆଣିବା ଳାଗି ବ୍ୟବହାର କରୁଥିଲା।

କିନ୍ତୁ ନୂତନ ପୋଲ ନିର୍ମାଣ ଦ୍ୱାରା ଚାଇନା ଓଜନିଆ ଯାନ ଗୁଡ଼ିକୁ ଏହା ଉପର ଦେଈ ଚଳାଚଳ କରାଇବ। ନୂଆ ପୋଲ ଚାଇନାର ସାମରିକ ଭିତ୍ତିଭୂମିର ଏକ ଅଂଶ ଭାବେ ପୂର୍ବ ଲଦାଖରେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri