ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ

ପୁରୁଷୋତ୍ତମପୁର,୧୮।୫(ଡି.ଏନ୍‌.ଏ.) : ମା’ ତାରାତାରିଣୀଙ୍କ  ପୀଠ ଚଳଚଞ୍ଚଳ ହୋଇଉଠିଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏଠାରେ ପହଂଚି ନୂଆ ସ୍ନାନ ମଣ୍ଡପ, ଦୀପ ଘର, ପ୍ରଶାସନିକ ଭବନ ଉଦ୍‌ଘାଟନ କରିଛନ୍ତି। ରାଜ୍ୟବାସୀଙ୍କ ପାଇଁ ମା’ଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ମଙ୍ଗଳକାମନା କରିଛନ୍ତି। ମା’ ତାରାତାରିଣୀଙ୍କ ମନ୍ଦିରର ନୂଆ ରୂପକୁ ଓ କଳା ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଅନୁପମ ନିଦର୍ଶନ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟରେ ନିୟୋଜିତ ଶିଳ୍ପୀ ଓ କାରିଗରମାନଙ୍କୁ ବିଶେଷ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଁ ଯେବେ ବି ମା’ଙ୍କ ଦର୍ଶନ ପାଇଁ ପୀଠକୁ ଆସିଛି, ସେତେବେଳେ ମୋତେ ବହୁତ ଭଲ ଲାଗିଛି। ମନ୍ଦିରର ଏହି ନୂଆ ରୂପ ଓ ବିକଶିତ ପରିବେଶ ଅଧିକ ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ। ମା’ତାରାତାରିଣୀ ଆମ ଗଞ୍ଜାମର ଇଷ୍ଟ ଦେବୀ। ଦେଶବାସୀ ଏବଂ ଗଞ୍ଜାମବାସୀଙ୍କ ମଙ୍ଗଳ ପାଇଁ ମା’ଙ୍କ ପାଖରେ ପ୍ରାର୍ଥନା କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିହ୍ନଟ ହେଲେ ୯.୫୯ ଲକ୍ଷ ହିତାଧିକାରୀ

ଭୁବନେଶ୍ୱର,୧୭ା୧(ବ୍ୟୁରୋ):ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୯.୫୯ ଲକ୍ଷ ହିତାଧିକାରୀ ପକ୍କାଘର ପାଇବା ନେଇ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୦ ଜିଲାରୁ ୮ଲକ୍ଷ ୧୭ ହଜାର ହିତାଧିକାରୀ ରହିଛନ୍ତି।...

୭କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ରେଢାଖୋଲ,୨୨।୭(ଡି.ଏନ୍‌.ଏ.): ରେଢ଼ାଖୋଲ କନ୍ଧରା ଗ୍ରାମରେ ଅବକାରି ବିଭାଗର ଚଢ଼ାଉ। ଏହି ଚଢ଼ାଉରେ ୭କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ପୋଲିସ ଜଣଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ,...

ଖୋଲିଲା କପିଳାସ ପ୍ରାଣୀ ଉଦ୍ୟାନ

ଢେଙ୍କାନାଳ ଅଫିସ, ୫।୧୦: ଦୀର୍ଘ ୭ମାସ ପରେ କଟକଣା ଭିତରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି କପିଳାସ ପ୍ରାଣୀ ଉଦ୍ୟାନ। ବର୍ଷାପାଗ ସତ୍ତ୍ୱେ ରବିବାର ପ୍ରଥମ ଦିନରେ ୫୪...

ବିଗିଡ଼ିଯାଇଛି ଟ୍ରକ୍‌ ବ୍ୟବସାୟ

ବଅଁରପାଳ,୨୦ା୬(ଡି.ଏନ.ଏ.) – କରୋନା କଟକଣା ପୂର୍ବରୁ ଠିକ୍‌ଠାକ୍‌ ଚାଲିଥିଲା ବ୍ୟବସାୟ। ଟ୍ରକ୍‌ଗୁଡ଼ିକୁ ନିୟମିତ ଲୋଡ୍‌ ମିଳୁଥିବା ବେଳେ ମାସିକ ରୋଜଗାର ମଧ୍ୟ ମନ୍ଦ ନ ଥିଲା।...

ତିହିଡ଼ି: ହରିବୋଲରୁ ଶ୍ରୀଗୁଣ୍ଡିଚାରେ ତିନିଠାକୁର

ତିହିଡ଼ି, ୪।୭ (ଡି.ଏନ.ଏ.) – ଭଦ୍ରକ ଜିଲା ସଦର ବ୍ଲକ କେଶପୁରସ୍ଥିତ ହରିବୋଲ କ୍ଷେତ୍ରରେ ଗୁରୁବାର ପବିତ୍ର ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶତାଧିକ ଶ୍ରଦ୍ଧାଳୁଙ୍କ ଶଙ୍ଖ,...

ବାଦ୍ୟଯନ୍ତ୍ର କାରିଗରଙ୍କ ଜୀବିକା ଉପରେ କରୋନା ମାଡ଼

ଲୋଇସିଂହା,୨।୮(ଡି.ଏନ.ଏ.): ମହାମାରୀ କରୋନା ବିଭିନ୍ନ ବର୍ଗର ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି। ଏଥିରୁ ବାଦ୍‌ ପଡିନାହାନ୍ତି ବାଦ୍ୟଯନ୍ତ୍ର ପ୍ରସ୍ତୁତକାରୀ କାରିଗର। ସେମାନଙ୍କ ରୋଜଗାର ବାଟ...

ଖଣି ଖାଦାନରେ ୧୪୪ ଧାରା ଜାରିକୁ ବିରୋଧ: ରେଞ୍ଜ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ

ଖୁଣ୍ଟା,୧ା୧୦(ଡି.ଏନ୍‌.ଏ.)-ଖୁଣ୍ଟା ତହସିଲ ଅଧିନ ତଥା ଶିମିଳିପାଳ ପାଦଦେଶରେ ଥିବା ବିଭିନ୍ନ ବେଆଇନ ଖଣି ଖାଦାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ସୋମବାର ଏହାକୁ...

ମାସ୍କ, ସାମାଜିକ ଦୂରତ୍ୱ ନିୟମକୁ କଡାକଡି କଲେ ତହସିଲଦାର

ଗଞ୍ଜାମ, ୧୯।୫(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି l ଏଥିପାଇଁ ସରକାର ଲକ୍‌ଡାଉନ ଅବଧିକୁ ମେ ୩୧ ଯାଏଁ ବୃଦ୍ଧି...

Advertisement
Archives

Model This Week