Posted inଜାତୀୟ

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା ସହ ସେମାନଙ୍କର ଏକ ସ୍ବତନ୍ତ୍ର ସ୍ବର ଶୈଳୀ ବିକଶିତ ହୋଇଥାଏ। ଶିମ୍ପାଞ୍ଜିଙ୍କର ହସ, ଗର୍ଜନ ଏବଂ କାନ୍ଦର ସ୍ବର (ଆକୋଷ୍ଟିକ୍ସ)କୁ ଅନୁଧ୍ୟାନକରି ବୈଜ୍ଞାନିକମାନେ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି।
‘ପ୍ଲସ୍‌ ୱାନ୍‌’ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ, ଶିମ୍ପାଞ୍ଜିଙ୍କର ସ୍ବର କେବଳ ବଂଶଗତ ବା ଜେନେଟିକ୍ସ ଦ୍ୱାରା ନିର୍ଦ୍ଧାରିତ ହୋଇ ନ ଥାଏ। ବରଂ ଭିନ୍ନ ଭିନ୍ନ ଅଞ୍ଚଳରେ ରହୁଥିବା ଶିମ୍ପାଞ୍ଜିଙ୍କ ମଧ୍ୟରେ ସ୍ବରର ଭିନ୍ନତା ଦେଖିବାକୁ ମିଳେ। ଗବେଷକମାନେ ଜାମ୍ବିଆର ‘ଚିମଫୁନଶୀ ୱାଇଲ୍ଡଲାଇଫ୍‌ ଅର୍ଫାନେଜ୍‌’ ଏବଂ ତାଞ୍ଜାନିଆର ‘ଗୋମ୍ବେ ନ୍ୟାଶନାଲ ପାର୍କ’ରେ ଥିବା ଦୁଇଟି ଭିନ୍ନ ଶିମ୍ପାଞ୍ଜି ଗୋଷ୍ଠୀର ଶିଶୁ ଓ କିଶୋର ଶିମ୍ପାଞ୍ଜିଙ୍କ ସ୍ବରକୁ ତୁଳନା କରିଥିଲେ। ସେମାନେ ଦେଖିଲେ ଯେ ଉଭୟ ଅଞ୍ଚଳର ଶିମ୍ପାଞ୍ଜିଙ୍କ ଡାକିବା ଶୈଳୀରେ ସ୍ପଷ୍ଟ ପାର୍ଥକ୍ୟ ରହିଛି। ଲଣ୍ଡନସ୍ଥିତ କୁଇନ୍‌ ମେରୀ ୟୁନିଭର୍ସିଟିର ମୁଖ୍ୟ ଗବେଷିକା କାସାଣ୍ଡ୍ରା ଗିରାଗୋସିଆନ କହିଛନ୍ତି, ‘ଶିମ୍ପାଞ୍ଜିଙ୍କ ସ୍ବର ଜନ୍ମରୁ ସ୍ଥିର ନ ଥାଏ। ବରଂ ସେମାନେ ବଡ଼ହେବା ସହ ନିଜ ସାମାଜିକ ଏବଂ ପରିବେଶ ସହ ମିଶି ଏହାକୁ ବିକଶିତ କରନ୍ତି।’ ମଣିଷ ବିବର୍ତ୍ତନର ପ୍ରାରମ୍ଭିକ ପର୍ଯ୍ୟାୟରେ ମଧ୍ୟ ବିଭିନ୍ନ ଗୋଷ୍ଠୀର ସ୍ବର ପ୍ରାୟ ସମାନ ଥିଲା, କିନ୍ତୁ ସମୟ ସହ ଆଞ୍ଚଳିକ ଭାଷା ବା ସ୍ବର ଶୈଳୀରେ ପାର୍ଥକ୍ୟ ଆସିଲା। ଶିମ୍ପାଞ୍ଜିଙ୍କ କ୍ଷେତ୍ରରେ ମଧ୍ୟ ଠିକ୍‌ ସେହିପରି ଘଟୁଛି।
ଛୋଟ ବେଳୁ ହିଁ କିଛି ସ୍ବରର ପାର୍ଥକ୍ୟ ଜଣାପଡ଼ୁଥିବା ବେଳେ ବୟସ ବଢ଼ିବା ସହ ଏହା ଆହୁରି ସ୍ପଷ୍ଟ ହୋଇଥାଏ। ଏହି ଗବେଷଣା ପ୍ରମାଣିତ କରୁଛି ଯେ ପ୍ରାଣୀମାନଙ୍କର ଯୋଗାଯୋଗ ବ୍ୟବସ୍ଥା ପୂର୍ବରୁ ଅନୁମାନ କରାଯାଉଥିବା ଅପେକ୍ଷା ଅଧିକ ନମନୀୟ ଏବଂ ଗତିଶୀଳ। ଅନ୍ୟ ଜୀବଜନ୍ତୁଙ୍କ ମଧ୍ୟରେ ସ୍ବରର ବିକାଶ କିପରି ହୁଏ, ତାହା ବୁଝିବାରେ ଏହି ଅଧ୍ୟୟନ ଏକ ନୂଆ ଦିଗ ଦେଖାଇବ ବୋଲି ବୈଜ୍ଞାନିକମାନେ ଆଶା ପ୍ରକଟ କରିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri