ଭୟରେ ଅଙ୍ଗନଓ୍ବାଡି କେନ୍ଦ୍ର ଯାଉନାହାନ୍ତି ଶିଶୁ, ଗର୍ଭବତୀ

ଲାଞ୍ଜିଗଡ଼,୨୭ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବସନ୍ତପଡା ସ୍ବାସ୍ଥ୍ୟ ଉପକେନ୍ଦ୍ର ଉପରେ ଥିବା ଆଜବେଷ୍ଟ ଛାତ ଗତ ସୋମବାର ଅପରାହ୍ନରେ ପବନରେ ଉଡିଯାଇ ନିକଟରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ଉପରେ ଢାଙ୍କି ହୋଇ ଯାଇଛି। ୪ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦାୟିତ୍ୱରେ ଥିବା ସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ କିମ୍ବା କୌଣସି ଅଧିକାରୀ ଘଟଣାସ୍ଥଳକୁ ଦେଖିବା ପାଇଁ ଆସୁନାହାନ୍ତି। କେଉଁ ମୂହୂର୍ତ୍ତରେ ବିପଦସଙ୍କୁଳ ଭାବେ ଥିବା ଛାତ ଗଳି ପଡ଼ିବ ବୋଲି ଗାଁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଛାତଟି ବିପଦସଙ୍କୁଳ ଅବସ୍ଥାରେ ଝୁଲି ରହିଥିବା ବେଳେ ଅଙ୍ଗନଓ୍ବାଡି କେନ୍ଦ୍ର ଯାଉଥିବା ଶିଶୁ ଓ ଗର୍ଭବତୀ ମହିଳାମାନେ ଭୟଭୀତ ହୋଇ କେନ୍ଦ୍ରକୁ ଯାଉନାହାନ୍ତି। ସୂଚନାଯୋଗ୍ୟ ଯେ, ବସନ୍ତପଡା ପଞ୍ଚାୟତ ସମ୍ମୁଖରେ ଥିବା ସ୍ବାସ୍ଥ୍ୟ ଉପକେନ୍ଦ୍ର ବହୁଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିଲା। ଏହି ପରିସ୍ଥିତିରେ କେନ୍ଦ୍ର ଦାୟିତ୍ୱରେ ଥିବା ସ୍ବାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ମାଝି ଉକ୍ତ କେନ୍ଦ୍ରରେ ରହୁଥିବାବେଳେ ବର୍ଷା ହେଲେ ଛାତରୁ ପାଣି ଗଳିବା ଦେଖି ଗ୍ରାମବାସୀ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ସିଡିଏମଓ ଅଫିସରୁ ଏନଏଚଏମ ଯନ୍ତ୍ରୀ ବିମଳ ଭୋଇ ଉକ୍ତ କେନ୍ଦ୍ରକୁ ଆସି ତଦନ୍ତ କରିଥିଲେ। ଛାତକୁ ଗ୍ରୀଡିଂ କରିବା ବଦଳରେ ୫ ଲକ୍ଷରୁ ଊଦ୍ଧର୍‌ବ ଅନୁଦାନ ରାଶିରେ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଆଜବେଷ୍ଟ ଛାତ ଢାଙ୍କି ଦିଆଯାଇଥିଲା। ଏହି କାମ ଗତ ୨୦୨୨ ସେପ୍ଟେମ୍ବର ମାସରେ ଶେଷ ହୋଇଥିଲେ ମଧ୍ୟ ନିମ୍ନମାନର କାମ ଯୋଗୁ ଅଳ୍ପ ପବନରେ ଗତ ଡିସେମ୍ବର ମାସରେ ଛାତର ପୂର୍ବ ପଟ ପବନରେ ଉଡିଯାଇ ଅନ୍ୟ ପଟେ ଢାଙ୍କି ହୋଇଥିଲା। ଏହାକୁ ନେଇ ସ୍ବାସ୍ଥ୍ୟ କର୍ମୀ ଓ ଗ୍ରାମବାସୀ ବ୍ଲକ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ବିପିଏମ ସୁରଜିତ ସିଂ କୁମାରକୁ ଅଭିଯୋଗ କରିଥିଲେ ମଧ୍ୟ ଦେଖିବା ପାଇଁ ଆସି ନ ଥିଲେ। ଜିଲା ସ୍ବାସ୍ଥ୍ୟ ବିଭାଗ ଏନଏଚଏମ ଯନ୍ତ୍ରୀ ବିମଳ ଭୋଇ, ଠିକାଦାର ଓ ବିପିଏମ ସୁରଜିତ ସିଂ କୁମାରଙ୍କ ମଧୁଚନ୍ଦ୍ରିକା ଯୋଗୁ କାମଟି ଅତି ନିମ୍ନମାନର ହୋଇଥିବା ଯୋଗୁ ପୁଣି ଗତ ସୋମବାର ଛାତଟି ପବନରେ ଉଡିଯାଇ ନିକଟସ୍ଥ ଅଙ୍ଗନଓ୍ବାଡି କେନ୍ଦ୍ର ଉପରେ ବିପଦସଙ୍କୁଳ ଅବସ୍ଥାରେ ଝୁଲିକି ରହିଛି। ଅଭିଯୋଗ କରିବାର ୪ ଦିନ ବିତି ଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘଟଣାସ୍ଥଳକୁ ତଦନ୍ତ କରିବା ପାଇଁ ଆସୁନାହାନ୍ତି। ଶିଶୁ ଓ ଗର୍ଭବତୀମାନେ କେନ୍ଦ୍ର ଯିବା ପାଇଁ ଭୟଭୀତ ହୋଇ ପଡିଛନ୍ତି। ଏନେଇ ବ୍ଲକ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ବିପିଏମ ସୁରଜିତ ସିଂ କୁମାରଙ୍କୁ ପଚାରିବାରୁ ମୁଁ ଗତ ୪ ତାରିଖରେ ବଦଳି ହୋଇ କୋକସରା ବ୍ଲକକୁ ଆସିଛି। କେତେ ଟଙ୍କାର କାମ ହୋଇଥିଲା ଠିକ ଭାବେ ଜାଣିନି ବୋଲି ପ୍ରକାଶ କରିଥିଲେ। ଏନେଇ ଜିଲା ଦାୟିତ୍ୱରେ ଥିବା ଯନ୍ତ୍ରୀ ଭୋଇଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା। ଏଣୁ ଜିଲା ସ୍ବାସ୍ଥ୍ୟ ବିଭାଗ ତଥା ଜିଲାପାଳ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

ଆକାଉଣ୍ଟଧାରୀ ସାବଧାନ! ୨୫ ସେପ୍ଟେମ୍ୱର ସୁଦ୍ଧା ସାରନ୍ତୁ ବ୍ୟାଙ୍କ୍‌ କାମ, ନହେଲେ ଉଠାଇପାରିବେନି ଟଙ୍କା?

ନୂଆଦିଲ୍ଲୀ,୨୨।୮: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡ଼ିତ କୌଣସି ଜରୁରୀ କାର୍ଯ୍ୟ ବାକି ଅଛି, ତେବେ ତାହାକୁ ଯଥାଶୀଘ୍ର ସାରିଦେବା ହିଁ ଆପଣଙ୍କ ପାଇଁ ଲାଭଦାୟକ ହେବ।…

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସାଂସଦ ନବ ଚରଣ ମାଝୀ ମଙ୍ଗଳବାର…

ନୂଆ ଛାତ୍ରୀଛାତ୍ରଙ୍କୁ ସ୍ବାଗତ: ପ୍ରତିଭା ବିକାଶ ଉପରେ ଗୁରୁତ୍ୱ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ନବାଗତ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?