ଶିକ୍ଷକ ଅଭାବରୁ ପାଠ ଛାଡୁଛନ୍ତି ପିଲା

ପଦ୍ମପୁର,୨୫ା୫(ଡି.ଏନ.ଏ.) ଶୈକ୍ଷିକ ବିକାଶ ପାଇଁ ୫-ଟି ରୂପାନ୍ତରଣ ଯୋଜନାରେ ବିଦ୍ୟାଳୟ ପିଛା ୬୦ରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ପିଲା ମାନଙ୍କର ପାଠପଢ଼ା ଉପକରଣ, ଭିତ୍ତିଭୂମିର ବିକାଶ ପାଇଁ ଚାଲିଛି ଜୋରଦାର ପ୍ରୟାସ। କିନ୍ତୁ ବାସ୍ତବ କ୍ଷେତ୍ରରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲା ରାଜଘରପୋଖରୀ ପଞ୍ଚାୟତ ଉଚ୍ଚବିଦ୍ୟାଳୟରେ। ୧୯୮୩ରୁ ସ୍ଥାପିତ ଏହି ଉଚ୍ଚ ବିଦ୍ୟାଳୟ ଏବେ ସମସ୍ୟା ଘେରରେ। ଗତ ଦୁଇ ବର୍ଷ ଧରି ଜଣେ ହିନ୍ଦୀ ଶିକ୍ଷକ ଓ ଖେଳ ଶିକ୍ଷକଙ୍କୁ ନେଇ ଚାଲିଛି ବିଦ୍ୟାଳୟ। ୧୦ମ ଶ୍ରେଣୀରେ ଚଳିତ ବର୍ଷ ୧୧୧ ଓ ୯ମ ଶ୍ରେଣୀରେ ୮୯ ଜଣ ପିଲା ପଢ଼ୁଛନ୍ତି। ପଞ୍ଚାୟତରେ ୫ ଶହରୁ ଊର୍ଦ୍ଧ୍ୱ ୯ମ, ୧୦ମ ଶ୍ରେଣୀର ଛାତ୍ର୍ରୀଛାତ୍ର ରହିଥିବା ବେଳେ କେତେକ ଛାତ୍ରୀଛାତ୍ର ଶିକ୍ଷକ ନ ଥିବାରୁ ଅନ୍ୟତ୍ର ପାଠ ପଢ଼ିବା ପାଇଁ ବିଦ୍ୟାଳୟ ପରିତ୍ୟାଗ କରିଛନ୍ତି। ଅନ୍ୟ ଛାତ୍ରୀଛାତ୍ରମାନେ ଦୂର ବିଦ୍ୟାଳୟକୁ ଯାଇ ନ ପାରି ବସ୍ତାନୀରେ ଡୋରି ବାନ୍ଧିଛନ୍ତି।
ସୂଚନା ଅନୁଯାୟୀ, ଶହେରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅନ୍ୟତ୍ର ପଢ଼ିବା ପାଇଁ ଚାଲି ଯାଇଥିବା ବେଳେ ଶତାଧିକ ଛାତ୍ରୀଛାତ୍ର ପାଠ ପଢ଼ା ଛାଡ଼ିଛନ୍ତି। ପଞ୍ଚାୟତର ଏକମାତ୍ର ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଅଭାବରୁ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏ ସଂକ୍ରାନ୍ତରେ ସରପଞ୍ଚ ଅରୁଣ କୁମାର ମହାନ୍ତି ଜିଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ରଙ୍କଠାରେ ଲିଖିତ ଅଭିଯୋଗ କରିବା ସହ ଶିକ୍ଷକ ଯୋଗାଇ ଦେବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ କୁହନ୍ତି, ବିଦ୍ୟାଳୟଟି ଏଡେଡ୍‌ ବିଦ୍ୟାଳୟ ହୋଇଥିବାରୁ କେବଳ ଅତିଥି ଶିକ୍ଷକଙ୍କୁ ଶିକ୍ଷାଦାନ କରିବା ପାଇଁ ନିୟୋଜିତ କରାଯାଇପାରିବ। ଏଥିପ୍ରତି ସେ ପଦକ୍ଷେପ ନେବେ। ଛାତ୍ରୀଛାତ୍ର ମାନଙ୍କର ପାଠପଢ଼ାରେ ଶିକ୍ଷକ ଅଭାବରୁ ସମସ୍ୟା ଉପୁଜିଥିବା ବେଳେ ଜିଲା ଶିକ୍ଷାଧିକାରୀ ଛାତ୍ରୀଛାତ୍ରଙ୍କର ଭବିଷ୍ୟତ ପାଇଁ ଚିନ୍ତା କରି ତୁରନ୍ତ ଶିକ୍ଷକ ଯୋଗାଇ ଦେବା ପାଇଁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଘନଶ୍ୟାମ ବିଶ୍ୱାଳ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ସମଣା ଘାଟରୁ ଉଠୁନି ଗୋଟେ ମୁଠା ବାଲି; ତଥାପି ପୋଲିସ,ପ୍ରଶାସନ, ମୁଖ୍ୟମନ୍ତ୍ରୀଙ୍କୁ ମିଛ ଟାର୍ଗେଟ: ପ୍ରତିବାଦରେ ଗର୍ଜିଲେ…

ହାଟଡିହୀ,୧୦।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ସମଣା ବାଲିଘାଟକୁ ନେଇ ଚାଲିଥିବା ଇଚ୍ଛାକୃତ ଅପପ୍ରଚାର ଓ ଷଡ଼ଯନ୍ତ୍ର ବିରୋଧରେ ଗ୍ରାମବାସୀ ସ୍ୱର ଉତ୍ତୋଳନ କରିଛନ୍ତି।…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ ଘଟଣା: ତଦନ୍ତ କଲା ସାଇଣ୍ଟିଫିକ୍‌ ଟିମ୍‌

କେନ୍ଦୁଝର,୧୦ା୭ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଜଣେ ୬ ବଷର୍ର ଶିଶୁକନ୍ୟାଙ୍କୁ ତାଙ୍କର ସମ୍ପର୍କୀୟ ମାମୁ ବଳାତ୍କାର କରି ହତ୍ୟା…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ବାରିପଦା, ୧୦।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡସାହି ବ୍ଲକ କାର୍ଯ୍ୟାଳୟର ଜଣେ କନିଷ୍ଠ ଯନ୍ତ୍ରୀ ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri