ଧର୍ମାନ୍ତରୀକରଣ: ମା’ ନାଁରେ ଅଭିଯୋଗ ଆଣିଲେ ସନ୍ତାନ

ରାଜନଗର, ୧୯ା୬ (ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲାର ରାଜନଗର ଅଞ୍ଚଳରେ ଦୀର୍ଘଦିନର ନୀରବତା ପରେ ପୁଣି ଧର୍ମାନ୍ତରୀକରଣ ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏ ନେଇ ରବିବାର ସନ୍ଧ୍ୟାରେ ରାଜନଗର ଥାନାରେ ପୃଥକ୍‌ ପୃଥକ୍‌ ଭାବେ ୨ଟି ଅଭିଯୋଗ କରାଯାଇଛି। ଏକ ସଂଖ୍ୟାଲଘୁ ସମ୍ପ୍ରଦାୟର ଧର୍ମ ଗ୍ରହଣ କରିବାକୁ ରାଜି ନ ହେବା ଓ ଗୋ ମାଂସ ନ ଖାଇବାରୁ ଭଉଣୀ, ୨ଭାଇଙ୍କୁ ମାଡ଼ ମରାଯାଇଥିବା ଭଳି ସଙ୍ଗିନ ଅଭିଯୋଗ ଥାନାରେ ହୋଇଛି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି। ଏ ନେଇ ଥାନାରେ ପୃଥକ୍‌ ଭାବେ ନଂ. ୪୫୧/୨୩, ୪୫୨/୨୩ରେ ୨ଟି ମାମଲା ରୁଜୁ ହୋଇଛି।
ରାଜନଗର ଥାନା ଅନ୍ତର୍ଗତ ଗୁପ୍ତି ଗାଁର ନନ୍ଦିନୀ ଦଳାଇ (୧୮)ଙ୍କ ଅଭିଯୋଗ ମୁତାବକ, ସେମାନେ ୩ ଭାଇ ଓ ଗୋଟିଏ ଭଉଣୀ। ୧୫ବର୍ଷ ହେଲା ବାପା ହୃଷୀକେଶ ଦଳାଇ କେଉଁଆଡ଼େ ପଳାଇଛନ୍ତି। ବାପା ନିଖୋଜ ହେବା ପରେ ରାଜକନିକା ଥାନା ଅନ୍ତର୍ଗତ ମଲ୍ଲିସାରା ଅଞ୍ଚଳର ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ମିହିର ରାଜା ତାଙ୍କ ମା’ ଜୟନ୍ତୀ ଦଳାଇଙ୍କୁ ଶିଖାଇ ଓ ମିଥ୍ୟା ପ୍ରଲୋଭନ ଦେଖାଇ ଦୀର୍ଘ ୧୦ବର୍ଷ ହେଲା ତାଙ୍କ ଘରେ ରହିଆସୁଛନ୍ତି। ରଜପର୍ବ ରାତିରେ ମିହିର ରାଜା ଗୋ’ମାଂସ ଆଣି ତାଙ୍କ ଘରେ ଦେଇଯାଇଥିଲେ। ଶୁକ୍ରବାର ମା’ ଗୋ ମାଂସ ରୋଷେଇ କରି ଆମକୁ ଖାଇବାକୁ ଦେଇଥିଲେ। ମାଂସ ତରକାରିର ରଙ୍ଗ ଅଲଗା ଦେଖା ଯାଉଥିବାରୁ ଏହା କି ମାଂସ, ଏପରି କ’ଣ ଦେଖାଯାଉଛି ବୋଲି ପଚାରିଥିଲୁ। ମା’ ଖାଇବ ଯଦି ଖାଅ ନ ହେଲେ ଜବରଦସ୍ତ ଖୁଆଇ ଦେବି ବୋଲି ଧମକାଇଥିଲେ। ଆମେ ଏ ସମ୍ପର୍କରେ ପଡ଼ିଶାଘର ଲୋକଙ୍କୁ ଡାକିବାକୁ କହିବାରୁ ମା’ ମାଂସ ତରକାରି ନେଇ ଫୋପାଡ଼ି ଦେଇଥିଲେ। ମାଂସ ଫୋପାଡ଼ି ଦେବା ପରେ ମୋତେ ଓ ମୋର ୨ ଭାଇ ଜଗବନ୍ଧୁ ଏବଂ ବିଘ୍ନେଶଙ୍କୁ ମାଡ଼ ମାରିଥିଲେ। ଏହି ଘଟଣା ପରେ ଆମେ ମାନସିକ ଭାରସାମ୍ୟ ହରାଇ ବସିଛୁ। ପୂର୍ବରୁ ଆମକୁ ଧର୍ମ ପରିବର୍ତ୍ତନ ପାଇଁ ମା’ ବାଧ୍ୟ କରିଆସୁଥିଲେ ବୋଲି ନନ୍ଦିନୀ ଦଳାଇ କହିଛନ୍ତି। ଏପରିକି ଆମେ ଭଉଣୀ ଭାଇ କେରଳରେ କାମ କରି ଯେଉଁ ଟଙ୍କା ମା’ ପାଖକୁ ପଠାଇଥିଲୁ ମିହିର ରାଜା ସେଇ ଅର୍ଥକୁ ଆମତ୍ସାତ କରିଛନ୍ତି। ତଦନ୍ତ ପୂର୍ବକ ମା’ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନନ୍ଦିନୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଆମ ଗ୍ରାମରେ ହୃଷୀକେଶ ଦଳାଇ ଓ ତାଙ୍କ ପରିବାର ଦୀର୍ଘଦିନ ହେଲା ବସବାସ କରିଆସୁଛନ୍ତି। ହୃଷୀକେଶ ପାରିବାରିକ ସମସ୍ୟାକୁ ନେଇ ୧୫ବର୍ଷ ହେବ ନିଖୋଜ ଅଛନ୍ତି। ହୃଷୀକେଶଙ୍କ ନିଖୋଜ ପରେ ତାଙ୍କ ସ୍ତ୍ରୀ ଅନ୍ୟ ଏକ ସମ୍ପ୍ରଦାୟର ଯୁବକଙ୍କ ସହ ଆମ ଗ୍ରାମରେ ରହିଆସୁଛନ୍ତି। ଗ୍ରାମବାସୀଙ୍କ ପକ୍ଷରୁ ଅନ୍ୟ ସମ୍ପ୍ରଦାୟର ଯୁବକଙ୍କୁ ତାଙ୍କ ଘରକୁ ନ ଆସିବା ପାଇଁ କହିଥିଲେ ମଧ୍ୟ ସେ ଆମ କଥା ଶୁଣି ନ ଥିଲେ। ୧୬ ତାରିଖ ରାତିରେ ହୃଷୀକେଶଙ୍କ ୨ ପୁଅ ଓ ଝିଅ ଗାଁ ମୁରବୀଙ୍କ ପାଖରେ ପହଞ୍ଚତ୍ ସେମାନଙ୍କ ମା’ ସେମାନଙ୍କୁ ମାରିବା ସହ ବାଢ଼ିଥିବା ଗୋ ମାଂସ ତରକାରିକୁ ଫୋପାଡ଼ି ଦେଇଥିଲେ। ଏଥିସହ ଅନ୍ୟ ଏକ ସମ୍ପ୍ରଦାୟରେ ସାମିଲ ହେବାକୁ ବାଧ୍ୟ କରିଥିଲେ। ପରେ ଘରୁ ବାହାରି ଯିବାକୁ ସେମାନଙ୍କୁ ଧମକାଉଥିବା ନେଇ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଏହି ଧର୍ମାନ୍ତରୀକରଣ ପ୍ରସଙ୍ଗକୁ ଗ୍ରାମବାସୀ ଗୁରୁତର ସହ ନେଇଛନ୍ତି। ଗ୍ରାମବାସୀ ରବିବାର ପୃଥକ୍‌ ଭାବେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପିଲାମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଅଜୟ ଦାସ, ବିଷ୍ଣୁ ଚରଣ ବଳ ପ୍ରମୁଖ ରାଜନଗର ଥାନାରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଆଇଆଇସି ଶ୍ରୀକାନ୍ତ କୁମାର ବାରିକଙ୍କୁ ପଚାରିବାରୁ ୨ଟି ଅଭିଯୋଗ ମିଳିଛି, ଏ ସମ୍ପର୍କରେ ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶ ଆନନ୍ଦଙ୍କ ଉପରେ ପୁଣି ବର୍ଷିଲେ ମାୟାବତୀ, ମୁଁ ଅସୁସ୍ଥ…..

ଲକ୍ଷ୍ନୌ,୧୩।୯: ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ରବିବାର ଗଣମାଧ୍ୟମ ସହ ଆଲୋଚନା କରି ଆକାଶ ଆନନ୍ଦଙ୍କୁ ନେଇ ପୁଣି ବଡ଼ ଅଭିଯୋଗ ଆଣିଛନ୍ତି ।…

ଆସନ୍ତା ସପ୍ତାହରେ ପୁଣି ଭିଜିବ ଓଡ଼ିଶା: ୧୪ରୁ ୧୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୩/୯: ଆସନ୍ତା ସପ୍ତାହରେ ପୁଣି ଥରେ ଭିଜିବ ଓଡ଼ିଶା। ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ମିଳିଛି।…

ଗୋବିନ୍ଦାଙ୍କ ସହ ସମ୍ପର୍କରେ ତିକ୍ତତା ମଧ୍ୟରେ, ସୁନିତା ଆହୁଜା କରିବାକୁ ଯାଉଛନ୍ତି ଏମିତି କାମ ଯାହାକୁ ନେଇ ଉଠିପାରେ ବିରାଟ ଝଡ଼! କହିଲେ ଗଣେଶ ପୂଜା ସୁଦ୍ଧା…

ମୁମ୍ବାଇ,୧୩।୯: ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ମଧ୍ୟରେ ଚାଲିଥିବା ମନୋମାଳିନ୍ୟ ସମ୍ପ୍ରତି ସୋସିଆଲ ମିଡିଆ ଏବଂ ଚଳଚ୍ଚିତ୍ର ଜଗତରେ ଚର୍ଚ୍ଚାର ବିଷୟ…

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ଆଜି ସୂର୍ଯ୍ୟଙ୍କ ନକ୍ଷତ୍ର ଗୋଚରରେ ୫ ରାଶିଙ୍କୁ ଅପାର ଲାଭ; ଅଚାନକ ମିଳିବ ଟଙ୍କା, ଗାଡ଼-ଘର କିଣିବେ…

ସୂର୍ଯ୍ୟ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରରେ ୨୭ ସେପ୍ଟେମ୍ୱର ପର୍ଯ୍ୟନ୍ତ ରହିବେ। ଏହା ପରେ ହସ୍ତା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହଙ୍କର ଏହି ନକ୍ଷତ୍ର ଚଳନ ଯୋଗୁଁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?