ପିଲା ମନ

ଅଞ୍ଜନ ଚାନ୍ଦ

ଏବେ ମୁଁ ସ୍କୁଲକୁ ଯିବାକୁ ଗାଁଭିତରେ ରାସ୍ତାଟିଏ ପାଇଯାଇଛି। ମୋତେ ଆଉ ସବୁଦିନ ଚଳଚଞ୍ଚଳ ରାଜରାସ୍ତାକୁ ଯିବାକୁ ପଡୁନାହିଁ। ଯିବାଆସିବାରେ ପାଞ୍ଚ କିଲୋମିଟର ରାସ୍ତା ଓ ଦଶ ମିନିଟ୍‌ ସମୟ କମ୍‌ ପଡୁଛି। ଗାଁ ରାସ୍ତାରେ କେତେ ଅନ୍ତରଙ୍ଗ ଦୃଶ୍ୟ ସବୁଦିନ ଦେଖୁଛି। ନଈକୂଳରେ ଅଛି ଗୋଟେ ନିଛାଟିଆ ଶ୍ମଶାନ। ବଉଳଭରା ଆମ୍ବତୋଟା। ଚାଳଛପର ଘରଟିଏ କରି ସେଠାରେ ରହିଯିବାକୁ ମନହେଉଛି।
ଆଜି ଆସିବାବେଳେ ଆଉ ଏକ ଚମତ୍କାର ଘଟଣା ଘଟିଲା। ତିନି ଚାରି ବର୍ଷର ଛୋଟ ପିଲାଟିଏ। ଅଣ୍ଟା ତଳକୁ ଲଙ୍ଗଳା। ଉପରେ ଖଣ୍ଡେ ନୀଳ ଜାମା। ମୁଣ୍ଡର ଟୋପି ଆଖିଉପରେ ମାଡ଼ି ବସିଛି। ହଠାତ୍‌ କାନ୍ଦି କାନ୍ଦି ରାସ୍ତା ଉପରକୁ ଧାଇଁଆସିଲା। ମୁଁ ହର୍ନ ବଜାଇଲି। ସେ ଚମକି ଯାଇ ଠିଆହେଲା। ରାସ୍ତା ଧାରକୁ ଯାଇ ପଛକୁ ଫେରି ଚାହିଁଲା। ମୋ ଆଡ଼କୁ ଅନାଇ ହସିଲା ଓ ହାତ ହଲାଇଲା। ମୁଁ ବି ଉତ୍ତର ଦେଲି। ସେ ଖୁସିରେ ତାଳି ମାରି ନାଚିଉଠିଲା। ପିଲାମନ ଏମିତି। କ୍ଷଣକେ ପାସୋରିଯାଏ ଅତୀତକୁ। ସାମାନ୍ୟ ବର୍ତ୍ତମାନକୁ ନେଇ ଆନନ୍ଦରେ ଆତ୍ମହରା ହୋଇଉଠେ।
ପ୍ରସଙ୍ଗରେ କଥାଟିଏ ମନେପଡୁଛି। ଛୋଟ ଏକ ପରିବାର। ବାପା, ମା’ ଓ ସାନ ପିଲାଟିଏ। ଘରେ ପୂଜା ହେଉଛି। ପୂଜକ ମନ୍ତ୍ର ପଢୁଛନ୍ତି। ବାପା ମା’ଙ୍କ ସହିତ ପିଲାଟି ବି ହାତଯୋଡ଼ି ଠାକୁରଙ୍କ ଆଗରେ ବସିଛି। ମା’ ଭାବୁଛନ୍ତି, ଅତୀତରେ ଅନେକ ଦୁଃଖ ଯାଇଛି। ହେ ପ୍ରଭୁ, ଆମକୁ ଆଉ ସେପରି ଦୁଃଖ ଦିଅନାହିଁ। ବାପା ଭାବୁଛନ୍ତି, ଖେତରେ ଚାଷ ହେଇଛି। ହେ ପ୍ରଭୁ, ଏବର୍ଷ ପାଗ ଅନୁକୂଳ ହେଉ। ଭଲଫସଲ ଅମଳ ହେଉ। ସେତେବେଳେ ପିଲାଟି ଭାବୁଛି, ପୂଜା କେତେବେଳେ ସରିବ? ଠାକୁରଙ୍କ ଆଗରେ ଥିବା ଲଡ଼ୁଟିକୁ ମୁଁ ଆଗ ଖାଇବି। ସଂସ୍କୃତରେ ଅଛି – ଗତେ ଶୋକଂ ନ କୁର୍ବୀତ/ଭବିଷ୍ୟମ୍‌ ନୈ ଚିନ୍ତୟେତ, ବର୍ତ୍ତମାନେଷୁ କାଳେଷୁ/ବର୍ତ୍ତୟନ୍ତି ବିଚକ୍ଷଣାଃ। ଅତୀତକୁ ଭାବି ଦୁଃଖ କରନାହିଁ। ଭବିଷ୍ୟତ ବିଷୟରେ ଅଧିକ ଚିନ୍ତା କରନାହିଁ। ବୁଦ୍ଧିମାନ ଲୋକମାନେ ବର୍ତ୍ତମାନ ସମୟକୁ ନେଇ କାର୍ଯ୍ୟ କରିଥାନ୍ତି।
ଆମେ କେତେ ଶିକ୍ଷଣୀୟ ଗପ ପଢ଼ିଛୁ, ଯେଉଁଥିରେ ବର୍ତ୍ତମାନ ସମୟର ବହୁମୂଲ୍ୟତା ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଲିଓ ଟଲଷ୍ଟୟଙ୍କର ତିନୋଟି ପ୍ରଶ୍ନ କିଏ ଭୁଲିପାରିବ? ବର୍ତ୍ତମାନ ସମୟ, ଏ ସମୟର କର୍ମ ଓ ସହକର୍ମୀ ହିଁ ଆମ ପାଇଁ ଶ୍ରେଷ୍ଠ। ସୁନ୍ଦର ଗପ ମାଧ୍ୟମରେ କଥାଟିକୁ ସେ ପ୍ରମାଣ କରିଛନ୍ତି। ଆମେ ତାହା ପଢିଛୁ, ଶୁଣିଛୁ, ଅନ୍ୟକୁ ଶୁଣାଇଛୁ। ଅଥଚ ବ୍ୟବହାର ବେଳକୁ ବର୍ତ୍ତମାନକୁ ଛାଡ଼ି ଅତୀତ ଓ ଭବିଷ୍ୟତର ମାୟାରେ ପଡ଼ିଯାଇଛୁ। ପୂର୍ବ ଶତ୍ରୁତାର ପ୍ରତିଶୋଧ ଏବଂ ଭବିଷ୍ୟତର ନିରାପତ୍ତା ପାଇଁ କେତେ ଜଘନ୍ୟ କାର୍ଯ୍ୟ କରିଚାଲିଛୁ।
ଆମେ ନିଜକୁ ବଡ଼ ଭାବୁଥିବା ଲୋକମାନେ ଅତି ସହଜରେ ପିଲାମାନଙ୍କୁ ମୂର୍ଖ ବୋଲି କହୁ। ଅଥଚ ଆମେ ହିଁ ସର୍ବ ସାଧାରଣ ଜାଗାରେ ସିଗାରେଟ ଟାଣୁ। ପାନଛେପ ପକାଇ ପରିଷ୍କାର ସ୍ଥାନକୁ ବିଚିତ୍ର କରିଦେଉ। କାନରେ ମୋବାଇଲ ଗୁଞ୍ଜି ଗାଡ଼ି ଚଳାଉ। ଟ୍ରାଫିକ ଭିଡ଼ରେ ହର୍ନ ବଜାଇ କାନ ଅତରା ପକାଇ ଦେଉ। ସାଇବର ଚୋରଙ୍କୁ ନିଜ ବ୍ୟାଙ୍କ୍‌ର ଚାବିକାଠି ଧରାଇଦେଉ। ଚିଟ୍‌ଫଣ୍ଡରେ ଟଙ୍କା ରଖୁ। ଅଜଣା ଭବିଷ୍ୟତ ପାଇଁ ବର୍ତ୍ତମାନର ସୁଖକୁ ଜଳାଞ୍ଜଳିଦେଉ।
ଅତୀତରେ ଯାହା ଘଟିଯାଇଛି ତାହାକୁ ଆଉ ବଦଳାଇ ହେବ ନାହିଁ। ଭବିଷ୍ୟତ ଲୁଚି ରହିଛି ରହସ୍ୟର ପରଦା ଭିତରେ। କେବଳ ବର୍ତ୍ତମାନ ହିଁ ରହିଛି ଆମ ହାତ ପାଆନ୍ତାରେ । ପିଲାମାନେ ସେଇ ସମୟକୁ ନେଇ ଚଳୁଥିବା ବେଳେ ଆମେ ନିଜକୁ ଚତୁର ଭାବି ଗତ ଆଗତ ଭିତରେ ଧନ୍ଦିହେଉଛୁ।
ପିଲାମାନଙ୍କ ପାଇଁ ଦେଶରେ ଦିବସଟିଏ ପାଳନ ହୁଏ। ଶିଶୁ ଦିବସ। ଆଶ୍ଚର୍ଯ୍ୟ ହେଉଛି ସେ ଦିବସଟିର ଉଦ୍ଦେଶ୍ୟ ପିଲାମାନଙ୍କୁ ପଚାରିଲେ ସେମାନେ କହିପାରିବେନାହିଁ । କାରଣ ସେଦିନରେ ଆମେ ବଡ଼ମାନେ କେବଳ ନେହେରୁଙ୍କ ଜୀବନୀରୁ ଜଣା ଅଜଣା କେଇପଦ ଶୁଣାଇ ସେମାନଙ୍କୁ ମିଠା ବାଣ୍ଟିଦେଇଛୁ। ପିଲାମାନଙ୍କର ମୌଳିକ ଅଧିକାର ବିଷୟରେ ଧାଡ଼ିଏ ବି କହିନାହୁଁ। କାହିଁକି କହିନାହୁଁ? ସତ କ’ଣ ଜାଣିଲେ ଆମେ ତାଙ୍କ ଉପରେ ଯେଉଁ ବଡ଼ପଣିଆ ଜାହିର କରୁଛୁ ତାହା ବୋଧେ କରିପାରିବୁନାହିଁ।
ଏବେ ପିଲାମାନଙ୍କୁ ସଂସାରଟା ଶିକ୍ଷକମୟ ମନେହେଉଛି। ସ୍କୁଲରେ ସ୍କୁଲ ମାଷ୍ଟର, ସ୍କୁଲରୁ ଗଲେ ଟିଉସନ ମାଷ୍ଟର। ଘରେ ବାପା, ମା, କକା, ବଡ଼ଭାଇ, ଭଉଣୀ ସେମାନେ ବି ଯେ ଯାହାର କ୍ଷମତା ଅନୁସାରେ ପାଠ ପଚାରିଲେ। ଘରକୁ ବନ୍ଧୁ ଆସିଲେ ଏବଂ ପିଲାଟି ସ୍ନେହ କି ଉପହାର ପାଇଁ ତାଙ୍କ ପାଖକୁ ଧାଇଁଯିବାବେଳେ ସେ ତାକୁ ପଚାରିଲେ- କି ପାଠ ପୁଚୁ? କହିଲୁ ବାବର କେତେବେଳେ ଭାରତକୁ ଆସିଥିଲେ?
ଆମେ ଆମର ପିଲାମନକୁ କେବେଠାରୁ ହରାଇବସିଛୁ। ଲାଭ କ୍ଷତିର ହିସାବ ଭିତରେ ଜୀବନକୁ ଘାଣ୍ଟି ହେଉଛୁ। ଭାବୁଛୁ ପିଲାମାନେ ବି ସେମିତି ହୁଅନ୍ତୁ। ସମସ୍ତେ ଖାଲି ପାଠ ପଢ଼ନ୍ତୁ। କ୍ଲାସରେ ଫାଷ୍ଟ ହୁଅନ୍ତୁ। ପିଲାଙ୍କ ମନରେ କ’ଣ ଅଛି, ସେ କ’ଣ କରିବାକୁ ଚାହୁଁଛି ସେଥି ପ୍ରତି ଗୁରୁତ୍ୱ ଦେଉନାହୁଁ। ଅନ୍ୟମାନଙ୍କ ଆଗରେ ଆତ୍ମ ବଡ଼ିମା ଦେଖାଇବାକୁ ପିଲା ମନରେ ଲଦି ଦେଉ ତା’ର ଅନିଚ୍ଛାର ବୋଝ। ଏହି ବିଷୟକୁ ନେଇ ଅମୀର ଖାଁଙ୍କର ସିନେମାଟିଏ ଥିଲା – ତାରେ ଜମିନ ପେ l ସିନେମାଟି ବେଶ୍‌ ଆଦୃତ ହେଲା। ସମସ୍ତେ ପ୍ରଶଂସା କଲେ। କିନ୍ତୁ ଘରକୁ ଆସି ପିଲାଙ୍କ ପାଖରେ ପହଞ୍ଚିବା ବେଳକୁ ତାହା ଭୁଲିଗଲେ। ଆଶ୍ଚର୍ଯ୍ୟ ହେଉଛି ଏହି ପ୍ରକ୍ରିୟା ଧାରାବାହିକ ଓ ଅନ୍ତହୀନ ହୋଇଯାଇଛି। ଆଜି ଯିଏ ପିଲା କାଲି ସେ ବୟସ୍କ ହେଉଛି। ପିଲାମନର ଭାବ ଦୂର ହୋଇ ସେ କ୍ରମଶଃ ଲାଭପ୍ରବଣ ହୋଇ ଯାଉଛି। ପିଲାଙ୍କ ମୁଣ୍ଡରେ ନିଜ ଇଚ୍ଛାକୁ ବୋଝକରି ଲଦିଦେଉଛି। ଏବଂ ସେତେବେଳେ ତା’ର ବାପା, ଯିଏ ଏବେ ବୃଦ୍ଧ ଓ ସ୍ଥବିର ତାଙ୍କ ପାଖକୁ ପୁଣି ପିଲାମନ ଫେରିଆସୁଛି। ଅତୀତକୁ ଭାବି ସେ ପଶ୍ଚାତ୍ତାପ କରୁଛନ୍ତି। ନାତି ନାତୁଣୀଙ୍କ ଉପରେ ହେଉଥିବା ମାନସିକ ଅତ୍ୟାଚାରକୁ ଦେଖି କଷ୍ଟ ପାଉଛନ୍ତି। ଅଥଚ ଏବେ ସେ ନିଃସହାୟ। ଯେଉଁ ପୁଅକୁ ସେ ପିଲାଦିନେ ଅଙ୍ଗୁଳିରେ ନଚାଇବାକୁ ଚେଷ୍ଟା କରିଥିଲେ ସେ ପୁଅ ଆଜି ତାଙ୍କଠାରୁ କାହିଁ କେତେ ଦୂରକୁ ଚାଲିଯାଇଛି l ଘରର କେଉଁ ସନ୍ଧିରେ ଏକୁଟିଆ ବସି ଭାବୁଛନ୍ତି, ଏତେ ସୁନ୍ଦର ଜୀବନକୁ କିପରି ଭୁଲ୍‌ରେ ଭୁଲ୍‌ରେ ସେ ବିତାଇଦେଲେ।
ବିକାଶନଗର, ଅଙ୍ଗାରଗଡ଼ିଆ, ବାଲେଶ୍ୱର
ମୋ-୬୩୭୦୬୬୧୧୪୭


Enter your email to get our daily news in your inbox.

All Right Reserved By Dharitri.Com

ବନାଞ୍ଚଳର ବିସ୍ତୃତି

ଯୁକ୍ତରାଷ୍ଟ୍ର ଆମେରିକାର ୩୨ତମ ରାଷ୍ଟ୍ରପତି ଫ୍ରାଙ୍କଲିନ୍‌ ଡି.ରୁଜଭେଲ୍ଟ ଏକଦା କହିଥିଲେ, ଯେଉଁ ରାଷ୍ଟ୍ର ତା’ର ମୃତ୍ତିକାକୁ ଧ୍ୱଂସ କରେ, ସେହି ରାଷ୍ଟ୍ର ନିଜକୁ ହିଁ ଧ୍ୱଂସ...

ଉଦାରବାଦୀ ବିଦ୍ୱାନ୍‌

ଭାରତୀୟ ଧର୍ମୀୟଧାରାକୁ ଦେଖିଲେ ପ୍ରତ୍ୟେକ ଧର୍ମରେ ରକ୍ଷଣଶୀଳ ଚିନ୍ତାଧାରାକୁ ଅନେକେ ଗ୍ରହଣ କରିଥାଆନ୍ତି। କିନ୍ତୁ କେତେକେ ସେହି ଶଗଡ଼ଗୁଳାରେ ନ ଯାଇ ବାସ୍ତବବାଦୀ ଆଭିମୁଖ୍ୟ ନେଇଥାଆନ୍ତି।...

କୃତଜ୍ଞତାର ଚମତ୍କାରିତା

ଛନ୍ଦା ମିଶ୍ର ଖାଇବା ପୂର୍ବରୁ ହାତରେ ଥିବା ଭାତଗୁଣ୍ଡାଟିକୁ କରନ୍ତୁ ନିରୀକ୍ଷଣ। ଏଇ ଭାତ ମୁଠାକ, ଆପଣଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଯେଉଁ ମନୁଷ୍ୟମାନଙ୍କ ଶ୍ରମ...

ଏଇ ଭାରତରେ

ଦୁଇ ସନ୍ତାନର ମା’ ନିଜର ପ୍ରଚେଷ୍ଟାରେ ୫୦ରୁ ଊର୍ଦ୍ଧ୍ୱ ଦୁର୍ଗମ ଗାଁକୁ ଆଲୋକିତ କରିବା କିଛି କମ୍‌ କଥା ନୁହେଁ। ଲଦାଖର ମରଖା ଭ୍ୟାଲି ଅନ୍ତର୍ଗତ...

‘ମୁଁ ମୁଁ ମୁଁ’

କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି ଭାବେ କଂଗ୍ରେସ ଓ୍ବାର୍କିଂ କମିଟି (ସିଡବ୍ଲ୍ୟୁସି) କାର୍ଯ୍ୟ କରିଥାଏ। ୧୬ ଅକ୍ଟୋବରରେ ଅନୁଷ୍ଠିତ ବୈଠକରେ କଂଗ୍ରେସ ଦଳର ଅଧ୍ୟକ୍ଷ...

ବଦ୍‌ ଦୃଷ୍ଟାନ୍ତ

ଭାରତ ସରକାରଙ୍କ ଦ୍ୱାରା ନାଗରିକ ସଂଶୋଧନ ଆଇନ (ସିଏଏ) ୧୧ ଡିସେମ୍ବର ୨୦୧୯ରେ ଆସିବା ପରେ ଏହାକୁ ଦେଶବ୍ୟାପୀ ବିରୋଧ କରାଯାଇଥିଲା। ଏହାର ଉଗ୍ର ରୂପ...

ଏଇ ଭାରତରେ

ସହରରେ ରହି ଦୀର୍ଘ ବର୍ଷ ଧରି ପାଣି ବାବଦରେ ଟଙ୍କାଟିଏ ବ୍ୟୟ ନ କରିବା କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କରୁଛନ୍ତି...

ମଣିଷର ବଡ଼ ଶତ୍ରୁ

ଉପେନ୍ଦ୍ର ବିଶ୍ୱାଳ ସ୍ବର୍ଗ ଓ ନର୍କର ପାର୍ଥକ୍ୟ ଜାଣିବାକୁ ଇଚ୍ଛା କରି ଜନୈକ ଯୁବକ ଆସି ପହଞ୍ଚତ୍ଲେ ଜଣେ ସାଧୁଙ୍କ ଆଶ୍ରମରେ। ସାଧୁଙ୍କୁ ପ୍ରଣାମ କରି...

Advertisement
Archives

Model This Week