ଏଇ ଭାରତରେ

ମହିଳାମାନେ କୃଷି କ୍ଷେତ୍ରରେ ସଫଳତାର ଶୀର୍ଷକୁ ଯାଇପାରିବେ। ଏହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶର ସାନ୍ନା ଖାଁ। ମିରଟ ନିବାସୀ ୩୧ ବର୍ଷୀୟା ସାନ୍ନା ଜୈବିକ କୃଷି ପାଇଁ କୃଷକମାନଙ୍କୁ ପ୍ରୋତ୍ସାହିତ କରିବା ସହ ଜିଆଖତ ପ୍ରସ୍ତୁତ କରି ବର୍ଷକୁ ୧ କୋଟି ରୋଜଗାର କରୁଛନ୍ତି। ୨୦୧୪ରେ ୨୩ ବର୍ଷ ବୟସରେ ସେ ଏହା ଆରମ୍ଭ କରିଥିଲେ। ସେତେବେଳେ ସେ ବି.ଟେକର ୩ୟ ବର୍ଷ ଛାତ୍ରୀ ଥିଲେ। ଜିଆଖତ ପ୍ରସ୍ତୁତ କରିବା ଲାଗି ସେ ଆଗେଇ ଆସିବା ବେଳେ ତାଙ୍କୁ ମା’ ବାପା ରୋକିଥିଲେ। ସେ କାହା କଥା ନ ମାନି ଏ କ୍ଷେତ୍ରକୁ ଆସିଥିଲେ। ପ୍ରଥମେ ତାଙ୍କ ଭାଇଙ୍କଠାରୁ ଆର୍ଥିକ ସହାୟତା ପାଇ ଏସଜେ ଅର୍ଗାନିକସ କମ୍ପାନୀ ଆରମ୍ଭ କରିଥିଲେ। ଡାଇରୀ ଫାର୍ମ ମାଲିକମାନଙ୍କ ସହ ଯୋଗାଯୋଗ କରି ସେଠାରୁ ଗୋବର ସଂଗ୍ରହ ସହ ଜିଆଖତ ପ୍ରସ୍ତୁତ କରୁଥିଲେ। ଏହା ସହ ଜିଆଖତ ପାଇଁ ମିରଟ୍‌ ଓ ଗାଜିଆବାଦରୁ ଘରୋଇ ବର୍ଜ୍ୟ ସଂଗ୍ରହ କରି ଉପଯୋଗ କରୁଛନ୍ତି। ଗୋଟିଏ ପ୍ରୋସେସିଂରେ ବର୍ଜ୍ୟରୁ ଦେଢମାସରେ ଜିଆଖତ ପ୍ରସ୍ତୁତ ହୋଇପାରୁଛି ଏବଂ ଏହାକୁ ପରୀକ୍ଷା କରାଯାଇ ବ୍ୟବହାର ପାଇଁ ପ୍ୟାକ କରାଯାଉଛି। ୨୦୧୫ରୁ ସାନ୍ନା ଜିଆଖତରୁ ପ୍ରଥମେ ଲାଭ ପାଇଥିଲେ। ୨୦୨୦ ସୁଦ୍ଧା ୫୦୦ ଟନ ଖତ ପ୍ରସ୍ତୁତ କରି ସାରିଥିଲେ ଓ ଏଥିରୁ ବାର୍ଷିକ ୧ କୋଟି ଟଙ୍କା ଆୟ କରୁଛନ୍ତି। ତାଙ୍କ କମ୍ପାନୀର ଦକ୍ଷତା ବୃଦ୍ଧି କରିଛନ୍ତି ଓ ମାସକୁ ୧୫୦ ଟନ୍‌ ଖତ ପ୍ରସ୍ତୁତ କରାଯାଉଛି। ଏହି କାର୍ଯ୍ୟରେ ସେ ୪୦ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri