ତେଲ ମିଲ୍‌ରେ ଶିଶୁ ଶ୍ରମିକଙ୍କ ହାତ କଟିଗଲା

ଲାଞ୍ଜିଗଡ଼,୧୮।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ପଞ୍ଚାୟତ ଡୁମେରମୁଣ୍ଡାଠାରେ ଥିବା ଏକ ତେଲ ମିଲରେ ଜଣେ ୧୫ ବର୍ଷ ନାବାଳକର ବାମ ହାତ କଟି ଯାଇଛି। ଶୁକ୍ରବାର ଅପରାହ୍ନରେ ମିଲରେ ସୂର୍ଯ୍ୟମୁଖୀ ତେଲ ପେଡା ଯାଉଥିବାବେଳେ ମେଶିନ ଭିତରେ ହାତ ଲାଗିଯିବାରୁ ବେନଗାଁ ପଞ୍ଚାୟତ ଧଡେଲ ଗାଁର ସୁଶାନ୍ତ ମାଝି ନାମକ ଜଣେ ନାବାଳକର ବାମ ହାତ ସମ୍ପୂର୍ଣ୍ଣ ଭାବେ ଛିଣ୍ଡି ଅଲଗା ହୋଇଯାଇଛି। ତେବେ ଦୀର୍ଘ ସମୟ ଯାଏଁ ସୁଶାନ୍ତର ହାତ ଛିଣ୍ଡି କଟିଯିବା ସହ ମେଶିନରେ ଲାଗି ରହିଥିବାବେଳେ ମିଲ୍‌ ମାଲିକ ନିରବଦ୍ରଷ୍ଟା ସାଜିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି। ସୂଚନାନୁଯାୟୀ, ଧଡେଲ ଗାଁର ସୁଶାନ୍ତ ୪ ମାସରୁ ଅଧିକ ସମୟ ହେଲା ଏହି ମିଲରେ ଶ୍ରମିକ ଭାବେ କାମ କରୁଥିଲେ। ତେବେ ମାଲିକ ନିଜ ଘରଠାରୁ ମାତ୍ର ଦେଢ଼ କିମି ଦୂରରେ ବିଶ୍ୱନାଥପୁର ଥାନା ରହିଥିଲେ ମଧ୍ୟ ପୋଲିସଙ୍କୁ ମଧ୍ୟ ଜଣାଇ ନ ଥିଲା। ଏପରିକି ମାମଲାଟିକୁ ଚପାଇଦେବାକୁ ଉଦ୍ୟମ କରି ବିଫଳ ହେବା ପରେ ଗୁରୁତର ନାବାଳକଙ୍କୁ ପ୍ରଥମେ ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଉଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଶିଶୁଟି ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହେବା ପରେ ମେଡ଼ିକାଲ ପକ୍ଷରୁ ସ୍ଥାନୀୟ ବିଶ୍ୱନାଥପୁର ପୋଲିସଙ୍କୁ ସୂଚନା ଦେଇଥିବା ଲାଞ୍ଜିଗଡ଼ ବ୍ଲକ ମେଡ଼ିକାଲ ଅଫିସର ତେତେସୱର ନାୟକ ପ୍ରକାଶ କରିଛନ୍ତି। ଏହି ଅଘଟଣ ପରେ ମିଲ ମାଲିକଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସୁସ୍ଥ ହାତୀର ସ୍ବାସ୍ଥ୍ୟରେ ଉନ୍ନତି

ନରାଜ,୨୮।୯(ଡି.ଏନ୍‌.ଏ.): ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ବାଅଁ।ରାଠାରେ ଗୁରୁବାରଠାରୁ ଏକ ମାଈ ହାତୀ ଅସୁସ୍ଥ ହୋଇପଡ଼ିଥିଲା। ଚିକିତ୍ସକ ଓ ବନ ବିଭାଗ ରାତିତମାମ ଜଗରହି ଚିକିତ୍ସା କରିବାରୁ ଶୁକ୍ରବାର...

ବ୍ୟାଙ୍କରେ ତାଲା ପକାଇଲେ ଗ୍ରାହକ

ସଜନାଗଡ଼, ୨୯।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବଜାରରେ ଥିବା ଷ୍ଟେଟବ୍ୟାଙ୍କ ଶାଖାରେ ଗ୍ରାହକଙ୍କୁ ଠିକ୍‌ ଭାବେ ବ୍ୟବହାର କରାଯାଉ ନ ଥିବା ଅଭିଯୋଗ ହେଉଛି। ଶୁକ୍ରବାର ବ୍ୟାଙ୍କ...

୧୬ବର୍ଷ ପରେ ଅଭିଯୁକ୍ତଙ୍କୁ ଦଣ୍ଡ

ପରଜଙ୍ଗ, ୬।୧୦(ଡି.ଏନ.ଏ.): ପରଜଙ୍ଗ ଜେଏମ୍‌ଏଫ୍‌ସିଙ୍କ ଅଦାଲତରେ ଦୀର୍ଘ ୧୬ବର୍ଷ ଧରି ଚାଲିଥିବା ଏକ ଯୌତୁକ ନିର୍ଯାତନା ମାମଲାର ରାୟ ପ୍ରକାଶ ପାଇଛି। ଜେଏମ୍‌ଏଫ୍‌ସି ପ୍ରଜ୍ଞା ପଣ୍ଡା...

ବିଦ୍ୟୁତ୍‌ ବିଭାଗର ଚିଠିକୁ ତହସିଲର ଅଣଦେଖା

ନାଉଗାଁ,୧୯ା୧୨(ସ୍ବ.ପ୍ର.): ନାଉଗାଁ ବ୍ଲକରେ ଉପଭୋକ୍ତାଙ୍କୁ ସୁବିଧାରେ ବିଦ୍ୟୁତ୍‌ ଯୋଗାଇବାକୁ ୩ଟି ବିଦ୍ୟୁତ୍‌ ଷ୍ଟ୍ରକ୍‌ଚର ନିର୍ମାଣ କରାଯାଇଛି। ବ୍ଲକ୍‌ର ଥାନା ଛକ, ଅଲଣାହାଟର ଭାତପଡ଼ା ଓ ଡେରିକିଠାରେ...

କାଠ ଜବତ ପାଇଁ କୁନ୍ଥକୁନ୍ଥ

ପରଜଙ୍ଗ, ୬।୮(ଡି.ଏନ.ଏ.) ଜଙ୍ଗଲରେ କଟାଯାଇ ପଡ଼ିଛି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ। ସୂଚନା ପାଇ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି ବନ ଅଧିକାରୀ। ହେଲେ କାଠ ଜବତ...

ପୁରୁଷୋତ୍ତମପୁରର ୩୩ ବୁଥ୍‌ ଅତି ସମ୍ବେଦନଶୀଳ

ପୁରୁଷୋତ୍ତପୁର,୨୦ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ୨୬ଟି ପଞ୍ଚାୟତରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏହାକୁ...

ପୋଲିସ ମୁଖ୍ୟାଳୟର ଅନତି ଦୂରରେ ଚାଲିଥିଲା ଦେହବେପାର : ଆପତ୍ତିଜନକ ଅବସ୍ଥାରେ ଗଲେ ଥାନାକୁ

ଭଦ୍ରକ ଅଫିସ,୨୧।୨: ଭଦ୍ରକ ସହରରେ ଖୋଲାଖୋଲି ଚାଲିଥିଲା ଦେହବେପାର। ପୋଲିସ ମୁଖ୍ୟାଳୟର ଅନତି ଦୂର ସହରାଞ୍ଚଳ ଥାନା ଡଗମୁଣ୍ଡସ୍ଥିତ ଏକ ଭଡାଘରେ ଚାଲୁଥିବା ସେକ୍ସ ରାକେଟ...

ସମସ୍ତଙ୍କ ନଜରରେ ବରୀ, ବଡ଼ଚଣା

ଯାଜପୁର ଅଫିସ,୨୧ା୧: ସାଧାରଣ ନିର୍ବାଚନ କଥା ଦେଖିଲେ ୨୦୧୪ ଅପେକ୍ଷା ୨୦୧୯ରେ ଯାଜପୁର ଜିଲାରେ ୧୩.୨୧% ଭୋଟର ସଂଖ୍ୟା ବୃଦ୍ଧି ପାଇଥିଲା। ତଥାପି ବିଜେଡିକୁ ଏକ...

Advertisement
Archives

Model This Week