‘ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌’ର ୩ୟ ସଂସ୍କରଣ: ସମ୍ମାନିତ ହେଲେ ୨୧ ଉଦ୍ୟୋଗପତି

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଆୟୋଜିତ ‘ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌’ର ୩ୟ ସଂସ୍କରଣ ଶେଷ ହୋଇଛି। ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ସମ୍ପାଦକ ତଥାଗତ ସତପଥୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଅଭିଭାଷଣ ରଖିଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଓଡ଼ିଶାର ଶିଳ୍ପନୀତି ଏବଂ ଶିଳ୍ପକୁ ନେଇ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।
ସେହିପରିି ମୁଖ୍ୟବକ୍ତା ଭାବେ ଫିକି ସଭାପତି ତଥା ଇମ୍ଫାର ଏମ୍‌ଡି ଶୁଭ୍ରକାନ୍ତ ପଣ୍ଡା ଯୋଗଦେଇ ରାଜ୍ୟର ବିକାଶ, ପ୍ରାକୃତିକ ସମ୍ପଦ, ଷ୍ଟାର୍ଟଅପ୍‌ ଓ ଯୁବ ଶିଳ୍ପୋଦ୍ୟୋଗୀଙ୍କ ଉଦ୍ଦେଶ୍ୟରେ ଅନେକ କିଛି ଶିଳ୍ପ ଅନୁପଯୋଗୀ ମତ ଉପସ୍ଥାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ୨୧ଜଣ ବିଶିଷ୍ଟ ଉଦ୍ୟୋଗପତିଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ ଫିକି ସଭାପତି ତଥା ଇମ୍ଫାର ଏମ୍‌ଡି ଶୁଭ୍ରକାନ୍ତ ପଣ୍ଡା, ଓଡ଼ିଶୀ ମୋଟର୍ସର ରୁଚି ଜଲାନ୍‌, ନେକ୍ସସ୍‌ ଇଞ୍ଜିନିୟରିଂର ପୀୟୂଷ ମହାନ୍ତି, ଅଜନ୍ତା ଆଡ୍‌ଭର୍ଟାଇଜର୍ସର ମନୀଷ ଅଗରଓ୍ବାଲ, ଯମୁନା ବଜାଜ୍‌ର ଗିରିଜା ଶଙ୍କର ଅଗରଓ୍ବାଲ, ନ୍ୟୁଟନ୍‌ ସାଇନ୍ସ କଲେଜର ଡ. ତେଜରାଜ ପାତ୍ର, ଭାରତ ପ୍ଲାଏଉଡ୍ସର ବ୍ରଜେନ୍ଦ୍ର କୁମାର ରୟ, କୋଶଲ ଅଟୋମୋବାଇଲ୍ସର ଡ. ପଦ୍ମିନୀ ପାଣିଗ୍ରାହୀ, ଏକ୍ସପୋ ଆଡ୍‌ଭର୍ଟାଇଜିଂର ସଞ୍ଜୀବ ମହାନ୍ତି, ସମ୍‌ ଅଟୋର ହର୍ଷ ବର୍ଦ୍ଧନ ସିଂହଦେଓ, ଜୟଦୁର୍ଗା କେମିକାଲ୍ସର ବାବୁରାମ ସ୍ବାଇଁ, ମର୍ଡନ ଏଗ୍ରୋ ମୋଟର୍ସ ଆଣ୍ଟ ଟ୍ରାକ୍ଟର୍ସ ପ୍ରା.ଲିଃର ପ୍ରଦୀପ୍ତ ବଡ଼ଜେନା, ସ୍ପ୍ରିଙ୍ଗ୍‌ ଭିଲେ ଗ୍ରୀନ୍ସ ଏଲ୍‌ଏଲ୍‌ପିର ସୁରେଶ କୁମାର ସୁରେକା, ସିଧି ଲକ୍ଷ୍ମୀ ମୋଟର୍ସର ରାଜକୁମାର ଅଗରଓ୍ବାଲ, ବାଗରିଆସ୍‌ ପ୍ରାଇଭେଟ ଲିମିଟେଡ୍‌ (ଟାଇଟନ୍‌ ଓ୍ବାର୍ଲ୍‌ଡ)ର ରମନ ବାଗରିଆ, ୟୁନିକ୍‌ ରିସୋର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଜ୍ୟୋତି ସ୍ବରୂପ ନାୟାର, ଓଡ଼ିଶା ଆୟୁର୍ବେଦ ଭବନର ମନୋଜ କୁମାର ଦାସ, ଏସ୍‌ଜିବିଏଲ୍‌ ଅଟୋ ମୋବାଇଲ୍ସର ସୁନୀଲ ଗୁପ୍ତା, ଏମ୍‌ଏସ୍‌ ଟିପି ମାଇନିଂର ତାରିଣୀ ପ୍ରସାଦ ମହାନ୍ତି, ଆକାଶ ମୋଟର୍ସର ଆକାଶ ଅଗରଓ୍ବାଲ, ଟାଇମ୍ସ ସ୍କଲାର୍ସ ଗୁରୁକୁଳର ଡ. ଶାରଦା ପ୍ରସାଦ ମିଶ୍ର। ଶେଷରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଧନ୍ୟବାଦ ଜ୍ଞାପନ କରି ଅଭିଭାଷଣ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri