‘ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌’ର ୩ୟ ସଂସ୍କରଣ: ସମ୍ମାନିତ ହେଲେ ୨୧ ଉଦ୍ୟୋଗପତି

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଆୟୋଜିତ ‘ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌’ର ୩ୟ ସଂସ୍କରଣ ଶେଷ ହୋଇଛି। ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ସମ୍ପାଦକ ତଥାଗତ ସତପଥୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଅଭିଭାଷଣ ରଖିଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଓଡ଼ିଶାର ଶିଳ୍ପନୀତି ଏବଂ ଶିଳ୍ପକୁ ନେଇ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।
ସେହିପରିି ମୁଖ୍ୟବକ୍ତା ଭାବେ ଫିକି ସଭାପତି ତଥା ଇମ୍ଫାର ଏମ୍‌ଡି ଶୁଭ୍ରକାନ୍ତ ପଣ୍ଡା ଯୋଗଦେଇ ରାଜ୍ୟର ବିକାଶ, ପ୍ରାକୃତିକ ସମ୍ପଦ, ଷ୍ଟାର୍ଟଅପ୍‌ ଓ ଯୁବ ଶିଳ୍ପୋଦ୍ୟୋଗୀଙ୍କ ଉଦ୍ଦେଶ୍ୟରେ ଅନେକ କିଛି ଶିଳ୍ପ ଅନୁପଯୋଗୀ ମତ ଉପସ୍ଥାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ୨୧ଜଣ ବିଶିଷ୍ଟ ଉଦ୍ୟୋଗପତିଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ ଫିକି ସଭାପତି ତଥା ଇମ୍ଫାର ଏମ୍‌ଡି ଶୁଭ୍ରକାନ୍ତ ପଣ୍ଡା, ଓଡ଼ିଶୀ ମୋଟର୍ସର ରୁଚି ଜଲାନ୍‌, ନେକ୍ସସ୍‌ ଇଞ୍ଜିନିୟରିଂର ପୀୟୂଷ ମହାନ୍ତି, ଅଜନ୍ତା ଆଡ୍‌ଭର୍ଟାଇଜର୍ସର ମନୀଷ ଅଗରଓ୍ବାଲ, ଯମୁନା ବଜାଜ୍‌ର ଗିରିଜା ଶଙ୍କର ଅଗରଓ୍ବାଲ, ନ୍ୟୁଟନ୍‌ ସାଇନ୍ସ କଲେଜର ଡ. ତେଜରାଜ ପାତ୍ର, ଭାରତ ପ୍ଲାଏଉଡ୍ସର ବ୍ରଜେନ୍ଦ୍ର କୁମାର ରୟ, କୋଶଲ ଅଟୋମୋବାଇଲ୍ସର ଡ. ପଦ୍ମିନୀ ପାଣିଗ୍ରାହୀ, ଏକ୍ସପୋ ଆଡ୍‌ଭର୍ଟାଇଜିଂର ସଞ୍ଜୀବ ମହାନ୍ତି, ସମ୍‌ ଅଟୋର ହର୍ଷ ବର୍ଦ୍ଧନ ସିଂହଦେଓ, ଜୟଦୁର୍ଗା କେମିକାଲ୍ସର ବାବୁରାମ ସ୍ବାଇଁ, ମର୍ଡନ ଏଗ୍ରୋ ମୋଟର୍ସ ଆଣ୍ଟ ଟ୍ରାକ୍ଟର୍ସ ପ୍ରା.ଲିଃର ପ୍ରଦୀପ୍ତ ବଡ଼ଜେନା, ସ୍ପ୍ରିଙ୍ଗ୍‌ ଭିଲେ ଗ୍ରୀନ୍ସ ଏଲ୍‌ଏଲ୍‌ପିର ସୁରେଶ କୁମାର ସୁରେକା, ସିଧି ଲକ୍ଷ୍ମୀ ମୋଟର୍ସର ରାଜକୁମାର ଅଗରଓ୍ବାଲ, ବାଗରିଆସ୍‌ ପ୍ରାଇଭେଟ ଲିମିଟେଡ୍‌ (ଟାଇଟନ୍‌ ଓ୍ବାର୍ଲ୍‌ଡ)ର ରମନ ବାଗରିଆ, ୟୁନିକ୍‌ ରିସୋର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଜ୍ୟୋତି ସ୍ବରୂପ ନାୟାର, ଓଡ଼ିଶା ଆୟୁର୍ବେଦ ଭବନର ମନୋଜ କୁମାର ଦାସ, ଏସ୍‌ଜିବିଏଲ୍‌ ଅଟୋ ମୋବାଇଲ୍ସର ସୁନୀଲ ଗୁପ୍ତା, ଏମ୍‌ଏସ୍‌ ଟିପି ମାଇନିଂର ତାରିଣୀ ପ୍ରସାଦ ମହାନ୍ତି, ଆକାଶ ମୋଟର୍ସର ଆକାଶ ଅଗରଓ୍ବାଲ, ଟାଇମ୍ସ ସ୍କଲାର୍ସ ଗୁରୁକୁଳର ଡ. ଶାରଦା ପ୍ରସାଦ ମିଶ୍ର। ଶେଷରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଧନ୍ୟବାଦ ଜ୍ଞାପନ କରି ଅଭିଭାଷଣ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri