ନବରଙ୍ଗପୁର ଜିଲା ଗସ୍ତରେ ୫-ଟି ସଚିବ

ଉମରକୋଟ, ୧୮।୩(ଡି.ଏନ୍‌.ଏ.): ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ଶୁକ୍ରବାର ନବରଙ୍ଗପୁର ଜିଲା ଗସ୍ତରେ ଆସିଛନ୍ତି। ସେ ଶନିବାର ଉମରକୋଟ, ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ସେ ଧୋଡ୍ରାସ୍ଥିତ ମା’ ଘାଟଘୋଷାଣୀ ମନ୍ଦିର ଓ ପରେ ବହୁ ପୁରାତନ ଐତିହାସିକ ପୀଠ ପୋଡ଼ାଗଡ଼ ପରିଦର୍ଶନ କରିବେ। ଏହାପରେ ଉମରକୋଟସ୍ଥିତ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ତଦାରଖ କରିବେ। ପରେ ସ୍ଥାନୀୟ ଆର୍‌ଏମ୍‌ସି ପଡ଼ିଆଠାରେ ମିଶନ ଶକ୍ତି ମହିଳାଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ପୂଜାରିଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଯମରୁଣ୍ଡାସ୍ଥିତ ୫-ଟି ସ୍କୁଲ ପରିଦର୍ଶନ ପରେ ଉମରକୋଟସ୍ଥିତ ଆହାର କେନ୍ଦ୍ରକୁ ଯିବା କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଉମରକୋଟ ନିର୍ବାଚନମଣ୍ଡଳୀର ପ୍ରାୟ ୬୦ ସଂଘ ବିଭିନ୍ନ ସମସ୍ୟା ନେଇ ୫-ଟି ସଚିବଙ୍କୁ ଦାବିପତ୍ର ଦେବା କାର୍ଯ୍ୟକ୍ରମ ରହିଛି। ସଚିବଙ୍କ ଗସ୍ତ ପରେ ନଳବଂଶ ରାଜାଙ୍କ ଗଡ଼ ବୋଲାଉଥିବା ପୋଡ଼ାଗଡ଼ ପାଇଁ ସ୍ବତନ୍ତ୍ର ଆର୍ଥିକ ସହାୟତା ଏବଂ ଉକ୍ତ ଟଙ୍କାରେ ପୋଡ଼ାଗଡ଼ ପାହାଡ଼ର ଉନ୍ନତି ହୋଇପାରିବ ବୋଲି ଅଞ୍ଚଳବାସୀ ଆଶା ବାନ୍ଧିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ବେଆଇନ କଳାପଥର ପରିବହନ

ଯାଜପୁର ଅଫିସ,୧୦ା୯: ଯାଜପୁର ଜିଲାର ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା କଲେଜ ରୋଡ୍‌ ନିକଟରେ ଶୁକ୍ରବାର ଓଡ଼ିଶା ଭିଜିଲାନ୍ସ ଫରେଷ୍ଟ ୱିଙ୍ଗ୍‌ ପକ୍ଷରୁ ଚଢ଼ାଉ କରାଯାଇ...

‘ଯାଜପୁରକୁ ରାଜ୍ୟର ସର୍ବଶ୍ରେଷ୍ଠ ପୌରାଞ୍ଚଳରେ ପରିଣତ କରାଯିବ’

ଯାଜପୁର ଟାଉନ,୨।୨(ଡିଏନଏ): ଯାଜପୁର ପୌରାଞ୍ଚଳ ରାଜ୍ୟର ଏକ ଆଦର୍ଶ ଓ ଅତ୍ୟାଧୁନିକ ପୌରାଞ୍ଚଳରେ ପରିଣତ କରାଯିବ ବୋଲି ଜିଲାପାଳ ରଞ୍ଜନ କୁମାର ଦାସ ମତବ୍ୟକ୍ତ କରିଛନ୍ତି।...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଅନ୍ତେବାସୀ ଶିଶୁଙ୍କ ମନ ଜିଣି ଚର୍ଚ୍ଚାରେ ତହସିଲଦାର

ପୁରୁଷୋତ୍ତମପୁର,୧୫ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ପଞ୍ଚାୟତର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିଥିବା କୋମଳମତି ଶିଶୁଙ୍କୁ ଖେଳଣା, କଣ୍ଢେଇ, ବିସ୍କୁଟ ଦେଇ ସେମାନଙ୍କ ମନ ମୋହି...

ଗୁଣି ସନ୍ଦେହରେ ଗଡୁଛି ନିରୀହ ଜୀବନ: ୧୫ ମୃତ, ୨୩ ଗୁରୁତର ଆହତ

କେନ୍ଦୁଝର, ୨୫ା୮ (ସ୍ବ.ପ୍ର.)-ରାଜ୍ୟରେ ଗୁଣିଗାରେଡି ଓ ଡାହାଣୀ ସନ୍ଦେହରେ ହତ୍ୟା ରୋକିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାକୁ ନେଇ ଜନସଚେତନତା କାର୍ଯ୍ୟକ୍ରମ...

କଇଁଛ ଗଣଅଣ୍ଡାଦାନ ପାଇଁ ଋଷିକୁଲ୍ୟା ବେଳାଭୂମି ସଫେଇ

ଗଞ୍ଜାମ,୧୪ା୨(ଡି.ଏନ.ଏ.) ଅସନ୍ତୁଳିତ ପରିବେଶ ଯୋଗୁ ପୃଥିବୀ ପୃଷ୍ଠରେ ସ୍ଥଳଚର ପ୍ରାଣୀ ସମେତ ସାମୁଦ୍ରିକ ଜୀବ ମଧ୍ୟ ହ୍ରାସ ପାଇବାରେ ଲାଗୁଛି। ଏହା ପରିବେଶ ପାଇଁ ଏକ ବୃହତ୍‌...

ଟୋକନ ବାହାରିବା ମାତ୍ରେ ଧାନ କିଣ: ୨୪ ଘଣ୍ଟା ମଧ୍ୟରେ ଆକାଉଣ୍ଟ କୁ ଯିବ ଟଙ୍କା

ଛତ୍ରପୁର,୧୬।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଧାନସଂଗ୍ରହ ପ୍ରକ୍ରିୟା ଚାଲିଛି । ଏହି କାର୍ଯ୍ୟର ସଠିକ୍‌ ପରିଚାଳନା ଦିଗରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜୁମ୍‌ ଭିସି...

ପଲିଥିନ ତଳେ ବାଉଁଶକଣ ଅଗ୍ନିବିପନ୍ନ

ଭୁବନ, ୨ା୩(ଡି.ଏନ.ଏ.) ଅଗ୍ନିକାଣ୍ଡରେ ଜଳିଯାଇଛି ସବୁକିଛି। ଅଙ୍ଗାର ପାଲଟିଯାଇଛି ୫ପରିବାରର ସ୍ବପ୍ନ। ପିନ୍ଧିଥିବା ଲୁଗା ଛଡ଼ା ଆଉ କିଛି ନାହିଁ। ପ୍ରଶାସନ ପକ୍ଷରୁ ମିଳିଥିବା ଖଣ୍ଡିଏ ଖଣ୍ଡିଏ...

ଫେରାର ବିଚାରାଧୀନ କଏଦୀ ଗିରଫ

ମ.ରାମପୁର/ରୁପ୍ରାରୋଡ,୧୭।୨(ଡି.ଏନ.ଏ.): କଳାହାଣ୍ଡି ଜିଲା ମ. ରାମପୁର ସବ୍‌ଜେଲରୁ ଜଣେ ବିଚାରାଧୀନ କଏଦୀ ନର୍ଲା ଥାନା ରୁପ୍ରାରୋଡ ଅଞ୍ଚଳର ବିଶ୍ୱାମିତ୍ର ମାଝି ଗତ ୧୧ ତାରିଖରୁ ଫେରାର...

Advertisement
Archives

Model This Week