ଶିଶୁ ମୃତ୍ୟୁ ଘଟଣା: ଯାଞ୍ଚ କଲେ ସ୍ବାସ୍ଥ୍ୟ ବିଭାଗର ୨ ଜଣିଆ ଟିମ୍‌

କେନ୍ଦୁଝର,୧୯।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଚିକିସତ୍ାଳୟର ଶିଶୁ ୱାର୍ଡରେ ୪ ନବଜାତ ଶିଶୁ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ସ୍ବାସ୍ଥ୍ୟ ବିଭାଗର ୨ ଜଣିଆ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୋମବାର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶିଶୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ରଶ୍ମି ରଞ୍ଜନ ଶତପଥି ଓ ଜାତୀୟ ସ୍ବାସ୍ଥ୍ୟ ମିଶନର ଶିଶୁ ସ୍ବାସ୍ଥ୍ୟ ପରାମର୍ଶଦାତା ଡାକ୍ତର ରବିନ୍ଦ୍ର ନାଥ ପଣ୍ଡା ଡାକ୍ତରଖାନାରେ ପହଞ୍ଚି ଏସ୍‌ଏନସିୟୁ ୱାର୍ଡକୁ ଯାଇ ସେଠାରେ ସ୍ଥିତି ଅନୁଧ୍ୟାନ କରି ମୃତ୍ୟୁର କାରଣ ଯାଞ୍ଚ କରିଥିଲେ। ସେହିପରି ବିଭାଗର ଡାକ୍ତର,ନର୍ସ ତଥା ଅନ୍ୟ କର୍ମଚାରୀ ଏବଂ ରୋଗୀ ସମ୍ପର୍କୀୟଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିଥିଲେ। ତେବେ ଘଟଣାର ତଦନ୍ତ କରି ରିପୋର୍ଟ ସେମାନେ ସରକାରଙ୍କ ନିକଟରେ ଦାଖଲ କରିବେ।

ସୂଚନାଯୋଗ୍ୟ,ଶିଶୁ ୱାର୍ଡରେ ଚିକିତ୍ସାଧିନ ଥିବା ୪ ଜଣ ନବଜାତ ଶିଶୁଙ୍କ ୨୪ ଘଣ୍ଟାରେ ମୃତ୍ୟୁ ହୋଇଛି। ତେବେ ୧୮ ଦିନରେ ସମୁଦାୟ ୧୩ ଜଣ ନବଜାତ ଶିଶୁଙ୍କ ମୃତ୍ୟୁକୁ ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଏହାକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ତଦନ୍ତ କରିବା ପାଇଁ ବିଭାଗକୁ ଜଣାଇବା ପରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ୨ ଜଣିଆ କମିଟି ଦ୍ୱାରା ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ଆଦେଶ ହୋଇଥିଲା। ବିଶେଷ କରି ଚିକିସତ୍ାରେ ଅବହେଳା ହୋଇଥିବା ଏବଂ ଡାକ୍ତର ଅନୁପସ୍ଥିତ ଥିବା ନେଇ ଅଭିଯୋଗ ହୋଇଥିଲା। ଏଣୁ ଯାଞ୍ଚ କମିଟି କେଉଁ ଆଧାରରେ ତଦନ୍ତ କରୁଛି ଏବଂ କ’ଣ ରିପୋର୍ଟ ଦାଖଲ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ତଦନ୍ତ ସମୟରେ ଜିଲା ମୁଖ୍ୟ ଚିକିସତ୍ା ଅଧିକାରୀ ଡାକ୍ତର ସୁଜାତାରାଣୀ ମିଶ୍ର, ଅତିରିକ୍ତ ଜିଲା ମୁଖ୍ୟ ଚିକିସତ୍ା ଅଧିକାରୀ (ମେଡିକାଲ) ଡାକ୍ତର ଗିରିଶ ଚନ୍ଦ୍ର ରାଉତ, ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କିଶୋର ଚନ୍ଦ୍ର ପୃଷ୍ଟି, ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ପ୍ରଦୀପ କୁମାର ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri