କିଶୋର ନ୍ୟାୟ ବ୍ୟବସ୍ଥାରେ ଶିଶୁ ଯତ୍ନ ଅନୁଷ୍ଠାନ

କିଶୋର ନ୍ୟାୟ (ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା) ଅଧିନିୟମରେ ସାଧାରଣତଃ ଦୁଇ ପ୍ରକାରର ଶିଶୁଙ୍କ ସମ୍ବନ୍ଧରେ ପ୍ରାବଧାନତା ରହିଛି। ପ୍ରଥମତଃ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ଏବଂ ଦ୍ୱିତୀୟରେ ଆଇନ ସହ ଦ୍ୱନ୍ଦ୍ୱରେ ଥିବା ଶିଶୁ। ଯତ୍ନ ଏବଂ ସୁରକ୍ଷା ସମ୍ବନ୍ଧୀୟ ମାମଲା ସବୁର ଫଇସଲା ଜିଲାସ୍ତରରେ ଅବସ୍ଥାପିତ ଶିଶୁ ମଙ୍ଗଳ ସମିତି କରୁଥିବାବେଳେ ଆଇନ ସହ ଦ୍ୱନ୍ଦ୍ୱରେ ଥିବା ଶିଶୁଙ୍କ ମାମଲା ସବୁ କିଶୋର ନ୍ୟାୟ ବୋର୍ଡ ଫଇସଲା କରିବାର ବ୍ୟବସ୍ଥା ରହିଛି। ପୁଣି ମାମଲା ସବୁ ଚାରି ମାସ ମଧ୍ୟରେ ଏବଂ ନିହାତି ସମ୍ଭବ ହୋଇ ନ ପାରିଲେ ଛଅ ମାସ ମଧ୍ୟରେ ନିଷ୍ପତ୍ତି ନେବାର ପ୍ରାବଧାନତା ରହିଛି। ଯତ୍ନ ଏବଂ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ମଧ୍ୟରେ ମାତୃପିତୃହୀନ ଶିଶୁ ଭିନ୍ନ ଯୌନ ନିର୍ଯାତନାର ଶିକାର ହୋଇଥିବା ଶିଶୁ, ଚାଲାଣର ଶିକାର ହୋଇଥିବା ଶିଶୁ, ମାନସିକ ବିକାରଗ୍ରସ୍ତ ଶିଶୁ, ବାଲ୍ୟ ବିବାହର ଶିକାର ହୋଇଥିବା ଶିଶୁ, ଘର ଛାଡ଼ି ପଳାଇ ଆସିଥିବା ତଥା ହଜି ଯାଇଥିବା ଶିଶୁ, ଉଦ୍ଧାର ଶିଶୁ ଶ୍ରମିକ ଭଳି ତତ୍‌କ୍ଷଣାତ୍‌ ନିଷ୍ପତ୍ତି ନେବାକୁ ଥିବା କେସ୍‌ସବୁ ମଧ୍ୟ ଅନ୍ତର୍ଭୁକ୍ତ। ଯଦିଓ ପରିବାରରେ ରହିବା ଶିଶୁର ଅଧିକାର, ତଥାପି ସ୍ଥଳ ବିଶେଷରେ ଶିଶୁର ସର୍ବୋତ୍ତମ ସ୍ବାର୍ଥକୁ ଆଖି ଆଗରେ ରଖି ତା’ର ପାଠପଢ଼ା ସକାଶେ କିଛି ବର୍ଷ ଲାଗି ବା ଯତ୍ନ ଏବଂ ସୁରକ୍ଷା ଦାୟିତ୍ୱ ନେବା ପାଇଁ ଉପଯୁକ୍ତ ବ୍ୟକ୍ତି ଚିହ୍ନଟ ହେବା ପର୍ଯ୍ୟନ୍ତ ସ୍ବଳ୍ପ ରହଣି ସକାଶେ କୌଣସି ଏକ ଶିଶୁ ଯତ୍ନ ଅନୁଷ୍ଠାନରେ ରହିବା ନିମିତ୍ତ ନିର୍ଦ୍ଦେଶ ପ୍ରଦାନ କରାଯାଇଥାଏ। ଏଥିନିମିତ୍ତ ଓ୍ବାନ୍‌ ଷ୍ଟପ୍‌ ସେଣ୍ଟର, ମୁକ୍ତ ଆଶ୍ରୟ ସ୍ଥଳ (ଓପନ ଶେଲ୍‌ଟର) ତଥା ଶିଶୁଗୃହ ରହିଅଛି। ଏଠି ଶିଶୁକୁ ଉପଯୁକ୍ତ ଥଇଥାନ ନିମିତ୍ତ ନିର୍ଦ୍ଦେଶ ଦେବାବେଳେ କମିଟି ସମୟ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥାଏ। ଯୌନ ନିର୍ଯାତନାର ଶିକାର ହୋଇଥିବା ଶିଶୁଟିଏକୁ ଓ୍ବାନ ଷ୍ଟପ୍‌ ସେଣ୍ଟରରେ ଅତିବେଶିରେ ପାଞ୍ଚଦିନ ରଖାଯାଇପାରିବ ବା ନିର୍ଦ୍ଦେଶନାମାର ଅବଧିକୁ ହୁଏତ ଆଉ କିଛି ଦିନ ସକାଶେ ବୃଦ୍ଧି କରାଯାଇପାରେ। କିନ୍ତୁ ସମିତି ପାଖରେ ଅନ୍ୟ କିଛି ବିକଳ୍ପ ନ ଥିବାରୁ ତାକୁ ଶିଶୁଗୃହରେ ରଖାଯାଇଥାଏ। ଆଗରୁ ଏଭଳି ପୀଡ଼ିତାଙ୍କୁ ସ୍ବଧାରଗୃହରେ ରଖାଯାଉଥିଲା। କିନ୍ତୁ ସରକାରଙ୍କ ବର୍ତ୍ତମାନର ନୀତି ଅନୁଯାୟୀ ସ୍ବାଧାର ଗୃହରେ ରହିବା ନିମିତ୍ତ ସମ୍ପୃକ୍ତା ପୀଡ଼ିତାର ବୟସ ଅଠର ବର୍ଷ ନିହାତି ପକ୍ଷେ ହୋଇଥିବା ଆବଶ୍ୟକ। ଅନ୍ୟ କ୍ଷେତ୍ରରେ ପରିବାରର ସଦସ୍ୟ ଯଦି ଝିଅକୁ ଘରକୁ ନ ନେଉଛନ୍ତି ଏବଂ ପାଠପଢ଼ା ଛାଡ଼ି ଦେଇଥିବ କି ପଢ଼ିବାରେ ଅରାଜି ହେଉଥିବ, ତାକୁ ଶିଶୁଗୃହରେ ରଖିଲେ ତା’ ପ୍ରତି ଅଲଗା ଅନ୍ତେବାସୀଙ୍କ ଦୃଷ୍ଟିଭଙ୍ଗୀ ଭିନ୍ନ ହେବ। ଏଭଳି ଝିଅଙ୍କ ସଂଖ୍ୟା ମଧ୍ୟ ଏକାଥରକୁ ବହୁତ ନ ଥିବା କାରଣରୁ ତା’ ପାଇଁ ଅଲଗା ବ୍ୟବସ୍ଥା ଶିଶୁଗୃହ କର୍ତ୍ତୃପକ୍ଷ କରିବା ସହଜ ନୁହେଁ। ଶିଶୁକୁ ଜଣେ କରି ଅନ୍ୟମାନଙ୍କଠାରୁ ଅଲଗା ରଖିଲେ ତା’ର ଏକାକୀତ୍ୱବୋଧ ମଧ୍ୟ ଅସୁବିଧାରେ ପକାଇପାରେ। ଅନେକ ସମୟରେ ଘର ଛାଡ଼ି କୌଣସି ପୁଅପିଲା ସହିତ ଝିଅ ଯଦି ଚାଲି ଆସିଥାଏ, ତା’ହେଲେ ମା’ବାପା ଯଦି ନେବାକୁ ନ ଆସନ୍ତି ଝିଅଟି ଶିଶୁଗୃହର ପାଚେରି ଡେଇଁ ପଳାୟନ କରିବାର ଅନେକ ମାମଲା ପୋଲିସ ପାଖରେ ପଡି ରହିଛି। ମାନସିକ ଅସୁସ୍ଥ ଶିଶୁକୁ ଥଇଥାନ ନିମିତ୍ତ ଓଡ଼ିଶାର ଅଧିକାଂଶ ଜିଲାରେ ବ୍ୟବସ୍ଥା ନାହିଁ। ଏଭଳି କ୍ଷେତ୍ରରେ ମଧ୍ୟ ଶିଶୁ ମଙ୍ଗଳ ସମିତିକୁ ଅନେକ ଆହ୍ବାନର ସମ୍ମୁଖୀନ ହେବାକୁ ହୋଇଥାଏ। ଭିନ୍ନକ୍ଷମ ଶିଶୁ ଯଦି ହଜିଯାଇ ବା ଘରୁ ପଳାୟନ କରିଥିବା ଅବସ୍ଥାରେ ଶିଶୁ ମଙ୍ଗଳ ସମିତି ଆଗରେ ଉପସ୍ଥାପିତ ହୁଏ, ତାକୁ ଥଇଥାନ ନିମିତ୍ତ ଅଧିକାଂଶ ଜିଲାରେ କିଛି ବ୍ୟବସ୍ଥା ନାହିଁ। କାରଣ ସେହି ଶିଶୁ ଆଖିକୁ ଦେଖା ଯାଉ ନ ଥିବାରୁ ବା ମୂକ ହୋଇଥିବାରୁ ନିଜର ଅସୁବିଧା ପ୍ରକାଶ କରିପାରେନାହିଁ।
ଅପରପକ୍ଷରେ ଆଇନ ସହ ଦ୍ୱନ୍ଦ୍ୱରେ ଥିବା ଶିଶୁକୁ ବେଲ୍‌ ନ ମିଳିଲେ ତାକୁ ମଧ୍ୟ ଏକ ଶିଶୁଯତ୍ନ ଅନୁଷ୍ଠାନରେ ରଖାଯିବାର ପ୍ରାବଧାନତା ରହିଛି। ଏଠି ଅପରାଧ ସବୁକୁ ମୁଖ୍ୟତଃ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଅଛି ଯଥା- ମାମୁଲି, ଗୁରୁତର ଏବଂ ଜଘନ୍ୟ। ମାମୁଲି ଅପରାଧ ସେସବୁକୁ କୁହାଯାଇଥାଏ, ଯେଉଁଠି ଦଣ୍ଡର ପ୍ରାବଧାନତା ତିନି ବର୍ଷରୁ କମ୍‌ ଥାଏ। ଯେଉଁଠାରେ ଦଣ୍ଡର ମାତ୍ରା ତିନି ବର୍ଷରୁ ବେଶି ଏବଂ ଅତି ଅଧିକ ଦଣ୍ଡର ପ୍ରାବଧାନତା ଯେତେ ଅଧିକ ବି ଥାଇପାରେ, ତାକୁ ଗୁରୁତର ଅପରାଧ ଏବଂ ଯେଉଁଠି ଦଣ୍ଡର ପ୍ରାବଧାନତା ଅତି କମ୍‌ରେ ସାତ ବର୍ଷ ଥାଏ, ତାକୁ ଜଘନ୍ୟ ଅପରାଧ କୁହାଯାଇଥାଏ। ଏହି ତିନି ଶ୍ରେଣୀର ପିଲାଙ୍କ କଥା ବିଚାରକଲେ ମାମୁଲି ଅପରାଧରେ ବେଲ୍‌ ମିଳିବାର ସମ୍ଭାବନା ଶହେରୁ ଶହେ। ଏପରିକି କିଶୋର ନ୍ୟାୟ ବୋର୍ଡରେ ଉପସ୍ଥାପିତ ନ କରି ପୋଲିସ ମଧ୍ୟ ଏକ୍ଷେତ୍ରରେ ବେଲ୍‌ ଦେଇ ଏ ସମ୍ବନ୍ଧୀୟ ସମସ୍ତ ଦଲିଲ ପରବର୍ତ୍ତୀ ସମୟରେ ବୋର୍ଡକୁ ପଠାଇ ଦେଇପାରେ। ଜଘନ୍ୟ ଅପରାଧ କ୍ଷେତ୍ରରେ ହଠାତ୍‌ ବେଲ୍‌ ପ୍ରାୟତଃ ମିଳି ନ ଥାଏ ଏବଂ ଏ କ୍ଷେତ୍ରରେ ୧୬ରୁ ୧୮ ବର୍ଷ ବୟସର କୌଣସି ବ୍ୟକ୍ତି ନଁାରେ ଅଭିଯୋଗ ଥିଲେ, ତାଙ୍କୁ ନିରାପଦ ସ୍ଥଳ ବା ପ୍ଲେସ୍‌ ଅଫ୍‌ ସେଫ୍‌ଟିରେ ରଖାଯିବ ଆଉ ସଂପୃକ୍ତ ଶିଶୁର ବୟସ ୧୬ ବର୍ଷରୁ କମ୍‌ ଥିଲେ ତାକୁ ପର୍ଯ୍ୟବେକ୍ଷଣ ଗୃହରେ ରଖାଯିବ। ଠିକ୍‌ ସେହିପରି ଗୁରୁତର ଅପରାଧ କ୍ଷେତ୍ରରେ ଆଇନ ସହ ଦ୍ୱନ୍ଦ୍ୱରେ ଥିବା ଶିଶୁକୁ ସ୍ଥଳ ବିଶେଷରେ ତତ୍‌କ୍ଷଣାତ୍‌ ବେଲ୍‌ ମିଳି ଯାଇଥାଏ ଆଉ କିଛି କ୍ଷେତ୍ରରେ ତୁରନ୍ତ ବେଲ୍‌ ନ ମିଳିଲେ ମଧ୍ୟ ଅଳ୍ପ ଦିନ ମଧ୍ୟରେ ବେଲ୍‌ ମିଳିଯିବା ସମ୍ଭାବନା ଯଥେଷ୍ଟ ବେଶି ଥାଏ। କିଶୋର ନ୍ୟାୟ (ଶିଶୁମାନଙ୍କୁ ଯତ୍ନ ଏବଂ ସୁରକ୍ଷା) ଅଧିନିୟମ ୨୦୧୫ ଅନୁଯାୟୀ ବେଲ୍‌ ହେଉଛି ଶିଶୁର ଅଧିକାର ଏବଂ ବେଲ୍‌ ଦେବାକୁ ମନା କରିବା ହେଉଛି ବ୍ୟତିକ୍ରମ। ବେଲ୍‌ ଦେବାକୁ ମନା କଲାବେଳେ ବୋର୍ଡ ଦୁଇ/ତିନୋଟି ବିଷୟ ଦେଖିଥାଏ ଯଥା-୧. ଆଇନ ସହ ଦ୍ୱନ୍ଦ୍ୱରେ ଥିବା ଶିଶୁ ବେଲ୍‌ରେ ଗଲେ ତା’ ପାଇଁ ବାହାରେ ଶାରୀରିକ ବା ମନସ୍ତାତ୍ତ୍ୱିକ ବିପଦ ନାହିଁ ତ? ୨. ସଂପୃକ୍ତ ଶିଶୁ ବେଲ୍‌ରେ ଯାଇ କୌଣସି ଜଣାଶୁଣା ମନ୍ଦ ଲୋକଙ୍କ ସଂସ୍ପର୍ଶରେ ଆସିବ ନି ତ? ଏବଂ ୩. ସଂପୃକ୍ତ ବ୍ୟକ୍ତିର ବେଲ୍‌ ଆଇନକୁ ବାଟବଣା କରିଦେବ ନାହିଁ ତ? ତେଣୁ ଅନେକ ସ୍ଥଳେ ବେଲ୍‌ ମିଳିବା ବା କିଛି ଦିନ ଅନ୍ତରରେ ବେଲ୍‌ ମିଳିବାର ସମ୍ଭାବନା କାରଣରୁ ତଥା ଜଘନ୍ୟ ଅପରାଧ ସ୍ଥଳେ ଏବଂ କେସ୍‌ ଫଇସଲା ହେଉ ହେଉ ବ୍ୟକ୍ତିକୁ ୧୮ ବର୍ଷରୁ ଅଧିକ ହୋଇଯାଇଥିବ ଏବଂ ୨୧ ବର୍ଷ ହୋଇ ନ ଥିବ ସେପରି ସ୍ଥଳେ ଦଣ୍ଡ ମିଳିଲା ପରେ ତାଙ୍କୁ ନିରାପଦ ସ୍ଥଳରେ ରଖାଯିବାର ପ୍ରାବଧାନତା ରହିଛି ଆଉ ୨୧ ବର୍ଷରେ ପଦାର୍ପଣ କରିସାରିଥିଲେ ତାକୁ ସାଧାରଣ ଜେଲରେ ରଖିବାର ବ୍ରବସ୍ଥା ଅଛି। ଏଭଳି କ୍ଷେତ୍ରରେ ଓଡ଼ିଶା ସରକାର ଯେଉଁ ତିନି/ଚାରୋଟି ଲେଖାଏଁ ଜିଲା ସକାଶେ ଗୋଟିଏ କରି ପର୍ଯ୍ୟବେକ୍ଷଣ ଗୃହ ସହିତ ଏକାଠିକରି ସ୍ବତନ୍ତ୍ର ଗୃହର ବ୍ୟବସ୍ଥା କରିଛନ୍ତି, ତହିଁରେ ରହିବାକୁ ପିଲା ଆସିବେ କୁଆଡୁ? କେସ୍‌ ଚାଲୁଥିବା ସମୟରେ ପର୍ଯ୍ୟବେକ୍ଷଣ ଗୃହ ଏବଂ ଦଣ୍ଡ ମିଳିଲେ ଯେଉଁ ସ୍ବତନ୍ତ୍ର ଗୃହରେ ରହିବାର ବ୍ୟବସ୍ଥା ରହିଛି, ତାହା ପୁଣି ବୟସ ଭିତ୍ତିରେ ପୃଥକ୍‌ ପୃଥକ୍‌ କରି ରଖାଯିବାର କଥା କୁହାଯାଇଅଛି ତାହା ମଧ୍ୟ ଅବାସ୍ତବ ମନେହୁଏ। କାରଣ ଅନେକ ମାମୁଲି ତଥା ଗୁରୁତର କେସ୍‌ରେ ଦଣ୍ଡ ମିଳିବାର ସମ୍ଭାବନା ଯଥେଷ୍ଟ କମ୍‌ ଥିବାରୁ ଏବଂ କାଁ ଭାଁ କେଉଁଠି ଦଣ୍ଡ ମିଳୁଥିବା ଏଭଳି କେସ୍‌ର ସଂଖ୍ୟା ଏତେ କମ୍‌ ଯେ, ତା’ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ଖୁବ୍‌ କଷ୍ଟ। ତେଣୁ ଆଗାମୀ ଦିନରେ ଏହା ମଧ୍ୟ ଅସ୍ବୀକାର କରାଯାଇ ନ ପାରେ ଯେ, ଏବେ ଏବେ ଖୋଲା ଯାଇଥିବା ଅନେକ ଶିଶୁଯତ୍ନ ଅନୁଷ୍ଠାନ ବନ୍ଦ ମଧ୍ୟ ହୋଇ ଯାଇପାରେ। ଅନ୍ୟ ଦିଗରେ ସ୍ବତନ୍ତ୍ର ପୋଷ୍ୟ ଗ୍ରହଣ କେନ୍ଦ୍ରରେ ଛଅ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ ହିଁ କେବଳ ରଖାଯାଇ ପାରିବ ଏବଂ ବହୁତ ସଂଖ୍ୟାରେ ପୋଷ୍ୟ ଗ୍ରହଣ ସକାଶେ ଉପଯୁକ୍ତ ଶିଶୁ ଥାଇ ମଧ୍ୟ ପିତା/ମାତା ବା ଅନ୍ୟ କେହି ଅଭିଭାବକ ହସ୍ତାନ୍ତର କରିବାକୁ ନାରାଜ ହେଉଥିବା କାରଣରୁ ପୋଷ୍ୟ ଗ୍ରହଣରେ ଆଗକୁ ବଢ଼ି ହେଉନାହଁି।

ମୋ: ୯୪୩୭୫୭୧୮୩୧


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?