ମୁଖ୍ୟମନ୍ତ୍ରୀଙ୍କ କଡ଼ା ବାର୍ତ୍ତା: ଅନିୟମିତତା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅ

ଭୁବନେଶ୍ୱର,୨୮ା୯(ଅନିଲ ଦାସ):କୌଣସି ପରିସ୍ଥିତିରେ, କୌଣସି ସ୍ତରରେ ସରକାର ଦୁର୍ନୀତିକୁ ବରଦାସ୍ତ କରିବେ ନାହିଁ। ଦୁର୍ନୀତିକୁ ନେଇ କୌଣସି ପ୍ରକାର ସାଲିସ କରିବାର ପ୍ରଶ୍ନ ଉଠୁନାହିଁ। ତେଣୁ ଅନିୟମିତତା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲାପାଳ ସମ୍ମିଳନୀରେ ଏଭଳି କଡ଼ା ବାର୍ତ୍ତା ଦେଇଛନ୍ତି।
ଶୁକ୍ରବାର ଲୋକସେବା ଭବନ କନ୍‌ଭେନସନ ସେଣ୍ଟରରେ ଅନୁଷ୍ଠିତ ୨ ଦିନିଆ ଜିଲାପାଳ ସମ୍ମିଳନୀକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଜିଲାପାଳଙ୍କ ହାତରେ ରାଜ୍ୟର ବିକାଶ ତ୍ୱରାନ୍ବିତ ହେବ। ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଜିଲାପାଳ ହେଉଛନ୍ତି ସେତୁ। ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ଠିକ୍‌ ସମୟରେ ପହଞ୍ଚୁଛି କି ନାହିଁ ଜିଲାପାଳମାନେ ଏହାର ନିୟମିତ ସମୀକ୍ଷା କରିବେ। ଜନ ପ୍ରତିନିଧିଙ୍କୁ ସମ୍ମାନ ଦେବା ସହ ଦୁର୍ନୀତି ବିରୋଧରେ ଶୂନ ସହନଶୀଳତା ନୀତି ଉପରେ ଧ୍ୟାନଦେବାକୁ ମୁଖ୍ୟମନ୍ତ୍ରୀ ଜିଲାପାଳଙ୍କୁ ପରାମର୍ଶ ଦେଇଛନ୍ତି। ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ନିଜ ଅନୁଭୂତି ଓ ଅଭିଜ୍ଞତାରୁ ପ୍ରଶାସନିକ ସ୍ତରରେ ପୂର୍ବରୁ ହେଉଥିବା ଅନେକ ତ୍ରୁଟି ବିଚ୍ୟୁତି ସମ୍ପର୍କରେ ଜିଲାପାଳମାନଙ୍କୁ ସଚେତନ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରଙ୍କ ସବୁ ଯୋଜନା ଠିକ୍‌ ସମୟରେ ଆରମ୍ଭ ହେବା ଓ ଠିକ୍‌ ସମୟରେ ଶେଷ ହେବା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଅନେକ ସମୟରେ ଏଥିରେ ଅହେତୁକ ବିଳମ୍ବ ହେଉଛି। ଏହାଦ୍ୱାରା ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେବା ସହିତ ଦୁର୍ନୀତି ହେଉଛି। ଏହାସହ ପ୍ରକଳ୍ପ ଖର୍ଚ୍ଚ ମଧ୍ୟ ବଢୁଛି। ସବୁ ଯୋଜନା ଠିକ୍‌ ସମୟରେ କାର୍ଯ୍ୟକାରୀ ପାଇଁ ଜିଲାପାଳମାନେ ଦୈନିକ ନିଜ ଜିଲାରେ ଆର୍ଥିକ ତଥା ଫିଜିକାଲ ପ୍ରୋଗ୍ରେସ୍‌ ଉପରେ ଦୃଷ୍ଟି ଦେବେ। ଏଥିସହ ପ୍ରତ୍ୟେକ ଯୋଜନାର ବ୍ଲକୱାରି ତ୍ରୈମାସିକ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଗତ ସରକାର ସମୟରେ ଅନେକ ଅନିୟମିତତା ହୋଇଛି। ସେସବୁକୁ ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଲୋକକଲ୍ୟାଣ ପାଇଁ ସରକାର ଉତ୍ତମ ଯୋଜନା ଓ ନୀତି ନିର୍ଦ୍ଧାରଣ କରୁଛନ୍ତି। ତାହାକୁ ଅନ୍ତିମ ହିତାଧିକାରୀ ପାଖରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଜିଲାପାଳ ଏବଂ ଜିଲାସ୍ତରୀୟ ଅଧିକାରୀମାନେ ଗ୍ରହଣ କରିଥାନ୍ତି। ରାଜଧାନୀ କିମ୍ବା କିଛି ସହରାଞ୍ଚଳକୁ ଛାଡ଼ିଦେଲେ ବାକି ସବୁଠାରେ ସରକାର କହିଲେ ଲୋକେ ଜିଲାପାଳଙ୍କୁ ହିଁ ବୁଝନ୍ତି। ସେମାନଙ୍କର ଦୈନନ୍ଦିନ ଜୀବନରେ ବିଭିନ୍ନ ସମସ୍ୟା ସମାଧାନ ଜିଲା ସ୍ତରରେ ହୋଇଥାଏ। ଯୋଜନାର ସଫଳ ରୂପାୟନ ହେଲେ, ଏହାର ସୁଫଳ ଲୋକମାନଙ୍କ ପାଖରେ ପହଞ୍ଚିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଗ୍ରାମାଞ୍ଚଳରୁ ଆରମ୍ଭ କରି ଜିଲା ସ୍ତର ପର୍ଯ୍ୟନ୍ତ ଅନେକ ଭିତ୍ତିଭୂମି ପ୍ରକଳ୍ପ ବିଭିନ୍ନ ସ୍ତରରେ ଅଛି। ନିଜ ନିଜ ଜିଲାରେ କାର୍ଯ୍ୟକାରୀ ହେଉଥିବା ଏହି ସବୁ ପ୍ରକଳ୍ପକୁ ମ୍ୟାପିଂ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଏପରି ଅନେକ କାର୍ଯ୍ୟକ୍ରମ ଓ ଯୋଜନା ସରକାର କାର୍ଯ୍ୟକାରୀ କରୁଛନ୍ତି, ଯାହାର ବିହିତ ରୂପାୟନ କେବଳ ସମନ୍ବୟ ମୋଡ୍‌ରେ ହିଁ ହୋଇପାରିବ। ଜିଲାପାଳମାନେ ସବୁ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ଯୋଜନା ଓ ପ୍ରକଳ୍ପ ତ୍ୱରିତ୍‌ ରୂପାୟନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର, ସ୍ବାସ୍ଥ୍ୟକେନ୍ଦ୍ର, ବିଶେଷ ଭାବେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଥାନାକୁ ଜିଲାପାଳମାନେ ନିୟମିତ ଭାବେ ପରିଦର୍ଶନ କଲେ ପ୍ରକୃତ ସ୍ଥିତି ବିଷୟରେ ଅବଗତ ହୋଇପାରିବେ। ଏହି ପରିଦର୍ଶନ ସମୟରେ କିଛି ଅନିୟମିତତା କିମ୍ବା ଅବହେଳା ଦେଖାଗଲେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାର ଓ ଚୋରା ମଦ କାରବାର ରୋକିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ଏସବୁ ପ୍ରତି ସରକାରଙ୍କ ଶୂନ୍ୟ ସହନଶୀଳତା ରହିଛି ବୋଲି ସେ କହିଛନ୍ତି।
ବୁକ୍‌ ସର୍କୁଲାର ୪୭ ଅନୁସାରେ, ଜନପ୍ରତିନିଧିଙ୍କ ପ୍ରତି ଉଚିତ ସମ୍ମାନ ଦେବାକୁ ମୁଖ୍ୟମନ୍ତ୍ରୀ ବାବୁମାନଙ୍କୁ କଡ଼ାବାର୍ତ୍ତା ଦେଇଛନ୍ତି। ଦୀର୍ଘଦିନ ଧରି ଗାଦି ମାଡ଼ି ବସିଥିବା ବାବୁଙ୍କୁ ମଧ୍ୟ ସତର୍କ କରାଇ କହିଛନ୍ତି, ଜଣେ ଅଧିକାରୀ ଗୋଟିଏ ସ୍ଥାନରେ ୩ରୁ ୪ ବର୍ଷ ରହିବା କଥା। କିନ୍ତୁ ପୂର୍ବ ସରକାରରେ ଦେଖାଯାଇଛି ଜଣେ ଜଣେ ଗୋଟିଏ ଗୋଟିଏ ବିଭାଗରେ ୧୫-୨୦ ବର୍ଷ ଯାଏ ରହିଛନ୍ତି। ହେଲେ ସେକାଳ ପଖାଳ ଆଉ ନାହିଁ କହି ଶାସନରେ ସ୍ବଚ୍ଛତା ପାଇଁ ନିୟମ ଆଧାରରେ ବଦଳିକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଜନଜାତିମାନଙ୍କ ଜୀବନ ଜୀବିକା ଜଙ୍ଗଲ, ପାହାଡ଼ ଉପରେ ନିର୍ଭର କରିଥାଏ। ଅନେକ ସମୟରେ ଜଙ୍ଗଲ ବିଭାଗ କ୍ଷେତ୍ର କର୍ମଚାରୀମାନେ ନିରୀହ ଜନଜାତିମାନଙ୍କୁ ଅଯଥାରେ ହଇରାଣ ହରକତ କରିଥାନ୍ତି। ଯେଉଁ ଅଧିକାରୀମାନେ ନିଜ କ୍ଷମତାର ଅପବ୍ୟବହାର କରି ନିରୀହ ଲୋକଙ୍କୁ ଅଯଥାରେ ହଇରାଣ ହରକତ କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଓଡ଼ିଶାରେ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ସାଧାରଣ ଜନତା ଜିଲା ସ୍ତରରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସେବା ପାଇବା ଆବଶ୍ୟକ। ଲୋକଙ୍କ ପାଖରେ ଆମ୍ବୁଲାନ୍ସ ଯେପରି ଠିକ୍‌ ସମୟରେ ପହଞ୍ଚିବ ସେଥିପ୍ରତି ଧ୍ୟାନ ଦେବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପ୍ରତିଶ୍ରୁତି ମୁତାବକ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ସରକାର ଦେବେ। କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ପି ଦରଠାରୁ ଏହା ପ୍ରାୟ ୮୦୦ ଟଙ୍କା ଅଧିକ ହୋଇଥିବାରୁ ଅଧିକ ଚାଷୀ ଧାନ ବିକ୍ରି କରିପାରନ୍ତି। ପଡ଼ୋଶୀ ରାଜ୍ୟରୁ ବି ଧାନ ଚୋରାଚାଲାଣ ହୋଇପାରେ। ଏହା ଉପରେ ନଜର ରଖିବାକୁ ସେ ଜିଲାପାଳଙ୍କୁ ପରାମର୍ଶ ଦେଇଛନ୍ତି। ବରଗଡ଼ର ସୋହେଲାରୁ ନୂଆ ଏମ୍‌ଏସ୍‌ପିରେ ଧାନ ସଂଗ୍ରହ ଯୋଜନାର ଶୁଭାରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସମ୍ମିଳନୀରେ ଯୋଗଦେଇ ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କହିଛନ୍ତି, ତୁରନ୍ତ ନିଷ୍ପତ୍ତି ନେଇ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରିପାରିଲେ ଉତ୍ତମ ପ୍ରଶାସନ ଉପଲବ୍ଧ ହୋଇପାରିବ। ଏ ଦିଗରେ ଜିଲାପାଳମାନଙ୍କ ସହଯୋଗ ଜରୁରୀ ବୋଲି ସେ କହିଛନ୍ତି। ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ସୁଭଦ୍ରା ଯୋଜନାର ଶୁଭାରମ୍ଭ କ୍ଷେତ୍ରରେ ଜିଲାପାଳମାନଙ୍କ ସହଯୋଗର ଉଚ୍ଚ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ। ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ମିଳନୀରେ ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?