୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୬ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାରଠାରୁ ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି। ଆସନ୍ତା ୭ରେ ଦିଲ୍ଲୀର ବିଜ୍ଞାନ ଭବନରେ ହେବାକୁ ଥିବା ନୀତି ଆୟୋଗ ୭ମ ପରିଚାଳନା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ସେହିପରି ଶୁକ୍ରବାର ଅପରାହ୍ନ ସାଢେ ୪ଟା ସମୟରେ ରାଷ୍ଟ୍ରପତି ଭବନର କଲ୍‌ଚରାଲ ସେଣ୍ଟରଠାରେ ୭୫ତମ ସ୍ବାଧୀନତା ଦିବସ ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ର ଜାତୀୟ କମିଟି ବୈଠକ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀମାନେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ହେଲେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବେ ନା ନାହିଁ ସେନେଇ ସ୍ପଷ୍ଟ ହୋଇନାହିଁ। ନୀତି ଆୟୋଗର ସପ୍ତମ ପରିଚାଳନା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟର କେତେକ ଗୁରୁତ୍ୱପୂର୍ଣ୍ଣ ଦାବି ଉପସ୍ଥାପନ କରିବେ ବୋଲି ଜଣାପଡିଛି। ତେବେ ମୁଖ୍ୟମନ୍ତ୍ରୀ ୮ ତାରିଖରେ ଓଡ଼ିଶା ଫେରିବା କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସେସୁ : ଆଦାୟ ହେଲାଣି ୬୭.୨୯ କୋଟି ବକେୟା

ଭୁବନେଶ୍ୱର,୩ା୨(ବ୍ୟୁରୋ): ସେସୁ ପକ୍ଷରୁ ବକେୟା ବିଲ୍‌ ଆଦାୟ ଏବଂ ଖିଲାପକାରୀଙ୍କ ବିଜୁଳି ସଂଯୋଗ ବିଚ୍ଛିନ୍ନ କାର୍ଯ୍ୟ ଜାରି ରହିଛି। ଏହିକ୍ରମରେ ରବିବାର ୬୫୨ଜଣ ଉପଭୋକ୍ତାଙ୍କ ବିଜୁଳି...

ଅଗଷ୍ଟରେ ୪ ଜିଲା ସମେତ ରାଉରକେଲା ମ୍ୟୁନିସପାଲଟି ସପ୍ତାହାନ୍ତ ଶଟଡାଉନ

ଭୁବନେଶ୍ୱର,୩୧।୭(ବ୍ୟୁରୋ)-ରାଜ୍ୟ ସରକାର ଅଗଷ୍ଟ ମାସରେ ୪ଟି ଜିଲା ଓ ଗୋଟିଏ ମ୍ୟୁନିସପାଲଟିରେ ସାପ୍ତାହିକ ଶଟଡାଉନ ଘୋଷଣା କରିଛନ୍ତି। ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କଟକ ଓ ରାଉରକେଲା...

ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ପରଲୋକ

ଭଞ୍ଜନଗର,୨୫।୫(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ର (୮୧)ଙ୍କ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ପରଲୋକ ଘଟିଛି। କରୋନାରେ ଚିକିତ୍ସଧୀନ...

ଭୁବନେଶ୍ୱର ଉତ୍ତପ୍ତ ସହର

ଭୁବନେଶ୍ୱର, ୨୭।୨(ବ୍ୟୁରୋ): ଭୁବନେଶ୍ବରରେ ଶୁକ୍ରବାର ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ସେଲ୍‌ସିଅସ୍‌ ରେକର୍ଡ କରାଯାଇଛି। ଫଳରେ ଭୁବନେଶ୍ୱର ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବୋଲି...

ଦୁଇଭାଗ ହେବ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲା

ଭୁବନେଶ୍ୱର, ୨୦ା୭(ବ୍ୟୁରୋ): ୨୦୦୮ରେ କମିଶନରେଟ ପୋଲିସ ପ୍ରତିଷ୍ଠା ହେବା ସମୟରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାରେ ଜନସଂଖ୍ୟା ଥିଲା ୧୦ଲକ୍ଷ। ବର୍ତ୍ତମାନ ଏହା ୧୬ ଲକ୍ଷ...

କରୋନା ପାଇଁ କମିଲା ବିଏମ୍‌ସିର ରାଜସ୍ବ

ଭୁବନେଶ୍ୱର, ୧୪ା୪(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ରାଜସ୍ବ ଆଦାୟ ଲକ୍ଷ୍ୟ ଅପେକ୍ଷାକୃତ ହ୍ରାସ ପାଇଛି। ବିଏମ୍‌ସି ୨୦୧୯-୨୦ ଆର୍ଥିକ ବର୍ଷ...

ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,୧୯।୧(ବ୍ୟୁରୋ): ଲୋକପ୍ରିୟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ୮୫ ବର୍ଷ ବୟସରେ ରବିବାର ପରଲୋକ ଘଟିଛି । ଅସୁସ୍ଥତା ଯୋଗୁ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିବା...

ସେଲ୍‌ଫି ନିଶା ନେଲା ୨ ଯୁବକଙ୍କ ଜୀବନ

ରାଜଗାଙ୍ଗପୁର,୬।୬: ସେଲ୍‌ଫି ନେବା କାଳ ହୋଇଛି। ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କାଂଶବାହାଲ ଡ୍ୟାମ୍‌ରେ ଖସିପଡ଼ି ରବିବାର ୨ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ...

Advertisement
Archives

Model This Week