ମୁଖ୍ୟମନ୍ତ୍ରୀଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ବର,୫ା୯(ବ୍ୟୁରୋ):ସଫଳ ନେତୃତ୍ୱ ଯୋଗୁ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଓଡ଼ିଶାବାସୀଙ୍କ ସେବା କରିଆସୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରବିବାର ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀସ୍ଥିତ କ୍ୟାପିଟାଲ ଫାଉଣ୍ଡେଶନ ସୋସାଇଟି ତରଫରୁ ନବୀନଙ୍କୁ ଏହି ସମ୍ମାନ ଦିଆଯାଇଛି। ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାଶନାଲ୍‌ ସେଣ୍ଟରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ୍‌.ଭି ରମନାଙ୍କ ହାତରୁ ସେ ଏହି ସମ୍ମାନ ଗ୍ରହଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ଷ ବର୍ଷ ଧରି କ୍ୟାପିଟାଲ୍‌ ଫାଉଣ୍ଡେଶନ୍‌ ବିକଶିତ ହୋଇଛି। ଖୋଲା ବିତର୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଭାବେ ଏହି ଫାଉଣ୍ଡେସନ ପ୍ରତିଷ୍ଠିତ ହୋଇପାରିଛି। ଏହା ସାଧାରଣ ନୀତିର ବିଭିନ୍ନ ଦିଗ, ଗଣତାନ୍ତ୍ରିକ ଶାସନ ଏବଂ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଉପରେ ଆଲୋଚନା କରିଥାଏ, ଯାହା ନୀତି ନିର୍ଦ୍ଧାରକଙ୍କୁ ପ୍ରଭାବିତ କରିଥାଏ। ୩ ଦଶନ୍ଧିରୁ ଅଧିକ ସମୟ ଧରି ଫାଉଣ୍ଡେଶନ ବିଭିନ୍ନ ନୀତି ପ୍ରଣୟନକାରୀଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିଛି, ଯଦ୍ଦ୍ବାରା ସେମାନଙ୍କ ମତାମତକୁ ସ୍ବାଧୀନ ଭାବେ ଉପସ୍ଥାପନ କରାଯାଉଛି। ସାମଗ୍ରିକ ଶାସନରେ ଏହାର ଅବଦାନ ରହିଛି। କ୍ୟାପିଟାଲ୍‌ ଫାଉଣ୍ଡେଶନ୍‌ ଦ୍ୱାରା ଜୀବନବ୍ୟାପୀ ସାଧନା ସମ୍ମାନ ପାଇଁ ମନୋନୀତ ହୋଇଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛି। ଏହି ସମ୍ମାନକୁ ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କୁ ଉତ୍ସର୍ଗ କରୁଛି, ଯେଉଁମାନେ ଗତ ୨୨ ବର୍ଷ ଧରି ସେମାନଙ୍କୁ ସେବା କରିବା ପାଇଁ କ୍ରମାଗତ ଭାବେ ଆଶୀର୍ବାଦ କରିଆସୁଛନ୍ତି। ମୋ ଉପରେ ରାଜ୍ୟବାସୀଙ୍କର ଥିବା ବିଶ୍ୱାସ ହେଉଛି ସଶକ୍ତ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ସବୁଠାରୁ ବଡ଼ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଗତ ୨୨ ବର୍ଷରେ ଓଡ଼ିଶା ଏକ ଦୀର୍ଘପଥ ଅତିକ୍ରମ କରିଛି। ୧୯୯୯ର ମହାବାତ୍ୟା ପରେ କିଏ ଭାବିଥିଲା ଯେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱ ମାନଦଣ୍ଡ ସ୍ଥିର କରିବ ଏବଂ ମିଳିତ ଜାତିସଂଘ ଦ୍ୱାରା ପୁରସ୍କୃତ ହେବ। ଦିନେ ଦାରିଦ୍ର୍ୟ ପାଇଁ ପରିଚିତ ଓଡ଼ିଶା ବର୍ତ୍ତମାନ ଦେଶରେ ଦ୍ରୁତତମ ଦାରିଦ୍ର୍ୟ ହ୍ରାସ ପାଇଁ ଜଣାଶୁଣା। ମହିଳାଙ୍କ ସଶକ୍ତୀକରଣରେ ନିହିତ ପ୍ରଶାସନିକ ମଡେଲ୍‌ ହେଉଛି ଆମର ‘ମିଶନ୍‌ ଶକ୍ତି’, ଯେଉଁଥିପାଇଁ ଆମେ ପ୍ରକୃତରେ ଗର୍ବିତ। ଅନୁରୂପ ଭାବେ ଆଦିବାସୀ ସମ୍ପ୍ରଦାୟର ସଶକ୍ତୀକରଣ ସର୍ବଦା ମୋ ହୃଦୟରେ ରହିଛି ଏବଂ ଜଙ୍ଗଲ ନିବାସୀ ଅଧିନିୟମ ଅନୁଯାୟୀ ଜମି ଅଧିକାର ପ୍ରଦାନ କରିବାରେ ଓଡ଼ିଶା ଦେଶର ନେତୃତ୍ୱ ନେଇଛି। କୃଷକମାନେ ସର୍ବଦା ଆମ ରାଜ୍ୟର ମେରୁଦଣ୍ଡ ଏବଂ ସେମାନଙ୍କର ପରିଶ୍ରମ ଯୋଗୁ ଓଡ଼ିଶା ଚାରି ଥର କୃଷି କର୍ମଣ ପୁରସ୍କାର ପାଇଛି। ଚାଷୀଙ୍କ ଆୟ ଦ୍ୱିଗୁଣ କରିବାରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ। ଓଡ଼ିଶା ଦେଶ ପାଇଁ ସର୍ବାଧିକ ଇସ୍ପାତ ଏବଂ ଆଲୁମିନିୟମ ଉତ୍ପାଦନ କରିଥାଏ। ଗତ ୨ ଦଶନ୍ଧି ମଧ୍ୟରେ ଓଡ଼ିଶା ତା’ର ଇସ୍ପାତ ଉତ୍ପାଦନକୁ ପ୍ରାୟ ୧୦ ଗୁଣ ବୃଦ୍ଧି କରି କୋଭିଡ୍‌ ସଙ୍କଟ ସମୟରେ ଦେଶକୁ ସାହାଯ୍ୟ କରିଛି। କୋଭିଡ ମହାମାରୀ ସମୟରେ ଓଡ଼ିଶା ୧୭ ରାଜ୍ୟକୁ ଜୀବନ ରକ୍ଷାକାରୀ ଅମ୍ଳଜାନ ଯୋଗାଉଥିଲା। ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଦେଶରେ ସର୍ବାଧିକ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିଥାଏ। ଓଡ଼ିଶା କ୍ରମାଗତ ୨ ଥର ହକି ବିଶ୍ୱକପ୍‌ ଆୟୋଜନ କରିବାକୁ ଯାଉଛି ଏବଂ ବିଭିନ୍ନ କ୍ରୀଡ଼ାରେ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ପ୍ରତିଷ୍ଠା କରିଛି। ଭାରତର କ୍ରୀଡ଼ା ରାଜଧାନୀ ପାଲଟିଥିବା ଓଡ଼ିଶା ଅନ୍ୟ ରାଜ୍ୟଗୁଡିକ ପାଇଁ ମାନଦଣ୍ଡ ସ୍ଥିର କରିଛି। ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ପାଇଁ ଜମି ଅଧିକାର ବିଶ୍ୱର ସହରୀ ଯୋଜନାକାରୀଙ୍କୁ ପୁନର୍ବିଚାର କରିବା ସହିତ ବସ୍ତିବାସିନ୍ଦାଙ୍କୁ ସଶକ୍ତ କରିବାର ଆମର ମଡେଲ୍‌ ଉପରେ ଏକ ଗମ୍ଭୀର ଦୃଷ୍ଟି ରଖିବାକୁ ବାଧ୍ୟ କରିଛି। ଆମର ଅଗ୍ରଣୀ ସ୍ବାସ୍ଥ୍ୟସେବା ପଦକ୍ଷେପ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓଡ଼ିଶାର ୮୦% ରୁ ଅଧିକ ଲୋକଙ୍କୁ ସର୍ବଭାରତୀୟ ସ୍ବାସ୍ଥ୍ୟ ନିଶ୍ଚିତତା ପ୍ରଦାନ କରିଥାଏ। ଆମର ୫ଟି ନୀତି ଏବଂ ମୋ ସରକାର ପଦକ୍ଷେପ ବୃତ୍ତିଗତ ଶାସନ ଉପରେ ଲୋକଙ୍କ ବିଶ୍ୱାସକୁ ଦୃଢ କରିଛି। ନମ୍ରତାର ସହିତ ଏହି ଜୀବନବ୍ୟାପୀ ସାଧନା ସମ୍ମାନ ଗ୍ରହଣ କରୁଛି। ଓଡ଼ିଶା ଏବଂ ତା’ର ଲୋକଙ୍କୁ ଏହି ମହାନ ସମ୍ମାନ ପ୍ରଦାନ କରିଥିବାରୁ କ୍ୟାପିଟାଲ୍‌ ଫାଉଣ୍ଡେଶନକୁ ଧନ୍ୟବାଦ ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମ୍ମାନ ପ୍ରଦାନ କରିଥିବାରୁ ଜଷ୍ଟିସ ରମନାଙ୍କୁ ଏବଂ ଏହି ଫୋରମର ଅଭିବୃଦ୍ଧିରେ ସକ୍ରିୟ ଯୋଗଦାନ ଦେଇଥିବାରୁ ବିଚାରପତି ଜଷ୍ଟିସ ଏ. କେ. ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।
ଫାଉଣ୍ଡେଶନ ପକ୍ଷରୁ ଆଉ କେତେଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ଜଷ୍ଟିସ୍‌ ରମ୍‌ନା, ପ୍ରଫେସର କେ.କେ. ଅଗ୍ରଓ୍ବାଲ, ଭି. ସୁଧିଶ ପାଏ, ରୋହନ୍‌ ଜେଟ୍‌ଲୀ, ଡ. ଜେ.ସି. ଦାସ, ଜଷ୍ଟିସ୍‌ ଗୋବିନ୍ଦ ମାଥୁର, ଏୟାର ମାର୍ଶଲ ପ୍ରଶାନ୍ତ ଭରଦ୍ୱାଜ, ଜିଆ ଜେ. ମୁଡି, ନିଖିଲ ପଓ୍ବନ କଲ୍ୟାଣ, ଡ. ରାଜେଶ ମାଲହୋତ୍ରା, ଓ.ପି. ଯାଦବ, ଡ. ଜି. ସତୀଶ ରେଡ୍ଡୀ, ମେଜର ଜେନେରାଲ ରୀନା ଭରଦ୍ୱାଜ, ରାଜଦୀପ ଶରଦେଶାଇ, ପ୍ରଫେସର ଏସ୍‌. ସନ୍ଥକୁମାର ଓ ପ୍ରଜ୍ଞାସେନୀ ପ୍ରଧାନ। ଜଷ୍ଟିସ୍‌ ଏ.କେ. ପଟ୍ଟନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବାବେଳେ ଜଷ୍ଟିସ ଏ.କେ. ସିକ୍ରି ମଞ୍ଚାସୀନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ହାଇ ଆଲର୍ଟ: ଜିଲାରେ ଝାଡ଼ଖଣ୍ଡ ଓ ବାହାର ରାଜ୍ୟର ଅପରାଧୀ, ସତର୍କ ରହିବାକୁ ପୋଲିସର ଅପିଲ୍

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ଝାଡ଼ଖଣ୍ଡ ସମେତ ବାହାର ରାଜ୍ୟର ଅପରାଧୀ ଗ୍ୟାଙ୍ଗର ଗତିବିଧି ନଜରକୁ ଆସିବା ପରେ ଜିଲା ପୋଲିସ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?