ବୃଦ୍ଧଙ୍କୁ ଅଜଗର ଗିଳିବା ଘଟଣା ଚର୍ଚ୍ଚାରେ ରହିଗଲା: ୮ଦିନ ପରେ ନିଖୋଜ ବୃଦ୍ଧଙ୍କ ପତ୍ତା ମିଳୁନି

ଭୁବନେଶ୍ୱର, ୫।୯(ବ୍ୟୁରୋ):କଟକ ଜିଲା ବାଙ୍କୀ ସବ୍‌ଡିଭିଜନ ଅନ୍ତର୍ଗତ ଡମପଡ଼ା ଅଭୟାରଣ୍ୟ ଭିତରେ ଜଣେ ବୃଦ୍ଧକୁ ଅଜଗର ଗିଳିଥିବା ନେଇ ୫ଦିନ ହେବ ଚର୍ଚ୍ଚା ଚାଲିଛି। ହେଲେ ଏଯାଏ ଅଜଗରଟିକୁ ଧରି ଏକ୍ସ-ରେ କରାଗଲା ନାହିଁ, କି ପେଟରେ କ’ଣ ରହିଛି, ତାହା ସ୍ପଷ୍ଟ ହେଲା ନାହିଁ। ସେପଟେ ସାନମୁଣ୍ଡଳୀ ଗ୍ରାମର ନନ୍ଦ କିଶୋର ବେହେରା ନିଖୋଜ ହେବାର ୮ ଦିନ ବିତିଛି। ଗତ ୨୮ତାରିଖରୁ ସେ ଘରୁ ବାହାରିଥିବାବେଳେ ତାଙ୍କର ଏଯାଏ ପତ୍ତା ମିଳୁନାହିଁ। ଫଳରେ ତାଙ୍କୁ ଅଜଗର ଗିଳିଥିବା ଚର୍ଚ୍ଚା କେବଳ ଚର୍ଚ୍ଚାରେ ହିଁ ରହିଯାଇଛି।
ଗତ ୨୯ ତାରିଖରେ ବେଙ୍ଗପାଣି ଘାଟି ରାସ୍ତାଠାରୁ ୧୫ଫୁଟ ତଳେ ନନ୍ଦ କିଶୋରଙ୍କ ଗାଡ଼ି ଓ କିଛି ସାମଗ୍ରୀ ମିଳିଥିଲା। ତାଙ୍କର ଦୁର୍ଘଟଣା ହୋଇଥିବା ସ୍ପଷ୍ଟ ହୋଇଥିଲା। କିନ୍ତୁ ଏହି ଦୁର୍ଘଟଣା ପରେ ନନ୍ଦ କିଶୋର କୁଆଡେ ଗଲେ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗ୍ରାମବାସୀ ତାଙ୍କୁ ଜଙ୍ଗଲ ଭିତରେ ଖୋଜାଖୋଜି କରିବାବେଳେ ଏକ ଅଜଗର ମଣିଷ ଭଳି କିଛି ବଡ଼ ଜୀବ ଗିଳିଥିବା ଦେଖିଥିଲେ। ନିଖୋଜ ନନ୍ଦକିଶୋରଙ୍କୁ ଉକ୍ତ ଅଜଗର ଗିଳିଥିବା ଭାବି ବନ ବିଭାଗକୁ ଖବର ଦେଇଥିଲେ। ଏହାପରେ ବନ ବିଭାଗର କେତେଜଣ କର୍ମଚାରୀ ସେଠାକୁ ଯାଇ ଅଜଗରକୁ ଦେଖିବା ପରେ ମଣିଷ ଗିଳି ନ ଥିବା କହିଥିଲେ। ସେମାନଙ୍କର ଯୁକ୍ତି ଥିଲା, କାରଣ ସାପଟି ଯେଉଁ ସ୍ଥାନରେ ଥିଲା, ଗାଡ଼ି ପଡ଼ିଥିବା ସ୍ଥାନଠାରୁ ତାହାର ଦୂରତା ପ୍ରାୟ ୨କିମି ରହିଥିଲା। ତାହା ପୁଣି ଗୋଟିଏ ପାହାଡ଼ ତଳକୁ ଯାଇ ଅନ୍ୟଏକ ପାହାଡ଼ ଚଢ଼ିବାକୁ ପଡ଼ିବ। ତେଣୁ ସାପଟି ମଣିଷ ଗିଳିଥିଲେ ଏତେବାଟ ଯିବା ସମ୍ଭବ ନୁହେଁ ବୋଲି ବନ କର୍ମଚାରୀ ଓ ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହିଥିଲେ। କିନ୍ତୁ ଗ୍ରାମବାସୀ ସାପଟିର ଏକ୍ସ-ରେ କରିବାକୁ ଦାବି କରିଥିଲେ ମଧ୍ୟ ବନ ବିଭାଗ ଏହାକୁ ଗୁରୁତ୍ୱ ଦେଉ ନାହିଁ। ତେବେ ନିଖୋଜ ନନ୍ଦକିଶୋର କୁଆଡ଼େ ଗଲେ, ତାହାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ସେପଟେ ପୋଲିସ ମାମଲା ରୁଜୁ କରି ଚୁପ୍‌ ବସିଛି। ନନ୍ଦକିଶୋର ନିଖୋଜ ହେବାର ୮ଦିନ ବିତିଯାଇଥିଲେ ମଧ୍ୟ କୌଣସି ପତ୍ତା ନ ମିଳିବାରୁ ତାଙ୍କ ପରିବାର ଲୋକେ ଚିନ୍ତାରେ ଭାଙ୍ଗି ପଡିଛନ୍ତି। ତାଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଦିନକୁ ଦିନ ଖରାପ ହେବାକୁ ଲାଗିଛି। ତେଣୁ ଅଜଗର ପେଟରେ କ’ଣ ଅଛି ତାହା ଜାଣିବା ପାଇଁ ତା’ର ଏକ୍ସ-ରେ କରି ତାଙ୍କ ସନ୍ଦେହ ଦୂର କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
ଏପଟେ ସ୍ନେକ ହେଲ୍ପଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଅଜଗର ପେଟ ଭିତରେ ଥିବା ଜନ୍ତୁର ଲମ୍ବ ୩ ଫୁଟରୁ କମ୍‌। ଅଜଗରଟି ନିଶ୍ଚିତ ଭାବେ ୩ଫୁଟ୍‌ରୁ ଛୋଟ ଏକ ପ୍ରାଣୀ ଖାଇଛି। ତାହା ଏକ କୁଟୁରା, ଛେଳି, ହରିଣ କିମ୍ବା ବାର୍‌ହା ମଧ୍ୟ ହୋଇପାରେ। ତେଣୁ ପୋଲିସ ଅନ୍ୟାନ୍ୟ ଆପରାଧିକ ଦିଗକୁ ଶୀଘ୍ର ତଦନ୍ତ କରିବା ଆବଶ୍ୟକ ବୋଲି ଶୁଭେନ୍ଦୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri