Posted inଖେଳ

ଅଲିମ୍ପିକ୍‌ରେ ସ୍ବର୍ଣ୍ଣ ଜିତିଲେ ମିଳିବ ୩ କୋଟି

ଚେନ୍ନାଇ,୨୬।୬: ଆଗାମୀ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ରାଜ୍ୟର ଆଥ୍‌ଲେଟଙ୍କ ପାଇଁ ଶନିବାର ପୁରସ୍କାର ରାଶି ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ। ସ୍ବର୍ଣ୍ଣ ପଦକ ଜିତିଲେ ରାଜ୍ୟର ଆଥ୍‌ଲେଟ୍‌ଙ୍କୁ ସର୍ବାଧିକ ୩ କୋଟି ଟଙ୍କା ପ୍ରଦାନ କରାଯିବ। ସେହିଭଳି ରୌପ୍ୟ ଓ ବ୍ରୋଞ୍ଜ ପଦକ ଅଧିକାରୀ ଆଥ୍‌ଲେଟ୍‌ଙ୍କୁ ଯଥାକ୍ରମେ ୨ ଓ ୧ କୋଟି ଟଙ୍କା ଟଙ୍କା ପୁରସ୍କାର ବାବଦକୁ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

କ୍ରୀଡ଼ାବିତ୍‌ ଦେଶ ପାଇଁ ଗର୍ବ। ସେମାନଙ୍କୁ ସର୍ବଦା ରାଜ୍ୟ ସରକାର ସମର୍ଥନ କରିବେ। ବିଶ୍ୱ ସ୍ତରୀୟ ଇଭେଣ୍ଟର ସଫଳ ଆଥ୍‌ଲେଟଙ୍କୁ ପ୍ରୋତ୍ସାହିତ କରିବା ସରକାରଙ୍କ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଏକ ଟିକାକରଣ କେନ୍ଦ୍ରର ଉଦ୍‌ଘାଟନ ଅବସରରେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୦ ସମର ଅଲିମ୍ପିକ୍ସ ଜୁଲାଇ ୨୩ରୁ ଅଗଷ୍ଟ ୮ ମଧ୍ୟରେ ଜାପାନ ରାଜଧାନୀଠାରେ ଅନୁଷ୍ଠିତ ହେବ।

ଅଲିମ୍ପିକ୍‌ ଯୋଗ୍ୟତା ପ୍ରାପ୍ତ ୬ ଆଥ୍‌ଲେଟ ନେଥରା କୁମାନାନ, ବରୁଣ ଠକ୍କର, କେ ସି ଗଣପଥି (ସମସ୍ତେ ସେଲିଂ), ଟେବୁଲ ଟେନିସ ଖେଳାଳି ଜି. ସାଥିଆଁ, ଏ. ସରଥ କମଲ ଓ ପାରାଅଲିମ୍ପିଆନ ଟି. ମରିଆପ୍ପାନଙ୍କୁ ୬ ଲକ୍ଷ ଲେଖାଏ ପ୍ରୋତ୍ସାହନ ରାଶି ଦିଆଯାଇଛି। ଦେଶର ପ୍ରଥମ ଫେନ୍ସର ଭାବେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜି ଥିବା ସି ଏ ଭବାନୀ ଦେବୀଙ୍କୁ ପୂର୍ବରୁ ଏହି ରାଶି ଦିଆଯାଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୧ ରନରେ ହାରିଲା ଭାରତ

ରାଞ୍ଚି,୨୮।୧: ଭାରତ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚକୁ ୨୧ ରନ୍‌ରେ ଜିତି ନେଇଛି ନ୍ୟୁଜିଲାଣ୍ଡ। ଡାରିଲ ମିଚେଲ ଓ ଡେଭନ କନଓ୍ବେଙ୍କ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ...

ଦ୍ୱିତୀୟ ଟେଷ୍ଟ: ଲଞ୍ଚ୍‌ ସୁଦ୍ଧା ଭାରତ ୧୪୪/୭

ନୂଆଦିଲ୍ଲୀ,୧୭।୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ୪ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଉଛି। ଶନିବାର ଦ୍ୱିତୀୟ...

ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌: ଆଶୁ ଜିତିଲେ ବ୍ରୋଞ୍ଜ

ନୂଆଦିଲ୍ଲୀ, ୧୯।୨ (ପି.ଟି.):ଏଠାରେ ଅନୁଷ୍ଠିତ ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ର ୨ୟ ଦିନରେ ବୁଧବାର ଭାରତୀୟ ରେସଲର୍‌ ଆଶୁଙ୍କୁ ବ୍ରୋଞ୍ଜ ପଦକ ସଫଳତା ମିଳିଛି। ୬୭ କିଗ୍ରା...

ସନ୍ଦେହ ଚକ୍ଷୁରେ ୨୪ ପ୍ରଦର୍ଶନ ଟେନିସ ମ୍ୟାଚ

ଲଣ୍ଡନ, ୧୨ା୭ (ଏପି)-କରୋନା ଭାଇରସ୍‌ ଯୋଗୁ ମହିଳା ଓ ପୁରୁଷ ଟେନିସ୍‌ ଟୁର୍‌ ସ୍ଥଗିତ ରଖାଯାଇଥିଲା। ଏହି ସମୟ ମଧ୍ୟରେ ଅନୁଷ୍ଠିତ ୨୪ଟି ପ୍ରଦର୍ଶନୀ ମ୍ୟାଚକୁ...

ଭାରତୀୟ ଖେଳାଳିଙ୍କୁ ନିଜ ବିବାହରେ ଡାକିବାକୁ ଚାହୁଁଛନ୍ତି ଏହି ପାକିସ୍ତାନ କ୍ରିକେଟର

ପାକିସ୍ତାନୀ ପେସ ବୋଲର ହାସନ ଅଲ୍ଲୀ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ହରିୟାଣାର ନୁହରେ ରହୁଥିବା ଶାମିଆ ଆରଜୁଙ୍କୁ ବିବାହ...

କୋହଲି କଲେ ଆଶ୍ଚର୍ଯ୍ୟ, ବିସିସିଆଇର ଚିନ୍ତା ବଢିଲା!

ନୂଆଦିଲ୍ଲୀ,୧୪।୧୨:ନିକଟରେ ବିସିସିଆଇ ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକରୁ ହଟାଇ ରୋହିତ ଶର୍ମାଙ୍କୁ ନୂତନ ଅଧିନାୟକ ଦାୟିତ୍ୱ ଦେଇଛି। ଏହାକୁ ନେଇ ଟିମ ଇଣ୍ଡିଆରେ କିଛି ବିବାଦ...

ନାଡାରେ ସାମିଲ ହେଲା ବିସିସିଆଇ

ନୂଆଦିଲ୍ଲୀ,୯।୮- ଦୀର୍ଘଦିନ ଧରି ମନାକରିବା ପରେ ଦେଶରେ କ୍ରିକେଟର ପରିଚାଳନା କରୁଥିବା ବିସିସିଆଇ ଜାତୀୟ ଆଣ୍ଟି ଡୋପିଂ ସଂସ୍ଥା (ନାଡା) ପରିସର ଅନ୍ତର୍ଭୁକ୍ତ ହୋଇଛି। ଆର୍ଥିକ...

ଝିଅ ଜନ୍ମର କିଛି ସମୟ ପୂର୍ବରୁ କ’ଣ କରୁଥିଲେ ବିରାଟ କୋହଲି, କଲେ ଖୁଲାସା

ଭାରତୀୟ ଅଧିନାୟକ ବିରାଟ କୋହଲି ନିକଟରେ କନ୍ୟା ସନ୍ତାନର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଅଷ୍ଟ୍ରେଲିଆରେ ବିଜୟ ତାଙ୍କ ଦଳ ପାଇଁ ସବୁଠାରୁ ସ୍ବତନ୍ତ୍ର...

Advertisement
Archives

Model This Week