Posted inଜାତୀୟ

ମୁଖ୍ୟମନ୍ତ୍ରୀ-ପୂର୍ବତନ ମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ: ଟୁଇଟ କରି ଦେଲେ ସୂଚନା…

ରାଜସ୍ଥାନ,୪।୪ : ରାଜସ୍ଥାନର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଭୟ କରୋନାରେ ସଂକ୍ରମିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଟୁଇଟ କରି ସେମାନଙ୍କ ନମୁନା ପରୀକ୍ଷା ରିପୋର୍ଟ କୋଭିଡ ପଜିଟିଭ ଆସିଥିବା ବିଷୟରେ ସୂଚନା ଦେଇଛନ୍ତି।

ମଙ୍ଗଳବାର ଗେହଲୋଟ ଟୁଇଟ କରି ଲେଖିଛନ୍ତି ଗତ କିଛି ଦିନ ହେବ ସାରା ଦେଶରେ କରୋନା ମାମଲା ବୃଦ୍ଧି ପାଇଛି। ମୁଁ ନିଜେ ସାମାନ୍ୟ ଲକ୍ଷଣ ସହିତ କୋଭିଡରେ ସଂକ୍ରମିତ ହୋଇଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମୁଁ ଆଗାମୀ କିଛି ଦିନ ପାଇଁ ମୋ ବାସଭବନରୁ କାର୍ଯ୍ୟ ଜାରି ରଖିବି। ଆପଣ ସମସ୍ତେ ନିଜ ନିଜର ଯତ୍ନ ନିଅନ୍ତୁ ଏବଂ କୋଭିଡ ପ୍ରୋଟୋକଲ ଅନୁସରଣ କରନ୍ତୁ ।

ଏଥି ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଟୁଇଟ କରି ଲେଖିଛନ୍ତି , ମୋ ନମୁନା ରିପୋର୍ଟ କରୋନା ପଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶରେ ମୁଁ ସମ୍ପୂର୍ଣ୍ଣ ଆଇସୋଲେଶନରେ ରହିଛି। ଯେଉଁମାନେ ମୋ ସହିତ ଯୋଗାଯୋଗ କରିଥିଲେ,ସେମାନେ ନିଜକୁ ପରୀକ୍ଷା କରାନ୍ତୁ ଏବଂ ସତର୍କତା ଅବଲମ୍ବନ କରନ୍ତୁ।

ରବିବାର ଭାଜପା ମୁଖ୍ୟାଳୟରେ ବିଧାନସଭା ପାର୍ଟି ଏବଂ କୋର କମିଟିର ବୈଠକରେ ବସୁନ୍ଧରା ରାଜେ ଯୋଗ ଦେଇଥିଲେ। ଏହି ବୈଠକରେ ରାଜ୍ୟ ଭାଜପାର ବଡ ନେତାମାନେ ଉପସ୍ଥିତ ଥିଲେ ଏବଂ ପାର୍ଟି ଅଫିସରେ ମଧ୍ୟ ଭିଡ଼ ଜମିଥିଲା। ଏଭଳି ପରିସ୍ଥିତିରେ ଅନ୍ୟ ଭାଜପା ନେତାଙ୍କ ରିପୋର୍ଟ ମଧ୍ୟ କରୋନା ପଜିଟିଭ୍‌ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ଅପରପକ୍ଷରେ ଅଶୋକ ଗେହଲୋଟଙ୍କ ସ୍ବାସ୍ଥ୍ୟ ସକାଳୁ ଖରାପ ଥିଲା। ତେଣୁ ତାଙ୍କର ଅମୃତସରକୁ ଯିବା କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା। ଆସନ୍ତା କିଛି ଦିନ ପାଇଁ, ସେ ତାଙ୍କ ବାସଭବନରୁ ସରକାରୀ କାର୍ଯ୍ୟ କରିବେ ଏବଂ ଭିଡିଓ କନଫରେନ୍ସ ମାଧ୍ୟମରେ ବିଭାଗୀୟ ବୈଠକରେ ଯୋଗଦେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?