ଓସ୍କାର ଦୌଡ଼ରେ ‘ଚ୍ଛେଲୋ ଶୋ’

ନୂଆଦିଲ୍ଳୀ: ଫିଲ୍ମ ଜଗତର ସବୁଠାରୁ ବଡ଼ ସମାରୋହ କୁହାଯାଉଥିବା ଓସ୍କାର ରେସ୍‌ରେ ସାମିଲ ହୋଇଛି ଗୁଜରାଟୀ ଫିଲ୍ମ ‘ଚ୍ଛେଲୋ ଶୋ’। ଏ ନେଇ ଇଣ୍ଡିଆନ୍‌ ଫିଲ୍ମ ଫେଡେରେଶନ୍‌ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ଏହାର ଇଂଲିଶ ନାମ ‘ଲାଷ୍ଟ ଫିଲ୍ମ ଶୋ’ ରଖାଯାଇଛି। ଆସନ୍ତା ବର୍ଷ ଆୟୋଜନ ହେବାକୁ ଥିବା ୯୫ତମ ଓସ୍କାର ସମାରୋହରେ ଚ୍ଛେଲୋ ଶୋ’କୁ ବେଷ୍ଟ ଇଣ୍ଟରନ୍ୟାଶନାଲ ଫିଚର ଫିଲ୍ମ ଶ୍ରେଣୀରେ ଚୟନ କରାଯାଇଛି। ନଳିନୀ ପାନ୍‌ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଭାବିନ ରାବାରି, ଭାବେଶ ଶରିମାଲି, ରୀଚା ମୀନା, ଦୀପେନ ରାଭାଲ ଏବଂ ପରେଶ ମେହେଟ୍ଟା ଆଦି କଳାକାର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ରବର୍ଟ ଡେନିରୋଙ୍କ ଟ୍ରିବେକା ଫିଲ୍ମ ଫେଷ୍ଟିଭାଲଠାରୁ ଆରମ୍ଭ କରି ବହୁ ଅନ୍ତର୍ଜାତୀୟ ଫିଲ୍ମ ସମାରୋହରେ ଚ୍ଛେଲୋ ଶୋ’କୁ ପୁରସ୍କୃତ କରାଯାଇଛି।
ଚଳିତ ବର୍ଷର ସୁପରହିଟ୍‌ ପାନ୍‌ ଇଣ୍ଡିଆ ଫିଲ୍ମ ‘ଆର୍‌ ଆର୍‌ ଆର୍‌’ ଓସ୍କାର ଦୌଡ଼ରୁ ବାଦ୍‌ ପଡ଼ିବା ନେଇ ସିନେପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏସ୍‌.ଏସ୍‌. ରାଜାମୌଲିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଚଳିତବର୍ଷ ମାର୍ଚ୍ଚ ୨୫ରେ ରିଲିଜ୍‌ ହୋଇଥିଲା। ବ୍ରିଟିଶ୍‌ ଶାସନ କାଳର କାହାଣୀ ଉପରେ ଫିଲ୍ମଟି ଆଧାରିତ। ରାମ ଚରଣ ଓ ଜୁନିୟର୍‌ ଏନ୍‌ଟିଆର୍‌ଙ୍କ ସମେତ ବଲିଉଡ୍‌ ବ୍ୟୁଟି ଆଲିଆ ଭଟ୍ଟ ଏଥିରେ ଅଭିନୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅନ୍ତୋଷ, ଟିପିଏସ୍‌ଓଡିଏଲ୍‌ କାର୍ଯ୍ୟାଳୟ ଘେରାଉ ଚେତାବନୀ ତେଜିଲା

ହିଞ୍ଜିଳିକାଟୁ,୧୨।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅଞ୍ଚଳରେ ବିଦ୍ୟୁତ୍‌ ସେବାକୁ ନେଇ ଦିନକୁ ଦିନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିନା ସୂଚନାରେ ପ୍ରତିଦିନ ୨ରୁ ୫…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

ସେବା ସେତୁରେ ଲୋକଙ୍କ ଗୁହାରି ଶୁଣିଲା ପ୍ରଶାସନ, ସମାଧାନର ଭରସା ଦେଲେ ଅଧିକାରୀ

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତ ପରିସରରେ ସୋମବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ…

ବଳାତ୍କାର ମାମଲାରେ ଆସିଲା ବଡ଼ ରାୟ: ପୀଡ଼ିତାଙ୍କୁ…

ନବରଙ୍ଗପୁର, ୧୨/୧୦ (ସଦାଶିବ ପ୍ରହରାଜ): ଏକ ବଳାତ୍କାର ମାମଲାର ବିଚାର କରି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବାସୁଦେବ ଆଚାର୍ଯ୍ୟ ଅଭିଯୁକ୍ତ ଡେଭିଡ୍ ଗରଡ଼ାଙ୍କୁ…

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ମୁହଁତୋଡ ଜବାବ ଦେଲେ କ୍ୟାଟ୍ରିନା: କହୁ କହୁ କହିଦେଲେ…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଓଜନ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ଏବେ ସେ ନିଜ ଷ୍ଟାଇଲିସ ଲୁକକୁ ନେଇ ସାଉଁଟିଛନ୍ତି…

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…

ସରକାରଙ୍କ ବଡ଼ ଯୋଜନା! ଦୁର୍ଘଟଣାରେ କୃଷକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୧୨।୧୦: ଚାଷୀ ଦିନରାତି ପରିଶ୍ରମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବେଳେବେଳେ ଏକ ଦୁର୍ଘଟଣା ପୂରା ପରିବାରର ଜୀବନକୁ ବଦଳାଇ ଦେଇଥାଏ। ପରିବାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?