Posted inଜାତୀୟ

ସାଙ୍ଗକୁ ଭରସା କରି ଗିରଫ ହେଲେ ଯୁବକ

ରାୟପୁର,୨୭।୬: କ୍ରାଇମ କରି ଆଇନ ହାତରୁ ବଞ୍ଚିବା ସମ୍ଭବ ନୁହେଁ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଛତିଶଗଡ଼ର ରାଜଧାନୀ ରାୟପୁରରୁ। ୧୦ ବର୍ଷ ତଳର ହତ୍ୟାକାଣ୍ଡ ଉପରୁ ପର୍ଦ୍ଧା ହଟାଇଛି ଦୁଇ ସାଙ୍ଗଙ୍କ ମଧ୍ୟରେ ହୋଇଥିବା ସାଧାରଣ କଥାବାର୍ତ୍ତା। ଏ ନେଇ ରବିବାର ରାୟପୁର ପୋଲିସ ପକ୍ଷରୁ କୁହାଯାଇଛି।

୨୦୧୧ ଜାନୁୟାରୀରେ ଛତିଶଗଡ଼ର ଫର୍ହାଦା ଗ୍ରାମରୁ ମିଳିଥିଲା ଲେଖରାମ ସେନଙ୍କ ମୃତଦେହ। ୪୦ ବର୍ଷୀୟ ପୀଡ଼ିତ କୋସରାଙ୍ଗି ଗ୍ରାମର ବାସିନ୍ଦା ବୋଲି ତଦନ୍ତରୁ ଜଣାପଡ଼ିଥିଲା। କିନ୍ତୁ ତାଙ୍କୁ କିଏ ଏବଂ କେଉଁ କାରଣରୁ ହତ୍ୟା କରିଛି, ସେତେବେଳେ ତା’ର ଟେର ପାଇ ନ ଥିଲା ତଦନ୍ତକାରୀ ଦଳ।

କିଛି ଦିନ ତଳେ ସନ୍ତୋଷ ଯାଦବ ନାମକ ଜଣେ ଯୁବକ ଫାର୍ହାବାଦ ଗ୍ରାମର ଏକ ଢାବାରେ ଖାଉଥିବାବେଳେ ୨୦୧୧ ଜାନୁୟାରୀରେ ଘଟାଇଥିବା ହତ୍ୟାକାଣ୍ଡ ସମ୍ପର୍କରେ ସାଙ୍ଗଙ୍କୁ ଜଣାଇଥିଲେ। ଲେଖରାମ ସେନ ନାମକ ବ୍ୟକ୍ତିଙ୍କୁ ବେକ ଚିପି ହତ୍ୟା କରିବା ପରେ ସେ ଫୋପାଡ଼ି ଦେଇଥିଲେ ଗ୍ରାମର ଧାନ କ୍ଷେତରେ। ଏଥିରେ ତାଙ୍କୁ ସାହାଯ୍ୟ କରିଥିଲେ ଲୋକେଶ ଯାଦବ।

ଟିପ ଅଫ୍‌ ପାଇବା ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ପଚରାଉଚୁରା ବେଳେ ସନ୍ତୋଷ କହିଥିଲେ, ୨୦୧୧ ଜାନୁୟାରୀରେ ଗାଁକୁ ଯାଇଥିଲେ। ସେଠାରେ ଜଣେ ଯୁବତୀଙ୍କ ସହ ତାଙ୍କୁ ପ୍ରେମ ହୋଇଯାଇଥିଲା। ବିଳମ୍ବିତ ରାତିରେ ଧାନ କ୍ଷେତରେ ପ୍ରେମିକାଙ୍କୁ ଦେଖା କରନ୍ତି। ଦିନେ ସେହି କ୍ଷେତ ଦେଇ ଯାଉଥିବା ଲେଖରାମ ସବୁ ଦେଖିଦେଇଥିଲେ। ଗାଁ ଲୋକଙ୍କୁ ଏ ସମ୍ପର୍କରେ ଜଣାଇବାକୁ ଧମକ ଦେଇଥିଲେ ଲେଖରାମ। ତା’ ପରେ ଲୋକେଶଙ୍କ ସହାୟତାରେ ସନ୍ତୋଷ ନିଜ ବେଲ୍ଟରେ ଲେଖରାମଙ୍କ ବେକକୁ ଚିପି ହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିତରେ ଶୋଇଥିଲେ ପରିବାର, ପ୍ରବଳ ବର୍ଷାରେ ଭୁଶୁଡ଼ି ପଡ଼ିଲା ଘର

ପଦ୍ମପୁର,୨୯।୭ (ପ୍ରଦୀପ୍ତ ଦାଶ) : ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ପଦ୍ମପୁର ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅବିରତ ବର୍ଷା…

ଭାରତ ଉପରେ ଲାଗୁ ହେବ ୧୦୦% ଶୁଳ୍କ? ଆମେରିକାର ନୂଆ ବିଲ କାହିଁକି ଚିନ୍ତା ସୃଷ୍ଟି କରିଛି? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ଆମେରିକାର ସିନେଟ ରୁଷିଆ ଉପରେ ଆର୍ଥିକ ଚାପ ବୃଦ୍ଧି କରିବା ପାଇଁ ଏକ ବିଲ ପାସ କରିଛି – ଏହା ଭାରତ ସମେତ ଅନେକ ଦେଶକୁ…

ଭାରତରେ ନିଶା କବଳରେ ଏକ ପଞ୍ଚମାଂଶ କିଶୋରୀକିଶୋର

ନୂଆଦିଲ୍ଲୀ,୨୯ା୭: ସମ୍ପ୍ରତି କିଶୋରୀକିଶୋରଙ୍କ ମଧ୍ୟରେ ନିଶା ସେବନର ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି। ଅଧିକାଂଶ ନିଶା ସେବନ କରି ଏକ ଖୁସ୍‌ମିଜାସ୍‌ ସ୍ଥିତିରେ ରହିବାକୁ ଚାହୁଁଛନ୍ତି। ନିକଟରେ…

ଆମେରିକା ସହ ଯୁଦ୍ଧକୁ ଡେଇଁଲା ସାଉଦି ଆରବ, ଇରାନ ଉପରେ କଲା ବୋମା ବର୍ଷା

ତେହରାନ,୨୯।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱର ଅନେକ ଦେଶକୁ ପ୍ରଭାବିତ କରୁଛି। ଏହି ଦୁଇଟି ଦେଶ ସହିତ, ଅନ୍ୟ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟ…

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ,୨୯ା୭(ଅଜିତ୍‌ କୁମାର ମହାନ୍ତି): ଆଷାଢ଼ ଶୁକ୍ଳ (ବ୍ୟାସ ପୂର୍ଣ୍ଣିମା) ତିଥି ବୁଧବାର ଶ୍ରୀବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଦ୍ୱିତୀୟ ଭୋଗମଣ୍ଡପ ଶେଷ…

ଓଡ଼ିଶାରେ ଧର୍ମେନ୍ଦ୍ର ପ୍ରଧାନ: ଆସୁ ଆସୁ କହିଦେଲେ ଏମିତି…ରାଜନୀତିରେ ଖେଳିଗଲା ହଇଚଇ

ଭୁବନେଶ୍ୱର, ୨୯।୭: ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର…

‘ସୁପ୍ରିମ କୋର୍ଟଙ୍କ ସର୍ତ୍ତ ଗ୍ରହଣୀୟ ନୁହେଁ,’ ସରକାରଙ୍କୁ ସମାଲୋଚନା ସହ ଅଲଟିମେଟମ ଦେଲା CJP

ନୂଆଦିଲ୍ଳୀ,୨୯।୭: କକ୍ରୋଚ ଜନତା ପାର୍ଟି (CJP) ମଙ୍ଗଳବାର କହିଛି ଯେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଆଦେଶ ପ୍ରତିବାଦ ସମୟରେ ପଞ୍ଜିକୃତ FIR ଗୁଡ଼ିକର ତଦନ୍ତ ଜାରି ରଖିବା ପାଇଁ…

ବରଗଡ଼ ଜଳାର୍ଣ୍ଣବ: ଗ୍ରାମାଞ୍ଚଳଠୁ ସହରାଞ୍ଚଳ ଜନଜୀବନ ପ୍ରଭାବିତ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ଲଗାଣ ବର୍ଷାରେ ବରଗଡ଼ ଜଳାର୍ଣ୍ଣବ ହୋଇ ପଡ଼ିଛି। ଜିଲାର ଗ୍ରାମାଞ୍ଚଳଠୁ ସହରାଞ୍ଚଳ ପର୍ଯ୍ୟନ୍ତ ଜନଜୀବନ ପ୍ରଭାବିତ ହୋଇଛି। ଗଳିକନ୍ଦି ରାସ୍ତା ଜଳମଗ୍ନ ହୋଇପଡ଼ିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri