Posted inଖେଳ

ବୃହତ ବିଜୟ ସହ ଉପରକୁ ଉଠିଲା ସିଏସ୍‌କେ

ମୁମ୍ବାଇ,୮।୫: ଡେଭନ କନଓ୍ବେ ଏବଂ ଋତୁରାଜ ଗାଏକ୍ୱାଡଙ୍କ ଶତକୀୟ ଓପନିଂ ଭାଗୀଦାରି ଓ ପରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୯୧ ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଦେଇଛି। ସ୍ଥାନୀୟ ଡି ଓ୍ବାଇ ପାଟିଲ ସ୍ପୋଟର୍‌ସ ଏକାଡେମୀରେ ରବିବାର ରାତିରେ ଖେଳାଯାଇଥିବା ମ୍ୟାଚ୍‌ରେ ସିଏସ୍‌କେ ୨୦ ଓଭରରେ ୬ ଉଇକେଟ ହରାଇ ୨୦୮ ରନ୍‌ କରିଛି। ଜବାବରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦିଲ୍ଲୀ ୧୧୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏହି ବିଜୟ ଯୋଗୁ ଚେନ୍ନାଇ ୮ ପଏଣ୍ଟ ସହ ପ୍ରଥମ ଥର ପାଇଁ ୮ମ ସ୍ଥାନକୁ ଉଠିଛି। ଅନ୍ୟପକ୍ଷରେ ପରାଜୟ ସତ୍ତ୍ୱେ ଦିଲ୍ଲୀ ଦଳର ପ୍ଲେଅଫ୍‌ ଆଶା ଉଜ୍ଜୀବିତ ରହିଛି।

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଦିଲ୍ଲୀ ଅଧିନାୟକ ରିଷଭ ପନ୍ତ। କିନ୍ତୁ ତାଙ୍କ ନିଷ୍ପତ୍ତିକୁ ଭୁଲ ସାବ୍ୟସ୍ତ କରିଥିଲେ ସିଏସ୍‌କେର ଦୁଇ ଓପନର। ଦିଲ୍ଲୀର ସବୁ ବୋଲରଙ୍କୁ ଧୂଲେଇ କରି ଗାଏକ୍ୱାଡ ଓ କନଓ୍ବେ ୧୧ ଓଭରରେ ୧୧୦ ରନ୍‌ ଯୋଡ଼ିଥିଲେ। ୩୩ ବଲରେ ୪ ଚୌକା ଓ ୧ ଛକା ସହାୟତାରେ ୪୧ ରନ୍‌ କରିଥିବା ଗାଏକ୍ୱାଡ ଦିଲ୍ଲୀ ପେସର ଏନରିଚ ନର୍ଜେଙ୍କ ବାଉନ୍ସରକୁ ଖେଳିବାକୁ ଯାଇ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ତାଙ୍କ ଉଇକେଟ ପଡ଼ିବା ପରେ କନଓ୍ବେଙ୍କ ସହ ମିଶି ଶିବମ ଦୁବେ (୩୨ ରନ୍‌, ୨ ଲେଖାଏ ଚୌକା ଓ ଛକା) ଦଳୀୟ ରନ୍‌ ହାରକୁ ଖସିବାକୁ ଦେଇ ନ ଥିଲେ। ଦୁହେଁ ଦ୍ୱିତୀୟ ଉଇକେଟ ଲାଗି ୫୯ ରନ୍‌ ଯୋଡ଼ିଥିଲେ। ଦୁର୍ଭାଗ୍ୟବଶତଃ ଶତକ ନିକଟତର ହୋଇଥିବା କନଓ୍ବେ ଏକ ଇନୋଭେଟିଭ ଶଟ୍‌ ଖେଳିବାକୁ ଯାଇ ଉଇକେଟକିପର ପନ୍ତଙ୍କ ହାତରେ ଧରା ପଡ଼ିଥିଲେ। ସେ ୪୯ ବଲରେ ୭ ଚୌକା ଓ ୫ ଛକା ସହାୟତାରେ ୮୭ ରନ୍‌ କରିଥିଲେ। ତା’ ପରେ ଚେନ୍ନାଇ ପ୍ରତ୍ୟେକ ଓଭରରେ ଉଇକେଟ ହରାଇଥିଲା। କିନ୍ତୁ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶେଷ ଆଡ଼କୁ ୮ ବଲରେ ୨ ଛକା ଓ ୧ ଚୌକା ବଳରେ ୨୧ ରନ୍‌ କରିଥିଲେ। ଯାହା ଫଳରେ ଚେନ୍ନାଇ ୨୦ ଓଭରରେ ୬ ଉଇକେଟ ହରାଇ ୨୦୮ ରନ୍‌ କରିଥିଲା। ଚଳିତ ସିଜନରେ ୪ର୍ଥ ଥର ପାଇଁ ଚେନ୍ନାଇ ୨୦୦ରୁ ଊର୍ଦ୍ଧ୍ୱ ସ୍କୋର କରିଛି। ଦିଲ୍ଲୀ ପକ୍ଷରୁ ନର୍ଜେ ୩ ଉଇକେଟ ନେଇଥିବା ବେଳେ ଖଲିଲ ଅହମ୍ମଦ ୨ଟି ଓ ମିଚେଲ ମାର୍ଶ ଗୋଟିଏ ଉଇକେଟ ହାତେଇଥିଲେ। ଜବାବରେ ଦିଲ୍ଲୀ ପାଓ୍ବରପ୍ଲେ ମଧ୍ୟରେ ଦୁଇ ଓପନର ଶ୍ରୀକର ଭରତ (୮) ଓ ଡେଭିଡ୍‌ ଓ୍ବାର୍ନର (୧୯)ଙ୍କ ଉଇକେଟ ହରାଇଥିଲା। ମିଚେଲ ମାର୍ଶ ଓ ଅଧିନାୟକ ପନ୍ତ ୩ୟ ଉଇକେଟ ପାଇଁ ୩୬ ରନ୍‌ ଯୋଡ଼ିଥିଲେ। ତା’ ପରେ ମୋଇନ ଅଲି ଦୁଇ ଓଭର ମଧ୍ୟରେ ୩ ଉଇକେଟ ନେଇ ଦିଲ୍ଲୀର ଅଣ୍ଟା ଭାଙ୍ଗି ଦେଇଥିଲେ। ସେହିଭଳି ୧୧ତମ ଓଭରରେ ମୁକେଶ ଚୌଧାରୀ ୨ଟି ଉଇକେଟ ନେଇ ଦିଲ୍ଲୀକୁ ନିଶ୍ଚିତ ପରାଜୟ ମୁହଁକୁ ଠେଲି ଦେଇଥିଲେ। ନିମ୍ନକ୍ରମରେ ଶାର୍ଦ୍ଦୂଳ ଠାକୁର ୨୪ ରନ୍‌ କରିବାରୁ ଦଳ ୧୧୭ ରନ୍‌ରେ ପହଞ୍ଚିପାରିଥିଲା। ବିଜୟୀ ଦଳ ପାଇଁ ମୋଇନ ୩ ଉଇକେଟ ନେଇଥିବା ବେଳେ ମୁକେଶ ଚୌଧାରୀ, ଡ୍ବେନ ବ୍ରାଭୋ ଓ ସିମରଜିତ ସିଂ ୨ ଲେଖାଏ ସଫଳତା ହାତେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri