Posted inଖେଳ

ଫାଇନାଲ ହାରି ବି ମାଲାମାଲ କେକେଆର୍‌; ଟି-୨୦ ବିଶ୍ୱକପ୍‌ ବିଜେତା ଟିମ୍‌ ବି ପାଇବନି ସେତିକି ରାଶି…

ଦୁବାଇ,୧୬।୧୦: ଶେଷ ହୋଇଛି ଆଇପିଏଲ୍‌ ୨୦୨୧। ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯାଇଥିଲା। ଏଥିରେ ଟସ୍‌ ହାରିଥିଲା ଚେନ୍ନାଇ। ପ୍ରଥମେ ବ୍ୟାଟିଂ କରି ଦଳ ୨୦ ଓଭରରେ ୧୯୨ ରନ୍‌ କରିଥିଲା। ବିଜୟ ଲକ୍ଷ୍ୟ ୧୯୩ ରନ୍‌ର ପିଛା କରି ବିଫଳ ହୋଇଥିଲା କେକେଆର୍‌। ଫଳରେ ୨୭ ରନ୍‌ରେ ବିଜେତା ହୋଇଥିଲା ଚେନ୍ନାଇ। ଚତୁର୍ଥ ଥର ପାଇଁ ଟାଇଟଲ୍‌ ହାତେଇଥିଲା ଦଳ। ଏହାପରେ ଟିମ୍‌କୁ ୨୦ କୋଟି ଟଙ୍କାର ପୁରସ୍କାର ମିଳିଥିଲା। ସେହିଭଳି ରନର୍ସ ଅପ୍‌ ଟିମ୍‌ କେକେଆର୍‌କୁ ୧୨.୫ କୋଟି ଟଙ୍କା ମିଳିଥିଲା। ଏହାଛଡ଼ା ଟୁର୍ନାମେଣ୍ଟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ଟ୍ରଫି ସହ ୧୦ ଲକ୍ଷ ଲେଖାଏ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

ଆଉ ଦିନ କେଇଟାରେ ଟି-୨୦ ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଥିବା ଭିନ୍ନ କାରଣକୁ ନେଇ ଏହା ଚର୍ଚ୍ଚାରେ ରହିଛି। ସେଇଟି ହେଲା ବିଶ୍ୱକପ୍‌ ବିଜେତା ଟିମ୍‌କୁ ମିଳୁଥିବା ପୁରସ୍କାର ରାଶି। ବିଶ୍ୱକପ୍‌ ଜିତିଥିବା ଦଳକୁ ପ୍ରାୟ ୧୨ କୋଟି ଟଙ୍କା ମିଳିବ ବୋଲି କିଛି ଦିନ ପୂର୍ବେ ଆଇସିସି ପକ୍ଷରୁ ଘୋଷଣା କରାଯାଇଥିଲା। ସେହିଭଳି ରନର୍ସ ଅପ୍‌ ଟିମ୍‌କୁ ୬ କୋଟି ଟଙ୍କା ମିଳିବ। ଏଣୁ ଚେନ୍ନାଇକୁ ଯେତିକି ଟଙ୍କା ମିଳିଛି ତାହା ବିଶ୍ୱକପ୍‌ ବିଜେତା ଏବଂ ରନର୍ସ ଅପ୍‌କୁ ମିଳୁଥିବା ମୋଟ ରାଶିଠାରୁ ୨ କୋଟି ଅଧିକ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନଙ୍କ ରେକର୍ଡ ଭାଙ୍ଗିଲେ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ

ଲିଡ୍ସ,୫।୭- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ୨୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ଆଫାଗାନିସ୍ତାନ ଓପନର ଇକ୍ରାମ ଅଲିଖିଲ। ସେ ବିଶ୍ୱକପ୍‌ ଇତିହାସରେ ସର୍ବକନିଷ୍ଠ ଖେଳାଳି...

ଦଳରୁ ଶତକ-ଦ୍ୱିଶତକ ମାରିଥିବା ଖେଳାଳି ବାହାର, ଚମକାଇଲା ରୋହିତଙ୍କ ନିଷ୍ପତ୍ତି

ଗୁଆହାଟି,୧୦।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହୋଇଛି। ମଙ୍ଗଳବାର ଗୁଆହାଟିର ବାରସପାରା ଷ୍ଟାଡିୟମରେ ଉଭୟ ଟିମ୍‌ ମଧ୍ୟରେ...

ପଞ୍ଚମ ବିଜୟ ସହ ଶୀର୍ଷରେ ଦିଲ୍ଲୀ

ଶାରଜା, ୧୦।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୪୬ ରନରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଛି।...

ଅନେକ ଥର ପ୍ରେମରେ ପଡ଼ିଥିଲେ ଏହି ଖେଳାଳି; ୨ ଛାଡପତ୍ର, ପୁଅର ମୃତ୍ୟୁପରେ ଭାଙ୍ଗିପଡ଼ିଥିଲେ

ଭାରତର ମହାନ ଅଧିନାୟକ ମହମ୍ମଦ ଆଜ୍ଝାରୁଦ୍ଦିନଙ୍କ କ୍ରିକେଟ କ୍ୟାରିୟର ବହୁତ ଭଲ ରହିଥିବା ବେଳେ ପ୍ରେମ ଜୀବନ ବିବାଦୀୟ ଥିଲା। ବଲିଉଡ୍‌ ଅଭିନେତ୍ରୀ ସଙ୍ଗୀତା ବିଜ୍‌ଲାନୀଙ୍କ...

ବ୍ୟାଟିଂ କୋଚ୍‌ ପାଇଁ ରାଠୋରଙ୍କ ଆବେଦନ

ନୂଆଦିଲ୍ଲୀ, ୩।୮ (ପି.ଟି.)- ପୂର୍ବତନ ଜାତୀୟ ଚୟନକର୍ତ୍ତା ବିକ୍ରମ ରାଠୋର ଭାରତୀୟ ସିନିୟର କ୍ରିକେଟ୍‌ ଦଳର ବ୍ୟାଟିଂ କୋଚ୍‌ ପାଇଁ ଆଶାବାଦୀ ରହିଛନ୍ତି। ଏହି ସମ୍ମାନଜନକ...

ଅଲିମ୍ପିକ୍‌ ଜ୍ୟୋତି ପ୍ରଦର୍ଶନକୁ ବାତିଲ କଲା ଜାପାନ

ଟୋକିଓ, ୭।୪ (ପି.ଟି.)- କୋଭିଡ୍‌-୧୯ ସାରା ବିଶ୍ୱ ମହାମାରୀର ରୂପ ନେଇଥିବା ବେଳେ ଅଲିମ୍ପିକ୍ସ ଆୟୋଜକ ଦେଶ ଜାପାନ ଏକ ଗୁରୁତ୍ୱପୂର୍ଣ୍ଣ ନଷ୍ପତ୍ତି ନେଇଛି। ଜାପାନ...

ମେରିକମ୍‌, ମନପ୍ରୀତ୍‌ ସିଂ ଭାରତର ପତାକା ବାହକ ହେବେ

ନୂଆଦିଲ୍ଲୀ, ୬ା୭ (ପି.ଟି.)-ଟୋକିଓ ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବରେ ବକ୍ସର ଏମ୍‌. ସି. ମେରିକମ୍‌ ଓ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ୍‌ ସିଂ ଭାରତର ପତାକା...

ପଡିଆରେ ବାନ୍ତି କଲେ, ହ୍ବିଲ୍‌ଚେୟାର୍‌ ମଗାଇଲେ ଏହି ଖେଳାଳି; ତଥାପି ଜିତିଲେ ସ୍ବର୍ଣ୍ଣ

ଟୋକିଓ,୨୭।୭: ଅଲିମ୍ପିକ ଗେମ୍ସରେ ପ୍ରତ୍ୟେକ ଆଥଲେଟ ନିଜର ଶତପ୍ରତିଶତ ଦେବାକୁ ଚାହଁାନ୍ତି। ନିଜ ଦେଶ ପାଇଁ ସ୍ବର୍ଣ୍ଣ ଜିତିବାକୁ ପ୍ରତ୍ୟେକ ଖେଳାଳି ସ୍ବପ୍ନ ଦେଖନ୍ତି। କିନ୍ତୁ...

Advertisement
Archives

Model This Week