Posted inଜାତୀୟ

ବିମାନରେ ଆସୁଛନ୍ତି ଚିତା

ଓ୍ବିଣ୍ଡହୋକ୍‌,(ନାମିବ୍ୟା) ୧୬ା୯
ଖୁବ୍‌ଶୀଘ୍ର ଭାରତରେ ଦୌଡ଼ିବେ ଚିତା। ୧୯୫୨ରେ ଦେଶରୁ ବିଲୁପ୍ତ ଘୋଷଣା କରାଯାଇଥିବା ଚିତା ନାମିବ୍ୟାରୁ ଭାରତ ଆଣିବାକୁ ପ୍ରସ୍ତୁତି ଚାଲିଛି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଅଣାଯିବାକୁ ଥିବା ୮ ଚିତା ପାଇଁ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି। ବି୭୪୭ ଜୁମ୍ବୋ ଜେଟ୍‌ରେ ଚିତାର ମୁହଁ ଅଙ୍କାଯାଇଛି। ଏହି ବିମାନ ନାମିବ୍ୟା ରାଜଧାନୀ ଓ୍ବିଣ୍ଡହକ୍‌ରେ ପହଞ୍ଚିଛି।

ଆନ୍ତଃ ମହାଦେଶୀୟ ସ୍ଥାନାନ୍ତରଣ ଯୋଜନାରେ ୫ ଅଣ୍ଡିରା ଚିତା ଏବଂ ୩ ମାଈ ଚିତା ଆସନ୍ତା ୧୭ ତାରିଖରେ କାର୍ଗୋ ଏୟାରକ୍ରାଫ୍ଟ ଯୋଗେ ରାଜସ୍ଥାନର ଜୟପୁରରେ ପହଞ୍ଚିବେ। ସେଠାରୁ ସେମାନଙ୍କୁ ହେଲିକପ୍ଟର ଯୋଗେ କୁନୋ ଜାତୀୟ ଉଦ୍ୟାନକୁ ନିଆଯିବ। ବିମାନ ଯୋଗେ ଭାରତ ଆସିବା ପର୍ଯ୍ୟନ୍ତ ଚିତା ଖାଲିପେଟରେ ରହିବେ। ଦୀର୍ଘ ଯାତ୍ରାବେଳେ ପ୍ରାଣୀଙ୍କଠାରେ ବାନ୍ତି ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଏଥିଯୋଗୁ ସେମାନଙ୍କଠାରେ ଅନ୍ୟ ସ୍ବାସ୍ଥ୍ୟଗତ ଜଟିଳତା ଦେଖାଯିବାର ଆଶଙ୍କା ଥିବାରୁ ଏହି ପଦକ୍ଷେପ ନିଆଯାଇଥିବା ଜଙ୍ଗଲ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଦଶନ୍ଧି ଧରି ଚାଲିଥିବା ଏହି ପ୍ରକଳ୍ପର ଶେଷ ପର୍ଯ୍ୟାୟ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସମ୍ପନ୍ନ ହେବ।
ସେପ୍ଟେମ୍ବର ୧୭ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ବଟନ ଦବାଇ ଚିତାବାଘଗୁଡ଼ିକୁ କୁନୋ ପାର୍କରେ ଛାଡ଼ିବେ। ଆଫ୍ରିକୀୟ ଚିତା ପ୍ରୋଜେକ୍ଟ ୨୦୦୯ରେ ଆରମ୍ଭ ହୋଇଥିଲା। ଗତବର୍ଷ ନଭେମ୍ବର ସୁଦ୍ଧା ମଧ୍ୟପ୍ରଦେଶର କୁନୋ ପାର୍କକୁ ଏହି ଚିତା ଅଣାଯିବାର ଯୋଜନା ଥିଲା। ହେଲେ କୋଭିଡ୍‌-୧୯ ଯୋଗୁ ଏଥିରେ ବିଳମ୍ବ ହୋଇଥିଲା। ଚିତାଙ୍କ କୁନୋ ପାର୍କରେ ଉପଯୁକ୍ତ ପରିବେଶ ରହିଛି। ସେଠାରେ ଚିଙ୍କାରା, ଛିଟାଥିବା ହରିଣ, ବ୍ଲାକ୍‌ହକ୍‌ ଆସି ରହିଥିବାରୁ ଚିତା ସେମାନଙ୍କୁ ଶିକାର କରିପାରିବ ଏବଂ ଜଙ୍ଗଲ ପରିବେଶରେ ବଢ଼ିପାରିବ। ମହାରାଜା ରାମାନୁଜ ପ୍ରତାପ ସିଂ ଦେଓ ୧୯୪୭ରେ ଏକ ଚିତା ଛୁଆକୁ ଗୁଳି କରି ଶିକାର କରିଥିଲେ। ୧୯୪୮ ପରେ ଆଉ ଭାରତରେ ଚିତାକୁ ଦେଖିବାକୁ ମିଳି ନ ଥିଲା। ୧୯୫୨ରେ ଏସୀୟ ଚିତାକୁ ଭାରତରେ ବିଲୁପ୍ତ ଘୋଷଣା କରାଯାଇଥିଲା।
୧୬ ଘଣ୍ଟା ଉଡ଼ିବ ଜୁମ୍ବୋ ଜେଟ୍‌
ନାମିବ୍ୟାରୁ ୮ ଚିତାଙ୍କୁ ଭାରତ ଆଣିବା ପାଇଁ ସ୍ବତନ୍ତ୍ର ବିମାନ ବି୭୪୭ ଜୁମ୍ବୋ ଜେଟ୍‌ ବ୍ୟବସ୍ଥା କରାଯାଇଛି। ବିମାନର ମୁଖ୍ୟ କ୍ୟାବିନ୍‌ରେ ଚିତାଙ୍କ ପାଇଁ ପିଞ୍ଜରା ରହିଛି। ତେବେ ସମସ୍ତ ଚିତା ପରସ୍ପରର ମିଶିବା ଭଳି ସୁବିଧା ମଧ୍ୟ କରାଯାଇଛି। ଚିତା ମୁହଁ ଭଳି ଚିତ୍ରିତ ହୋଇଥିବା ଏହି ଜେଟ୍‌ ନନ୍‌ଷ୍ଟପ୍‌ ବା କୌଣସି ସ୍ଥାନରେ ବିନା ରହଣିରେ ଏକାଥରେ ୧୬ ଘଣ୍ଟା ଉଡ଼ାଣ କରିବ। ଚିତାଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖାଯାଇ ଏହି ବିମାନ ବାଟରେ ଇନ୍ଧନ ପାଇଁ କେଉଁଠି ଅଟକିବ ନାହିଁ ବୋଲି କୁହାଯାଇଛି। ଏୟାର ଟ୍ରାଞ୍ଜିଟ୍‌ ପିରିୟଡ୍‌ରେ ଚିତାକୁ କିଛି ଖାଇବାକୁ ଦିଆଯିବ ନାହିଁ। ପ୍ରଥମେ ଏନ୍‌କ୍ଲୋଜର ମଧ୍ୟରେ ଏହି ଚିତା ରହିବେ। ପରେ ସେମାନଙ୍କୁ ଜଙ୍ଗଲରେ ଛଡ଼ାଯିବ। ଭାରତରେ ଚିତାବଂଶର ପୁନରୁଦ୍ଧାର ପାଇଁ ୧୯୭୦ ଦଶକରୁ ସରକାର ଉଦ୍ୟମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri