Posted inଜାତୀୟ

ବିମାନରେ ଆସୁଛନ୍ତି ଚିତା

ଓ୍ବିଣ୍ଡହୋକ୍‌,(ନାମିବ୍ୟା) ୧୬ା୯
ଖୁବ୍‌ଶୀଘ୍ର ଭାରତରେ ଦୌଡ଼ିବେ ଚିତା। ୧୯୫୨ରେ ଦେଶରୁ ବିଲୁପ୍ତ ଘୋଷଣା କରାଯାଇଥିବା ଚିତା ନାମିବ୍ୟାରୁ ଭାରତ ଆଣିବାକୁ ପ୍ରସ୍ତୁତି ଚାଲିଛି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଅଣାଯିବାକୁ ଥିବା ୮ ଚିତା ପାଇଁ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି। ବି୭୪୭ ଜୁମ୍ବୋ ଜେଟ୍‌ରେ ଚିତାର ମୁହଁ ଅଙ୍କାଯାଇଛି। ଏହି ବିମାନ ନାମିବ୍ୟା ରାଜଧାନୀ ଓ୍ବିଣ୍ଡହକ୍‌ରେ ପହଞ୍ଚିଛି।

ଆନ୍ତଃ ମହାଦେଶୀୟ ସ୍ଥାନାନ୍ତରଣ ଯୋଜନାରେ ୫ ଅଣ୍ଡିରା ଚିତା ଏବଂ ୩ ମାଈ ଚିତା ଆସନ୍ତା ୧୭ ତାରିଖରେ କାର୍ଗୋ ଏୟାରକ୍ରାଫ୍ଟ ଯୋଗେ ରାଜସ୍ଥାନର ଜୟପୁରରେ ପହଞ୍ଚିବେ। ସେଠାରୁ ସେମାନଙ୍କୁ ହେଲିକପ୍ଟର ଯୋଗେ କୁନୋ ଜାତୀୟ ଉଦ୍ୟାନକୁ ନିଆଯିବ। ବିମାନ ଯୋଗେ ଭାରତ ଆସିବା ପର୍ଯ୍ୟନ୍ତ ଚିତା ଖାଲିପେଟରେ ରହିବେ। ଦୀର୍ଘ ଯାତ୍ରାବେଳେ ପ୍ରାଣୀଙ୍କଠାରେ ବାନ୍ତି ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଏଥିଯୋଗୁ ସେମାନଙ୍କଠାରେ ଅନ୍ୟ ସ୍ବାସ୍ଥ୍ୟଗତ ଜଟିଳତା ଦେଖାଯିବାର ଆଶଙ୍କା ଥିବାରୁ ଏହି ପଦକ୍ଷେପ ନିଆଯାଇଥିବା ଜଙ୍ଗଲ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଦଶନ୍ଧି ଧରି ଚାଲିଥିବା ଏହି ପ୍ରକଳ୍ପର ଶେଷ ପର୍ଯ୍ୟାୟ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସମ୍ପନ୍ନ ହେବ।
ସେପ୍ଟେମ୍ବର ୧୭ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ବଟନ ଦବାଇ ଚିତାବାଘଗୁଡ଼ିକୁ କୁନୋ ପାର୍କରେ ଛାଡ଼ିବେ। ଆଫ୍ରିକୀୟ ଚିତା ପ୍ରୋଜେକ୍ଟ ୨୦୦୯ରେ ଆରମ୍ଭ ହୋଇଥିଲା। ଗତବର୍ଷ ନଭେମ୍ବର ସୁଦ୍ଧା ମଧ୍ୟପ୍ରଦେଶର କୁନୋ ପାର୍କକୁ ଏହି ଚିତା ଅଣାଯିବାର ଯୋଜନା ଥିଲା। ହେଲେ କୋଭିଡ୍‌-୧୯ ଯୋଗୁ ଏଥିରେ ବିଳମ୍ବ ହୋଇଥିଲା। ଚିତାଙ୍କ କୁନୋ ପାର୍କରେ ଉପଯୁକ୍ତ ପରିବେଶ ରହିଛି। ସେଠାରେ ଚିଙ୍କାରା, ଛିଟାଥିବା ହରିଣ, ବ୍ଲାକ୍‌ହକ୍‌ ଆସି ରହିଥିବାରୁ ଚିତା ସେମାନଙ୍କୁ ଶିକାର କରିପାରିବ ଏବଂ ଜଙ୍ଗଲ ପରିବେଶରେ ବଢ଼ିପାରିବ। ମହାରାଜା ରାମାନୁଜ ପ୍ରତାପ ସିଂ ଦେଓ ୧୯୪୭ରେ ଏକ ଚିତା ଛୁଆକୁ ଗୁଳି କରି ଶିକାର କରିଥିଲେ। ୧୯୪୮ ପରେ ଆଉ ଭାରତରେ ଚିତାକୁ ଦେଖିବାକୁ ମିଳି ନ ଥିଲା। ୧୯୫୨ରେ ଏସୀୟ ଚିତାକୁ ଭାରତରେ ବିଲୁପ୍ତ ଘୋଷଣା କରାଯାଇଥିଲା।
୧୬ ଘଣ୍ଟା ଉଡ଼ିବ ଜୁମ୍ବୋ ଜେଟ୍‌
ନାମିବ୍ୟାରୁ ୮ ଚିତାଙ୍କୁ ଭାରତ ଆଣିବା ପାଇଁ ସ୍ବତନ୍ତ୍ର ବିମାନ ବି୭୪୭ ଜୁମ୍ବୋ ଜେଟ୍‌ ବ୍ୟବସ୍ଥା କରାଯାଇଛି। ବିମାନର ମୁଖ୍ୟ କ୍ୟାବିନ୍‌ରେ ଚିତାଙ୍କ ପାଇଁ ପିଞ୍ଜରା ରହିଛି। ତେବେ ସମସ୍ତ ଚିତା ପରସ୍ପରର ମିଶିବା ଭଳି ସୁବିଧା ମଧ୍ୟ କରାଯାଇଛି। ଚିତା ମୁହଁ ଭଳି ଚିତ୍ରିତ ହୋଇଥିବା ଏହି ଜେଟ୍‌ ନନ୍‌ଷ୍ଟପ୍‌ ବା କୌଣସି ସ୍ଥାନରେ ବିନା ରହଣିରେ ଏକାଥରେ ୧୬ ଘଣ୍ଟା ଉଡ଼ାଣ କରିବ। ଚିତାଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖାଯାଇ ଏହି ବିମାନ ବାଟରେ ଇନ୍ଧନ ପାଇଁ କେଉଁଠି ଅଟକିବ ନାହିଁ ବୋଲି କୁହାଯାଇଛି। ଏୟାର ଟ୍ରାଞ୍ଜିଟ୍‌ ପିରିୟଡ୍‌ରେ ଚିତାକୁ କିଛି ଖାଇବାକୁ ଦିଆଯିବ ନାହିଁ। ପ୍ରଥମେ ଏନ୍‌କ୍ଲୋଜର ମଧ୍ୟରେ ଏହି ଚିତା ରହିବେ। ପରେ ସେମାନଙ୍କୁ ଜଙ୍ଗଲରେ ଛଡ଼ାଯିବ। ଭାରତରେ ଚିତାବଂଶର ପୁନରୁଦ୍ଧାର ପାଇଁ ୧୯୭୦ ଦଶକରୁ ସରକାର ଉଦ୍ୟମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri