Posted inଜାତୀୟ

ଟ୍ରେନ ଝରକା ବାଟେ ଯାତ୍ରୀଙ୍କ ମୋବାଇଲ ଚୋରି କରୁଥିବାବେଳେ ଧରାପଡିଲେ ଚୋର, ଆଉ ତା’ପରେ

ପାଟନା,୧୬।୯: ଚୋରି, ପକେଟ ମାର ଭଳି ଘଟଣା ରେଳ ଷ୍ଟେଶନରେ ଘଟିବା ଏକ ସାଧାରଣ ଘଟଣା। ଅନେକ ସମୟରେ ଚୋରମାନେ ଚୋରି କରି ଟ୍ରେନର ଝରକା କିମ୍ବା କବାଟ ବାଟେ ଖସି ପଳାନ୍ତି। ଚଳନ୍ତା ଟ୍ରେନ ଯୋଗୁ ଯାତ୍ରୀମାନେ ଚୋରକୁ ଧରିବାରେ ଅସମର୍ଥ ଥାନ୍ତି। କିନ୍ତୁ ନିକଟରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି। ଫୋନ ଚୋରି କରି ନେଉଯାଉଥିବା ଚୋରକୁ ଟ୍ରେନ୍‌ ଝରକା ବାଟେ ଧରିଦେଇଥିଲେ ଜଣେ ଯାତ୍ରୀ। ୧୫ କିଲୋମିଟର ପର୍ଯ୍ୟନ୍ତ ଯାତ୍ରୀ ଜଣଙ୍କ ଚୋରକୁ ସେମିତି ଓହଳି ଧରି ରଖିଥିଲେ। ଯାହାର ଭିଡିଓ ଭାଇରାଲ ହେଉଛି। ଏହି ଘଟଣା ବିହାରର ବେଗୁସରାଇରୁ ଆସିଛି।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ରାତି ପ୍ରାୟ ୧୦.୩୦ ସମୟରେ ସାମସ୍ତିପୁର-କାଟିହର ଯାତ୍ରୀବାହୀ ଟ୍ରେନ ସାହେବପୁର କମଲ-ଉମେଶନଗର ମଧ୍ୟରେ ଯାଉଥିଲା। ଏହି ସମୟରେ ଜଣେ ଯାତ୍ରୀ ଟ୍ରେନର ଝରକା ପାଖରେ ବସିଥିଲେ। ସେ ମୋବାଇଲରେ କଥା ହେଉଥିଲେ। ଟ୍ରେନ ଚାଲିବା ଆରମ୍ଭ କରିବା ମାତ୍ରେ ଚୋର ଯାତ୍ରୀଙ୍କ ଫୋନରେ ଛଡାଇ ନେଇଥିଲେ। ଯାତ୍ରୀ ସଙ୍ଗେ ସଙ୍ଗେ ଚୋରର ହାତ ଧରିନେବାରେ ସଫଳ ହୋଇଥିଲେ। ଏହା ପରେ ଚୋରଟି ସାହେବପୁର କମଲରୁ ଖାଗରିଆକୁ ପର୍ଯ୍ୟନ୍ତ ଟ୍ରେନ ବାହାରେ ଝୁଲି ରହିଥିଲେ। ଚୋର ଦୁଇ ହାତର ସାହାଯ୍ୟରେ ୧୫ କିଲୋମିଟର ପର୍ଯ୍ୟନ୍ତ ସେମିତି ଝୁଲୁଥିଲେ। ଯାତ୍ରୀମାନେ ତାଙ୍କୁ ଦଣ୍ଡ ଦେବା ପାଇଁ ଏହା କରିଥିଲେ। ଭିଡିଓରେ ଚୋର ଜଣକ ତାଙ୍କ ହାତ ଛାଡିବାକୁ ନିବେଦନ କରୁଥିବା ନଜର ଆସିଛନ୍ତି। ପରେ ତାଙ୍କୁ ଜିଆରପିକୁ ହସ୍ତାନ୍ତର କରାଯାଇଥିଲା। ମୋବାଇଲ ଚୋର ଜଣଙ୍କ ହେଉଛନ୍ତି ସାହେବପୁର କମଲ ପୋଲିସ ଷ୍ଟେଶନ ଅଞ୍ଚଳର ପଙ୍କଜ କୁମାର।


Enter your email to get our daily news in your inbox.

All Right Reserved By Dharitri.Com

୭ ଜଣଙ୍କ ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡାଦେଶ

ଗାଜିଆବାଦ,୩ା୮: ୨୦୧୩ରେ ଜଣେ ବ୍ୟବସାୟୀ ଓ ତାଙ୍କ ପରିବାରର ୬ ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ଡ୍ରାଇଭର ରାହୁଲ ବର୍ମାଙ୍କୁ ସୋମବାର ଗାଜିଆବାଦର ଏକ କୋର୍ଟ...

ଇଣ୍ଡିଗୋ ମାମଲା: ତଦନ୍ତ କରିବେ ସିନ୍ଧିଆ

ନୂଆଦିଲ୍ଲୀ,୧୦।୫: ରାଞ୍ଚତ୍ ବିମାନବନ୍ଦରରେ ଶନିବାର ଜଣେ ଭିନ୍ନକ୍ଷମ ନାବାଳକ ଯାତ୍ରୀଙ୍କୁ ଇଣ୍ଡିଗୋ ଏୟାରଲାଇନ୍ସ କର୍ତ୍ତୃପକ୍ଷ ବିମାନରେ ଚଢ଼ିବା ଲାଗି ଅନୁମତି ନ ଦେବା ଘଟଣା ସାମ୍‌ନାକୁ...

ଦୁଇପଟୁ ଆକ୍ରମଣ ଯୋଜନା

ନୂଆଦିଲ୍ଲୀ,୨ା୭: ସୀମାକୁ ନେଇ ପୂର୍ବ ଲଦାଖରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗି ରହିଥିଲା ବେଳେ ଏପଟେ ପାକିସ୍ତାନ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନ ଏବଂ...

ଖବରଦାତାଙ୍କ ରିପୋର୍ଟ ଆସିଲା ପଜିଟିଭ

ବେଙ୍ଗାଲୁରୁ,୨୫।୪: କର୍ନାଟକ ମେଡିକାଲ ଶିକ୍ଷାମନ୍ତ୍ରୀ ଡାକ୍ତର କେ. ସୁଧାକର ଶନିବାର ସୂଚନା ଦେଇ କହିଛନ୍ତି, ବେଙ୍ଗାଲୁରୁ ସହରାଞ୍ଚଳର ଜଣେ ଖବରଦାତା କରୋନାରେ ସଂକ୍ରମିତ ହୋଇଛନ୍ତି। ୨୪...

ପାରା ଦେହରେ ଉର୍ଦ୍ଦୁ କୋର୍ଡ ଓ୍ବାର୍ଡ ଦେଖି ଚିନ୍ତାରେ ଗୁଇନ୍ଦା ବିଭାଗ

ଜୟପୁର,୧୮।୯: ରାଜସ୍ଥାନ ଶ୍ରୀଗଙ୍ଗାନଗର ଜିଲା ୬୧ ଏଫ୍‌ ଗାଁରୁ ଆସିଥିବା ଏକ ଖବର ଏବେ ସମସ୍ତଙ୍କୁ ଚମକାଇ ଦେଇଛି। କିଛି ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ,...

ଦିଲ୍ଲୀ ହିଂସା: ୮ ଦିନ ହେଲା ସ୍ତ୍ରୀ-୪ ପିଲାଙ୍କ ବାଟ ଚାହିଁ ବସିଛନ୍ତି ରିକ୍ସା ଚାଳକ

ନୂଆଦିଲ୍ଲୀ,୧।୩: ଦିଲ୍ଲୀ ହିଂସାରେ ଇତିମଧ୍ୟରେ ୪୫ଟି ମୃତଦେହ ଉଦ୍ଧାର ହୋଇଛି। ଫେବୃୟାରୀ ୨୩ରେ ସ୍ତ୍ରୀ ଓ ୪ ପିଲାଙ୍କଠାରୁ ଅଲଗା ହୋଇଯାଇଥିବା ରିକ୍ସା ଚାଳକ ମଇନୁଦ୍ଦିନ୍‌...

ସିବିଆଇ ହେପାଜତରୁ ୧୦୩ କିଲୋଗ୍ରାମ୍‌ ସୁନା ଗାଏବ: ଆନୁମାନିକ ମୂଲ୍ୟ ୪୫ କୋଟି

ଚେନ୍ନାଇ,୧୨।୧୨: ତାମିଲନାଡୁରେ ସିବିଆଇ ହେପାଜତରୁ ୧୦୩ କିଲୋଗ୍ରାମ୍‌ ସୁନା ଗାଏବ ହୋଇଥିବା ଜଣାପଡ଼ିଛି। ଗାଏବ ହୋଇଥିବା ସୁନାର ଆନୁମାନିକ ମୂଲ୍ୟ ୪୫ କୋଟି ଟଙ୍କା ହେବ...

ବାଂଲାଦେଶରେ ୧୦ ମୃତ

ଢାକା,୨୨ା୫(ପି.ଟି.): ବାତ୍ୟା ଅମ୍ଫନରେ ବାଂଲାଦେଶରେ ୧୦ଜଣଙ୍କ ମୃତ୍ୟୁ ହେବା ସହ ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷତି ଘଟିଛି। ଖାଲୁଆ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ ବହୁ...

Advertisement
Archives

Model This Week