Posted inଜାତୀୟ

୭୦ ବର୍ଷ ପରେ ଚିତା ଫେରିଲା

ଶିଓପୁର,୧୮ା୯: ସାତ ଦଶନ୍ଧି ପରେ ଭାରତରେ ଦେଖିବାକୁ ମିଳିଛି ଚିତା। ପ୍ରାୟ ୮ ହଜାର କିଲୋମିଟର ଯାତ୍ରା କରି ଆଫ୍ରିକୀୟ ଦେଶ ନାମିବ୍ୟାରୁ ସ୍ବତନ୍ତ୍ର ବିମାନ ଯୋଗେ ୮ ଚିତା ଶନିବାର ମଧ୍ୟପ୍ରଦେଶରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ୩ ଚିତା ବାଘକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ଭିତରକୁ ଛାଡ଼ିଛନ୍ତି। ମୋଦି ଏହାକୁ ଐତିହାସିକ ଦିନ ଆଖ୍ୟା ଦେଇଛନ୍ତି। ବିମାନ ଦ୍ୱାରା ଚିତାଙ୍କ ଆନ୍ତଃମହାଦେଶୀୟ ସ୍ଥାନାନ୍ତର ପ୍ରଥମ। ଭାରତ ଆସିଥିବା ୫ ମାଈ ଓ ୩ ଅଣ୍ଡିରା ଚିତା ପ୍ରଥମେ ଏନ୍‌କ୍ଲୋଜର ଭିତରେ ୩୦ ଦିନ କ୍ୱାରାଣ୍ଟାଇନରେ ରହିବେ। ପରେ ସେମାନଙ୍କୁ ଜଙ୍ଗଲ ମଧ୍ୟକୁ ଛଡ଼ାଯିବ।

ଜିଲା ସ୍ଥିତ କୁନୋ ନ୍ୟାଶନାଲ ପାର୍କକୁ ଆସିଥିବା ଚିତାଗୁଡ଼ିକର ବୟସ ୩୦ରୁ ୬୬ ମାସ ହେବ। ଶୁକ୍ରବାର ରାତିରେ ନାମିବ୍ୟାରୁ ସ୍ବତନ୍ତ୍ର ଜୁମ୍ବୋ ବିମାନ ବି୭୪୭ ସେମାନଙ୍କୁ ଧରି ଭାରତ ବାହାରିଥିଲା। ପ୍ରାୟ ୧୧ ଘଣ୍ଟା ଧରି ଖାଲି ପେଟରେ ଚିତା ବିମାନଯାତ୍ରା କରିଥିଲେ। ପୂର୍ବାହ୍ନ ସାଢ଼େ ୧୧ଟାରେ ପ୍ରଧାନମନ୍ତ୍ରୀ ମୋଦି ଡାଏସ୍‌ରୁ ଲିଭର ଚଲାଇବା ପରେ ପିଞ୍ଜରା ଭିତରେ ଥିବା ଚିତା ଏନ୍‌କ୍ଲୋଜର ମଧ୍ୟକୁ ଡିଆଁ ମାରିଥିଲେ। ଏହି ସମୟରେ ମୋଦି କ୍ୟାମେରାରେ ଫଟୋ ଉଠାଇଥିଲେ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ମଧ୍ୟ ଉପସ୍ଥିତ ଥିଲେ। ଏନ୍‌କ୍ଲୋଜରକୁ ପଶିବା ବେଳେ ଚିତାଗୁଡ଼ିକ ନୂଆ ପରିବେଶକୁ କିଛିକ୍ଷଣ ଆଶ୍ଚର୍ଯ୍ୟଜନକ ଭାବେ ଦେଖିଥିଲେ। ହେଲେ ପରେ ଏନ୍‌କ୍ଲୋଜର ମଧ୍ୟରେ ବୁଲିବା ଆରମ୍ଭ କରିଦେଇଥିଲେ। ୨୦୦୯ରେ ଉପା ସରକାର ଅମଳରେ ଚିତା ପ୍ରୋଜେକ୍ଟ ଆରମ୍ଭ ହୋଇଥିଲା।

ପ୍ରଧାନମନ୍ତ୍ରୀ କହିଥିଲେ, ଏହି ‘ଅମୃତ କାଳ’ରେ ଦେଶ ନୂଆ ଶକ୍ତି ଓ ଉତ୍ସାହର ସହ ଚିତାଙ୍କ ସଂଖ୍ୟା ବଢ଼ାଇବା ଯୋଜନା ଆରମ୍ଭ କରିଛି। ଏଥିପାଇଁ ସେ ନାମିବ୍ୟା ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ୧୯୪୭ରେ ଭାରତର ଜଙ୍ଗଲରେ ୩ ଚିତା ଥିଲେ। ହେଲେ ଦୁର୍ଭାଗ୍ୟବଶତଃ ସେମାନଙ୍କୁ ଶିକାର କରାଯାଇଥିଲା ବୋଲି ମୋଦି ପ୍ରକାଶ କରିଥିଲେ। ଭାରତରେ ଚିତାବଂଶର ପୁନରୁଦ୍ଧାର ଦିଗରେ ପୂର୍ବ ସରକାର କୌଣସି ପଦକ୍ଷେପ ନେଇ ନ ଥିଲେ ବୋଲି ମୋଦି କହିଥିଲେ। ଶେଷ ଚିତାର କୋରିଆ ଜିଲା (ଏବେର ଛତିଶଗଡ଼)ରେ ମୃତ୍ୟୁ ଘଟିଥିଲା। ୧୯୫୨ରେ ତାହାକୁ ଦେଶରୁ ବିଲୁପ୍ତ ପ୍ରାଣୀ ଘୋଷଣା କରାଯାଇଥିଲା। ପ୍ରକୃତି ଓ ପରିବେଶ ସୁରକ୍ଷିତ ରହିଲେ ଆମ ଭବିଷ୍ୟତ ସୁରକ୍ଷିତ ରହିପାରିବ। ଅନ୍ତର୍ଜାତୀୟ ଗାଇଡ୍‌ଲାଇନ୍‌ ଅନୁସାରେ ଚିତାଙ୍କ ସଂଖ୍ୟାବୃଦ୍ଧି ପାଇଁ ଭାରତ ପଦକ୍ଷେପ ନେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ଦିଲ୍ଲୀରେ ସକାଳୁ ସକାଳୁ CJPର ବିକ୍ଷୋଭ; ଆଶୁତୋଷ ରଙ୍କା ଅଟକ, ସୌରଭ ଦାସ ପୋଲିସ ହେପାଜତରେ

ନୂଆଦିଲ୍ଲୀ,୧୩।୧୦: ‘କକରୋଚ ଜନତା ପାର୍ଟି’ (CJP) ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଆଜି ସକାଳେ ପ୍ରାୟ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଭେଟିଲେ ରଶ୍ମିକା-ବିଜୟ; ଫଟୋ ଶେୟାର କରି ପ୍ରକାଶ କଲେ ହୃଦୟସ୍ପର୍ଶୀ ଭାବନା

ଚେନ୍ନାଇ,୧୩।୧୦: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଧାନାଙ୍କ ସହ ଅଭିନେତା ତଥା ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କୁ ଭେଟିଛନ୍ତି।…

୨୨ ମାସର ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି, ପିଆଜ ଦରରେ ୧୦୮%

ନୂଆଦିଲ୍ଲୀ,୧୩।୧୦: ଦେଶରେ ପନିପରିବାଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବେଳକୁ ବେଳ ମହଙ୍ଗା ହେଉଥିବାରୁ ମୁଦ୍ରାସ୍ପୀତି ରୋକର୍ଡ ସ୍ତରରେ ପହଞ୍ଚିଲାଣି…

ବିଶ୍ୱବ୍ୟାଙ୍କ ରିପୋର୍ଟରେ ବଡ଼ ଖୁଲାସା, ଧନୀ ଦେଶର ଗରିବଙ୍କ ଆୟ ବି ଭାରତର ଧନୀଙ୍କଠୁ ଅଧିକ!

ନୂଆଦିଲ୍ଲୀ,୧୩।୧୦: ବିଶ୍ୱର ବିକଶିତ ଓ ଉନ୍ନତ ଆର୍ଥିକ ବ୍ୟବସ୍ଥା ଥିବା ଧନୀ ଦେଶଗୁଡ଼ିକର ସବୁଠାରୁ ଗରିବ ୧୦ ପ୍ରତିଶତ ଲୋକଙ୍କ ଆୟ ଭାରତର ସବୁଠାରୁ ଧନୀ ୧୦…

୨୨ ଭାରତୀୟ ଥିବା ଜାହାଜ ଉପରେ ଆକ୍ରମଣ

ନୂଆଦିଲ୍ଲୀ, ୧୩।୧୦: ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜରେ ୨୨ ଜଣ ଭାରତୀୟ କର୍ମଚାରୀଙ୍କୁ ନେଇ ଯାଉଥିବା ୨ଟି ବାଣଜି୍ୟକ ଜାହାଜ ଉପରେ ଆକ୍ରମଣ ହୋଇଛି। ଏହି ଘଟଣାକୁ ଭାରତ…

ଠକି ପାରିବନି ହସ୍ପିଟାଲ! ଲାଗିବ ରେଟ୍‌ ଚାର୍ଟ

ନୂଆଦିଲ୍ଲୀ,୧୩।୧୦: ସ୍ବଚ୍ଛ, ଉତ୍ତରଦାୟୀ ଏବଂ ରୋଗୀ କୈନ୍ଦ୍ରିକ ସ୍ବାସ୍ଥ୍ୟସେବା ପ୍ରଦାନକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ ହସ୍ପିଟାଲଗୁଡ଼ିକରେ ସ୍ବାସ୍ଥ୍ୟସେବା ଦର ସ୍ପଷ୍ଟ ଭାବେ…

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?