ଗାଁରେ ଏବେ ବି ବଞ୍ଚିଛି ଚାଟଶାଳୀ

ମହାକାଳପଡ଼ା,୩୧ା୫ (ଡି.ଏନ୍‌.ଏ.):କେନ୍ଦ୍ରାପଡ଼ା ଜିଲା ନଦୀନାଳଘେରା ମହାକାଳପଡ଼ା ବ୍ଲକ ସ୍ଥାନୀୟ ବାରଡାଙ୍ଗ ଗଁାରେ ବଞ୍ଚତ୍ ରହିଛି ୫୮ ବର୍ଷର ଚାଟଶାଳୀ। ସାରାଜୀବନ ଅବିବାହିତ ରହି ଅବଧାନେ ରାମଚନ୍ଦ୍ର ଭୋଳ (୭୨) ପିଲାଙ୍କୁ ପାଠ ପଢ଼ାଉଛନ୍ତି। ସେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ହୋଇଥିବାରୁ ଶାରୀରିକ ଅକ୍ଷମତା ଯୋଗୁ କାମ କରିବା ତାଙ୍କ ପକ୍ଷେ ସମ୍ଭବ ନ ହେବାରୁ ଗ୍ରାମାଞ୍ଚଳ ଶିକ୍ଷାର ବିକାଶ କ୍ଷେତ୍ରରେ ମନୋନିବେଶ କରିବାକୁ ମନସ୍ଥ କରିଥିଲେ।
ଭାରତ ସ୍ବାଧୀନତା ପରେ ମହାକାଳପଡ଼ା ଭଳି ଉପକୂଳ ଅନଗ୍ରସର ଅଞ୍ଚଳରେ ଶିକ୍ଷାର ସୁଦୂରପ୍ରସାର ନିମନ୍ତେ ସେଭଳି କିଛି ବ୍ୟବସ୍ଥା ନ ଥିଲା। ଗଁାର ଅଭାବୀ ଶ୍ରେଣୀର ଲୋକମାନେ ନିଜ ପିଲାମାନଙ୍କୁ ଦୂରଦୂରାନ୍ତକୁ ପାଠ ପଢ଼ାଇବାକୁ ଛାଡ଼ିପାରୁ ନ ଥିଲେ। ଗୋଟେପଟେ ଦାରିଦ୍ର୍ୟ ଓ ଅନ୍ୟପକ୍ଷେ ଗମନାଗମନ ସମସ୍ୟା ଯୋଗୁ ଗଁାର ଅଧିକାଂଶ ପିଲା ପାଠ ପଢ଼ି ନ ପାରି ବୁଲାବୁଲି କରୁଥିଲେ। ଏହା ଦେଖି ରାମ ସାର୍‌ ପାଠ ପଢ଼ାଇବାକୁ ମନସ୍ଥ କରି ୧୯୬୪ ମସିହାରେ ଏକ ନୂଆଣିଆ ଝୁମ୍ପୁଡ଼ି ଚାଳଘରେ ଆରମ୍ଭ କରିଥିଲେ ଚାଟଶାଳୀ। ପ୍ରଥମେ ୨୫ ଜଣ କୋମଳମତି ଶିଶୁଙ୍କୁ ନେଇ ନିଃଶୁଳ୍କ ଶିକ୍ଷାଦାନ ଚାଟଶାଳି ମାଧ୍ୟମରେ ଆରମ୍ଭ କରିଥିଲେ। ଦୀର୍ଘ ୫୮ ବର୍ଷ ଧରି ନିଜ ଶିକ୍ଷାଦାନ କ୍ଷେତ୍ରରେ କେବେବି ହାର୍‌ ମାନିନାହାନ୍ତି ସେ। ଅଭାବ ଅସୁବିଧା ସତ୍ତ୍ୱେ କୋମଳମତି ଶିଶୁମାନଙ୍କୁ ଦେଖିଦେବା ପରେ ସବୁକିଛି ଭୁଲିଯାଆନ୍ତି ସାର। ଏଠାରେ ଏକ ମାହାତ୍ମ୍ୟ ରହିଛି। ଗଁାର ପ୍ରତ୍ୟେକ ଶିଶୁଙ୍କ ଖଡ଼ି ଛୁଇଁବା ବା ଅନୁକୂଳ ରାମ ସାରଙ୍କ ଚାଟଶାଳିରେ ହିଁ ହୋଇଥାଏ। ଅବଧାନ ରାମ ସାର୍‌ଙ୍କ ଚାଟଶାଳୀରେ ଶୈକ୍ଷିକ, ଗୁଣାତ୍ମକ ଶିକ୍ଷା ସହ ମହାପୁରୁଷଙ୍କ ଜୀବନୀ ତଥା ନୀତି ଆଦର୍ଶ ଉପରେ ପ୍ରତିଦିନ ପିଲାମାନଙ୍କୁ ଶିକ୍ଷାଦାନ ଦିଆଯାଏ। କେବଳ ବାରଡାଙ୍ଗ ନୁହେଁ, ବ୍ଲକର ବିଭିନ୍ନ ଗଁାରୁ ପିଲାମାନେ ପଢ଼ିବାକୁ ରାମ ସାରଙ୍କ ଚାଟଶାଳୀକୁ ଧାଇଁ ଆସନ୍ତି। ଏହି ଚାଟଶାଳିରେ ଶିକ୍ଷାଦାନ ଖୁବ୍‌ ଉଚ୍ଚକୋଟୀର ବୋଲି ଅଞ୍ଚଳର ବହୁ ବୁଦ୍ଧିଜୀବୀ କହିଛନ୍ତି। ଏହି ଚାଟଶାଳିରେ ପଢ଼ିଥିବା ବହୁ ଚାଟ ଦେଶ ବିଦେଶରେ ଖୁବ୍‌ ଉଚ୍ଚ ପଦପଦବୀରେ ଅବସ୍ଥାପିତ ଅଛନ୍ତି ବୋଲି କହିଛନ୍ତି ରାମ ସାର। ଆଜିକା ଦିନରେ ରାମ ସାର ଶିକ୍ଷାଦାନ କ୍ଷେତ୍ରରେ କେବେବି ହାରିନାହାନ୍ତି। ବୟସ ଅଧିକ ହୋଇଥିବାରୁ ଆଗ ଅପେକ୍ଷା ଶାରୀରିକ ଅସୁସ୍ଥ ହେଉଥିଲେ ମଧ୍ୟ ପିଲାମାନଙ୍କୁ ଖୁବ୍‌ ସ୍ନେହ ଶ୍ରଦ୍ଧା କରିଥାନ୍ତି। ଶିକ୍ଷାକ୍ଷେତ୍ରରେ ରାମ ସାର୍‌ଙ୍କ ଅବଦାନ ଅତୁଳନୀୟ। ସମାଜ ପାଇଁ ଏହି ଦିବ୍ୟାଙ୍ଗ ଶିକ୍ଷକଙ୍କ ଅବଦାନ ରହିଛି ବୋଲି ଶିକ୍ଷାବିତ୍‌ ବିରଞ୍ଚତ୍ ନାରାୟଣ ଦାସ କହିଛନ୍ତି। ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଚାଟଶାଳୀ ଅବଧାନେଙ୍କୁ ସମ୍ମାନିତ କରାଗଲେ ଅବଶିଷ୍ଟ ଜୀବନ ଶିକ୍ଷାକ୍ଷେତ୍ରରେ ଉତ୍ସର୍ଗ କରିବାକୁ ପ୍ରେରଣା ଦେବ ବୋଲି ଶିକ୍ଷାବିତ୍‌ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୯: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

୫୩ ବର୍ଷରେ କର୍ଲାମୁଣ୍ଡା ଦୁର୍ଗାପୂଜା: ନୂଆ କମିଟିରେ ଦେବେନ୍ଦ୍ର ସଭାପତି, ଚନ୍ଦ୍ରଭାନୁ ସମ୍ପାଦକ

କର୍ଲାମୁଣ୍ଡା, ୩୦।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଦୁର୍ଗାମଣ୍ଡପରେ ଚଳିତ ବର୍ଷ ୫୩ତମ ବର୍ଷରେ ପଦାର୍ପଣ କରିଛି ଡୁକେରମାଲ ଦୁର୍ଗାପୂଜା। ଆଗାମୀ ଦୁର୍ଗାପୂଜାକୁ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?