୩ରଥ ପାଇଁ ନାଟ ଗୋଡ଼ରେ ରୂପ ଅଙ୍କନ ଆରମ୍ଭ

ପୁରୀ ଅଫିସ,୩୦ା୫: ଆସନ୍ତା ୪ ତାରିଖରେ ଶ୍ରୀବିଗ୍ରହଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ରଥ ସଂହିତା ଅନୁଯାୟୀ ସ୍ନାନଯାତ୍ରା ଦିନ ରଥଖଳାରେ ତିନି ରଥର ଚାରି ନାହାକା ଉଠିଥାଏ। ତେବେ ଚଳିତ ବର୍ଷ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଥିବାରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ତିନିରଥର ଚାରିନାହାକ ଉଠିବ ବୋଲି ଅନୁମାନ କରାଯାଉଛି। ତେବେ ତିନିରଥର ପାଞ୍ଚ ଦଣ୍ଡା ପ୍ରେମରେ କଣ୍ଟା ବାଡ଼ିଆ ସହ ଆଗଆଣି ଏବଂ ପଛଆଣି ମୁହାଁଟରେ ଗୁଜ, ଜଳଯନ୍ତ୍ର ଉଠି ତା’ଉପରେ ଆଗ, ପଛ ନିରାଡ଼ି ସଂଯୋଗ ହୋଇ ତିନିରଥକୁ ଦୁଇଟି ଲେଖାଏ ‘ଗରଗରା’ ଉଠିଥିଲା। ତେବେ ସୋମବାର ତିନିରଥରେ ଗରଗରାରେ କଣ୍ଟା ବାଡ଼ିଆ ପୂର୍ବରୁ ତିନି ରଥର ମହାରଣାମାନେ ମାପ ପ୍ରକାରେ ‘ଗରଗରା’ ପଛ ଭାଗ ଏବଂ ଦଣ୍ଡାର ଉପରଭାଗ ଅର୍ଦ୍ଧ ବର୍ଗାକାର ଖୋଦେଇ ସହ ବିନ୍ଧ କରିଥିଲେ। ଏହାପରେ ତିନିରଥର ମହାରଣା ଭୋଇ ସେବକଙ୍କ ସହାୟତାରେ ତିନି ରଥର ଗରଗରାରେ କଣ୍ଟା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ଏହାପରେ ତିନିରଥର ଉଭୟ ପାଶର୍‌ବରେ ଗୋଟିଏ ବଡ଼ ପୋଲ ଗୟଳ ମୋଡାଯାଇଛି। ଏହି ପୋଲ ଗୟଳକୁ ମୁଣ୍ଡାଇ ରଖିବା ପାଇଁ ତିନି ରଥର ଉଭୟ ପାଶର୍‌ବ ଛଡେଇ ଦଣ୍ଡାରେ ୪/୩ ସାଇଜ ର ୭ଟି ଖମ୍ବୀ ବା ଟାଣ ଏବଂ ଦୁଇଟି ଅସୁଆରି ଉଠି ବଡ଼ ପୋଲ ଗୟଳ ସହ ସଂଯୋଗ କରାଯାଇଛି। ଏତଦ୍‌ବ୍ୟତୀତ ତାଳଧ୍ୱଜ ରଥ ଏବଂ ନନ୍ଦିଘୋଷ ରଥର ବଡ଼ ପୋଲ ଗୟଳରୁ ୬ଟି ଏବଂ ଛନ୍ଦା ଗୟଳରୁ ୩ ଗୋଟି ଲେଖାଏ ଶେଷ ହୋଇଛି। ଦର୍ପଦଳନ ରଥର ୫ଟି ଗୟଳର ନିର୍ମାଣ ଶେଷ ହୋଇ ବାକି ୩ ଟି ଛନ୍ଦା ଗୟଳର ନିର୍ମାଣ ଜାରି ରହିଛି। ରୂପକାର ସେବକମାନେ ତିନି ରଥ ସିଂହାସନର ଖୋଦେଇ କାର୍ଯ୍ୟ ଜାରି ରଖିଥିବା ବେଳେ, ତିନିରଥ ପାଇଁ ନାଟ ଗୋଡ଼ରେ ରୂପ ଖୋଦେଇ ପାଇଁ ରୂପ ଅଙ୍କନ ଆରମ୍ଭ କରିଛନ୍ତି। ଦୋଳବେଦିସ୍ଥିତ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ଗୟଳ କଣ୍ଟା, ଯୋଖା କଣ୍ଟା ସହ ଗଳଳ ନାଦା କଣ୍ଟା ନିର୍ମାଣ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri