ବଦଳିବ ଦଧିବାମନଜୀଉ ମନ୍ଦିର ରୂପରେଖ

ଆନନ୍ଦପୁର,୧୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରର ଆରାଧ୍ୟ ଶ୍ରୀଶ୍ରୀ ଦଧିବାମନଜୀଉ ମନ୍ଦିର ରୂପରେଖ ବଦଳିବ। ମନ୍ଦିର ପରିଚାଳନା ପାଇଁ ରହିଥିବା ଦେବୋତ୍ତର ବିଭାଗ ସମ୍ପତ୍ତିର ପୁନରୁଦ୍ଧାର, ଆୟ ବୃଦ୍ଧି ଦିଗରେ ପଦକ୍ଷେପ, ମନ୍ଦିର ପରିସରରେ ରହିଥିବା ଭଙ୍ଗାତୁଟା ଘରର ପୁନରୁଦ୍ଧାର ଓ ଆନନ୍ଦ ବଜାର ଖୋଲାଯାଇ ଉନ୍ନତମାନର ପ୍ରସାଦ ବଣ୍ଟନ ବ୍ୟବସ୍ଥା ଗ୍ରହଣ କରାଯିବ। ମଙ୍ଗଳବାର ଦେବୋତ୍ତର ବିଭାଗର ଅତିରିକ୍ତ ସହକାରୀ କମିଶନର ରାଜେଶ ରୋଶନ ଏଠାକୁ ଗସ୍ତରେ ଆସି ମନ୍ଦିର ପରିଦର୍ଶନ କରି ଫେରିଛନ୍ତି। ଆନନ୍ଦପୁର ଦେବୋତ୍ତର ବିଭାଗର ମୁଖ୍ୟ ତଥା ଉପଜିଲାପାଳ ଅନୀଲ କୁମାର ସେଠୀ ଓ ଦେବୋତ୍ତର ବିଭାଗ ଦାୟିତ୍ୱରେ ଥିବା ରାଜସ୍ବ ଅଧିକାରୀ ପ୍ରଦୀପ କୁମାର ପାଢ଼ୀ ଉପସ୍ଥିତ ରହି ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସ୍ଥାନୀୟ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ମନ୍ଦିରର ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଉପସ୍ଥାପନ କରିଥିଲେ। ଏପରିକି ମନ୍ଦିରରେ ଭୋଗର ମାନ ହ୍ରାସ ପାଇଥିବା ସମ୍ପର୍କରେ ମଧ୍ୟ ଅତିରିକ୍ତ ସହକାରୀ କମିଶନରଙ୍କୁ ଅବଗତ କରାଯାଇଥିଲା।
୧୨ ମାଣ ଚାଉଳରେ ଖିଚୁଡ଼ି ଭୋଗ ନୀତି ହୋଇଆସୁଥିବା ବେଳେ କାଳକ୍ରମେ ୮ ପରେ ୬ ଏବଂ ବର୍ତ୍ତମାନ ୩ ମାଣରେ ଭୋଗନୀତି ସମ୍ପନ୍ନ କରାଯାଉଛି। ପୂର୍ବରୁ ଥାଳିରେ ଭୋଗନୀତି ହେଉଥିବାବେଳେ ଏବେ ଚଉପତିରେ ଭୋଗକୁ ସୀମିତ କରାଯାଇଥିବା କୁହାଯାଇଥିଲା। ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗ ଜାଣିବା ପରେ ଏସବୁ ବିଷୟରେ ଆଲୋଚନା ହୋଇଥିଲା। ପରେ ମନ୍ଦିରର ୧୦ ବର୍ଷର ଆୟବ୍ୟୟ ହିସାବ ତନଖି କରାଯାଇଥିଲା। ଅତିରିକ୍ତ ସହକାରୀ କମିଶନର ହିସାବ ଯାଞ୍ଚ କରିବା ସମୟରେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଜାଣିବାକୁ ପାଇଥିଲେ। ମନ୍ଦିର ପରିଚାଳକ ୧୦ ଦିନ ମଧ୍ୟରେ ୧୦ ବର୍ଷର ହିସାବ ଆର୍‌ଡିସି ସମ୍ବଲପୁର କାର୍ଯ୍ୟାଳୟରେ ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେବାୟତ ସନ୍ତୋଷ କୁମାର ପାଢ଼ୀ, ଜଗତ କୁମାର ମିଶ୍ର, ରବୀନ୍ଦ୍ର କୁମାର ଦାଶ, ଜଗବନ୍ଧୁ ଦାଶ, ଯଶୋବନ୍ତ କର, ଶଙ୍କର୍ଷଣ ମିଶ୍ର, ବିଶ୍ୱନାଥ ପାତ୍ର, କୃଷ୍ଣଚନ୍ଦ୍ର ସାହୁ, ଶରତ ଚନ୍ଦ୍ର ମହାରଣା ପ୍ରମୁଖ ପୂର୍ବରୁ ନିର୍ଦ୍ଧାରିତ ବେତନ ବୃଦ୍ଧି ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରକଁର ସ୍ବଚ୍ଛ ଭାରତ ଅଭିଯାନ ବାଟବନା:ପାଇଖାନା ତିଆରି ନାଁରେ ଟଁକା ହଡ଼ପ

ଜାମଟିକ୍ରା, ୩୧।୫ (ଡି.ଏନ.ଏ): ପରିବେଶକେ ସାଫ୍‌ ସୁତର ରଖ୍‌ବାର ଲାଗି କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ଅଭିଯାନ କାଯ୍‌କାରୀ କରି କୋଟି କୋଟି ଟଁକା ସାରୁଛନ୍‌।...

ମାଓବାଦୀ କ୍ୟାମ୍ପରେ ପୋଲିସର ଚଢ଼ାଉ: ଦୁଇ ମାଓବାଦୀ ମୃତ, ବିପୁଳ ପରିମାଣରେ ସାମଗ୍ରୀ ଜବତ

ମାଲକାନଗିରି,୨୯।୭ (ସ୍ବ.ପ୍ର.): ଛତିଶଗଡ଼ର ସୁକ୍‌ମା ଜିଲା ନକ୍ସଲ ପ୍ରଭାବିତ କୋଣ୍ଟା ଥାନା ଅନ୍ତର୍ଗତ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଅସ୍ଥାୟୀ ମାଓବାଦୀ କ୍ୟାମ୍ପ ଉପରେ ସୋମବାର...

କିଶୋରନଗର ପଞ୍ଚାୟତ ସମିତି ବୈଠକ: ପ୍ରଶାସନିକ ଅଧିକାରୀ ଅଧିକ ଯତ୍ନବାନ ହୁଅନ୍ତୁ

ବଇଣ୍ଡା,୧ା୧୧(ଡି.ଏନ.ଏ.)- କିଶୋରନଗର ପଞ୍ଚାୟତ ସମିତିର ୯ମ ବୈଠକ ବ୍ଲକ ସଭାଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ବବିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ...

ଗାଁ ଗାଁ ବୁଲି ବିଜେଡି ପ୍ରାର୍ଥିନୀଙ୍କ ମାରାଥନ ପ୍ରଚାର

ପଦ୍ମପୁର/ବରଗଡ ଅଫିସ, ୧।୧୨: ପଦ୍ମପୁର ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ଗ୍ରାମପଞ୍ଚାୟତରେ ମାରାଥନ ପ୍ରଚାର କରାଯାଛଛି। ଏହି କ୍ରମରେ ଗୁରୁବାର ଲଖମରା,...

ମା’କୁ ଖୋଜି ୫୦ କି.ମି.

ଢେଙ୍କାନାଳ ଅଫିସ,୭ା୧୦:ମା’ ପାଖରେ ପହଞ୍ଚତ୍ବାକୁ ଚାରିଦିନର ସଂଘର୍ଷ। ଦୀର୍ଘ ୫୦ କିଲୋମିଟରରୁ ଊର୍ଦ୍ଧ୍ୱ ବିପଦପୂର୍ଣ୍ଣ ଯାତ୍ରା। ଅତିକ୍ରମ କରିବାକୁ ପଡ଼ିଛି ନଦନଦୀ, ଅରଣ୍ୟ, ଜନବସତି। ଶେଷରେ...

ଆଗେଇ ପାରୁନି ଚାଷ କାମ

ବନ୍ତ, ୮।୮ (ଡି.ଏନ.ଏ.):  ଭଦ୍ରକ ଜିଲା ବନ୍ତ ଅଞ୍ଚଳରେ କେନାଲରେ କମ୍‌ ପାଣି ଛଡ଼ାଯାଉଥିବାରୁ ଚାଷ ପାଇଁ ନିଅଣ୍ଟ। ଫଳରେ କାମ ଆଗେଇପାରୁ ନାହିଁ ବୋଲି ଅଭିଯୋଗ...

ଅଧିକାରୀଙ୍କ ସୁରକ୍ଷାରେ ନକଲି ଶିକ୍ଷକ

ଯାଜପୁର ଅଫିସ,୪।୧: ନକଲି ପ୍ରମାଣପତ୍ର ଦେଇ ଚାକିରି କରୁଥିବା ଶିକ୍ଷକଙ୍କୁ ବହିଷ୍କାର କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ...

‘କ୍ୟାନ୍‌ସର ସର୍ଜରି ଏକ ଜଟିଳ ପ୍ରଣାଳୀ’

କଟକ,୨୨ା୩: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା କଟକ ତେଲଙ୍ଗାପେଣ୍ଠସ୍ଥିତ ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲ ପକ୍ଷରୁ ନିକଟରେ ଏକ କ୍ୟାନ୍‌ସର ସର୍ଜରି କର୍ମଶାଳା ଆୟୋଜିତ...

Advertisement
Archives

Model This Week