ବଦଳିବ ଦଧିବାମନଜୀଉ ମନ୍ଦିର ରୂପରେଖ

ଆନନ୍ଦପୁର,୧୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରର ଆରାଧ୍ୟ ଶ୍ରୀଶ୍ରୀ ଦଧିବାମନଜୀଉ ମନ୍ଦିର ରୂପରେଖ ବଦଳିବ। ମନ୍ଦିର ପରିଚାଳନା ପାଇଁ ରହିଥିବା ଦେବୋତ୍ତର ବିଭାଗ ସମ୍ପତ୍ତିର ପୁନରୁଦ୍ଧାର, ଆୟ ବୃଦ୍ଧି ଦିଗରେ ପଦକ୍ଷେପ, ମନ୍ଦିର ପରିସରରେ ରହିଥିବା ଭଙ୍ଗାତୁଟା ଘରର ପୁନରୁଦ୍ଧାର ଓ ଆନନ୍ଦ ବଜାର ଖୋଲାଯାଇ ଉନ୍ନତମାନର ପ୍ରସାଦ ବଣ୍ଟନ ବ୍ୟବସ୍ଥା ଗ୍ରହଣ କରାଯିବ। ମଙ୍ଗଳବାର ଦେବୋତ୍ତର ବିଭାଗର ଅତିରିକ୍ତ ସହକାରୀ କମିଶନର ରାଜେଶ ରୋଶନ ଏଠାକୁ ଗସ୍ତରେ ଆସି ମନ୍ଦିର ପରିଦର୍ଶନ କରି ଫେରିଛନ୍ତି। ଆନନ୍ଦପୁର ଦେବୋତ୍ତର ବିଭାଗର ମୁଖ୍ୟ ତଥା ଉପଜିଲାପାଳ ଅନୀଲ କୁମାର ସେଠୀ ଓ ଦେବୋତ୍ତର ବିଭାଗ ଦାୟିତ୍ୱରେ ଥିବା ରାଜସ୍ବ ଅଧିକାରୀ ପ୍ରଦୀପ କୁମାର ପାଢ଼ୀ ଉପସ୍ଥିତ ରହି ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସ୍ଥାନୀୟ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ମନ୍ଦିରର ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଉପସ୍ଥାପନ କରିଥିଲେ। ଏପରିକି ମନ୍ଦିରରେ ଭୋଗର ମାନ ହ୍ରାସ ପାଇଥିବା ସମ୍ପର୍କରେ ମଧ୍ୟ ଅତିରିକ୍ତ ସହକାରୀ କମିଶନରଙ୍କୁ ଅବଗତ କରାଯାଇଥିଲା।
୧୨ ମାଣ ଚାଉଳରେ ଖିଚୁଡ଼ି ଭୋଗ ନୀତି ହୋଇଆସୁଥିବା ବେଳେ କାଳକ୍ରମେ ୮ ପରେ ୬ ଏବଂ ବର୍ତ୍ତମାନ ୩ ମାଣରେ ଭୋଗନୀତି ସମ୍ପନ୍ନ କରାଯାଉଛି। ପୂର୍ବରୁ ଥାଳିରେ ଭୋଗନୀତି ହେଉଥିବାବେଳେ ଏବେ ଚଉପତିରେ ଭୋଗକୁ ସୀମିତ କରାଯାଇଥିବା କୁହାଯାଇଥିଲା। ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗ ଜାଣିବା ପରେ ଏସବୁ ବିଷୟରେ ଆଲୋଚନା ହୋଇଥିଲା। ପରେ ମନ୍ଦିରର ୧୦ ବର୍ଷର ଆୟବ୍ୟୟ ହିସାବ ତନଖି କରାଯାଇଥିଲା। ଅତିରିକ୍ତ ସହକାରୀ କମିଶନର ହିସାବ ଯାଞ୍ଚ କରିବା ସମୟରେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଜାଣିବାକୁ ପାଇଥିଲେ। ମନ୍ଦିର ପରିଚାଳକ ୧୦ ଦିନ ମଧ୍ୟରେ ୧୦ ବର୍ଷର ହିସାବ ଆର୍‌ଡିସି ସମ୍ବଲପୁର କାର୍ଯ୍ୟାଳୟରେ ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେବାୟତ ସନ୍ତୋଷ କୁମାର ପାଢ଼ୀ, ଜଗତ କୁମାର ମିଶ୍ର, ରବୀନ୍ଦ୍ର କୁମାର ଦାଶ, ଜଗବନ୍ଧୁ ଦାଶ, ଯଶୋବନ୍ତ କର, ଶଙ୍କର୍ଷଣ ମିଶ୍ର, ବିଶ୍ୱନାଥ ପାତ୍ର, କୃଷ୍ଣଚନ୍ଦ୍ର ସାହୁ, ଶରତ ଚନ୍ଦ୍ର ମହାରଣା ପ୍ରମୁଖ ପୂର୍ବରୁ ନିର୍ଦ୍ଧାରିତ ବେତନ ବୃଦ୍ଧି ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?