ପରିବର୍ତ୍ତନ ସଙ୍କେତ

Dillip Cherian

ନୀତିନ ଅଗ୍ରଓ୍ବାଲାଙ୍କୁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ବିଏସ୍‌ଏଫ୍‌ ଏବଂ ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ମଧ୍ୟରେ ପ୍ରତିବର୍ଷ ଭଳି ଚଳିତ ଥର ହେଉଥିବା ୪ ଦିନିଆ ଦ୍ୱିପାକ୍ଷିକ ଆଲୋଚନାର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଏହି ନିଯୁକ୍ତି ଦିଆଯାଇଥିଲା। ସୂତ୍ରରୁ ପ୍ରକାଶ, ବର୍ତ୍ତମାନ ବିଏସ୍‌ଏଫ୍‌ର ଅତିରିକ୍ତ ଦାୟିତ୍ୱ ସମ୍ଭାଳୁଥିବା ସିଆର୍‌ପିଏଫ୍‌ ମହାନିର୍ଦ୍ଦେଶକ ସୁଜୟ ଲାଲ ଥାଓସେନ ଆଲୋଚନାର ନେତୃତ୍ୱ ନେଇଥିଲେ। ଏହି ପଦକ୍ଷେପ ସୀମା ସୁରକ୍ଷା ଉପରେ ଥିବା ଭାରତର ଦୃଷ୍ଟିକୋଣରେ ଏକ ରଣନୀତିକ ପରିବର୍ତ୍ତନକୁ ସ୍ପଷ୍ଟ କରିଛି। ଏହାବ୍ୟତୀତ ଉକ୍ତ ପଦକ୍ଷେପ ପାକିସ୍ତାନ ଓ ବାଂଲାଦେଶ ସୀମାରେ ଭାରତ ସମ୍ମୁଖୀନ ହେଉଥିବା ଜଟିଳ ଆହ୍ବାନଗୁଡ଼ିକର ସମାଧାନ କରିବା ଲାଗି ଏକ ନବୀକୃତ ପ୍ରତିବଦ୍ଧତାକୁ ସାମ୍ନାକୁ ଆଣିଛି। ଅଗ୍ରଓ୍ବାଲାଙ୍କର ବ୍ୟାପକ ଅଭିଜ୍ଞତା, ନୂଆ ଦୃଷ୍ଟିକୋଣ ଓ ସୀମା ପରିଚାଳନା ଏବଂ ଅନୁପ୍ରବେଶ ରୋକିବାରେ ବିଶେଷ ଜ୍ଞାନ ଅଛି। ସେ ମଧ୍ୟ ତାଙ୍କ କ୍ୟାଡର ରାଜ୍ୟର ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରିବା ବ୍ୟତୀତ ଗୃହ ମନ୍ତ୍ରଣାଳୟ କମାଣ୍ଡ ଅଧୀନରେ ଥିବା ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି)ରେ କାର୍ଯ୍ୟ କରିଛନ୍ତି। ଏବେକାର ଜଟିଳ ଭୂରାଜନୈତିକ ପରିବେଶରେ ଆମ ସୀମା ରକ୍ଷା କରିବାରେ ବିଏସ୍‌ଏଫ୍‌ର ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ଦରକାର। ଗୋଇନ୍ଦା ସଂସ୍ଥା, ଲୋକାଲ ଲ ଏନ୍‌ଫୋର୍ସମେଣ୍ଟ ଏବଂ ଭାରତୀୟ ସେନାଙ୍କ ସହିତ ନିରବଚ୍ଛିନ ସହଯୋଗ ଉପରେ ଏହା ନିର୍ଭର କରେ। ଭାଗିଦାରି ଗଢିବାରେ ଅଗ୍ରଓ୍ବାଲାଙ୍କ ନେତୃତ୍ୱ ଓ ଦକ୍ଷତା ଏହି ସବୁ ସଂସ୍ଥାର ଶକ୍ତି ବଢାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ହେବ।
ହିଂସା ପଥରେ ବାବୁ
ରାଜସ୍ଥାନରେ ଆଇଏଏସ୍‌ ଅଧିକାରୀ ଗିରଧର ଏବଂ ଆଇପିଏସ୍‌ ଅଧିକାରୀ ସୁଶୀଲ କୁମାର ବିଷ୍ନୋଇଙ୍କ ନିଲମ୍ବନ ପରେ ବିବାଦ ଆରମ୍ଭ ହୋଇଛି। ଏହି ଘଟଣାରେ ସିଭିଲ ସର୍ଭାଣ୍ଟଙ୍କ ଚୟନ ଓ ପ୍ରଶିକ୍ଷଣ ପଦ୍ଧତି ସମ୍ପର୍କରେ ଅନେକ ପ୍ରଶ୍ନ ଉଠିଛି। ମଶୁରିସ୍ଥିତ ଏଲ୍‌ବିଏସ୍‌ ଏକାଡେମୀ ସିଭିଲ ସର୍ଭାଣ୍ଟ ପ୍ରଶିକ୍ଷାର୍ଥୀଙ୍କୁ କି ଶିକ୍ଷା ଦେଉଛି ଏବଂ ଏହା ୟୁପିିଏସ୍‌ସି କିମ୍ବା ଟ୍ରେନିଂର ନୀତିରେ ଅଛି କି ନାହିଁ ତାହାକୁ ନେଇ ଅନେକେ ପ୍ରଶ୍ନ ଉଠାଇଛନ୍ତି। ୨୦୧୯ ବ୍ୟାଚ୍‌ର ଏହି ଦୁଇଜଣ ଅଧିକାରୀ ପୋଲିସଙ୍କ ଉପସ୍ଥିତିରେ ଆଜମେରରେ ହୋଟେଲ କର୍ମଚାରୀଙ୍କୁ ହକି ଷ୍ଟିକ୍‌ରେ ପିଟିବା ଘଟଣା ପରେ ଏହାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। ନିକଟରେ ଯୋଗ ଦେଇଥିବା ଏହି ଦୁଇ ଅଧିକାରୀ ସେମାନଙ୍କ କ୍ଷମତାର ଦୁରୁପଯୋଗ କରିବା ସହ ହିଂସାର ସାହାରା ନେବାର ଅଧିକାର କିଭଳି ପାଇଲେ ତାହା ହିଁ ବଡ଼ ପ୍ରଶ୍ନ। ସିଭିଲ ସର୍ଭିସରେ ଲଗାତର ନିରୀକ୍ଷଣ ଏବଂ ଉତ୍ତରଦାୟୀ ପ୍ରକ୍ରିୟାର ଆବଶ୍ୟକତାକୁ ଏହି ଅଧ୍ୟାୟ ସାମ୍ନାକୁ ଆଣିଛି। ଏଭଳି ଘଟଣା ଘଟିଲେ ସର୍ବଭାରତୀୟ ସର୍ଭିସର ଖ୍ୟାତିରେ କଳଙ୍କ ଲଗାଇବା ଏବଂ ବାବୁମାନଙ୍କ ଉପରେ ଥିବା ଲୋକଙ୍କ ବିଶ୍ୱାସ ହରାଇବା ଲାଗି ବେଶି ସମୟ ଲାଗିବ ନାହିଁ। ଏହି ଦୁଇ ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ବିଧିବଦ୍ଧ ଭାବେ ତଦନ୍ତ କରିବା ଦରକାର ଏବଂ କୌଣସି ଦୁର୍ବ୍ୟବହାର ପାଇଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବି ନିଶ୍ଚିତ କରାଯିବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତୁରନ୍ତ ଏହା ଉପରେ ପଦକ୍ଷେପ ନେବା ଉଚିତ। ଏହା ସହ ଏଭଳି ଲଜ୍ଜାଜନକ ଘଟଣା ଯେଭଳି ପୁନରାବୃତ୍ତି ନ ଘଟେ ତାହା ନିଶ୍ଚିତ କରିବା ଦରକାର। ରାଜ୍ୟ ଭିଜିଲାନ୍ସ ବିଭାଗର ତଦନ୍ତ ଠିକ୍‌ ଦିଗରେ ଏକ ପଦକ୍ଷେପ ହେଲେ ବି ଏହା ସେତିକିରେ ସୀମିତ ରହିବା ଉଚିତ ନୁହେଁ।
ତଦନ୍ତ ଭୟ
ଗୋଟିଏ ପରେ ଗୋଟିଏ ରାଜ୍ୟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ବାଟ ବନ୍ଦ କରିବାରେ ଲାଗିଛନ୍ତି। ଏହି ଧାରାରେ ଏବେ ବିରୋଧୀ ଶାସିତ ରାଜ୍ୟଗୁଡ଼ିକ ସହ ତାମିଲନାଡୁ ଯୋଗଦେଇଛି ଓ ରାଜ୍ୟରେ ଘଟଣାଗୁଡ଼ିକର ତଦନ୍ତ ପାଇଁ ସିବିଆଇକୁ ଦେଇଥିବା ସହମତିକୁ ପ୍ରତ୍ୟାହାର କରିନେଇଛି। ଫଳରେ ସିବିଆଇ ତାମିଲନାଡୁରେ ଏମ୍‌. କେ. ଷ୍ଟାଲିନଙ୍କ ବିନା ଅନୁମତିରେ କୌଣସି କେସ୍‌ ପଞ୍ଜୀକୃତ କରିବପାରିବ ନାହିଁ, ଚଢାଉ କରିପାରିବ ନାହିଁ କି ତାମିଲନାଡୁରେ କାର୍ଯ୍ୟରତ କେନ୍ଦ୍ର ସରକାର କର୍ମଚାରୀଙ୍କ ଉପରେ ତଦନ୍ତ କରିପାରିବ ନାହିଁ। ଏହି ନିଷ୍ପତ୍ତି ଶାସନ ଓ ଉତ୍ତରଦାୟିତ୍ୱ ଉପରେ ନିଆଯାଉଥିବା ପଦକ୍ଷେପର ପ୍ରେରଣା ଓ ନିହିତାର୍ଥକୁ ନେଇ ପ୍ରଶ୍ନ ଉଠାଇଛି। ଯଦିଓ ଡିଏମ୍‌କେ ସରକାରଙ୍କ ନିଷ୍ପତ୍ତି ସିବିଆଇର ତଦନ୍ତ କ୍ଷମତାକୁ ସୀମିତ କରିଛି ତଥାପି ଏହା କେନ୍ଦ୍ରୀୟ ଏଜେନ୍ସିକୁ ଦୂରେଇ ରଖିପାରିବ ନାହିଁ ବୋଲି ପର୍ଯ୍ୟବେକ୍ଷକମାନେ କହନ୍ତି। ଭବିଷ୍ୟତରେ ହେବାକୁ ଥିବା କେସ୍‌ ବା ମାମଲା କ୍ଷେତ୍ରରେ କେବଳ ଏଭଳି ସମ୍ମତି ପ୍ରତ୍ୟାହାର ଲାଗୁ ହେବ। ଯେଉଁ କେସ୍‌ ପଞ୍ଜୀକୃତ ହୋଇଗଲାଣି କିମ୍ବା ଯାହା ଉପରେ ତଦନ୍ତ ଚାଲିଛି, ସେ କ୍ଷେତ୍ରରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିବ ନାହିଁ। ସୂତ୍ରରୁ ପ୍ରକାଶ, ସୁପ୍ରିମ୍‌କୋର୍ଟ କିମ୍ବା ହାଇକୋର୍ଟରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଥିଲେ ରାଜ୍ୟର ଅନୁମତି ଦରକାର ପଡ଼ିବ ନାହିଁ। ଅନ୍ୟସବୁ କେସ୍‌ରେ ହିଁ ସମ୍ମତି ପ୍ରତ୍ୟାହାର ଲାଗୁ ହେବ। ଅନ୍ୟ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଯଥା ରାଷ୍ଟ୍ରୀୟ ତଦନ୍ତ ସଂସ୍ଥା(ଏନ୍‌ଆଇଏ) କିମ୍ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦେଶରେ ଯେକୌଣସି ସ୍ଥାନରେ କୌଣସି ମାମଲାର ତଦନ୍ତ ଜାରି ରଖିପାରିବେ। ମୋଦି ସରକାର ବିରୋଧୀ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଅସୁବିଧାରେ ପକାଉଥିବାରୁ ଏହାକୁ ନେଇ ତାମିଲନାଡୁ ସରକାର ରାଜନୈତିକ ପ୍ରସଙ୍ଗ କରିପାରନ୍ତି ଓ ଏତିକି ହିଁ କରିପାରନ୍ତି। ତେବେ ସିବିଆଇ ବ୍ୟତୀତ ଅନ୍ୟ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଦ୍ୱାରା ସ୍ବେଚ୍ଛାଚାରୀ କାର୍ଯ୍ୟାନୁଷ୍ଠାନ ଭୟ ଲାଗି ରହିବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?