Posted inଖେଳ

ଭାରତୀୟ ଦିନିକିଆ ଦଳରେ ପରିବର୍ତ୍ତନ

ନୂଆଦିଲ୍ଲୀ,୧୨।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ଲାଗି ପୂର୍ବରୁ ଘୋଷିତ ଭାରତୀୟ ଦଳରେ କିଛି ପରିବର୍ତ୍ତନ କରାଯାଇଛି। ଏବେ ଟେଷ୍ଟ ଦଳ ସହ ରହିଥିବା ଅଫ୍‌ ସ୍ପିନର ଜୟନ୍ତ ଯାଦବ ଏବଂ ପେସର ନବଦୀପ ସଇନିଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଥିବା ସୂଚନା ଦେଇଛି ବିସିସିଆଇ।

ସ୍ପିନ ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଣୁ ସେ ସିରିଜ୍‌ ଲାଗି ଉପଲବ୍ଧ ହୋଇପାରିବେ ନାହିଁ। ତାଙ୍କ ବଦଳରେ ଜୟନ୍ତଙ୍କୁ ଦିନିକିଆ ଦଳରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସେହିଭଳି ମାଂସପେଶୀ ଜନିତ ସମସ୍ୟା ସହ ସଂଘର୍ଷ କରୁଥିବା ମହମ୍ମଦ ସିରାଜଙ୍କ ବ୍ୟାକ୍‌ ଅପ୍‌ ଖେଳାଳି ଭାବେ ସାଇନିଙ୍କୁ ସୁଯୋଗ ମିଳିଛି।

୩୧ ବର୍ଷୀୟ ଜୟନ୍ତ ଏପର୍ଯ୍ୟନ୍ତ ଦେଶ ପାଇଁ ଗୋଟିଏ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ୨୦୧୬ରେ ପଦାର୍ପଣ ପରଠାରୁ ତାଙ୍କୁ ସୁଯୋଗ ମିଳିନାହିଁ। ଗତ ଡିସେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ତାଙ୍କୁ ସୁଯୋଗ ମିଳିଥିଲା।

୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ଦୁଇ ମ୍ୟାଚ୍‌ ୧୯ ଓ ୨୧ ତାରିଖରେ ପାର୍ଲଠାରେ ଖେଳାଯିବ। ଅନ୍ତିମ ତଥା ତୃତୀୟ ମ୍ୟାଚ୍‌ କେପ୍‌ ଟାଉନଠାରେ ୨୩ ତାରିଖରେ ଖେଳାଯିବାର ଅଛି।

ଦିନିକିଆ ଦଳ: ଲୋକେଶ ରାହୁଲ (ଅଧିନାୟକ), ଯଶପ୍ରୀତ ବୁମରା (ଉପ ଅଧିନାୟକ), ଶିଖର ଧାଓ୍ବନ, ରୁତୁରାଜ ଗାଏକ୍ୱାଡ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟାର, ଭେଙ୍କଟଶ ଆୟାର, ରିଶଭ ପନ୍ତ, ଇଶାନ କିଷନ (ଉଇକେଟକିପର), ୟୁଜବେନ୍ଦ୍ର ଚହଲ, ରବିଚନ୍ଦ୍ରନ ଅଶ୍ୱିନ, ଭୁବନେଶ୍ୱର କୁମାର, ଦୀପକ ଚହର, ପ୍ରସିଦ୍ଧ କ୍ରିଷ୍ଣା, ଶାର୍ଦ୍ଦୁଳ ଠୁକାର, ମହମ୍ମଦ ସିରାଜ, ଜୟନ୍ତ ଯାଦବ, ନବଦୀପ ସଇନି।


Enter your email to get our daily news in your inbox.

All Right Reserved By Dharitri.Com

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

ମହାରାଜ ସାଗର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର: କେମିତି ହେଲା ମୃତ୍ୟୁ ଛାନ୍‌ଭିନ ଚଳାଇଛି ପୋଲିସ

ବଲାଙ୍ଗୀର,୨୫।୫ (ସୁନୀଲ କୁମାର ମହାନ୍ତି ): ଟିଟିଲାଗଡ଼ ମହାରାଜ ସାଗର ପରିସର ମଧ୍ୟରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଟିଟିଲାଗଡ଼ ପୋଲିସ ଉଦ୍ଧାର କରିଛି । ମହାରାଜ…

ଦିନେ ନିରାଶ୍ରୟଙ୍କ ସାହା ଥିଲେ ମଗନ, ଏବେ ନିଜେ ମାଗୁଛନ୍ତି ସହାୟତା

କେନ୍ଦୁଝର,୨୪।୫(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହରର କମାରଗୋଡାର ସମାଜସେବୀ ତଥା ବରିଷ୍ଠ ଖବରଦାତା ମଗନ କୁମାର ମଲ୍ଲିକ(୫୭)କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ‘ଏମ୍ସ’ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।…

ପ୍ରେମିକଙ୍କ ସହ ଅସଂଜତ ଅବସ୍ଥାରେ ସ୍ତ୍ରୀଙ୍କୁ ଦେଖିଦେଲେ ସ୍ବାମୀ, ତା’ପରେ ଯାହା ଘଟିଲା…

ଦିଗପହଣ୍ଡି,୨୫।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମରେ ଘଟିଯାଇଛି ଏକ ଚର୍ଚ୍ଚିତ ଘଟଣା। ଘରେ ସ୍ବାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀ ତାଙ୍କ…

ଶାନ୍ତି ଦୂତ ସାଜିଥିବା ପାକିସ୍ତାନ ଏବେ ସାଜିବ ‘ଖଳନାୟକ’! ଟ୍ରମ୍ପଙ୍କ ଚକ୍ରବ୍ୟୂହରେ ଫସିଲେ ଶେହବାଜ

ନୂଆଦିଲ୍ଲୀ,୨୫।୫: ପାକିସ୍ତାନ ସମ୍ମୁଖରେ ଏଭଳି ଏକ ଦ୍ୱନ୍ଦ୍ୱ ଦେଖାଦେଇଛି, ଯେଉଁଥିରେ ଯଦି ସେ ସ୍ବୀକାର କରେ ତେବେ ବି ଫସିବ ଏବଂ ଯଦି ମନା କରେ ତେବେ…

ରାସ୍ତାରେ ଅଚେତ୍‌ ହୋଇ ପଡ଼ିଥିଲେ ମହିଳା, ଦେଖିକି ମୁଖ୍ୟମନ୍ତ୍ରୀ ବସ୍‌ ଚାଳକ, କଣ୍ଡକ୍ଟର କଲେ ଏମିତି କାମ

ନନ୍ଦପୁର, ୨୫।୫(ତୁଷାର କାନ୍ତ ମହାନ୍ତି ): ଲମତାପୁଟ-ଟିକରପଡ଼ା ମୁଖ୍ୟମନ୍ତ୍ରୀ ବସ୍‌ରେ କାର୍ଯ୍ୟରତ ଚାଳକ, କଣ୍ଡକ୍ଟର ସୋମବାର ପୂର୍ବାହ୍ନରେ ରାସ୍ତା କଡ଼ରେ ଅଚେତ୍‌ ଅବସ୍ଥାରେ ପଡ଼ିଥିବା ଜଣେ ମହିଳାଙ୍କୁ…

ବିଜେଡି ଛାଡିବା ପରେ ବଡ଼ ଗୁମର ଖୋଲିଲେ ଦେବାଶିଷ, କହିଲେ-ନବୀନ ବାବୁ ଭାଜପା ହାତ ଧରି…

ଭୁବନେଶ୍ୱର,୨୫।୫: ବିଜେଡି ଛାଡ଼ିବା ପରେ ଦେବାଶିଷ ସାମନ୍ତରାୟ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନବୀନ ବାବୁ ଭାଜପା ହାତ ଧରି କ୍ୟାରିୟର ଆରମ୍ଭ କରିଥିଲେ। ବାଜପେୟୀ,…

ଝାରସୁଗୁଡ଼ା ପ୍ରିମିୟର ଲିଗ୍‌: ଟାଉନ୍‌ ବୀର୍ସ ଚାମ୍ପିୟନ

ଝାରସୁଗୁଡ଼ା,୨୫।୫(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରସ୍ଥିତ ମନମୋହନ ଏମ୍‌.ଇ. ସ୍କୁଲ ପଡ଼ିଆଠାରେ ଝାରସୁଗୁଡ଼ା ପ୍ରିମିୟର ଲିଗ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ରେ ମଙ୍ଗଳ ବଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri